Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନୀ ଚିହ୍ନ ‘ପଦ୍ମ’ କୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ: ଜାଣନ୍ତୁ କ’ଣ କହିଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଧାର୍ମିକ ଚିହ୍ନ ଏବଂ ଧାର୍ମିକ ନାମ ବ୍ୟବହାର କରି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ସେମାନଙ୍କର ସ୍ୱୀକୃତି ବାତିଲ କରିବା ଉପରେ ଏକ ଆବେଦନ କରାଯାଇଥିଲା। ଆଜି ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲା। ଏହି ମାମଲା ସହ ଜଡିତ ବିଚାରାଧୀନ ଆବେଦନ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ହାଇକୋର୍ଟରେ ସୂଚନା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଆଡଭୋକେଟ୍ ଦୂଷ୍ୟନ୍ତ ଦେଭ୍ କୋର୍ଟଙ୍କୁ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରତୀକ ଏକ ପଦ୍ମ ଫୁଲ, ଯାହା ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମର ପ୍ରତୀକ ଅଟେ। ଏହା ବ୍ୟତୀତ ସେ ଶିବସେନା, ଶିରୋମଣି ଅକାଳୀ ଦଳ, ହିନ୍ଦୁ ସେନା, ହିନ୍ଦୁ ମହାସଭା, ଖ୍ରୀଷ୍ଟିଆନ ଡେମୋକ୍ରାଟିକ୍ ଫ୍ରଣ୍ଟ, ଇସଲାମ ପାର୍ଟି ହିନ୍ଦ ଇତ୍ୟାଦି ୨୬ ଟି ଦଳକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏହି ଆବେଦନ ଶୁଣାଣି ଯୋଗ୍ୟ ଉପରେ ଏଆଇଏମ୍ଆଇଏମ୍ ପକ୍ଷରୁ ବରିଷ୍ଠ ଓକିଲ କେ.କେ ଭେନୁଗୋପାଲ ପ୍ରଶ୍ନ ଉଠାଇଥିଲେ ଏବଂ ଆବେଦନକୁ ଖାରଜ କରିବାକୁ ଦାବି କରିଥିଲେ। କେ.କେ ଭେନୁଗୋପାଲ କହିଛନ୍ତି ଯେ, ଏଥିରେ କୌଣସି ମୌଳିକ ଅଧିକାର ଉଲ୍ଲଂଘନ କରାଯାଉନାହିଁ। ଆବେଦନକାରୀଙ୍କ ଓକିଲ ଗୌରବ ଭାଟିଆ କହିଛନ୍ତି ଯେ, ଦେଶରେ ଦୁଇ ପ୍ରକାରର ରାଜନୈତିକ ଦଳ, ଜାତୀୟ ତଥା ରାଜ୍ୟ ସ୍ତରୀୟ ଦଳ ଅଛନ୍ତି। ନିର୍ବାଚନ ଆୟୋଗ ତାଙ୍କ ଆଫିଡେଭିଟରେ କହିଛନ୍ତି ଯେ, ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ସମାଧାନ କରାଯାଇଛି।

ଏହାପୂର୍ବରୁ ଅସଦୁଦ୍ଦିନ ଓୱାଇସିଙ୍କ ନେତୃତ୍ୱାଧୀନ ଏଆଇଏମଆଇଏମ ଏବଂ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (ଆଇୟୁଏମଏଲ) ଆବେଦନକାରୀ ୱାସିମ ରିଜଭିଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ଯେ, କେବଳ ମୁସଲମାନ ଦଳକୁ ଟାର୍ଗେଟ କରାଯାଇଛି। ସୁପ୍ରିମକୋର୍ଟ କହିଥିଲେ ଯେ, ଆବେଦନକାରୀ ଧର୍ମନିରପେକ୍ଷ ହେବା ଉଚିତ। କେବଳ ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ କରାଯିବା ଉଚିତ ନୁହେଁ। ଏଥିରେ ସମସ୍ତ ପକ୍ଷଙ୍କୁ ଅନ୍ତର୍ଭୁକ୍ତ କରାଯିବା ଉଚିତ।

ଏହି ମାମଲାକୁ ସାମ୍ବିଧାନିକ ବେଞ୍ଚକୁ ପଠାଇବାକୁ AIMIM ଦାବି କରିଛି। ବରିଷ୍ଠ ଓକିଲ ତଥା ପୂର୍ବତନ ଏଜି କେ କେ ଭେନୁଗୋପାଲ ଏହି ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବାକୁ ଦାବି କରିଛନ୍ତି। ଏହାର ଦୂରଗାମୀ ପରିଣାମ ହେବ ବୋଲି ସେ କହିଛନ୍ତି। ଅନେକ ରାଜନୈତିକ ଦଳ ପ୍ରଭାବିତ ହେବେ। ୭୫ ବର୍ଷର ସମଗ୍ର ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରଭାବିତ ହେବ। ଆବେଦନକାରୀ ଏକ ଅପରାଧିକ ମାମଲାରେ ଜାମିନରେ ଅଛନ୍ତି, ସେ ନିଜେ ଇସଲାମ ଧର୍ମରୁ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଉଦ୍ଧବ ଠାକରେଙ୍କ ପରେ ଏକନାଥ ସିନ୍ଦେଙ୍କୁ ମିଳିଲା ନିର୍ବାଚନ ଚିହ୍ନ

ନୂଆଦିଲ୍ଲୀ: ଆଜି ଏକନାଥ ସିନ୍ଦେ ଦଳକୁ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ଚିହ୍ନ ଦେଇଛନ୍ତି। ଆୟୋଗ ତାଙ୍କୁ ଦୁଇଟି ଖଣ୍ଡା ଏବଂ ଢାଲ ସହିତ ଏକ ଚିହ୍ନପ୍ରଦାନ କରିଛନ୍ତି। ଉଦ୍ଧବ ଠାକରେଙ୍କୁ ମଶାଲ ଚିହ୍ନ ପ୍ରଦାନ କରାଯାଇଛି। ଏଥି ସହିତ ତାଙ୍କ ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଛି। ଏଥି ସହିତ, ଶିବସେନାର ଦ୍ୱିତୀୟ ଦଳ ଅର୍ଥାତ୍ ଏକନାଥ ସିନ୍ଦେ ଦଳର ନାମକୁ ‘ବାଲାସାହେବ ଆଞ୍ଚି ଶିବସେନା’ ନାମରେ ନାମିତ କରାଯାଇଛି।

ନିର୍ବାଚନ ଆୟୋଗ ଚିଠିରେ ଲେଖିଛନ୍ତି ଯେ, ‘ସିନ୍ଦେ ଦଳ ଦ୍ୱାରା ପରାମର୍ଶ ଦିଆଯାଇଥିବା ନିର୍ବାଚନ ଚିହ୍ନ ଖଣ୍ଡା-ଢାଲ ମୁକ୍ତ ନିର୍ବାଚନ ଚିହ୍ନ ତାଲିକାରେ ନଥିଲା। ଏହା ‘ପିପୁଲ୍ସ ଡେମୋକ୍ରାଟିକ୍ ମୁଭମେଣ୍ଟ’ର ପୂର୍ବ ସଂରକ୍ଷିତ ଚିହ୍ନ’ ଦୁଇ ଖଣ୍ଡା ଏବଂ ଢାଲ ସଦୃଶ, ଯାହା ୨୦୦୪ ରେ ରାଜ୍ୟ ଦଳ ଭାବରେ ମାନ୍ୟତା ପାଇ ନଥିଲା … ଆପଣଙ୍କ ଅନୁରୋଧ କ୍ରମେ ଆୟୋଗ “ଦୁଇଟି ଖଣ୍ଡା ଏବଂ ଢାଲ” କୁ ଏକ ସ୍ଵତନ୍ତ୍ର ଚିହ୍ନ ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନେଲେ। ବିବାଦର ଅନ୍ତିମ ଆଦେଶ ପର୍ଯ୍ୟନ୍ତ ଏହାକୁ ବଣ୍ଟନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ନଭେମ୍ବର ୩ ତାରିଖରେ ମହାରାଷ୍ଟ୍ରର ଅନ୍ଧେରି ପୂର୍ବ ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଶିବସେନା ବିଧାୟକ ରମେଶ ଲାଟକେଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ଅଛି। ନାମାଙ୍କନ ପାଇଁ ଅକ୍ଟୋବର ୧୪ ତାରିଖ ହେଉଛି ଶେଷ ଦିନ। ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ନାମଗୁଡିକ ପ୍ରତ୍ୟାହାର କରାଯାଇପାରିବ। ଫଳାଫଳ ନଭେମ୍ବର ୬ ତାରିଖରେ ଆସିବ। ଉପ-ନିର୍ବାଚନରେ ଉଦ୍ଧବ ଠାକେର ଦଳ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସିନ୍ଦେ ଦଳର ସହଯୋଗୀ ବିଜେପି ମଧ୍ୟ ନିଷ୍ପତ୍ତି ନେଇଛି।

Categories
ଆଜିର ଖବର ଜାତୀୟ ଖବର

ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା: ଇସିଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା ଲାଗିଛି। ସୁପ୍ରିମକୋର୍ଟଙ୍କ ଦ୍ଵାରା ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା ଲାଗିଛି। ସେହି ଗୋଷ୍ଠୀ ଏବେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ନିର୍ବାଚନ ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ବିଧାୟକଙ୍କ ଅଯୋଗ୍ୟତା ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ ଆୟୋଗ ଦଳୀୟ ଚିହ୍ନ ଉପରେ ଶୁଣାଣି କରିବା ଉଚିତ ନୁହେଁ ବୋଲି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦାବି କରିଥିଲା।