Categories
ଆଜିର ଖବର ରାଜ୍ୟ ଖବର

ହୋମଗାର୍ଡ ଏବଂ ଓ.ଏ.ପି.ଏଫ ଯବାନଙ୍କ ଦୁର୍ଘଟଣାରେ ପରଲୋକ: ଉଭୟଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି ପତ୍ର

ଭୁବନେଶ୍ୱର: କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବର। ଉଭୟଙ୍କ ଆଖିରେ ଥିଲା କୃତଜ୍ଞତାର ଅଶ୍ରୁ। ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ପୁଣିଥରେ ନିଜର ସହୃଦୟତାର ପରିଚୟ ଦେଇଛନ୍ତି।

ଆଜି ସେମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।  ମୁଖ୍ୟମନ୍ତ୍ରୀ ସେମାନଙ୍କର ଭଲମନ୍ଦ ପଚାରି ଥିଲେ ଏବଂ ଅଧୈର୍ଯ୍ୟ ନହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ସେମାନଙ୍କ ସହିତ ଅଛନ୍ତି। ସେମାନଙ୍କର ଆଗାମୀ ଜୀବନ ଓ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବକୁଶଳ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ସେମାନେ ଅଶ୍ରୁଳ ନୟନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ପ୍ରଭାସିନୀଙ୍କ ସ୍ୱାମୀ ଜଗବନ୍ଧୁ ମାହାଲି ହୋମଗାର୍ଡ ଭାବେ କାର୍ଯ୍ୟକରୁଥିଲେ ଏବଂ ଦେବୀଙ୍କ ସ୍ୱାମୀ ଲୋକନାଥ ଶବର ଓ.ଏ.ପି.ଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଉଭୟ କଟକରେ କର୍ତ୍ତବ୍ୟରତ ଥିବା ସମୟରେ ଗତ ୨୨ ତାରିଖ ଦିନ ପି.ସି.ଆର୍ ଭ୍ୟାନ୍‌ରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ୍ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ  ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ରୋଜଗାର ମେଳା ଆୟୋଜିତ: ୨୫୮ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଦେଶର ୪୭ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ ଯୋଜନାର ନିଯୁକ୍ତିପତ୍ର ବିତରଣ କରିଛନ୍ତି। ଏହିକ୍ରମରେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଏକ ରୋଜଗାର ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର କର୍ପୋରେଟ୍‌ ବ୍ୟାପାର, ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ର ମନ୍ତ୍ରୀ ହର୍ଷ ମାଲହୋତ୍ରା ୨୫୮ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ମାଲହୋତ୍ରା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକ୍ରମେ ୨୦୨୨ ଠାରୁ ଆରମ୍ଭ ହୋଇଥିବା ରୋଜଗାର ମେଳାଗୁଡ଼ିକରେ ୧୦ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ଦିଆଯାଇସାରିଛି। ଆଜି ପଞ୍ଚଦଶ ରୋଜଗାର ମେଳା ଆୟୋଜନ କରାଯାଉଛି। ସେ ଆହୁରି କହିଥିଲେ, ମୋଦୀଜୀଙ୍କ ସୁଶାସନ ଏବଂ ଦୂରଦୃଷ୍ଟି କାରଣରୁ ପୂର୍ବ ସରକାରଙ୍କ ତୁଳନାରେ ବର୍ତ୍ତମାନର ସରକାର ଦେଢ଼ଗୁଣ ଅଧିକ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରୀ ନୀତିରେ ପାରଦର୍ଶିତା ଆସିଛି। ସୁଶାସନର ଅନେକ ନୂଆ ମାନଦଣ୍ଡ ପ୍ରତିଷ୍ଠା ହୋଇଛି। ବିଗତ ୧୦ ବର୍ଷ ମଧ୍ୟରେ ଦେଶର ଅନେକ ପ୍ରଗତି ହୋଇଛି। ଆଜି ଯେଉଁସବୁ ନିଷ୍ପତ୍ତି ନିଆଯାଉଛି ତାହାର ପ୍ରଭାବ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଅନୁଭୂତ ହେବ। ଯୁବବର୍ଗ ଓ ମହିଳାଙ୍କ ସ୍ୱପ୍ନ ଶିଖର ଛୁଇଁଛି ଏବଂ ସେମାନଙ୍କର ଆକାଂକ୍ଷା ପୂରଣ ହେଉଛି। ଦେଶରେ ଆସିଥିବା ବ୍ୟାପକ ପରିବର୍ତ୍ତନ କାରଣରୁ ଦେଶର ନାଗରିକଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ମିଳିପାରୁଛି। ଗାଁ ଲୋକମାନେ ମଧ୍ୟ ଆଜି ଡିଜିଟାଲ ସେବାର ଲାଭ ପାଇପାରୁଛନ୍ତି। ଦେଶର ଯୁବବର୍ଗ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଲହୋତ୍ରା ଆହୁରି କହିଥିଲେ, ସରକାରୀ କର୍ମଚାରୀମାନଙ୍କୁ କର୍ମଯୋଗୀରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ କର୍ମଯୋଗୀ ଏବଂ ଆଇ-ଗଟ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲରେ ୧୪ଶହରୁ ଅଧିକ ପାଠ୍ୟକ୍ରମ ରହିଛି। ଏସବୁ ପାଠ୍ୟକ୍ରମ ମାଧ୍ୟମରେ ସରକାରୀ କର୍ମଚାରୀମାନେ ସ୍ୱତନ୍ତ୍ର ସହାୟତା ଲାଭ କରିବା ସହିତ ନିଜ ଦକ୍ଷତାରେ ସୁଧାର ଆଣିପାରୁଛନ୍ତି। ଏବେ ସୁଦ୍ଧା ୧କୋଟିରୁ ଅଧିକ କର୍ମଚାରୀ ଏସବୁ ପାଠ୍ୟକ୍ରମର ଲାଭ ଉଠାଇସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ସିଜିଏସଟି ଏବଂ ସୀମାଶୁଳ୍କ, ଭୁବନେଶ୍ୱର ପ୍ରାନ୍ତ ମୁଖ୍ୟ ଆୟୁକ୍ତ ଏମ.ଏସ. ରେଡ୍ଡୀ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର, ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ, ମୁଖ୍ୟ ଡାକପାଳ ନିର୍ମଳଜିତ ସିଂଙ୍କ   ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ନବନିଯୁକ୍ତ କର୍ମଚାରୀଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଗତକାଲି ବିଳମ୍ବିତ ରାତିରେ କୁଏତରୁ ଫେରିଥିଲେ। ସେଠାରେ ସେ ଭାରତୀୟ ଯୁବବର୍ଗ ଏବଂ ପେସାଦାରମାନଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି। ଏହା ଏକ ଅତ୍ୟନ୍ତ ସୁଖଦ ସୌଭାଗ୍ୟ ଯେ ଫେରିବା ପରେ ଦେଶର ଯୁବକମାନଙ୍କ ସହିତ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ହେଉଛି। ‘‘ଦେଶର ହଜାର ହଜାର ଯୁବକଯୁବତୀଙ୍କ ପାଇଁ ଆଜି ଏକ ନୂଆ ଆରମ୍ଭ। ଅନେକ ବର୍ଷର ସ୍ୱପ୍ନ ସାକାର ହୋଇଛି, ବର୍ଷ ବର୍ଷର କଠିନ ପରିଶ୍ରମ ଫଳ ଦେଇଛି। ୨୦୨୪ର ଏହି ବିଦାୟୀ ବର୍ଷ ଆପଣଙ୍କ ପାଇଁ ନୂଆ ଖୁସି ନେଇ ଆସୁଛି। ମୁଁ ଆପଣ ସମସ୍ତଙ୍କୁ ଏବଂ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି,’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରୋଜଗାର ମେଳା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଯୁବ ପ୍ରତିଭାଙ୍କ ସମ୍ପୂର୍ଣ୍ଣ ଉପଯୋଗକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ସରକାରୀ ଚାକିରି ଦେବା ପାଇଁ ପ୍ରୟାସ ଚାଲିଛି। ଆଜି ୭୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗତ ଦେଢ଼ ବର୍ଷ ମଧ୍ୟରେ ପାଖାପାଖି ୧୦ ଲକ୍ଷ ସ୍ଥାୟୀ ସରକାରୀ ଚାକିରି ପ୍ରଦାନ କରାଯାଇ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଚାକିରିଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଯୋଗାଇ ଦିଆଯାଉଛି ଏବଂ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଷ୍ଠା ଏବଂ ସମର୍ପଣର ସହ ଦେଶର ସେବା କରୁଛନ୍ତି।

କୌଣସି ଦେଶର ବିକାଶ ଏହାର ଯୁବବର୍ଗଙ୍କ କଠିନ ପରିଶ୍ରମ, ସାମର୍ଥ୍ୟ ଓ ନେତୃତ୍ୱ ଉପରେ ନିର୍ଭର କରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ଶ୍ରୀ ମୋଦୀ କହିଥିଲେ, ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତ ସଂକଳ୍ପବଦ୍ଧ, କାରଣ ଦେଶର ନୀତି ଓ ନିଷ୍ପତ୍ତି ଏହାର ପ୍ରତିଭାବାନ ଯୁବକମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି। ଗତ ଏକ ଦଶନ୍ଧି ମଧ୍ୟରେ ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଇଣ୍ଡିଆ ଭଳି ପଦକ୍ଷେପ ଯୁବବର୍ଗଙ୍କୁ ଆଗରେ ରଖିଛି ବୋଲି ସେ କହିଥିଲେ।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ଏବଂ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଆଜି ଭାରତୀୟ ଯୁବପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇ ରହିଛନ୍ତି। ସେମାନେ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି। ଆଜି ଷ୍ଟାର୍ଟଅପ୍ ଆରମ୍ଭ କରୁଥିବା ଯୁବ ଉଦ୍ୟୋଗୀମାନେ ଏକ ଦୃଢ଼ ସମର୍ଥନ ବ୍ୟବସ୍ଥା ଦ୍ୱାରା ଉପକୃତ ହେଉଛନ୍ତି। ସେହିଭଳି କ୍ରୀଡ଼ାରେ କ୍ୟାରିୟର କରୁଥିବା ଯୁବଗୋଷ୍ଠୀଙ୍କ ବିଶ୍ୱାସ ରହିଛି ଯେ ସେମାନେ ବିଫଳ ହେବେ ନାହିଁ କାରଣ ସେମାନଙ୍କୁ ବର୍ତ୍ତମାନ ଆଧୁନିକ ପ୍ରଶିକ୍ଷଣ ସୁବିଧା ଏବଂ କ୍ରୀଡ଼ା ପ୍ରତିଯୋଗିତା ଦ୍ୱାରା ସମର୍ଥନ ମିଳୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ମୋବାଇଲ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର ପାଲଟିଛି। ଅକ୍ଷୟ ଶକ୍ତି, ଜୈବିକ କୃଷି, ମହାକାଶ, ପ୍ରତିରକ୍ଷା, ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଗତି କରୁଛି, ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଞ୍ଚୁଛି।

ଦେଶର ପ୍ରଗତି ଏବଂ ନୂତନ ଭାରତ ଗଠନ ପାଇଁ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦାୟିତ୍ୱ ଶିକ୍ଷା ବ୍ୟବସ୍ଥା ଉପରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ଜାତୀୟ ଶିକ୍ଷା ନୀତି (ଏନଇପି) ଭାରତକୁ ଏକ ଆଧୁନିକ ଶିକ୍ଷା ବ୍ୟବସ୍ଥା ଆଡକୁ ଆଗେଇ ନେଉଛି ଯାହା ଛାତ୍ରଛାତ୍ରୀଙ୍କୁ ନୂତନ ସୁଯୋଗ ପ୍ରଦାନ କରୁଛି।

ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବରୁ ଏକ ବ୍ୟବସ୍ଥାଗତ ପ୍ରତିବନ୍ଧକ ଥିଲା, କିନ୍ତୁ ବର୍ତ୍ତମାନ ଅଟଳ ଟିଙ୍କରିଂ ଲ୍ୟାବ୍ ଏବଂ ପିଏମ-ଶ୍ରୀ ବିଦ୍ୟାଳୟ ଭଳି ପଦକ୍ଷେପ ମାଧ୍ୟମରେ ଅଭିନବତାକୁ ପ୍ରୋତ୍ସାହିତ କରାଯାଉଛି। ମାତୃଭାଷାରେ ପାଠପଢ଼ା ଓ ପରୀକ୍ଷାକୁ ଅନୁମତି ଦେବା ସହ ୧୩ଟି ଭାଷାରେ ନିଯୁକ୍ତି ପରୀକ୍ଷା ଦେଇ ଗ୍ରାମୀଣ ଯୁବକ ଓ ଅବହେଳିତ ସମ୍ପ୍ରଦାୟର ଭାଷା ପ୍ରତିବନ୍ଧକକୁ ସରକାର ଦୂର କରିଛନ୍ତି। ଏହାବ୍ୟତୀତ ସୀମାବର୍ତ୍ତୀ ଅଞ୍ଚଳର ଯୁବକଙ୍କ ପାଇଁ କୋଟା ବୃଦ୍ଧି କରାଯିବା ସହ ସ୍ଥାୟୀ ସରକାରୀ ଚାକିରି ପାଇଁ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା କରାଯାଇଛି। ଆଜି ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ପାଇଁ ନିଯୁକ୍ତି ପତ୍ର ମିଳିଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଜି ଚୌଧୁରୀ ଚରଣ ସିଂଜୀଙ୍କ ଜୟନ୍ତୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ସ୍ୱର୍ଗତ ଚୌଧୁରୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ସରକାରଙ୍କ ପାଇଁ ଗୌରବର ବିଷୟ। ‘‘ଆମକୁ ଖାଦ୍ୟ ଯୋଗାଉଥିବା କୃଷକମାନଙ୍କୁ ସମ୍ମାନ ଜଣାଇ ଆମେ ଏହି ଦିନକୁ କୃଷକ ଦିବସ ଭାବରେ ପାଳନ କରୁଛୁ। ଚୌଧୁରୀ ସାହେବ ବିଶ୍ୱାସ କରୁଥିଲେ ଯେ ଦେଶର ପ୍ରଗତି ଗ୍ରାମୀଣ ଭାରତର ଉନ୍ନତି ଉପରେ ନିର୍ଭର କରେ। ଆମ ସରକାରଙ୍କ ନୀତି ଗ୍ରାମାଞ୍ଚଳରେ, ବିଶେଷ କରି କୃଷି କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଛି,’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରିଥିବା ଗୋବର-ଧନ ଯୋଜନା ଭଳି ପଦକ୍ଷେପ ଶକ୍ତି ଉତ୍ପାଦନ କରିବା ସହିତ ନିଯୁକ୍ତି ସୃଷ୍ଟି କରିଛି ବୋଲି ଶ୍ରୀ ମୋଦୀ ଜୋର୍‌ ଦେଇ କହିଥିଲେ। ସେ କହିଥିଲେ, କୃଷି ବଜାରକୁ ସଂଯୋଗ କରୁଥିବା ଇ-ନାମ ଯୋଜନା ନୂତନ ନିଯୁକ୍ତି ସୁଯୋଗ ଖୋଲିଛି। ଇଥାନଲ ମିଶ୍ରଣ ବୃଦ୍ଧି କୃଷକମାନଙ୍କୁ ଉପକୃତ କରିଛି ଏବଂ ଚିନି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିଛି। ପାଖାପାଖି ୯,୦୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପ୍ରତିଷ୍ଠା କିପରି ବଜାର ପ୍ରବେଶରେ ଉନ୍ନତି ଆଣିଛି ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି କରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏଥିସହିତ ହଜାର ହଜାର ଶସ୍ୟ ଭଣ୍ଡାର ଗୋଦାମ ନିର୍ମାଣ ପାଇଁ ସରକାର ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହାକି ଉଲ୍ଲେଖନୀୟ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ପ୍ରତ୍ୟେକ ନାଗରିକଙ୍କୁ ବୀମା ସୁବିଧା ପ୍ରଦାନ କରିବା ପାଇଁ ବୀମା ସଖୀ ଯୋଜନା ଆରମ୍ଭ କରିଛନ୍ତି, ଯାହା ଗ୍ରାମାଞ୍ଚଳରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଡ୍ରୋନ୍ ଦିଦି, ଲଖପତି ଦିଦି ଓ ବ୍ୟାଙ୍କ ସଖୀ ଯୋଜନା ଭଳି ପଦକ୍ଷେପ ମଧ୍ୟ କୃଷି ଓ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି କରୁଛି। ଆଜି ହଜାର ହଜାର ମହିଳାଙ୍କୁ ନିଯୁକ୍ତି ପତ୍ର ମିଳିଛି ଏବଂ ସେମାନଙ୍କ ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୬ ସପ୍ତାହର ମାତୃତ୍ୱ ଅବକାଶ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଲକ୍ଷ ଲକ୍ଷ ମହିଳାଙ୍କ ଜୀବିକାକୁ ସୁରକ୍ଷିତ ରଖିଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ, ପୂର୍ବରୁ ପୃଥକ ଶୌଚାଳୟ ଅଭାବରୁ ଅନେକ ଛାତ୍ରୀଙ୍କୁ ସ୍କୁଲ ଛାଡିବାକୁ ପଡୁଥିଲା। ସ୍ୱଚ୍ଛ ଭାରତ ଅଭିଯାନ ମହିଳାଙ୍କ ଉନ୍ନତିରେ ଥିବା ପ୍ରତିବନ୍ଧକକୁ ଦୂର କରିଛି। ସେ କହିଥିଲେ ଯେ ସୁକନ୍ୟା ସମୃଦ୍ଧି ଯୋଜନା ବାଳିକା ଶିକ୍ଷା ପାଇଁ ଆର୍ଥିକ ସହାୟତା ସୁନିଶ୍ଚିତ କରିଛି। ସେହିପରି ମହିଳାଙ୍କ ପାଇଁ ୩୦ କୋଟି ଜନଧନ ଆକାଉଣ୍ଟରେ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ପହଞ୍ଚି ପାରୁଛି। ମୁଦ୍ରା ଯୋଜନା ଜରିଆରେ ମହିଳାମାନେ ଏବେ ବିନା ବନ୍ଧକରେ ଋଣ ପାଇପାରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକାଂଶ ଘର ମହିଳାଙ୍କ ନାମରେ ଆବଣ୍ଟନ ସୁନିଶ୍ଚିତ ହୋଇଛି । ପୋଷଣ ଅଭିଯାନ, ସୁରକ୍ଷିତ ମାତୃତ୍ୱ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ଭଳି ପଦକ୍ଷେପ ମହିଳାମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଧାନସଭା ଏବଂ ଲୋକସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ସୁନିଶ୍ଚିତ କରିଛି ଯାହା ଦେଶରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ଆଗକୁ ବଢ଼ାଇବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ନିଯୁକ୍ତି ପତ୍ର ପାଉଥିବା ଯୁବକମାନେ ଏକ ନୂତନ ରୂପାନ୍ତରିତ ସରକାରୀ ବ୍ୟବସ୍ଥାରେ ଯୋଗ ଦେଉଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ସରକାରୀ କର୍ମଚାରୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ସରକାରୀ କାର୍ଯ୍ୟାଳୟଗୁଡ଼ିକର ଦକ୍ଷତା ଓ ଉତ୍ପାଦକତାରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ଶିଖିବା ଏବଂ ଆଗକୁ ବଢିବା ପାଇଁ ଆଗ୍ରହ ଯୋଗୁଁ ଏହି ଲକ୍ଷ୍ୟରେ ପହଞ୍ଚିଛନ୍ତି ଏବଂ ସାରା ଜୀବନ ଏହି ମନୋଭାବ ବଜାୟ ରଖିବା ଜରୁରୀ । ସେ ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ ସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ପାଠ୍ୟକ୍ରମର ଉପଲବ୍ଧତା ଉପରେ ଆଲୋକପାତ କରିବା ସହ ଏହି ଡିଜିଟାଲ ପ୍ରଶିକ୍ଷଣ ମଡ୍ୟୁଲକୁ ନିଜ ସୁବିଧା ଅନୁସାରେ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, ‘‘ଆଜି ପୁଣି ଥରେ ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି’’ ।

ପୃଷ୍ଠଭୂମି

ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ଏହାଦ୍ୱାରା ଦେଶ ନିର୍ମାଣ ଓ ଆତ୍ମସଶକ୍ତୀକରଣରେ ଯୁବବର୍ଗଙ୍କ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ମିଳିବ।
ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପାଇଁ ଏହି ନିଯୁକ୍ତି ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ଚୟନ ହୋଇଥିବା ନବନିଯୁକ୍ତ ପ୍ରାର୍ଥୀମାନେ ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ଯୋଗ ଦେବେ।

Categories
ଆଜିର ଖବର ଜାତୀୟ ଖବର

୫୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ସରକାରୀ ବିଭାଗ ଏବଂ ସଂଗଠନ ମାନଙ୍କରେ ନବନିଯୁକ୍ତ ଯୁବକ ଯୁବତୀମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଧନତେରାସର ପବିତ୍ର ଅବସରକୁ ଉଲ୍ଲେଖ କରିବା ସହ ଶୁଭେଚ୍ଛା ଜଣାଇ ଥିଲେ। ଚଳିତ ବର୍ଷର ଦୀପାବଳି ଏକ ସ୍ୱତନ୍ତ୍ର ଦୀପାବଳି ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦୦ ବର୍ଷ ପରେ ଭଗବାନ ଶ୍ରୀରାମ ଅଯୋଧ୍ୟାରେ ତାଙ୍କ ଭବ୍ୟ ମନ୍ଦିରରେ ସ୍ଥାପିତ ହେବା ପରେ ଏହା ହେଉଛି ପ୍ରଥମ ଦୀପାବଳି। ସେ କହିଛନ୍ତି ଯେ ଏହି ଦୀପାବଳି ପାଇଁ ଅନେକ ପିଢ଼ି ଅପେକ୍ଷା କରିଥିବା ବେଳେ ଅନେକ ଏଥିପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି କିମ୍ବା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନର ପିଢ଼ି ଏଭଳି ଉତ୍ସବର ସାକ୍ଷୀ ହେବା ଏବଂ ଅଂଶୀଦାର ହେବା ଅତ୍ୟନ୍ତ ଭାଗ୍ୟର କଥା ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଉତ୍ସବର ବାତାବରଣ ଭିତରେ ୫୧ ହଜାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି।

ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସ୍ଥାୟୀ ସରକାରୀ ଚାକିରି ଦେବା, ଯାହା କ୍ରମାଗତ ଭାବରେ ଚାଲିଛି, ତାହା ଏକ ଗୌରବାବହ କଥା ବୋଲି ପ୍ରଧାନମନ୍ତ୍ରୀ ଏହା ଉପରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏବଂ ଏନଡିଏ ସହଯୋଗୀମାନଙ୍କ ଦ୍ୱାରା ପରିଚାଳିତ ରାଜ୍ୟରେ ମଧ୍ୟ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ହରିୟାଣାରେ  ନବଗଠିତ ସରକାର ୨୬,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ସହିତ ହରିୟାଣାରେ ଉତ୍ସବର ବାତାବରଣ ରହିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ହରିୟାଣା ସରକାର ବିନା କୌଣସି ଖର୍ଚ୍ଚ ଏବଂ ବିନା କୌଣସି ସୁପାରିସରେ ଚାକିରି ଦେବା ନେଇ ଏକ ସ୍ୱତନ୍ତ୍ର ପରିଚୟ ରଖିଛନ୍ତି। ଆଜିର ରୋଜଗାର ମେଳାରେ ୫୧ ହଜାର ଚାକିରିଆଙ୍କୁ ନିଯୁକ୍ତି ପତ୍ର ଦେବା ବ୍ୟତୀତ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯିବାକୁ ଥିବା ହରିୟାଣାର ୨୬ ହଜାର ଯୁବକଯୁବତୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।

ଦେଶର ଯୁବବର୍ଗଙ୍କୁ ଅଧିକରୁ ଅଧିକ ନିଯୁକ୍ତି ମିଳିବା ଉଚିତ ବୋଲି ସରକାର ଦେଇଥିବା ପ୍ରତିଶ୍ରୁତିକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ। ନିଯୁକ୍ତି ସୃଷ୍ଟି ଉପରେ ସରକାରଙ୍କ ନୀତି ଓ ନିଷ୍ପତ୍ତିର ସିଧାସଳଖ ପ୍ରଭାବ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ୍ସପ୍ରେସ ୱେ, ରାଜପଥ, ସଡ଼କ, ରେଳ, ବନ୍ଦର, ବିମାନ ବନ୍ଦର, ଫାଇବର କେବୁଲ ବିଛାଇବା, ମୋବାଇଲ ଟାୱାର ସ୍ଥାପନ ଏବଂ ଦେଶର ସମସ୍ତ ସ୍ଥାନରେ ନୂତନ ଶିଳ୍ପର ସମ୍ପ୍ରସାରଣ ଉପରେ ଆଲୋକପାତ କରିଥିଲେ। ଜଳ ଓ ଗ୍ୟାସ ପାଇପ ଲାଇନ ବିଛାଇବା, ନୂତନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ ଭିତ୍ତିଭୂମିରେ ଖର୍ଚ୍ଚ କରି ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା କେବଳ ନାଗରିକଙ୍କ ପାଇଁ ଲାଭଦାୟକ ନୁହେଁ, ବରଂ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛି।

ଗତ କାଲି ଗୁଜରାଟର ଭଦୋଦରା ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବିମାନ ଉତ୍ପାଦନ କାରଖାନାର ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ହଜାର ହଜାର ନାଗରିକ ଏଥିରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ଏବଂ ଏମଏସଏମଇ ଶିଳ୍ପ ଗୁଡ଼ିକ ସ୍ପେୟାର ପାର୍ଟସ ଏବଂ ଅନ୍ୟାନ୍ୟ ଉପକରଣ ଉତ୍ପାଦନ ଦ୍ୱାରା ବହୁତ ଲାଭବାନ ହେବେ, ଯାହା ଯୋଗାଣ ଶୃଙ୍ଖଳାର ଏକ ବିଶାଳ ନେଟୱର୍କ ସୃଷ୍ଟି କରିବ। ଗୋଟିଏ ବିମାନରେ ୧୫,୦୦୦ ରୁ ୨୫,୦୦୦ ପାର୍ଟସ ରହିଥାଏ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ହଜାର ହଜାର କ୍ଷୁଦ୍ର କାରଖାନା ଏକ ବୃହତ୍ କାରଖାନାର ଚାହିଦା ପୂରଣ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବେ, ଯାହା ଦ୍ୱାରା ଭାରତର ଏମଏସଏମଇ ଗୁଡ଼ିକ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବି କୌଣସି ଯୋଜନାର ଶୁଭାରମ୍ଭ କରାଯାଏ, ସେତେବେଳେ କେବଳ ନାଗରିକଙ୍କୁ ମିଳୁଥିବା ଲାଭ ଉପରେ ଧ୍ୟାନ ଦିଆଯାଏ ନାହିଁ, ବରଂ ଏହାକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରି ନିଯୁକ୍ତି ସୃଷ୍ଟିର ଏକ ସମଗ୍ର ପାରିବେଶିକ ବ୍ୟବସ୍ଥାକୁ ବ୍ୟାପକ ପରିସରରେ ଚିନ୍ତା କରି ବିକଶିତ କରାଯାଏ। ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ଉଦାହରଣ ଦେଇ ସେ କହିଛନ୍ତି ଯେ ଗତ ୬ ମାସ ମଧ୍ୟରେ ପ୍ରାୟ ୨ କୋଟି ଗ୍ରାହକ ଏହି ଯୋଜନା ପାଇଁ ପଞ୍ଜୀକରଣ କରିଛନ୍ତି, ୯,୦୦୦ ରୁ ଅଧିକ ବିକ୍ରେତା ଏହି ଯୋଜନା ସହିତ ଜଡ଼ିତ ଅଛନ୍ତି, ୫ ଲକ୍ଷରୁ ଅଧିକ ଘରେ ସୌର ପ୍ୟାନେଲ ଲଗା ଯାଇଛି ଏବଂ ନିକଟ ଭବିଷ୍ୟତରେ ଏହି ଯୋଜନା ଅଧୀନରେ ୮୦୦ ସୌର ଗ୍ରାମ ସୃଷ୍ଟି କରିବାକୁ ଯୋଜନା ହୋଇଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ପାଇଁ ମଧ୍ୟ ୩୦,୦୦୦ ଲୋକଙ୍କୁ ତାଲିମ ଦିଆଯାଇଛି। ତେଣୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ବିଜୁଳି ଯୋଜନା ଭଳି ଏହି ଗୋଟିଏ ଯୋଜନା ସାରା ଦେଶରେ ଉତ୍ପାଦନକାରୀ, ଭେଣ୍ଡର, ଆସେମ୍ବଲର ଏବଂ ମରାମତିକାରୀଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ବିଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ନୀତି ଦ୍ୱାରା ଭାରତର ଖଦି ଶିଳ୍ପରେ ପରିବର୍ତ୍ତନ ଆସିଛି ଏବଂ ଗ୍ରାମର ଲୋକମାନେ ପ୍ରଭାବିତ ହୋଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଖଦି ଗ୍ରାମ ଉଦ୍ୟୋଗର ବ୍ୟବସାୟ ଆଜି ୧.୫ ଲକ୍ଷ କୋଟି ଅତିକ୍ରମ କରିଛି। ୧୦ ବର୍ଷ ପୂର୍ବର ସମୟ ସହିତ ଯଦି ତୁଳନା କରାଯାଏ, ତେବେ ଖଦି ବିକ୍ରି ୪୦୦ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାଦ୍ୱାରା କଳାକାର, ବୁଣାକାର ଏବଂ ବ୍ୟବସାୟୀମାନେ ଉପକୃତ ହେବା ସହ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲକ୍ଷପତି ଦିଦି ଯୋଜନାରେ ଗ୍ରାମୀଣ ମହିଳାଙ୍କୁ ନୂଆ ରୋଜଗାର ଓ ସ୍ୱରୋଜଗାର ସୁଯୋଗ ଯୋଗାଇ ଦିଆ ଯାଉଥିବା ନେଇ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। “ଗତ ଦଶନ୍ଧି ମଧ୍ୟରେ ୧୦ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଛନ୍ତି’, ସେ ଆହୁରି ମଧ୍ୟ କହିଥିଲେ ଯେ ୧୦ କୋଟି ମହିଳା ବର୍ତ୍ତମାନ ଅର୍ଥନୈତିକ କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି। ପ୍ରତ୍ୟେକ ପଦକ୍ଷେପରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ସହାୟତାକୁ ସେ ଶ୍ରେୟ ଦେବା ସହ ୩ କୋଟି ଲକ୍ଷପତି ସୃଷ୍ଟି ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଦୋହରାଇ ଥିଲେ। ବର୍ତ୍ତମାନ ସୁଦ୍ଧା ୧.୨୫ କୋଟିରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇ ସାରିଲେଣି ଏବଂ ସେମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ ଅଧିକ ରହିଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି। ଦେଶର ପ୍ରଗତି ବିଷୟରେ ଆଲୋକପାତ କରି ସେ ଭାରତର ଯୁବ ବର୍ଗଙ୍କ ଅନୁସନ୍ଧାନକୁ ଉଲ୍ଲେଖ କରିଥିଲେ, ଯେଉଁମାନେ ପ୍ରାୟତଃ ପଚାରନ୍ତି ଯେ ଦେଶ ପୂର୍ବରୁ କାହିଁକି ଏହି ଗତି ହାସଲ କରି ପାରିଲା ନାହିଁ। ଏହାର ଉତ୍ତର ଆକାରରେ ପୂର୍ବ ସରକାର ମାନଙ୍କର ସ୍ପଷ୍ଟ ନୀତି ଏବଂ ଉଦ୍ଦେଶ୍ୟର ଅଭାବ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ ଭାରତ ଅନେକ କ୍ଷେତ୍ର, ବିଶେଷ କରି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପଛରେ ରହିଛି। ସେ ସ୍ମରଣ କରିଥିଲେ ଯେ ଭାରତ ସାରା ବିଶ୍ୱରୁ ନୂତନ ଜ୍ଞାନ କୌଶଳକୁ ଅପେକ୍ଷା କରୁଥିଲା ଏବଂ ପାଶ୍ଚାତ୍ୟରେ ଯାହା ପୁରୁଣା ବୋଲି ବିବେଚନା କରା ଯାଉଥିଲା, ତାହା ଶେଷରେ ଆମ ଦେଶ ପାଖରେ ପହଞ୍ଚୁ ଥିଲା। ଭାରତରେ ଆଧୁନିକ ଜ୍ଞାନ କୌଶଳର ବିକାଶ ହୋଇ ପାରିବ ନାହିଁ ବୋଲି ଦୀର୍ଘ ଦିନର ବିଶ୍ୱାସ କେବଳ ଭାରତକୁ ଅଭିବୃଦ୍ଧି ଦୃଷ୍ଟିରୁ ପଛକୁ ଠେଲି ଦେଇନାହିଁ, ବରଂ ଦେଶକୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗରୁ ମଧ୍ୟ ବଂଚିତ କରିଛି ବୋଲି ସେ ଦର୍ଶାଇ ଥିଲେ।

ଦେଶକୁ ଏହି ପୁରୁଣା ଚିନ୍ତାଧାରାରୁ ମୁକ୍ତ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେଇ ମହାକାଶ, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକ୍ ଯାନ ଭଳି କ୍ଷେତ୍ରରେ ଏହି ପୁରୁଣା ମାନସିକତାରୁ ମୁକ୍ତି ପାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ବୈଷୟିକ ଉନ୍ନତି ଏବଂ ପୁଞ୍ଜିନିବେଶର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତକୁ ନୂତନ ଜ୍ଞାନ କୌଶଳ ଏବଂ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆଣିବା ପାଇଁ ପିଏଲଆଇ ଯୋଜନା ଆରମ୍ଭ କରାଯାଇଛି, ଯାହା ମେକ୍ ଇନ୍ ଇଣ୍ଡିଆ ପଦ​‌କ୍ଷେପ ସହିତ ନିଯୁକ୍ତି ସୃଷ୍ଟି  କରୁଛି।

ସେ ଉଲ୍ଲେଖ କରିଥିଲେ ଯେ ପ୍ରତ୍ୟେକ କ୍ଷେତ୍ର ଏବେ ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରିବାକୁ ପ୍ରୋତ୍ସାହନ ପାଉଛି। “ଆଜି ଭାରତରେ ବିପୁଳ ପୁଞ୍ଜିନିବେଶ ହେଉଛି ଏବଂ ରେକର୍ଡ ସୁଯୋଗ ସୃଷ୍ଟି ହେଉଛି”, ସେ କହିଥିଲେ ଯେ ଗତ ଆଠ ବର୍ଷ ମଧ୍ୟରେ ୧.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଆରମ୍ଭ କରାଯାଇଛି, ଯାହା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କ୍ଷେତ୍ରଗୁଡ଼ିକ ଆମର ଯୁବବର୍ଗଙ୍କୁ ଅଭିବୃଦ୍ଧି ଏବଂ ରୋଜଗାର ହାସଲ କରିବାର ସୁଯୋଗ ଦେଉଛି।

ଭାରତର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ସରକାର ଆଜି ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ତେଣୁ ସରକାର ସ୍କିଲ୍ ଇଣ୍ଡିଆ ଭଳି ମିଶନ ଆରମ୍ଭ କରିଛନ୍ତି ଏବଂ ଅନେକ ଦକ୍ଷତା ବିକାଶ କେନ୍ଦ୍ରରେ ଯୁବକମାନଙ୍କୁ ତାଲିମ ଦିଆଯାଉଛି ବୋଲି ସେ କହିଛନ୍ତି। ଭାରତର ଯୁବପିଢ଼ିଙ୍କୁ ଯେପରି ଅଭିଜ୍ଞତା ଓ ସୁଯୋଗ ପାଇଁ ଭ୍ରମଣ କରିବାକୁ ପଡ଼ିବ ନାହିଁ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାର ଉଦାହରଣ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ଶ୍ରେଷ୍ଠ ୫୦୦ କମ୍ପାନୀରେ ପେଡ୍ ଇଣ୍ଟର୍ଣ୍ଣସିପ୍ ପାଇଁ ବ୍ୟବସ୍ଥା କରାଯାଇଛି, ଯେଉଁଠାରେ ପ୍ରତ୍ୟେକ ଇଣ୍ଟର୍ଣ୍ଣଙ୍କୁ ଏକ ବର୍ଷ ପାଇଁ ମାସିକ ୫,୦୦୦ ଟଙ୍କା ହିସାବରେ ଦିଆଯିବ। ଆଗାମୀ ୫ ବର୍ଷ ମଧ୍ୟରେ ୧ କୋଟି ଯୁବକଯୁବତୀଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦେବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଯୁବପିଢ଼ି ବିଭିନ୍ନ କ୍ଷେତ୍ରରେ ବାସ୍ତବ ଜୀବନର ବ୍ୟବସାୟିକ ବାତାବରଣ ସହ ଯୋଡ଼ି ହେବାର ସୁଯୋଗ ପାଇବେ ଏବଂ ସେମାନଙ୍କ କ୍ୟାରିୟରରେ ଏକ ଲାଭଦାୟକ ଅନୁଭୂତି ଯୋଡ଼ିପାରିବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଯୁବକମାନଙ୍କୁ ବିଦେଶରେ ଚାକିରି ମିଳିବା ସହଜ କରିବା ପାଇଁ ଭାରତ ସରକାର ନୂତନ ସୁଯୋଗ ସୃଷ୍ଟି କରୁଛନ୍ତି । ନିକଟରେ ପ୍ରକାଶିତ ଜର୍ମାନୀର ଭାରତ କୁଶଳୀ ଶ୍ରମ ରଣନୀତିକୁ ଉଦାହରଣ ଦେଇ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଜର୍ମାନୀ ପ୍ରତିବର୍ଷ କୁଶଳୀ ଭାରତୀୟ ଯୁବକମାନଙ୍କୁ ଦିଆଯାଉଥିବା ଭିସା ସଂଖ୍ୟା ୨୦ ହଜାରରୁ ୯୦ ହଜାରକୁ ବୃଦ୍ଧି କରିଛି। ଏହାଦ୍ୱାରା ଭାରତର ଯୁବବର୍ଗ ବହୁତ ଉପକୃତ ହେବେ ବୋଲି ସେ କହିଛନ୍ତି।

ଶ୍ରୀ ମୋଦୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ ଉପସାଗରୀୟ ଦେଶ ବ୍ୟତୀତ ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ମରିସସ୍, ଇସ୍ରାଏଲ, ବ୍ରିଟେନ୍ ଏବଂ ଇଟାଲୀ ଭଳି ଦେଶ ସମେତ ୨୧ଟି ଦେଶ ସହିତ ପ୍ରବାସ ଏବଂ ନିଯୁକ୍ତି ସମ୍ବନ୍ଧୀୟ ଚୁକ୍ତି ସ୍ୱାକ୍ଷର କରିଛି। ପ୍ରତି ବର୍ଷ ୩ ହଜାର ଭାରତୀୟ ବ୍ରିଟେନରେ କାମ କରିବା ଲାଗି ଓ ଅଧ୍ୟୟନ କରିବା ପାଇଁ ୨ ବର୍ଷର ଭିସା ପାଇପାରିବେ ଏବଂ ୩ ହଜାର ଭାରତୀୟ ଛାତ୍ରଛାତ୍ରୀ ଅଷ୍ଟ୍ରେଲିଆରେ ଅଧ୍ୟୟନ କରିବାର ସୁଯୋଗ ପାଇବେ। “ଭାରତର ପ୍ରତିଭା କେବଳ ଭାରତର ପ୍ରଗତିକୁ ନୁହେଁ ବରଂ ବିଶ୍ୱର ପ୍ରଗତିକୁ ମଧ୍ୟ ଦିଗ ଦେବ”, ବୋଲି ଶ୍ରୀ ମୋଦୀ କହିଥିଲେ। ଭାରତ ସେହି ଦିଗରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି।

ଆଜିର ସରକାରଙ୍କ ଭୂମିକା ହେଉଛି ଏକ ଆଧୁନିକ ବ୍ୟବସ୍ଥା ସୃଷ୍ଟି କରିବା, ଯେଉଁଠାରେ ପ୍ରତ୍ୟେକ ଯୁବକଯୁବତୀଙ୍କୁ ସୁଯୋଗ ମିଳିବ ଏବଂ ସେମାନେ ସେମାନଙ୍କ ଆକାଂକ୍ଷା ପୂରଣ କରିପାରିବେ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ତେଣୁ ବିଭିନ୍ନ ପଦବୀରେ ନବନିଯୁକ୍ତ ଯୁବକ ଓ ଯୁବତୀଙ୍କୁ ଭାରତର ଯୁବକ ଓ ନାଗରିକଙ୍କୁ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବା ସେମାନଙ୍କର ଲକ୍ଷ୍ୟ ହେବା ଦରକାର ବୋଲି ସେ ଅନୁରୋଧ କରିଛନ୍ତି।

ସରକାରୀ ଚାକିରି ସୁରକ୍ଷିତ କରିବାରେ ଟିକସଦାତା ଏବଂ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସରକାର ନାଗରିକମାନଙ୍କ ପାଇଁ ଅଛନ୍ତି ଏବଂ ସେମାନଙ୍କ ସେବା କରିବା ପାଇଁ ନିଯୁକ୍ତ ହୋଇଛନ୍ତି । ପୋଷ୍ଟମ୍ୟାନ୍ ହୁଅନ୍ତୁ ବା ପ୍ରଫେସର ପଦରେ ରହି ଦେଶର ସେବା କରିବା ପ୍ରାଥମିକ କର୍ତ୍ତବ୍ୟ ବୋଲି ସେ ଦୋହରାଇଥିଲେ। ଦେଶର ବିକାଶ ପାଇଁ ସଂକଳ୍ପ ନେଇଥିବା ବେଳେ ନୂଆ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ସରକାରରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ତେଣୁ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତ ହେବା ସହ ସମ୍ପୂର୍ଣ୍ଣ ଯୋଗଦାନ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ନୂତନ ନିଯୁକ୍ତି ପାଇଥିବା ଖେଳାଳିମାନଙ୍କୁ କେବଳ ଭଲ ପ୍ରଦର୍ଶନ କରିବାକୁ ନୁହେଁ ବରଂ ଉତ୍କର୍ଷତା ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ। “ଆମ ଦେଶର ସରକାରୀ କର୍ମଚାରୀମାନେ ବିଶ୍ୱବ୍ୟାପୀ ସ୍ୱୀକୃତିପ୍ରାପ୍ତ ଏକ ଉଦାହରଣ ସୃଷ୍ଟି କରିବା ଉଚିତ”, ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ସେମାନଙ୍କ ଠାରୁ ଦେଶର ଅଧିକ ଆଶା ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏହି ଆଶା ପୂରଣ ହେବା ଜରୁରୀ ବୋଲି କହିଥିଲେ ।

ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନେ ସେମାନଙ୍କ ପଦବୀ ନେଇ ଯେଉଁ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ ସେମାନଙ୍କୁ ସର୍ବଦା ନମ୍ର ରହିବାକୁ ଏବଂ ସେମାନଙ୍କ ଯାତ୍ରା ସମୟରେ ଶିଖିବାର ଅଭ୍ୟାସ ବଜାୟ ରଖିବାକୁ ଅନୁରୋଧ କରିଥିଲେ। ସେ ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ ସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ପାଠ୍ୟକ୍ରମର ଉପଲବ୍ଧତା ଉପରେ ଆଲୋକପାତ କରିବା ସହ ଏହି ଡିଜିଟାଲ ପ୍ରଶିକ୍ଷଣ ମଡ୍ୟୁଲକୁ ନିଜ ସୁବିଧା ଅନୁସାରେ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, “ଆଜି ପୁଣି ଥରେ ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।

ପୃଷ୍ଠଭୂମି

ଦେଶର ୪୦ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଉଛି, ଯେଉଁଥିରେ ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭଳି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନୂତନ ନିଯୁକ୍ତ କର୍ମଚାରୀ କେନ୍ଦ୍ର ସରକାରରେ ଯୋଗ ଦେଉଛନ୍ତି।

ନବନିଯୁକ୍ତ କର୍ମଚାରୀମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ମାଧ୍ୟମରେ ମୌଳିକ ପ୍ରଶିକ୍ଷଣ ନେବାର ସୁଯୋଗ ପାଇବେ। ୧୪୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ ଅଛି ଯାହା ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ସେମାନଙ୍କ ଭୂମିକାରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବା ଏବଂ ଏକ ବିକଶିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକ ଦକ୍ଷତା ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ଆଜି ରୋଜଗାର ମେଳା ଅଧିନରେ ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୦:୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ। ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ସମ୍ବୋଧିତ କରିବେ।

ରୋଜଗାର ମେଳା ରୋଜଗାର ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପୀଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବା ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କୁ ସଶକ୍ତ କରିବ।

ସମଗ୍ର ଦେଶରେ ୪୦ଟି ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯିବ, ଯେଉଁଥିରେ ନୂଆ କର୍ମଚାରୀ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ, ଯେପରିକି ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ମନ୍ତ୍ରଣାଳୟ, ରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ସହ ସାମିଲ ହେବେ।

ନବ ନିଯୁକ୍ତମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ମାଧ୍ୟମରେ ଭିତ୍ତିଭୂମି ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ। କର୍ମଯୋଗୀ ପୋର୍ଟାଲ୍‌ରେ ୧୪୦୦ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ଉପଲବ୍ଧ ଯାହାକି ନୂଆ ନିଯୁକ୍ତମାନଙ୍କୁ ସେମାନଙ୍କ ଭୂମିକା ଅଧିକ ପ୍ରଭାବଶାଳୀ କରିବା ଏବଂ ବିକଶିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକ କୌଶଳ ସହିତ ଅଧିକ ଦକ୍ଷ କରିବ।

Categories
ବିଶେଷ ଖବର ରାଜ୍ୟ ଖବର

୭ଟି ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ନିଯୁକ୍ତି ମେଳା ମାଧ୍ୟମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ପାଇଁ ପ୍ରଥମ କର୍ମନିଯୁକ୍ତିର ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଆନନ୍ଦଦାୟକ ହୋଇଥାଏ। ଆଜି ଆପଣମାନେ ଲୋକଙ୍କ ସେବାରେ ନିଯୁକ୍ତ ହେଉଛନ୍ତି। ଏହି ସେବା କେବଳ ଏକ କର୍ମନିଯୁକ୍ତି ନୁହେଁ, ଏହା ଆପଣମାନଙ୍କ ପାଇଁ ଏକ ଗୁରୁଦାୟିତ୍ୱ। ଗଣତନ୍ତ୍ରରେ ସରକାର ହେଉଛନ୍ତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଜନସାଧାରଣଙ୍କ ସମସ୍ୟା ଓ ତା’ର ସମାଧାନ, ସରକାର ଓ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ। ସରକାରଙ୍କ ଜନହିତକାରୀ ଯୋଜନାର ସୁଫଳ କିଭଳି ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚି ପାରିବ, ଏହାକୁ ନିଶ୍ଚିତ କରିବା ସରକାରୀ କର୍ମଚାରୀଙ୍କ ଦାୟିତ୍ୱ। ସରକାର ଯୋଜନା ଓ କାର୍ଯ୍ୟକ୍ରମ ତିଆରି କରିବେ। କିନ୍ତୁ ସେ ସବୁକୁ ପରିଚାଳନା ଓ କାର୍ଯ୍ୟକାରୀ କରିବା ଆପଣମାନଙ୍କ ଦାୟିତ୍ୱ। ଆପଣମାନଙ୍କ ନିଷ୍ଠା ଓ କର୍ମପ୍ରବଣତା ଯଦି ଜନ ସାଧାରଣଙ୍କ ମୁହଁରେ ହସ ଫୁଟାଇ ପାରିଲା, ତେବେ ତାହା ହିଁ ହେବ ଆପଣଙ୍କ ନିଯୁକ୍ତିର ଯଥାର୍ଥତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ପୂର୍ବ ସରକାର, ସରକାରୀ ଚାକିରୀରେ ପଦବୀ ପୂରଣ ଓ ଆତ୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଥିଲେ। ଆମ ନୂଆ ସରକାର ନିଷ୍ପତ୍ତି ନେଇଛନ୍ତି ଆଗାମୀ ୫ ବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ। ଆଜି ଏହାର ମୂଳଦୁଆ ପଡିଲା। ଏଣିକି ସବୁ ଚୟନ ପଦ୍ଧତି ମେରିଟ୍ ଆଧାରରେ ହେବ। ଏଥି ସହିତ ଶିଳ୍ପ କ୍ଷେତ୍ରରେ ୩.୫୦ ଲକ୍ଷ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ପଦକ୍ଷେପ ନେଉଛୁ ବୋଲି ସେ କହିଥିଲେ।

ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ କର୍ମ କ୍ଷେତ୍ରରେ କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତିତା, ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେବା ସହିତ ଲୋକଙ୍କ ଅଭିଯୋଗ ଶୁଣାଣୀକୁ ପ୍ରାଥମିକତା ଦେଇ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ, ଆଜି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ୮୨ ଜଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୩୯ ଜଣ, ଉଚ୍ଚଶିକ୍ଷା ବିଭାଗର ୨୪ ଜଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨୩୧ ଜଣ, ସୂଚନା ଓ ଲୋକସଂପର୍କ ବିଭାଗର ୫ ଜଣ, ଯୋଜନା ଓ ସଂଯୋଜନ ବିଭାଗର ୬୧ ଜଣ ଏବଂ ଅନୁସୂଚିତ ଜନଜାତି ଓ ଜାତି ବିଭାଗର ୩୪ ଜଣ – ଏହିପରି ସର୍ବମୋଟ ୪୭୬ ଜଣ ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ତନ୍ମଧ୍ୟରେ ଗ୍ରୁପ-ଏ ବର୍ଗର ୯୮ ଜଣ ଅଧିକାରୀ, ଗ୍ରୁପ-ବି ବର୍ଗର ୧୩୦ ଜଣ ଅଧିକାରୀ ଏବଂ ଗ୍ରୁପ-ସି ବର୍ଗର ୨୪୮ ଜଣ କର୍ମଚାରୀ ଅଛନ୍ତି।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରୋଜଗାର ମେଳା ଅଧୀନରେ ୫୧ ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୬୦ ରୁ ଅଧିକ ନବନିଯୁକ୍ତଙ୍କୁ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ବିଶ୍ୱେଶ୍ୱର ଟୁଡୁ କଟକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୧୦ ରୁ ଅଧିକ  ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ଏବଂ ସେହିଭଳି ବିଶାଖାପାଟନମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୮୦ ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। 

ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ କର୍ମଚାରୀମାନେ ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଡାକ ସହାୟକ, ଇନକମ୍ ଟାକ୍ସ ଇନସପେକ୍ଟର ପରି ବିଭିନ୍ନ ପଦ / ପଦବୀରେ ଯୋଗଦେବେ। ଏହା ସହି ତରହିଛି ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ସିନିୟର ଡ୍ରଟସମ୍ୟାନ୍, ଜେଇ/ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ୍, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଓ ଆହୁରି ଅନେକ।

ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ, ଯାହା ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ଅଟେ।

Categories
ଆଜିର ଖବର ଜାତୀୟ ଖବର

ଆଜି ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବେ ।

ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ସୀମା ସୁରକ୍ଷା ବଳ (ବିଏସଏଫ), ଶସସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛି । ସାରା ଦେଶରୁ ମନୋନୀତ ହୋଇଥିବା ନୂତନ ନିଯୁକ୍ତ କର୍ମଚାରୀ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ- ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ ।

ଆଭ୍ୟନ୍ତରୀଣ ନିରାପତ୍ତା, ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା, ବାମପନ୍ଥୀ ଉଗ୍ରବାଦ ବିରୋଧୀ ଏବଂ ଦେଶର ସୀମା ସୁରକ୍ଷା ଭଳି ବହୁମୁଖୀ ଭୂମିକା ନିର୍ବାହ କରିବାରେ ସିଏପିଏଫ୍ ଏବଂ ଦିଲ୍ଲୀ ପୁଲିସର ସୁଦୃଢ଼ୀକରଣ ଏହି ବାହିନୀକୁ ଅଧିକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବାରେ ସହାୟକ ହେବ ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କ ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମୋଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ସ୍ଥାନରେ, ଯେକୌଣସି ଡିଭାଇସ୍‌\’ ଶିକ୍ଷଣ ଫର୍ମାଟରେ ୬୭୩ରୁ ଅଧିକ ଇ – ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ସ୍ୱାଧୀନତା ସଂଗ୍ରାମ ସମୟର ଯୁବବର୍ଗଙ୍କ ଭଳି ସୈନିକ ଭାବରେ କାମ କରନ୍ତୁ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବିତରଣ କରିବା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରୋଜଗାର ମେଳାର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୮ ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ନିଯୁକ୍ତି ପାଇ ନୂତନ ଜନ ସେବକ ହେବା ପାଇଁ ପ୍ରସ୍ତୁତ ଯୁବବର୍ଗଙ୍କୁ ସେ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ବିକଶିତ କରିବା ପାଇଁ ଆହ୍ୱାନ କରିଛନ୍ତି। ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତି ହୋଇଥିବା ଯୁବକ ଯୁବତୀମାନେ ଅମୃତ କାଳରେ ସୈନିକ ଭାବରେ କାମ କରନ୍ତୁ। ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ସେ ସମୟରେ ଯୁବପିଢିଙ୍କ ଉପରେ ଯେତେ ଦାୟିତ୍ୱ ଥିଲା, ତା’ ଠାରୁ ଅଧିକ ଦାୟିତ୍ୱ ଆଜିର ନବନିଯୁକ୍ତ ଯୁବପିଢିଙ୍କ କାନ୍ଧରେ ନ୍ୟସ୍ତ ରହିଛି। ଯେତେବେଳେ ଆମେ ନିଜର ଦାୟିତ୍ୱ ନେବା ସେତେବେଳେ ତା’ର ଗୁରୁତ୍ୱ ଓ ଭୂମିକା ବୁଝିପାରିବା। କେବଳ ଚାକିରି କରିବା ମନବୃତ୍ତିରେ ନ ରହି ଯୁବପିଢିମାନେ ଉଦ୍ୟମୀ ହୁଅନ୍ତୁ। ସମାଜରେ ଓ୍ୱଲେଥ୍ କ୍ରିଏସନ କରିବା ପାଇଁ ହେବ। ଏଥିପାଇଁ ମହତ୍ୱକାଂକ୍ଷା ବଡ ହେଉ, ମହତ ଉଦ୍ଦେଶ୍ୟରେ ହେଉ। ସମାଜରେ ସମ୍ପନ୍ନ ଆଣିବା ପାଇଁ ଆମକୁ କାଟାଲିଷ୍ଟ ହେବାକୁ ପଡିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଦୂରଦୃଷ୍ଟି କାରଣରୁ ଆଜି ଦେଶରେ ଯୁବପିଢିଙ୍କ ରୋଜଗାର, ସ୍ୱରୋଜଗାର ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ନୂଆ ପରିଭାଷା ତିଆରି ହୋଇଛି। ପ୍ରଥମେ ସ୍ୱଦେଶୀ ୫ଜି ପରେ ଏବେ ଆଇଆଇଟି ମାଡ୍ରାସ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ ‘BharOS’ ପ୍ରସ୍ତୁତ କରିଛି। ଏହା ହେଉଛି ଆମ ଯୁବକ ମାନଙ୍କର ନବସୃଜନର ପରାକାଷ୍ଠା। ଆଗାମୀ ଦିନରେ ବିଶ୍ୱ ବଜାରରେ ଆମର ଉତ୍ପାଦକୁ ବିକ୍ରି କରିବାର ଦିନ ଆଉ ବେଶୀ ଦୂର ନୁହେଁ। ଆଜି ଭାରତ ସରକାର ପିଏଲଆଇ ମାଧ୍ୟମରେ ଯୁବପିଢିଙ୍କ ରୋଜଗାର ଓ ସ୍ୱରୋଜଗାର କ୍ଷେତ୍ରକୁ ସଶକ୍ତ କରୁଛନ୍ତି। ଏକବିଂଶ ଶତାବ୍ଦୀକୁ ଦୃଷ୍ଟିରେ ରଖି ଢାଞ୍ଚା ତିଆରି ହେଉଛି। ଓଡ଼ିଶାର କୃଷି ଉତ୍ପାଦ ବିଶ୍ୱ ବଜାରରେ ପହଞ୍ଚାଇବାର ଯୋଜନା ହେଉଛି। ଓଡ଼ିଶା ଭଳି ରାଜ୍ୟରେ ବିମାନସେବା ଭିତ୍ତିଭୂମିକୁ ମଜବୁତ୍ କରାଯାଇଛି। ଭୁବନେଶ୍ୱର ଉପକଣ୍ଠରେ ପ୍ରାୟ ୧୦୦ କିମିରୁ ଉର୍ଦ୍ଧ୍ୱ ୮ ରୁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡ୍ ତିଆରି କରାଯାଉଛି। ଓଡ଼ିଆ ଯୁବକଙ୍କର ବୌଦ୍ଧିକ କ୍ଷମତା କାରଣରୁ ବୈଶ୍ୱିକ କମ୍ପାନୀ ଗୁଡିକ ଓଡ଼ିଶା ମୁହାଁ ହେଉଛନ୍ତି।

ବିକଶିତ ରାଷ୍ଟ୍ରର ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ଅନେକ ପ୍ରତିକୂଳ ସ୍ଥିତିରେ ଥାଇ ସତ୍ତ୍ୱେ ଭାରତର ଅଭିବୃଦ୍ଧି ୬ ରୁ ୭ ପ୍ରତିଶତରେ  ପହଞ୍ଚିଛି। ଟିକସରେ ଅଭିବୃଦ୍ଧି ପରିଲିକ୍ଷିତ ହୋଇଛି। ଭାରତର ଲୋକମାନେ ଟ୍ୟାକ୍ସ ଦେବା ପାଇଁ ଉତ୍ସାହିତ ଅଛନ୍ତି। ଭାରତ ଯୁବଶକ୍ତିଙ୍କ କାନ୍ଧରେ ଭରସା ରଖି ଅଗ୍ରସର ହେଉଛି। ପୂର୍ବରୁ ଆମେ କଲ୍ ସେଣ୍ଟରର କଳ୍ପନାକୁ ବୁଝିପାରୁଥିଲେ। ମାତ୍ର ଏବେ ଭାରତରେ ରହି ଆମ ଯୁବକ ମାନେ ଇଣ୍ଟରନେଟ୍ ମାଧ୍ୟମରେ ଆମେରିକାରେ ହୋଟେଲ ଶିଳ୍ପର କାମ କରିପାରିବାର ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ଚଳିତବର୍ଷ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ନିଷ୍ପତି ନେଇଛନ୍ତି। ଆଜି ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୧ ହଜାର ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ରୋଜଗାର ମେଳା ମାଧ୍ୟମରେ ରେଳ ବିଭାଗ ସହ ଆସାମ ରିଫାଇଲ୍ସ, ଇନକମ ଟ୍ୟାକ୍ସ, ଷ୍ଟାଟିଟିକ୍ସ, ଆଇଆଇଟି ଭୁବନେଶ୍ୱର, ଇପିଏଫଓ, ଭାରତୀୟ ଡାକ, ନାଲକୋ, ଇଏସଆଇସି,ବିଏସଏଫ, ସେଲ୍, ଏସଏଲବିସି, ଏବଂ ଜିଏସଟି ଓ ଇନଡାରେକ୍ଟ ଟାକ୍ସ ବିଭାଗରେ ୧୨୮ ଜଣ ନିଯୁକ୍ତି ପାଇଛନ୍ତି। ଏହି ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ସର୍ଵଭାରତୀୟ ସ୍ତରରେ ପ୍ରଥମ “ରୋଜଗାର ମେଳା”: ପ୍ରାୟ ୭୫ ହଜାର ଯୁବ ବର୍ଗଙ୍କୁ ମିଳିବ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ ” ଆଜାଦି କା ଅମୃତ ମହୋତ୍ସବ ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ “ରୋଜଗାର ମିଶନ” ସର୍ଵ ଭାରତୀୟ ସ୍ତରରେ ପ୍ରାରମ୍ଭ ହେଵାକୁ ଯାଉଛି। ଏହି ମିଶନ ଯୋଗୁଁ ଦେଶରେ ପ୍ରାୟ ଦଶ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି, ଯାହା ପର୍ଯ୍ୟାୟ କ୍ରମେ ଏହି ମିଶନ ମାଧ୍ୟମରେ ପୂରଣ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଛନ୍ତି। ଏହି ମିଶନକୁ ଲୋକାଭିମୁଖୀ କରିବା ପାଇଁ  ଆଜି ପ୍ରଥମ “ରୋଜଗାର ମେଳା” ସର୍ଵଭାରତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଯାଉଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ମିଶନର ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ପ୍ରାୟ ୭୫ ହଜାର ଯୁବ ବର୍ଗଙ୍କୁ  ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

ସ୍ୱାଧୀନତାର ଏହି ଅମୃତ କାଳରେ ଆମ ରାଜ୍ୟରେ ମଧ୍ୟ ଓଡ଼ିଶା ଡାକ ପରିମଣ୍ତଳ ସଂଯୋଜନାରେ ‘ରାଜ୍ୟସ୍ତରୀୟ ରୋଜଗାର ମେଳା’ ଭୂବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ କୁଞ୍ଜ ସନ୍ନିକଟ ରେଳ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଡାକ ବିଭାଗ ସମେତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଓ ବିଭାଗ ଯଥା ଆଇ.ଆଇ.ଟି. ଭୁବନେଶ୍ବର, କେନ୍ଦ୍ରୀୟ ସୁରକ୍ଷା ବଳ, ଆୟକର ବିଭାଗ, କେନ୍ଦ୍ରୀୟ ଅବକାରୀ ବିଭାଗ, ଏସ.ଏଲ.ବି.ସି. , ଇ.ଏସ.ଆଇ., କେନ୍ଦ୍ରୀୟ ଭୂତଳ ଜଳ ବିଭାଗ, ସୀମା ସୁରକ୍ଷା ବଳ, ଭାରତୀୟ ରେଳବାଇ ଆଦି ବିଭାଗ ସାମିଲ ହୋଇଛନ୍ତି।

ଏହି ରୋଜଗାର ମେଳାରେ ମାନ୍ୟବର କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୂବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଏବଂ ଅନ୍ୟ ଅତିଥି ବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସ୍ତରୀୟ ଏହି ଉତ୍ସବରେ ବିଭିନ୍ନ ବିଭାଗର ପ୍ରାୟ ଦୁଇ ଶହ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯିବ।