Categories
ଧର୍ମ ବିଶେଷ ଖବର ସଂସ୍କୃତି

ବାସ୍ତୁ ଶାସ୍ତ୍ରର ଏହି ନିୟମ ନ ଜାଣି କାହାକୁ ବି ଦିଅନ୍ତୁ ନାହିଁ ଗଣପତି ମୂର୍ତ୍ତି ଉପହାର

ବାସ୍ତୁଶାସ୍ତ୍ର: ଗଣେଶ ଚତୁର୍ଥୀକୁ ବର୍ତ୍ତମାନ ଗଣେଶୋତ୍ସବ ଭାବରେ ପାଳନ କରାଯାଉଛି। ଗଣେଶ ମୂର୍ତ୍ତିର ବିସର୍ଜ୍ଜନ ପକାଇବା ଅନନ୍ତ ଚତୁର୍ଦ୍ଦଶୀ ତଥା ସେପ୍ଟେମ୍ବର ୧୯ ତାରିଖରେ ଅର୍ଥାତ୍ ଆସନ୍ତାକାଲି ରୀତିନୀତିରେ କରାଯିବ। କିଛି ଲୋକ ଗଣେଶ ମୂର୍ତ୍ତିଙ୍କୁ ଏପରି ସମୟରେ ନିଜ ଘରକୁ ଆଣିଥା’ନ୍ତି କିମ୍ବା ସେମାନଙ୍କୁ ନିଜ ସମ୍ପର୍କୀୟଙ୍କୁ ଉପହାର ଦିଅନ୍ତି। ଘରେ ଶ୍ରୀ ଗଣେଶ ଜୀ ପ୍ରତିମା ଆଣିବା କିମ୍ବା ଉପହାର ଦେବା ପୂର୍ବରୁ ନିଶ୍ଚିତ ଭାବରେ ଏହି ବାସ୍ତୁ ଶାସ୍ତ୍ରୀ ନିୟମ ଜାଣନ୍ତୁ।

ଘରେ ଗଣେଶ ପ୍ରତିମା ରଖିବାର ନିୟମ:

ଶୟନ କକ୍ଷରେ ଶ୍ରୀ ଗଣେଶ ପ୍ରଭୁଙ୍କର ମୂର୍ତ୍ତି ରଖନ୍ତୁ ନାହିଁ: ବାସ୍ତୁ ଶାସ୍ତ୍ରୀଙ୍କ ନିୟମ ଅନୁଯାୟୀ ଭଗବାନ ଶ୍ରୀ ଗଣେଶଙ୍କର ପ୍ରତିମାକୁ ଶୋଇବା ଘରେ ରଖନ୍ତୁ ନାହିଁ। କୁହାଯାଏ ଯେ, ଭଗବାନ ଶ୍ରୀ ଗଣେଶ ପ୍ରତିମାଙ୍କୁ ଶୋଇବା ଘରେ ରଖିବା କିମ୍ବା ବାଥରୁମ କାନ୍ଥରେ ଟାଙ୍ଗିବା ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ସୃଷ୍ଟି କରିଥାଏ।

ଭଗବାନ ଶ୍ରୀ ଗଣେଶଙ୍କର ନୃତ୍ୟ ପ୍ରତିମା: ଭଗବାନ ଗଣେଶଙ୍କର ଏକ ନୃତ୍ୟ ପ୍ରତିମା କିଣିବା ଉଚିତ୍ ନୁହେଁ କିମ୍ବା ଏହାକୁ କାହାଠାରୁ ଉପହାର ସ୍ୱରୂପ ଦେବା ଉଚିତ୍ ନୁହେଁ। ବିଶ୍ୱାସ କରାଯାଏ ଯେ, ଏହା ଜୀବନରେ ମତଭେଦ ସୃଷ୍ଟି କରିପାରେ।

ଝିଅର ବିବାହରେ ଗଣେଶ ପ୍ରତିମା ଉପହାର ଦିଅନ୍ତୁ ନାହିଁ: ବିଶ୍ୱାସ କରାଯାଏ ଯେ, ଯଦି କେହି ତାଙ୍କ ଝିଅର ବିବାହରେ ଭଗବାନ ଶ୍ରୀ ଗଣେଶଙ୍କ ପ୍ରତିମାଙ୍କୁ ଉପହାର ଦିଅନ୍ତି, ତେବେ ମାତା ଲକ୍ଷ୍ମୀ ମଧ୍ୟ ଭଗବାନ ଗଣେଶଙ୍କ ସହିତ ଯାଆନ୍ତି। ଏପରି ପରିସ୍ଥିତିରେ ଝିଅର ବିବାହ ପରେ ଉଭୟ ସୁଖ ଏବଂ ଖ୍ୟାତି ଘରୁ ବାହାରିଯାଏ।

ଦକ୍ଷିଣ ମୁଖୀ ଗଣପତିଙ୍କ ପ୍ରତିମା କିଣନ୍ତୁ ନାହିଁ: ଭଗବାନ ଗଣେଶଙ୍କର ପ୍ରତିମା କିଣିବାବେଳେ ଏହାକୁ ମନେ ରଖିବାକୁ ହେବ ଯେ, ତାଙ୍କ ଶୁଣ୍ଢ ବାମ ଆଡକୁ ଅଛି କି ନାହିଁ। କାରଣ ଦକ୍ଷିଣ ମୁଖୀ ଗଣପତିଙ୍କ ପୂଜାରେ ବିଶେଷ ନିୟମ ପାଳନ କରିବାକୁ ପଡିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ: ଟ୍ରାଫିକ ବ୍ୟବସ୍ଥା ସୁଧାରିବାପାଇଁ ଅଣ୍ଟା ଭିଡିଲା ପୋଲିସ ପ୍ରଶାସନ, ଆଜିଠୁ ଲାଗୁ ହେଉଛି ଏହିସବୁ ନିୟମ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି ବାଲୁଗାଁ ଏସ୍‌ଡିପିଓ ସୁରେଶ ଦାସ। ଏହି ପରିପ୍ରେକ୍ଷୀରେ ଗତକାଲି ମଧ୍ୟାହ୍ନରେ ବାଲୁଗାଁ  ଥାନା ପରିସରରେ ଏସ.ଡ଼ି.ପି.ଓ ଶ୍ରୀ ଦାସ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବାଲୁଗାଁ ଆଇ.ଆଇ.ସି, ଏନ.ଏ.ସି କାର୍ଯ୍ଯନିର୍ବହୀ ଅଧିକାରୀଣି, ଅଗ୍ନିଶମ ଅଧିକାରୀ  ଏବଂ ବାଲୁଗାଁର ସମସ୍ତ ବ୍ୟବସାୟୀ ସଂଗଠନର  କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଉକ୍ତ ବୈଠକରେ  ଟ୍ରାଫିକ ନିୟନ୍ତ୍ରଣ  ଉପରେ ବିସ୍ତୃତ ଆଲୋଚନା ସହ  ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା। ଆଲୋଚନା କରାଯାଇ ପୋଲିସ ପ୍ରଶାସନ ତରଫରୁ ଏନେଇ ନିଷ୍ପତ୍ତି ସବୁ ନିଆଯାଇଅଛି ଯାହା ଆଜିଠାରୁ ବାଲୁଗାଁ ସହରରେ ଲାଗୁ ହେବ।

-ମୁଖ୍ୟ ରାସ୍ତାରେ ଥିବା ସମସ୍ତ ଦୋକାନୀ ସେମାନଙ୍କ ଦୋକାନ ଘରର ସିମେଣ୍ଟ ଷ୍ଟ୍ରକ୍ଚର ମଧ୍ୟରେ ଜିନିଷପତ୍ର ରଖିବାକୁ ନିର୍ଦ୍ଦେଶ ରହିଛି। ରାସ୍ତାକୁ ମଡାଇ କିଛି ରଖିବେ ନାହିଁ ବୋଲି କୁହାଯାଇଛି।

-ସେହିପରି ଚିଲିକାରୋଡର ଦୋକାନୀ ମାନେ ଏନ.ଏ.ସି ଡ୍ରେନ ଉପରେ କୌଣସି ଜିନିଷ ରଖିବେ ନାହିଁ।

-କୌଣସି ଦୋକନୀ ତାଙ୍କ ଦୋକାନ ସମ୍ମୁଖରେ କୌଣସି ଉଠା ଦୋକାନୀଙ୍କୁ ବସିବା କିମ୍ବା ଠେଲା ଗାଡି ରଖିବା ପାଇଁ ପ୍ରଶୟ ଦେବେ ନାହିଁ।

-ଦୋକାନ ଆଗରେ ନିଜର, ନିଜ ଷ୍ଟାଫଙ୍କର କିମ୍ବା ଗ୍ରାହକଙ୍କର ଗାଡି ପାର୍କିଂ କରିବେ ନାହିଁ।

-ନିଜର ଜିନିଷପତ୍ର ଲୋଡିଂ ବା ଅନଲୋଡିଂ କେବଳ ରାତ୍ର ୯ ଘଟିକା ଠାରୁ ସକାଳ ୮ ଘଟିକା ମଧ୍ୟରେ  ଏବଂ ଅପରାହ୍ନ ୧ ଘଟିକା ଠାରୁ ୩ ଘଟିକା ମଧ୍ୟରେ କରିବା ପାଇଁ ସମୟ ଧାର୍ଯ୍ଯ କରାଯାଇଅଛି।

ସେହିପରି ଏନ୍‌ଏସିକୁ ମଧ୍ୟ କିଛି ଦାୟିତ୍ବ ଦିଆଯାଇଛି। ତାହା ନିମ୍ନରେ ପ୍ରଦତ୍ତ:

୧) ବଜାର ମଧ୍ୟରେ ବୁଲୁଥିବା ଗାଈ ଗୋରୁ ମାନଙ୍କୁ ହଟାଇବେ।

୨) ଉଠା ଦୋକନୀ ତଥା ଠେଲା ଗାଡି ବ୍ୟବସାୟୀ ମାନଙ୍କୁ ବଜାରର ଉଭୟ ପାର୍ଶ୍ବ ଯଥା ଏନ.ଏ.ସି ଅଡିଟୋରିୟମ ହଲ ନିକଟରେ ଏବଂ ପେଟ୍ରୋଲ ପମ୍ପଠାରୁ ବାଲୁଗାଁ ଥାନା ରୋଡ଼ ମଧ୍ୟରେ  ସେମାନଙ୍କ ବ୍ଯବସାୟ କରିବା ପାଇଁ ସୁବିଧା କରାଇବେ।

୩) ସେହିପରି ଗ୍ରାହକମାନଙ୍କ ମୋଟର ସାଇକେଲ ଓ ଅଟୋ ଗୁଡିକୁ ମଧ୍ଯ ବଜାରର ଉଭୟ ପାର୍ଶ୍ବରେ ପାର୍କିଂ କରିବାର ବ୍ୟବସ୍ଥା କରିବେ।

ଉପରୋକ୍ତ ନିୟମରେ  ଖିଲାପ କଲେ ପ୍ରଶାସନ ଜିନଷ ପତ୍ର ତଥା ଗାଡି ଇତ୍ଯାଦିକୁ ସିଜ୍ କରିପାରିବେ ଏବଂ  ଆବଶ୍ୟକ ସ୍ଥଳେ କେସ  ମଧ୍ୟ ଦେଇପାରିବେ।

ବାଲୁଗାଁ ସହରରେ ଏହି ସମସ୍ତ ନିୟମ ଆଜିଠାରୁ ଲାଗୁ କରାଯାଇଛି, ତେବେ ନିୟମ ସମ୍ପର୍କରେ ଜନସଚେତନତା ପାଇଁ ଏହି ନିୟମରେ ସାତଦିନ କୋହଳ କରାଯାଇଛି। ତେବେ ଧାର୍ଯ୍ୟ କୋହଳ ସମୟ ବାଦ୍‌ ଏହି ନିୟମକୁ କଡାକଡି କାର୍ଯ୍ୟକାରୀ ହେବା ନେଇ ସୂଚନା ରହିଛି। ଏହି ନିୟମ ସମ୍ପର୍କରେ ବାଲୁଗାଁ ଆଇ.ଆଇ.ସି ରମାକାନ୍ତ ମାହାଲିକ ସୂଚନା ଦେବା ସହ  ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସହଯୋଗ ଲୋଡିଛନ୍ତି। ଟ୍ରାଫିକକୁ ନିୟନ୍ତ୍ରଣ କରିବାପାଇଁ ବାଲୁଗାଁ ପୋଲିସର ଏହା ଏକ  ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ପଦକ୍ଷେପ ତେବେ ଏହା କେତେ ଫଳପ୍ରଦ ହେବ ଆଗାମୀ ଦିନରେ ଜଣାପଡିବ।