Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନିରବ ମୋଦୀଙ୍କୁ ଭାରତ ଆଣିବାର ରାସ୍ତା ସଫା, ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନରେ ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ: ବ୍ରିଟେନର ପ୍ରତ୍ୟର୍ପଣ ବିରୋଧରେ ଭାରତର ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଶେଷ ଆବେଦନ ଆଜି ଖାରଜ ହୋଇଯାଇଛି। ଏହା ସହ ନିରବ ମୋଦୀଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା କରାଯାଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରେ ହୋଇଥିବା ଏକ ବଡ଼ ଧରଣର ଜାଲିଆତି ଘଟଣାରେ ସମ୍ପୃକ୍ତ ହେବା ପରେ ୨୦୧୮ରେ ନିରବ ମୋଦୀ ଭାରତ ଛାଡି ପଳାଇଥିଲେ।

ଜାଲିଆତି ଏବଂ ଅର୍ଥ ହେରଫେର ଅଭିଯୋଗରେ ନିରବ ମୋଦୀଙ୍କୁ ବ୍ରିଟେନର ସୁପ୍ରିମକୋର୍ଟରେ ତାଙ୍କ ପ୍ରତ୍ୟର୍ପଣ ଆଦେଶ ବିରୋଧରେ ଆବେଦନ କରିବାକୁ ଲଣ୍ଡନ ହାଇକୋର୍ଟଙ୍କ ଅନୁମତି ଦେଇନାହାନ୍ତି। ଯଦି ତାଙ୍କୁ ପ୍ରତ୍ୟର୍ପଣ କରାଯାଏ, ତେବେ ଆତ୍ମହତ୍ୟା କରିବାର ଆଶଙ୍କା ରହିଛି ବୋଲି ଅଭିଯୁକ୍ତ ଯୁକ୍ତି ବାଢିଛନ୍ତି। ତେବେ ନିରବ ମୋଦୀଙ୍କ ଆବେଦନ ହାଇକୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇଛି।