Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ବର୍ଷକୁ ଆକର୍ଷଣୀୟ ବାଲୁକା କଳାରେ ସ୍ବାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Happy New Year 2023: ଆଜି ନୂଆ ବର୍ଷ। ସାରା ପୃଥିବୀ ବେଶ ରଂଗୀନ ହୋଇ ଉଠିଛି। ସମସ୍ତେ ବର୍ତ୍ତମାନ ଏହି ନୂଆ ବର୍ଷକୁ ସ୍ବାଗତ କରିବା ମୁଡରେ ଅଛନ୍ତି। ଏପରି କ୍ଷେତ୍ରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କିପରି ଚୁପ ରୁହନ୍ତେ। ସେ ମଧ୍ୟ ନିଜ ବାଲୁକା କଳାରେ ନୂତନ ବର୍ଷକୁ ସ୍ବାଗତ କରିଛନ୍ତି।

ତେବେ ଏଥରର ସୁଦର୍ଶନଙ୍କ ବାଲୁକା କଳା ତାଙ୍କର ପୂର୍ବ କଳାଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କାରଣ ସେ ସବୁବେଳେ ଏହି ନୂଆ ବର୍ଷ ହେଉ କିମ୍ବା ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ଦିନରେ ବାଲୁକା କଳା କରିଥାନ୍ତି। ତେବେ ସେହି ବାଲୁକା କଳାକୁ ସେ କେବଳ ବାଲିରେ ନିର୍ମାଣ କରିଥାନ୍ତି।

ହେଲେ ଚଳିତ ନୂଆ ବର୍ଷରେ ସୁଦର୍ଶନ ଏକ ନୂଆ ଢାଞ୍ଚାରେ ତାଙ୍କର ବାଲୁକା କଳାକୁ ନିର୍ମାଣ କରିଛନ୍ତି। ସେ ଏଥର ବାଲୁକା କଳାରେ ବ୍ୟବହାର କରିଛନ୍ତି ବିଭିନ୍ନ ରଂଗବେରଂଗର ସତେଜ ଫୁଲ। ଯାହା ତାଙ୍କ କଳାକୁ ବେଶ୍ ଆକର୍ଷଣୀୟ କରିଦେଇଛି। ଯେ ଦେଖୁଛି ସେ ଘଡିଏ ଅନେଇ ରହୁଛି। ପ୍ରଶଂସାରେ ଶତମୁଖ ହୋଇ ଯାଉଛନ୍ତି ଦେଖଣାହାରୀ।

ସୁଦର୍ଶନ 2023 ମସିହାକୁ ସ୍ବାଗତ କରିବା ପାଇଁ ସେ ପ୍ରଭୃ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ବାଲୁକା ପ୍ରତିମୂର୍ତ୍ତି ପୁରୀ ବେଳା ଭୂମିରେ କରିଛନ୍ତି। ଏଥିରେ ସେ ବିଶେଷ ଭାବେ ଗୋଲାପ ଫୁଲ ବ୍ୟବହାର କରିଛନ୍ତି। ତିନିଠାକୁରଙ୍କ ଉପରେ ସେ ଏପରି ଏକ ଫୁଲର ହାର ଲଗାଇଛନ୍ତି, ଯାହା ବେଶ ଆକର୍ଷଣୀୟ ହୋଇଛି। ସେହିପରି ନାଲି ଓ ଧଳାଫୁଲରେ ସେ ତିନିଠାକୁରଙ୍କ ମୁକୁଟ, ମାଳାକୁ ସ୍ଥାପନ କରିଛନ୍ତି।

ଏହି ବାଲୁକା କଳାର ତିନି ଠାକୁରଙ୍କ ତଳେ ଇଂରାଜୀରେ ସେ ଜୟ ଜଗନ୍ନାଥ ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ପୁରା ତଳେ ସେ ଓଡିଆରେ ଜୟ ଜଗନ୍ନାଥ ଲେଖିବା ସହିତ 2023 ସ୍ବାଗତଂ ବୋଲି ଲେଖିଛନ୍ତି। ଏହି କଳା ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଠ କରିଛି। ବର୍ତ୍ତମାନ ନୂଆ ବର୍ଷକୁ ପୁରୀରେ ଲୋକ ଗହଳି ଥିବାରୁ ଏହି କଳା ସେମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ନୂଆବର୍ଷ, କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣନ୍ତୁ ବିସ୍ତୃତ ରାଶିଫଳ

ମେଷ- ଆର୍ଥିକ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଏହା ହେଉଛି ଲାଭର ସମଷ୍ଟି। ଆପଣଙ୍କ ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ, କିନ୍ତୁ କିଛି ବିଳମ୍ବ ହୋଇପାରେ। ଆପଣ ଆଜି ପରିବାର ବିଷୟରେ ଖୁସି ହୋଇପାରିବେ। ନୂତନ ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ପଦବୀ ପାଇବାକୁ ସକ୍ଷମ ହେବେ। ପଦୋନ୍ନତି ପାଇଁ ଯୋଗ ସୃଷ୍ଟି ରହିଛି। ଶାରୀରିକ ଦୁଃଖର ସମ୍ମୁଖୀନ ହୋଇପାରନ୍ତି। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ପ୍ରସଙ୍ଗରେ ମଧ୍ୟ ସଚେତନ ରୁହନ୍ତୁ । ଖାଦ୍ୟପେୟରେ ଯତ୍ନବାନ ହୁଅନ୍ତୁ। ଆଜି ଆର୍ଥିକ ଦୃଷ୍ଟିକୋଣରୁ ଭଲ ଦିନ ନୁହେଁ।

ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆଜି ଖୁସି ଅନୁଭବ କରିବ। ଯଦିଓ ସବୁକିଛି ଠିକ ଅଛି, ହେଲେ ଆପଣ କଥାବାର୍ତ୍ତାକୁ ନିୟନ୍ତ୍ରଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। ପରୀକ୍ଷା ଦୃଷ୍ଟିକୋଣରୁ ବାଧା ଆସିପାରେ। ଆପଣଙ୍କ ମନ ଅସ୍ଥିର ରହିବ। ଛାତ୍ରଛାତ୍ରୀମାନେ ଆଜି ପଢିବାରେ ଧ୍ୟାନ ଦିଅନ୍ତୁ। ଯଦିଓ ଅଧ୍ୟୟନ କରିବାକୁ ଇଚ୍ଛା ସତ୍ତ୍ବେ ଆପଣଙ୍କ ମନ ଆଜି ସ୍ଥିର ରହିବ ନାହିଁ । ମୋଟ ଉପରେ, ଆଜି ଛାତ୍ରଛାତ୍ରୀମାନେ ସେମାନଙ୍କ ଉଦ୍ୟମରେ ଅସଫଳ ହୋଇପାରନ୍ତି। ବ୍ୟବସାୟୀ ଏବଂ ଚାକିରୀଆମାନେ ଆଜି ଅଧିକ ସଫଳ ହୋଇପାରିବେ । ପରିବାର ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହୋଇପାରେ।

ମିଥୁନ– ଆଜି ଆପଣ ଟିକିଏ ସତର୍କ ହେବା ଆବଶ୍ୟକ । ଚାକିରୀ ପାଇଁ ଏହା ଏକ ଅନୁକୂଳ ସମୟ ନୁହେଁ । ଆଜି ଯଦି ଆପଣ ନିଜକୁ ବିଶ୍ରାମ ଦେବା ପାଇଁ କିଛି ସମୟ ନିଅନ୍ତି ତେବେ ଭଲ ହେବ। ଛୁଟିଦିନରେ ଆପଣଙ୍କ ପରିବାରକୁ ନେବାକୁ କିଛି ସମୟ ନିଅନ୍ତୁ। ଅଂଶୀଦାରମାନେ ସାହାଯ୍ୟ କରିବେ, କିନ୍ତୁ ଆପଣଙ୍କର ଉଦ୍ୟମକୁ ଭୁଲ ବୁଝିବେ। ଆପଣ ଆଜି ଖୁସି ହେବେ। ଆତ୍ମବିଶ୍ୱାସ ମଧ୍ୟ ରହିବ। ଏହି ଦିନ ଅତ୍ୟଧିକ ପରିଶ୍ରମରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଯତ୍ନର ସହ ଚିନ୍ତା କରି ପରେ ନିଷ୍ପତ୍ତି ନିଅନ୍ତି, ତେବେ ଆପଣ କ୍ଷେତ୍ରର ଥିବା ଅସୁବିଧାଗୁଡ଼ିକର ମୁକାବିଲା କରିପାରିବେ। ଆଜି ଏକ ଆର୍ଥିକ ଦିନ ନୁହେଁ । ଯତ୍ନର ସହିତ ଖର୍ଚ୍ଚ କରନ୍ତୁ।

କର୍କଟ- ଆଜି ଆପଣଙ୍କର ଶୁଭ ବୋଲି ବିବେଚନା କରାଯାଇପାରେ। ନୂତନ ଯୋଗାଯୋଗ କରିବା ଆପଣଙ୍କ ପାଇଁ ଏହା ଏକ ଅନୁକୂଳ ସମୟ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ଅଧିକ ପରିପକ୍ୱ ହୋଇପାରେ। ପ୍ରେମ କିଛି ବ୍ୟକ୍ତିଙ୍କ ଜୀବନରେ ଆସିପାରେ। ପାରିବାରିକ ସମ୍ପର୍କରେ ବିରକ୍ତ ହୋଇପାରନ୍ତି । ଯଦି ଆପଣଙ୍କର ଧର୍ମ ପ୍ରତି ସମ୍ମାନ ଅଛି, ତେବେ ଆଜି ଶୁଭ ଦିନ ହେବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ଏହାଦ୍ୱାରା କ୍ଷତି ହୋଇପାରେ।

ସିଂହ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହୋଇପାରେ। ସବୁ କ୍ଷେତ୍ରରୁ ସଫଳତା ପାଇବାର ସମ୍ଭାବନା ଅଛି । ପିତୃପୁରୁଷ ମାମଲାରେ କିଛି ବିବାଦ ହୋଇପାରେ, ତେଣୁ ଯଦି ଆପଣ ଭାଷଣ ଉପରେ ପ୍ରତିବନ୍ଧକ ରଖନ୍ତି ତେବେ ଏହା ଭଲ ହେବ । ବିତର୍କରେ ପ୍ରବେଶ କରନ୍ତୁ ନାହିଁ । ଅନାବଶ୍ୟକ ଖର୍ଚ୍ଚରୁ ମଧ୍ୟ ଦୂରେଇ ରୁହନ୍ତୁ । ପରିବାର ସହିତ ସମୟ ବିତାନ୍ତୁ । ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହୋଇପାରେ। ସମ୍ପତ୍ତିରୁ ଟଙ୍କା ରୋଜଗାରରେ ଅର୍ଥ ବିକାଶ ହୋଇପାରେ। ବର୍ତ୍ତମାନ ପରିବାରର ଦାୟିତ୍ବ ବଢିପାରେ, ତେଣୁ ଏଥିପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ।

କନ୍ୟା- ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକରୁ କିଛି ମାତ୍ରାରେ ଆରାମ ପାଇପାରିବେ। ସହକର୍ମୀମାନେ ଆପଣଙ୍କର କାର୍ଯ୍ୟ ଶୈଳୀରେ ଉନ୍ନତି ଆଣିବାରେ ସାହାଯ୍ୟ କରିପାରିବେ। ଆପଣଙ୍କର ଦକ୍ଷତା ପ୍ରଦର୍ଶନ କରିବାକୁ ଯଥେଷ୍ଟ ସୁଯୋଗ ପାଇବେ। ପାରିବାରିକ ଦୃଷ୍ଟିକୋଣରୁ, ଆଜି ଏକ ଭଲ ଦିନ ହୋଇପାରେ । ଆଜି ବାର୍ତ୍ତାଳାପ କରିବା ଭଲ ହେବ । ଆଜି  ଆତ୍ମବିଶ୍ୱାସ ରହିବ, କିନ୍ତୁ ବାର୍ତ୍ତାଳାପକୁ ସ୍ଥିର ରଖିବା ଆବଶ୍ୟକ। ଅତ୍ୟଧିକ କୈଣସି ବିଷୟରେ ଆଲୋଚନା କରିବା ଲାଭଦାୟକ ହେବ ନାହିଁ । ଅଧିକାରୀମାନେ ଚାକିରିରେ ସହାୟତା ପାଇବେ।

ତୂଳା- ମନରେ ଖୁସିର ଅନୁଭବ ହେବ। କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ ହେବ। ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ତେଣୁ ଖାଦ୍ୟପେୟରେ ଯତ୍ନବାନ ହୁଅନ୍ତୁ । କର୍ମକ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ। ପୂର୍ବ ଯୋଜନା ଫଳପ୍ରଦ ହେବ। ଅର୍ଥନୈତିକ ଦିଗ ଅସ୍ଥିର ହୋଇପାରେ। ଆପଣଙ୍କର ସମାଲୋଚକ ଏବଂ ଶତ୍ରୁମାନେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି, ଯାହା ବିଷୟରେ ଆପଣ ଯତ୍ନବାନ ହେବା ଉଚିତ । ଆପଣ ପରିବାରରେ ଭଲ ସମୟ ପାଇବେ। ନିଜକୁ ଯଥାସମ୍ଭବ ବ୍ୟସ୍ତ ରଖନ୍ତୁ, ଉପକୃତ ହେବ ।

ବିଛା- ଆଜି ପାଇଁ ଏକ ଭଲ ଦିନ ହୋଇପାରେ। ଆପଣଙ୍କର ନିକଟତମ ଏବଂ ପ୍ରିୟ ଲୋକଙ୍କ ସହିତ ମାନସିକତା ବାଣ୍ଟିବାକୁ ସମୟ ରହିବ। ଆର୍ଥିକ ଦୃଷ୍ଟିରୁ ଏହା ହେଉଛି ସର୍ବୋତ୍ତମ ସମୟ । ପରିବାରରେ ସୁଖର ଏକ ଅନୁଭବ ମଧ୍ୟ ରହିବ। ଆପଣ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ଏକ ଧାର୍ମିକ ସ୍ଥାନକୁ ପରିଦର୍ଶନ କରିପାରନ୍ତି । ଯାନର ଆନନ୍ଦ ପାଇବେ। ପରିବାର ସହିତ ଭଲ ସମ୍ପର୍କ ରଖିବାର ସମ୍ଭାବନା ଅଛି। ଆର୍ଥିକ ଦୃଷ୍ଟିରୁ, ଆଜି ଭଲ ଦିନ ନୁହେଁ। ଯତ୍ନର ସହିତ ଖର୍ଚ୍ଚ କରନ୍ତୁ।

ଧନୁ- ଆଜି ଯଦି ଆପଣ ସକରାତ୍ମକ ଚିନ୍ତାଧାରା ସହିତ ଆଚରଣ କରନ୍ତି, ତେବେ ଏହା ଉପଯୁକ୍ତ ହେବ, କାରଣ ଆଜି ଅଂଶୀଦାରମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅର୍ଥନୈତିକ ଦିଗ ଅସ୍ଥିର ହୋଇପାରେ। ଆପଣଙ୍କର ସମାଲୋଚକ ଏବଂ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିପାରନ୍ତି, ଯାହା ବିଷୟରେ ଆପଣ ଯତ୍ନବାନ ହେବା ଉଚିତ। ଆପଣ ପରିବାରରେ ଭଲ ସମୟ ପାଇବେ। ନିଜକୁ ଯଥାସମ୍ଭବ ବ୍ୟସ୍ତ ରଖନ୍ତୁ, ଉପକୃତ ହେବ। ନିୟମିତ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ। ବିଶେଷ କରି ଶିକ୍ଷା କ୍ଷେତ୍ର ସହିତ ଜଡିତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆପଣଙ୍କର ମନ ଅଶାନ୍ତି ରହିବ । ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ । ବିଭିନ୍ନ ସୁବିଧା ମିଳିବ। କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ ।

ମକର- ଆଜି ଆପଣଙ୍କ ପାଇଁ ଏକ କଷ୍ଟକର ସମୟ ହେବ। କାର୍ଯ୍ୟ କ୍ଷେତ୍ରରେ ବାରମ୍ବାର ପରିବର୍ତ୍ତନ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ। ପ୍ରତିବଦ୍ଧତା ହ୍ରାସ ଅର୍ଥନୈତିକ ଦିଗରେ ନକାରାତ୍ମକ ପରିବର୍ତ୍ତନ ହୋଇପାରେ। ପିଲାମାନେ ଆପଣଙ୍କୁ ସୁସ୍ଥ ଏବଂ ଖୁସି ରଖିବେ। ଯଦି ଆପଣ ଚାକିରି ପରିବର୍ତ୍ତନ ଖୋଜୁଛନ୍ତି ତେବେ ଆପଣ ବିଭିନ୍ନ ସୁଯୋଗ ପାଇପାରିବେ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ ଏବଂ ଖାଦ୍ୟ ଏବଂ ପାନୀୟର ବିଶେଷ ଯତ୍ନ ନିଅନ୍ତୁ। ଏହି ରାଶିର ଲୋକମାନେ ବିଚଳିତ ହେବେ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଯୋଗଦାନ ବୃଦ୍ଧି ପାଇପାରେ। ଅସୁବିଧାରେ ପଡ଼ିପାରନ୍ତି। ଯଦି ଆପଣ କଥାବାର୍ତ୍ତା ଠିକ ଭାବେ କରନ୍ତି ତେବେ ଏହା ଭଲ ହେବ।

କୁମ୍ଭ- ଆଜି ପାଇଁ ଏକ ଭଲ ଦିନ ବୋଲି କୁହାଯାଇପାରେ। ଆଜି ଦେଇଥିବା ରାଶି ଫେରସ୍ତେ ପାଇପାରିବେ। ବିଭିନ୍ନ ମାମଲାଗୁଡ଼ିକରେ ଆପୋଷ ବୁଝାମଣା କରିବା ଭଲ ହେବ। କୋର୍ଟରେ ମକଦ୍ଦମା ଦାୟର ହେବ। ଚାକିରୀ କର୍ମକ୍ଷେତ୍ରରେ ସଫଳତା। ଜଣେ ବୃଦ୍ଧ ମହିଳାଙ୍କ ସହ ଝଗଡା ହୋଇପାରେ। ଯଦି ଆପଣ କୌଣସି ବିତର୍କରେ ପ୍ରବେଶ ନକରନ୍ତି ତେବେ ଏହା ଲାଭଦାୟକ ହେବ। ପାରିବାରିକ ସହାୟତା ପାଇପାରନ୍ତି। ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆର୍ଥିକ ଦୃଷ୍ଟିକୋଣରୁ ଆଜି ଏକ ଭଲ ଦିନ।

ମୀନ- ଆଜି ଆପଣ ପରିବର୍ତ୍ତନ ପାଇଁ ସୁଯୋଗ ପାଇପାରିବେ। ପ୍ରୟାସ ଫଳପ୍ରଦ ହେବ। ଆପଣଙ୍କର ଚାକିରିରେ ପରିବର୍ତ୍ତନ ଆଶା କରିପାରିବ ଏବଂ ବିଦେଶ ଯାତ୍ରା ମଧ୍ୟ କରିପାରିବ। ବିଦେଶ ଯାତ୍ରା କରିବା ସମୟରେ ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି, ତେଣୁ ଆପଣଙ୍କର ଭ୍ରମଣ ପୂର୍ବରୁ ଦୁଇଥର ଯାଞ୍ଚ କରନ୍ତୁ। ଯଦି ଆପଣ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସନ୍ତୁଳିତ ଆଚରଣ କରନ୍ତି ତେବେ ଏହା ଉପଯୁକ୍ତ ହେବ। ବୈଦ୍ଧିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇପାରେ। ଅସୁବିଧାରେ ପଡ଼ି ପାରନ୍ତି। ଯଦି ଆଜି ପ୍ରେରଣା ଦ୍ୱାରା ସଞ୍ଚୟ ହୋଇଛ, ଏହା ଭଲ ହେବ। ଆପଣଙ୍କର ଭାବନାକୁ ନିୟନ୍ତ୍ରଣରେ ରଖିବା ଲାଭଦାୟକ ହେବ । ତଥାପି, ଆଜି ଆପଣ ଜୀବନସାଥୀ ସହିତ ଖରାପ ସମ୍ପର୍କ ରଖିପାରନ୍ତି। ଅଧିକାରୀମାନଙ୍କ ସହିତ ଯତ୍ନର ସହ ବୁଝାମଣା କରନ୍ତୁ। ଆର୍ଥିକ ଦୃଷ୍ଟିରୁ, ଆଜି ଭଲ ଦିନ ନୁହେଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଧନ ଲାଭ ସହ ଭାଗ୍ୟର ପରିବର୍ତ୍ତନ ଚାହୁଁଛନ୍ତି କି?, ତା’ହେଲେ ନୂଆବର୍ଷରେ କରନ୍ତୁ ଏହି ସବୁ ଉପାୟ

ବାସ୍ତୁଶାସ୍ତ୍ର: ନୂଆବର୍ଷ ଆସିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି। ୨୦୨୩ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି। ନୂଆବର୍ଷ ସମସ୍ତଙ୍କୁ ପାଇଁ ଖୁସି ଓ ସୌହାଦ୍ଦ୍ୟର ବର୍ଷ ହେଉ ବୋଲି କାମନା। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ବାରା ବର୍ଷ ସାରା ଘରେ ଧନ ଧାନ୍ୟ ପୂର୍ଣ୍ଣ ହେବା ସହିତ ସୁଖ ଶାନ୍ତିମଧ୍ୟ ବିରାଜମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ସମ୍ପର୍କରେ।

-ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଯଥା ଜଳ ନଷ୍ଟ ଅତ୍ୟନ୍ତ ଅଶୁଭ ହୋଇଥାଏ। ସେଥିପାଇଁ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏହାଦ୍ବାରା ଘରେ ଅଯଥା ଧନ ଖର୍ଚ୍ଚ ହୋଇଥାଏ।

-ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଖୁସି ପାଇଁ ଜଳର ପ୍ରବାହ ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ।

-ଚାରା ବା ଛୋଟଗଛରେ ପ୍ରତ୍ୟକ ଦିନ ଜଳ ଦେବା ଦ୍ବାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ। ଏହାଦ୍ବାରା ପରିବାର ମଧ୍ୟରେ ସୌହାଦ୍ଦ୍ୟର ବାତାବରଣ ସୃଷ୍ଟି ହୁଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଛାତ ଉପରେ ଦକ୍ଷିଣ-ପଶ୍ଚିମ ଦିଗରେ ପାଣି ଟାଙ୍କି କରିବା ଉଚିତ୍‌।

-ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଆଡକୁ ଗୋଡ ଓ ଉତ୍ତର ଆଡକୁ ମୁଣ୍ଡ ରଖି ଶୋଇବା ଆବଶ୍ୟକ। ଏହା ଦ୍ବାରା ଧନ, ଖୁସି ଓ ସମୃଦ୍ଧି ମିଳିଥାଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ପୂର୍ବ ଅଥବା ପୂର୍ବ ଦିଗରେ ବସିକରି ଖାଦ୍ୟ ଗ୍ରହଣ କରିବା ଉଚିତ୍‌ ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ଆସିଥାଏ।

-ସେହିପରି ଦକ୍ଷିଣ ଦିଗକୁ ମୁହଁ କରି କେବେ ଭୋଜନ କରିବେ ନାହିଁ।

-ଘର କିମ୍ବା ଅଫିସ୍‌ରେ ସର୍ବଦା ଈଶାନ କୋଣରେ ପୂଜାସ୍ଥାନ କରିବା ଉଚିତ୍‌। ଏପରି କରିବା ଦ୍ବାରା ଘରେ ସର୍ବଦା ଶାନ୍ତି ବିରାଜମାନ କରିଥାଏ।

-ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି ଆପଣ ଠାକୁରଙ୍କ ଘର ଅଥବା ମନ୍ଦିର ନିର୍ମାଣ କରୁଛନ୍ତି, ତେବେ ଦକ୍ଷିଣ ପଶ୍ଚିମ ଦିଗରେ କେବେବି ମନ୍ଦିର ବନାନ୍ତୁ ନାହିଁ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନୂଆବର୍ଷରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଆଣିଛି ଏକାଥରେ ୩ ଟି ନୂଆ ମେଗା ଧାରାବାହିକ

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଇତିହାସ ଫର୍ଦ୍ଦରେ ଯୋଡ଼ିବାକୁ ଯାଉଛି ଏକାଥରେ ୩ ଟି ନୂଆ ଧାରାବାହିକ ‘ମୁଁ ବି ବିଜୟିନୀ’, ‘ତୁ ଖରା ମୁଁ ଛାଇ’ ଓ ‘ଖୁସିର ଛୁଙ୍କ’। ସବୁବେଳେ ଦର୍ଶକଙ୍କ ମନମୁତାବକ ଭରପୁର ମନୋରଂଜନ ଦେଇଆସୁଥିବା ଜୀ-ସାର୍ଥକ, ନୂଆ ବର୍ଷର ଆରମ୍ଭ ସହ ଏଥର ସଂପୂର୍ଣ୍ଣ ୩ ଟି ନିଆରା କାହାଣୀକୁ ନେଇ ତିଆରି କରିଛି ୩ ଟି ନୂଆ ଧାରାବାହିକ। ଏବଂ ଏହା ଜାନୁଆରୀ ୨ ରୁ ମନୋରଞ୍ଜନ ଚ୍ୟାନେଲ୍, ଜୀ-ସାର୍ଥକରେ ଆରମ୍ଭ ହେଉଛି। ଏହି ଧାରାବାହିକ ସବୁ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜୀ-ସାର୍ଥକ ଟିମ୍ ପକ୍ଷରୁ କୁହାଯାଇଛି।

ପ୍ରଥମେ ସନ୍ଧ୍ୟା ୬:୩୦ରୁ ଆରମ୍ଭ ହେବ ଏକ ଭିନ୍ନ ଧରଣର ପ୍ରତିଶୋଧର ଏକ ନୂଆ କାହାଣୀ, ଧାରାବାହିକ ‘ମୁଁ ବି ବିଜୟିନୀ’। ବିଜୟିନୀ ଧାରାବାହିକକୁ ଆପଣମାନେ ଯେଉଁ ଭଲପାଇବା ଦେଇଥିଲେ ତାକୁ ଆଧାର କରି ଜ଼ୀ ସାର୍ଥକ ନେଇଆସଛି ଏହି ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’। ପ୍ରତିଶୋଧର ନିଆଁରେ ଜଳୁଥିବା ମଣିଷ ଯେତେବେଳେ ନିଜ ଜିଦ୍ଦୀରେ ଆସେ, ସେ କିଛି ବି କରିପାରେ ତାହା ହୋଇଛି ଏହି କାହାଣୀର ମୂଳ ବିଷୟବସ୍ତୁ।
କାହାଣୀରେ ପ୍ରତ୍ୟେକ ମୁହୂର୍ତ୍ତରେ ରହିଛି ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟ ଜନକ ମୋଡ଼ ଯାହା ‘ମୁଁ ବି ବିଜୟିନୀ’କୁ ଆହୁରି ରୁଚିପୁର୍ଣ୍ଣ କରିଛି। ୧୯ ବର୍ଷର କାହାଣୀକୁ ଏକ ସମୟନୁପାକ୍ଷିକ ଧାରାବାହିକରେ ଅତ୍ୟନ୍ତ ସୁନ୍ଦର ଭାବରେ ପରିଦର୍ଶିତ କରାଯାଇଛି, ହେଲେ କାହିଁକି ଓ କେମିତି ଜାଣିବା ଏତେ ସହଜ ହେବନି ଦର୍ଶକଙ୍କ ପାଇଁ ବୋଲି ଧାରାବାହିକର ଟିମ କହିଛନ୍ତି। ବୈଭବ ଚରିତ୍ରରେ ଆକାଶ, କାହ୍ନା ଚରିତ୍ରରେ ବିଜୟ ଏବଂ ନାୟିକା ସୁଶ୍ରୀ ଚରିତ୍ରରେ ଦେବିକା, ସିମ୍ରନ ଚରିତ୍ରରେ ରାଧିକା। ଧାରାବାହିକ ରେ କିଏ କାହା ପାଇଁ ଗଢ଼ା ହେଇଚି, କିଏ କାହା ସହିତ ସମ୍ପର୍କ ରେ ରହିବ, ବୈଭବ ସହିତ ରାଧିକା ନା ଦେବିକା ସହିତ କ୍ରିଷ୍ନା? ଏହା ହିଁ ମୁଖ୍ୟ ରହସ୍ୟ। ଅଭିନେତ୍ରୀ ଦୀପିକା ତ୍ରୀପାଠିଙ୍କ ବଳିଷ୍ଠ ଭୂମିକା କାହାଣୀକୁ ଏକ ଭିନ୍ନ ସ୍ତରକୁ ନେଇଛି। ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୬:୩୦ ରେ ପ୍ରସାରିତ ହେବ।

ନୂଆବର୍ଷରୁ ରୁ ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେବାକୁ ଯାଉଥିବା ଏହି ସବୁ ଧାରାବାହିକ ମଧ୍ୟରେ ଦ୍ଵିତୀୟରେ ରହିଛି “ତୁ ଖରା ମୁଁ ଛାଇ” ଯାହାର ମୁଖ୍ୟ ଚରିତ୍ର ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ଏହି ଧାରାବାହିକ। ମାନିନୀ ଏମିତି ଏକ ଚରିତ୍ର ଯୁଆଡେ ଯାଏ କିଛି ନା କିଛି ବିଗାଡି ଦିଏ, ନାୟକ ଅଭିମନ୍ୟୁଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର।  କାହାଣୀର ଏମିତି ଦୁଇ ଚରିତ୍ର ଜଣେ ପରଫେକ୍ଟସନିଷ୍ଟ ଆଉ ଜଣେ ଖାମଖିଆଲି। ଏମାନଙ୍କ ଯୋଡି ବନିବ ତ! ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡି ହୋଇ ବିବାହ ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ? ଏହାକୁ ନେଇ “ତୁ ଖରା ମୁଁ ଛାଇ” କାହାଣୀ ଗତିଶୀଳ। ମାନିନୀ ଅତି କମ୍ ବୟସରେ ବିବାହ କରି ତିନିଟି ବୋହୂଙ୍କ ଶାଶୁ ହୋଇ କେମିତି ତୁଲେଇବ ପରିବାର? ମୁଖ୍ୟ ଚରିତ୍ର ମାନିନୀ ଭୂମିକା ରେ ସ୍ମୃତି ଓ ଅଭିମନ୍ୟୁ ଜୟ ଶଙ୍କର ଭୂମିକା ରେ ରଞ୍ଜନ ପଣ୍ଡା ଅଭିନୟ କରୁଥିବା ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେବ।

ଜୀ-ସାର୍ଥକର ତୃତୀୟ ଭେଟି ରହିଛି ‘ଖୁସିର ଛୁଙ୍କ’। ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୯ରେ ପ୍ରସାରିତ ହେବ। ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସି, ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନେଇ ଏକ କ୍ଲାଉଡ କିଚେନ୍ କରିବା ପାଇଁ ସ୍ଵପ୍ନ ଦେଖୁଛି। ସେହି ସ୍ୱପ୍ନକୁ ପୁରା କରିବା ପାଇଁ ଚେଷ୍ଟା କରୁଥିବା ବେଳେ କରନ ସହ ତା’ର ଦେଖା ହୋଇଛି। ଖାଦ୍ୟ ପ୍ରସ୍ତୁତିରେ ରୁଚି ରଖୁଥିବା କରନ ମଧ୍ୟ ତା’ର ସ୍ୱପ୍ନ ପୁରା କରିବା ପାଇଁ ଲାଗିଛି। ସେମାନେ କିପରି ଭାବରେ ସେମାଙ୍କର ସ୍ୱପ୍ନକୁ ପୁରା କରୁଛନ୍ତି ଏବଂ ସ୍ଵପ୍ନ ପୁରା କରିବା ବାଟରେ କ’ଣ ସବୁ ଅସୁବିଧାର ସାମ୍ନା କରୁଛନ୍ତି, ତାକୁ ନେଇ କାହାଣୀଟି ଗତିଶୀଳ ହେବ। ପ୍ରସ୍ଥାନମ, ମୁଖା , ଲଷ୍ଟ ଇନ୍ ଲଭ ପରି ଚଳଚ୍ଚିତ୍ରରେ ଅଭିନୟର ଛାପ ଛାଡ଼ିବା ସହ ଟେଲିଭିଜନ ଦୁନିଆରେ ବି ବେଶ୍ ସୁନାମ ଅର୍ଜନକରିଥିବା ଶ୍ରଦ୍ଧା ପାଣିଗ୍ରାହୀ ଏହି ମେଗା ଧାରାବାହିକରେ ମୁଖ୍ୟ ଚରିତ୍ର ଖୁସି ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ଦି ଏଣ୍ଡ ଓ ତିତିଲି ଚଳଚ୍ଚିତ୍ର ସହ ଅନେକ ମ୍ୟୁଜିକ ଭିଡିଓ ରେ ନିଜର ଅଭିନୟ ଦକ୍ଷତା ଦେଖାଇଥିବା ତୁଷାର ଏହି ଧାରାବାହିକରେ କରନ ଭୂମିକାରେ ଅଭିନୟ କରୁଛନ୍ତି।

ଜୀ-ସାର୍ଥକ ସର୍ବଦା ଓଡ଼ିଶାର କଳା ଓ ସଂସ୍କୃତିକୁ ଗୁରୁତ୍ଵ ଦେଇଆସିଛି ଯେଉଁଥି ପାଇଁ ଆପଣମାନେ ଜୀ-ସାର୍ଥକକୁ ଭଲପାଇବା ଓ ଅଗ୍ରାଧିକାର ଦେଇଛନ୍ତି, ତାହା ଏହି ନୂଆବର୍ଷ ୨୦୨୩ ରେ 3ଟି ନୂଆ ମେଗା ଧାରାବାହିକ ଆସିବା ସହ ଆହୁରି ୩ ଗୁଣ ବଢିବ ବୋଲି ବୋଲି ଜୀ-ସାର୍ଥକ ଚ୍ୟାନେଲ୍ ମୁଖ୍ୟ, ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଯେହେତୁ ଓଡିଆ ଦର୍ଶକଙ୍କ ରୁଚି ଓ ପସନ୍ଦ ଅନୁଯାୟୀ ନୂଆ ବର୍ଷରେ ଆସୁଥିବା ଉପରୋକ୍ତ 3ଟି ନୂଆ ମେଗା ଧାରାବାହିକର କାହାଣୀ ଗୁଡିକ ହୋଇଛି, ତାହା ଓଡ଼ିଶା ଦର୍ଶକଙ୍କୁ ନିଶ୍ଚୟ ଭରପୁର ମନୋରଞ୍ଜନ ଦେବା ସହ ନିଶ୍ଚୟ ଦର୍ଶକାଦୃତ ହେବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆସନ୍ତା ଜାନୁୟାରୀ ୨ରୁ ଜୀ-ସାର୍ଥକର ନୂଆ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି ଆଉ ଏକ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’।

ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେବାକୁ ଯାଉଥିବା ଏହି ଧାରାବାହିକଟି ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ମାନିନୀ ଏମିତି ଏକ ଚରିତ୍ର ଯୁଆଡେ ଯାଏ କିଛି ନା କିଛି ବିଗାଡି ଦିଏ, ନାୟକ ଅଭିମନ୍ୟୁଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର।  କାହାଣୀର ଏମିତି ଦୁଇ ଚରିତ୍ର, ଜଣେ ପରଫେକ୍ଟସନିଷ୍ଟ ଆଉ ଜଣେ ଖାମଖିଆଲି।

ଏମାନଙ୍କ ଯୋଡି ବନିବ ତ ! ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡି ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ ? ମାନିନୀ କଣ ଏତେ କମ ବୟସର ଶାଶୁ ହୋଇ ତିନିଟି ବୋହୂଙ୍କ ନେଇ ପରିବାର ସମ୍ଭାଳିବ ପାରିବ ? ଏହାକୁ ନେଇ “ତୁ ଖରା ମୁଁ ଛାଇ” କାହାଣୀ ଗତିଶୀଳ। ଓଡ଼ିଆ ଧାରାବାହିକ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ନିଆରା କାହାଣୀକୁ ନେଇ ନିର୍ମିତ ଏହି ଧାରାବାହିକଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜ଼ୀ ସାର୍ଥକ ପକ୍ଷରୁ କୁହାଯାଇଛି।

ମୁଖ୍ୟ ଚରିତ୍ର ମାନିନୀ ଭୂମିକାରେ ସ୍ମୃତି ଓ ଅଭିମନ୍ୟୁ ଜୟ ଶଙ୍କର ଭୂମିକାରେ ରଞ୍ଜନ ପଣ୍ଡା ଅଭିନୟ କରୁଥିବା ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ତାରିଖ ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେବ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ନୂଆବର୍ଷରେ ଏହି ସବୁ ଜିନିଷକୁ ଘରୁ କର ବାହାର, ଧନ ପ୍ରାପ୍ତି ସହ ମିଳିବ ଉନ୍ନତି

ଭୁବନେଶ୍ବର: ନୂତନ ବର୍ଷ ସମସ୍ତଙ୍କ ପାଇଁ ସଫଳତାର ବର୍ଷ ହେଉ ବୋଲି ସମେସ୍ତ ଚାହାନ୍ତି। ନୂତନ ବର୍ଷରେ ଧନ ଓ ଉନ୍ନତି ପାଇଁ ବାସ୍ତୁର ଉପାୟ ମଧ୍ୟ କରନ୍ତି। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ପ୍ରାରମ୍ଭରେ ଘରୁ କିଛି ଜିନିଷ ବାହାର କରିଦେବା ଉଚିତ୍‌। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂଆବର୍ଷରେ କେଉଁ କେଉଁ ଜିନିଷ ଘରୁ ବାହାର କରିବା ଶୁଭ ହୋଇଥାଏ ଜାଣନ୍ତୁ।

ପୂଜାସ୍ଥଳରୁ ପୁରୁଣା ସାମଗ୍ରୀ ହଟାନ୍ତୁ: ଆମେ ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା କିମ୍ବା ମୂର୍ତ୍ତିରେ ଫୁଲ ମାଳା ଚଢାଇଥଶଉ। ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିରକୁ ସଫା ସୁତୁରା କରିବା ଓ ପୁରୁଣା ଫୁଲକୁ ହଟାଇବା ଶୁଭ ହୋଇଥାଏ। କୁହାଯାଏ ନୂତନ ବର୍ଷରେ ଘରେ ହେଉ ଅବା ଅଫିସ୍‌ରେ ଥିବା ଠାକୁରଙ୍କ ସ୍ଥାନକୁ ସଫା ସୁତୁରା ରଖନ୍ତୁ। କୁହାଯାଏ ଠାକୁରଙ୍କ ପାଖରେ ପୁରୁଣା ତଥା ଅବ୍ୟବହୃତ ଜିନିଷ ରଖିଲେ ବାସ୍ତୁ ଦୋଷ ହୋଇଥାଏ। ଏହା ଦ୍ବାରା ଘରେ ଦରିଦ୍ରତା, କଳି ସୃଷ୍ଟି ହୁଏ।

ଚାଲୁନଥିବା ଘଣ୍ଟା: ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଚାଲୁନଥିବା ଘଣ୍ଟା ରହିଥାଏ, ତାହାକୁ ତୁରନ୍ତ ବାହାର କରିବା ଉଚିତ୍‌। ଘରେ କୌଣସି ଭଙ୍ଗା କିମ୍ବା ବନ୍ଦ ପଡିଥିବା ଘଣ୍ଟା ରଖିବା ଅନୁଚିତ୍‌। ଏହାଦ୍ବାରା ପଇସା ଅଯଥା ଖର୍ଚ୍ଚ ହେବା ସହ ଘରେ ସବୁବେଳେ ଅଭାବ ଲାଗି ରହେ।

ଭଙ୍ଗା ଆସବାବ ପତ୍ର: ଘରେ ଭଙ୍ଗା ଚେୟାର କିମ୍ବା ଖଟ ରଖିବା ଅନୁଚିତ। ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିଥାଏ। ନୂତନ ବର୍ଷରେ ଏହି ସବୁ ଭଙ୍ଗା ଜିନିଷକୁ ଘରକୁ ବାହାର କରିଦେବା ଅତ୍ୟନ୍ତ ଶୁଭ। ଏହି ଭଙ୍ଗା ଜିନିଷ ଘରେ ରହିବା ଦ୍ବାରା ଦରିଦ୍ରତା ଆସିଥାଏ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ନୂଆବର୍ଷର ଘରକୁ ଆଣନ୍ତୁ ଏହିସବୁ ଜିନିଷ, ମିଳିବ ଶୁଭ ଫଳ

ନୂଆଦିଲ୍ଲୀ: ବିଶ୍ବ ମହମାରୀ କୋଭିଡ୍‌ କାରଣରୁ ୨୦୨୧ ବର୍ଷଟି ଆମ ସମସ୍ତଙ୍କୁ ପାଇଁ ସବୁଠୁ ଖରାପ ବର୍ଷ ଭାବେ କଟିଛି। ଅନେକ ଧନଜୀବନ ହାନି କରିଛି ଏହି ବର୍ଷ। ଲୋକେ ଚାକିରି ନ ପାଇ ରାସ୍ତା ଉପରକୁ ଆସିଛନ୍ତି। କରୋନା କାଳରେ ଦଶନ୍ଧିବର ସବୁଠୁ ଭୟର ବାତାବରଣ ଦେଖିଛି ଏ ପୃଥିବୀ। ଆଜିଠୁ ନୂଆବର୍ଷ ଆରମ୍ଭ ହୋଇଛି। ଚଳିତ ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍‌ ଶୁଭମୟ ହୋଇପାରିବ। ଆପଣ ଯଦି କିଛି ଉପାୟ ଅବଲମ୍ବନ କରିବେ। ତେବେ ଆସନ୍ତୁ ଜାଣିବା ନୂଆବର୍ଷର କେଉଁ କେଉଁ ଜିନିଷ ଘରକୁ ଆଣିବା ଦ୍ବାରା ବର୍ଷ ସାରା ଘରେ ସୁଖ ଓ ସମୃଦ୍ଧି ଭରି ରହିବ।

ନୂତନ ବର୍ଷ ପ୍ରାରମ୍ଭରେ ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା ମୂର୍ତ୍ତି ଲଗାଇବା ତା‘ହେଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ଫଟୋ ଲଗାଇବା ଦ୍ବାରା ଘରେ ରହୁଥିବା ସନ୍ତାନ ସନ୍ତତିମାନେ ପାଠପଢାରେ ମନୋନିବେଶ କରିବେ। ଏହାସହିତ ପରିବାର ଲୋକଙ୍କ ଆୟୁ ବଢବ। ଘରେ କୌଣସି ରୋଗ ରହିବ ନାହିଁ ସେହିପରି ଅଭାବ ମଧ୍ୟ ଦୂର ହେବ।

ନୂଆ ବର୍ଷ ଅବସରରେ ଯଦି ଆପଣ ଧାତୁରେ ନିର୍ମିତ କଇଁଚ ଘରକୁ ଆଣିବେ ଏହା ଅତ୍ୟନ୍ତ ଶୁଭ ହେବ। ରୂପା, ପିତ୍ତଳ କିମ୍ବା ତମ୍ବାର କଇଁଚ ଆଣି ଏହାକୁ ଉତ୍ତର ଦିଗରେରଖିବା ଆବଶ୍ୟକ। ଏହାଦ୍ବାରା ଘରେ ସୁଖ-ସୌଭାଗ୍ୟ ରହିବ।

ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଅଛନ୍ତି ତେବେ ନୂଆ ବର୍ଷ ଅବସରରେ ନିଜ ଘରକୁ ମୋତି ଶଙ୍ଖ ଆଣନ୍ତୁ। ଏହି ଶଙ୍ଖକୁ ବିଧି ବିଧାନ ସହିତ ପୂଜା କରି ନିଜ ଆଲମାରୀ କିମ୍ବା ଅଫିସ୍‌ରେ ରଖନ୍ତୁ। ଏହା ଦ୍ବାରା ଆର୍ଥିକ ସଂକଟ ଦୂର ହେବା ସହିତ ଆମଦାନୀର ସ୍ତ୍ରୋତ ବଢିବ।

ଯଦି ଆପଣଙ୍କ କାମ ହେଉ ହେଉ ବିଗିଡି ଯାଉଛି, ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ୍‌ ଦେଉନାହିଁ ତେବେ ଆପଣ ନୂଆ ବର୍ଷରେ ଘରକୁ ମୟୂର ଚନ୍ଦ୍ରିକା ବା ପର ଆଣନ୍ତୁ। ଏହା ଅତ୍ୟନ୍ତ ଶୁଭ ଓ ଚମତ୍କାରୀ। ଏହା ଭାଗ୍ୟକୁ ଚମକାଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଆପଣ ମୟୂର ପରର ଗୋଚ୍ଛା ଆଣିବେ ନାହିଁ କେବଳ ଗୋଟିଏ 3ଟି ମୟୂର ପର ଆଣିବେ।

ଯଦି ଘରେ କୌଣସି ସମସ୍ୟା ସଦାସର୍ବଦା ରହୁଛି, ତେବେ ଆପଣ ପଦ୍ମବୀଜ ମାଳା ଆଣନ୍ତୁ। ଏହା ମାଳା ଧନ ପ୍ରାପ୍ତି କରାଇଥାଏ। ଏହା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ଏହାକୁପୂଜା ଘରେ ରଖି ନିଜ ଇଷ୍ଟଦେବୀଙ୍କ ସ୍ମରଣ କରିବା ଦ୍ବାରା ଘରୁ ଦୁଃଖ ଦୂର ହୋଇଥାଏ। ଏହା ସହିତ ଆଗାମୀ ସମୟରେ ଆସିବାକୁ ଥିବା ସମସ୍ତ ବିପତ୍ତିରୁ ମଧ୍ୟ ରକ୍ଷା ମିଳିଥାଏ।

Categories
ଆଜିର ଖବର ଜୀବନ ଶୈଳୀ ସଂସ୍କୃତି

ଧନ ଲାଭ ସହ ଭାଗ୍ୟର ପରିବର୍ତ୍ତନ ଚାହୁଁଛନ୍ତି କି? ତା’ହେଲେ ନୂଆବର୍ଷରେ ଏହି ଉପାୟ ସବୁ କରନ୍ତୁ ପାଳନ

ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ୨୦୨୨ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି। ନୂଆବର୍ଷ ସମସ୍ତଙ୍କୁ ପାଇଁ ଖୁସି ଓ ସୌହାଦ୍ଦ୍ୟର ବର୍ଷ ହେଉ ବୋଲି କାମନା। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ବାରା ବର୍ଷ ସାରା ଘରେ ଧନ ଧାନ୍ୟ ପୂର୍ଣ୍ଣ ହେବା ସହିତ ସୁଖ ଶାନ୍ତିମଧ୍ୟ ବିରାଜମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକସମ୍ପର୍କରେ।

-ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଯଥା ଜଳ ନଷ୍ଟ ଅତ୍ୟନ୍ତ ଅଶୁଭ ହୋଇଥାଏ। ସେଥିପାଇଁ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏହାଦ୍ବାରା ଘରେ ଅଯଥା ଧନ ଖର୍ଚ୍ଚ ହୋଇଥାଏ।

-ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଖୁସି ପାଇଁ ଜଳର ପ୍ରବାହ ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ।

-ଚାରା ବା ଛୋଟଗଛରେ ପ୍ରତ୍ୟକ ଦିନ ଜଳ ଦେବା ଦ୍ବାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ। ଏହାଦ୍ବାରା ପରିବାର ମଧ୍ୟରେ ସୌହାଦ୍ଦ୍ୟର ବାତାବରଣ ସୃଷ୍ଟି ହୁଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଛାତ ଉପରେ ଦକ୍ଷିଣ-ପଶ୍ଚିମ ଦିଗରେ ପାଣି ଟାଙ୍କି କରିବା ଉଚିତ୍‌।

-ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଆଡକୁ ଗୋଡ ଓ ଉତ୍ତର ଆଡକୁ ମୁଣ୍ଡ ରଖି ଶୋଇବା ଆବଶ୍ୟକ। ଏହା ଦ୍ବାରା ଧନ, ଖୁସି ଓ ସମୃଦ୍ଧି ମିଳିଥାଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ପୂର୍ବ ଅଥବା ପୂର୍ବ ଦିଗରେ ବସିକରି ଖାଦ୍ୟ ଗ୍ରହଣ କରିବା ଉଚିତ୍‌ ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ଆସିଥାଏ।

-ସେହିପରି ଦକ୍ଷିଣ ଦିଗକୁ ମୁହଁ କରି କେବେ ଭୋଜନ କରିବେ ନାହିଁ।

-ଘର କିମ୍ବା ଅଫିସ୍‌ରେ ସର୍ବଦା ଈଶାନ କୋଣରେ ପୂଜାସ୍ଥାନ କରିବା ଉଚିତ୍‌। ଏପରି କରିବା ଦ୍ବାରା ଘରେ ସର୍ବଦା ଶାନ୍ତି ବିରାଜମାନ କରିଥାଏ।

-ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି ଆପଣ ଠାକୁରଙ୍କ ଘର ଅଥବା ମନ୍ଦିର ନିର୍ମାଣ କରୁଛନ୍ତି, ତେବେ ଦକ୍ଷିଣ ପଶ୍ଚିମ ଦିଗରେ କେବେବି ମନ୍ଦିର ବନାନ୍ତୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ନୂଆ ବର୍ଷ ଅଭିନନ୍ଦନ ଜଣାଇ କଣ କହିଲେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି, ଜାଣନ୍ତୁ

ନୂଆଦିଲ୍ଲୀ, ଆଜି ଇଂରାଜୀ ନୂଆବର୍ଷ। ଏହି ଉପଲକ୍ଷେ ଆଜି ବିଭିନ୍ନ ମହଲରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଦିଆନିଆ ଚାଲିଛି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ନୂଆବର୍ଷ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ କରି ସେ କହିଛନ୍ତି ଯେ,

“ନୂତନ ବର୍ଷର ଶୁଭେଚ୍ଛା। ନୂତନ ବର୍ଷ ଏକ ନୂତନ ଆରମ୍ଭ କରିବାର ଏକ ସୁଯୋଗ ଏବଂ ବ୍ୟକ୍ତିଗତ ଏବଂ ସାମୂହିକ ବିକାଶ ପାଇଁ ଆମର ସଂକଳ୍ପକୁ ଗୁରୁତ୍ୱ ଦେଇଥାଏ। କୋଭିଡ -19 ରୁ ସୃଷ୍ଟି ଚ୍ୟାଲେଞ୍ଜ ସମୟରେ ଆମ ସମସ୍ତେ ଏକତ୍ର ହୋଇ ଆଗକୁ ବଢିବା ପାଇଁ ଏକ ସମୟ।”

ସେହିପରି ଉପରାଷ୍ଟ୍ରପ ଏମ ଭେଙ୍କେୟାନଇଡୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ସେ ମଧ୍ୟ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,

“ନୂତନ ବର୍ଷ 2021 ରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା! ଆମେ ସମସ୍ତେ ନୂଆ ବର୍ଷ ପାଇଁ ଅପେକ୍ଷା କରିଥାଉ। ଆସନ୍ତୁ, ବିଶ୍ୱ ମହାମାରୀ ମାଧ୍ୟମରେ ଜୀବନର ଅନେକ କିଛି ଶିକ୍ଷା ଲାଭ କରିଥିବା ଏହି ବର୍ଷକୁ ବିଦାୟ ଦିଅନ୍ତୁ ଏବଂ ନୂତନ ବର୍ଷକୁ ଆଶା ଭାବନା ସହିତ ସ୍ୱାଗତ କରିବା | # NewYear2021″

Categories
ଧର୍ମ ବିଶେଷ ଖବର ବ୍ୟବସାୟ

ଆଜି ନୂଆବର୍ଷ, କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣନ୍ତୁ ବିସ୍ତୁତ ରାଶିଫଳ

ମେଷ- ଆର୍ଥିକ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଏହା ହେଉଛି ଲାଭର ସମଷ୍ଟି। ଆପଣଙ୍କ ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ, କିନ୍ତୁ କିଛି ବିଳମ୍ବ ହୋଇପାରେ। ଆପଣ ଆଜି ପରିବାର ବିଷୟରେ ଖୁସି ହୋଇପାରିବେ। ନୂତନ ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ପଦବୀ ପାଇବାକୁ ସକ୍ଷମ ହେବେ। ପଦୋନ୍ନତି ପାଇଁ ଯୋଗ ସୃଷ୍ଟି ରହିଛି। ଶାରୀରିକ ଦୁଃଖର ସମ୍ମୁଖୀନ ହୋଇପାରନ୍ତି। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ପ୍ରସଙ୍ଗରେ ମଧ୍ୟ ସଚେତନ ରୁହନ୍ତୁ । ଖାଦ୍ୟପେୟରେ ଯତ୍ନବାନ ହୁଅନ୍ତୁ। ଆଜି ଆର୍ଥିକ ଦୃଷ୍ଟିକୋଣରୁ ଭଲ ଦିନ ନୁହେଁ।

ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆଜି ଖୁସି ଅନୁଭବ କରିବ। ଯଦିଓ ସବୁକିଛି ଠିକ ଅଛି, ହେଲେ ଆପଣ କଥାବାର୍ତ୍ତାକୁ ନିୟନ୍ତ୍ରଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। ପରୀକ୍ଷା ଦୃଷ୍ଟିକୋଣରୁ ବାଧା ଆସିପାରେ। ଆପଣଙ୍କ ମନ ଅସ୍ଥିର ରହିବ। ଛାତ୍ରଛାତ୍ରୀମାନେ ଆଜି ପଢିବାରେ ଧ୍ୟାନ ଦିଅନ୍ତୁ। ଯଦିଓ ଅଧ୍ୟୟନ କରିବାକୁ ଇଚ୍ଛା ସତ୍ତ୍ବେ ଆପଣଙ୍କ ମନ ଆଜି ସ୍ଥିର ରହିବ ନାହିଁ । ମୋଟ ଉପରେ, ଆଜି ଛାତ୍ରଛାତ୍ରୀମାନେ ସେମାନଙ୍କ ଉଦ୍ୟମରେ ଅସଫଳ ହୋଇପାରନ୍ତି। ବ୍ୟବସାୟୀ ଏବଂ ଚାକିରୀଆମାନେ ଆଜି ଅଧିକ ସଫଳ ହୋଇପାରିବେ । ପରିବାର ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହୋଇପାରେ।

ମିଥୁନ– ଆଜି ଆପଣ ଟିକିଏ ସତର୍କ ହେବା ଆବଶ୍ୟକ । ଚାକିରୀ ପାଇଁ ଏହା ଏକ ଅନୁକୂଳ ସମୟ ନୁହେଁ । ଆଜି ଯଦି ଆପଣ ନିଜକୁ ବିଶ୍ରାମ ଦେବା ପାଇଁ କିଛି ସମୟ ନିଅନ୍ତି ତେବେ ଭଲ ହେବ। ଛୁଟିଦିନରେ ଆପଣଙ୍କ ପରିବାରକୁ ନେବାକୁ କିଛି ସମୟ ନିଅନ୍ତୁ। ଅଂଶୀଦାରମାନେ ସାହାଯ୍ୟ କରିବେ, କିନ୍ତୁ ଆପଣଙ୍କର ଉଦ୍ୟମକୁ ଭୁଲ ବୁଝିବେ। ଆପଣ ଆଜି ଖୁସି ହେବେ। ଆତ୍ମବିଶ୍ୱାସ ମଧ୍ୟ ରହିବ। ଏହି ଦିନ ଅତ୍ୟଧିକ ପରିଶ୍ରମରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଯତ୍ନର ସହ ଚିନ୍ତା କରି ପରେ ନିଷ୍ପତ୍ତି ନିଅନ୍ତି, ତେବେ ଆପଣ କ୍ଷେତ୍ରର ଥିବା ଅସୁବିଧାଗୁଡ଼ିକର ମୁକାବିଲା କରିପାରିବେ। ଆଜି ଏକ ଆର୍ଥିକ ଦିନ ନୁହେଁ । ଯତ୍ନର ସହିତ ଖର୍ଚ୍ଚ କରନ୍ତୁ।

କର୍କଟ- ଆଜି ଆପଣଙ୍କର ଶୁଭ ବୋଲି ବିବେଚନା କରାଯାଇପାରେ। ନୂତନ ଯୋଗାଯୋଗ କରିବା ଆପଣଙ୍କ ପାଇଁ ଏହା ଏକ ଅନୁକୂଳ ସମୟ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ଅଧିକ ପରିପକ୍ୱ ହୋଇପାରେ। ପ୍ରେମ କିଛି ବ୍ୟକ୍ତିଙ୍କ ଜୀବନରେ ଆସିପାରେ। ପାରିବାରିକ ସମ୍ପର୍କରେ ବିରକ୍ତ ହୋଇପାରନ୍ତି । ଯଦି ଆପଣଙ୍କର ଧର୍ମ ପ୍ରତି ସମ୍ମାନ ଅଛି, ତେବେ ଆଜି ଶୁଭ ଦିନ ହେବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ଏହାଦ୍ୱାରା କ୍ଷତି ହୋଇପାରେ।

ସିଂହ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହୋଇପାରେ। ସବୁ କ୍ଷେତ୍ରରୁ ସଫଳତା ପାଇବାର ସମ୍ଭାବନା ଅଛି । ପିତୃପୁରୁଷ ମାମଲାରେ କିଛି ବିବାଦ ହୋଇପାରେ, ତେଣୁ ଯଦି ଆପଣ ଭାଷଣ ଉପରେ ପ୍ରତିବନ୍ଧକ ରଖନ୍ତି ତେବେ ଏହା ଭଲ ହେବ । ବିତର୍କରେ ପ୍ରବେଶ କରନ୍ତୁ ନାହିଁ । ଅନାବଶ୍ୟକ ଖର୍ଚ୍ଚରୁ ମଧ୍ୟ ଦୂରେଇ ରୁହନ୍ତୁ । ପରିବାର ସହିତ ସମୟ ବିତାନ୍ତୁ । ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହୋଇପାରେ। ସମ୍ପତ୍ତିରୁ ଟଙ୍କା ରୋଜଗାରରେ ଅର୍ଥ ବିକାଶ ହୋଇପାରେ। ବର୍ତ୍ତମାନ ପରିବାରର ଦାୟିତ୍ବ ବଢିପାରେ, ତେଣୁ ଏଥିପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ।

କନ୍ୟା- ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକରୁ କିଛି ମାତ୍ରାରେ ଆରାମ ପାଇପାରିବେ। ସହକର୍ମୀମାନେ ଆପଣଙ୍କର କାର୍ଯ୍ୟ ଶୈଳୀରେ ଉନ୍ନତି ଆଣିବାରେ ସାହାଯ୍ୟ କରିପାରିବେ। ଆପଣଙ୍କର ଦକ୍ଷତା ପ୍ରଦର୍ଶନ କରିବାକୁ ଯଥେଷ୍ଟ ସୁଯୋଗ ପାଇବେ। ପାରିବାରିକ ଦୃଷ୍ଟିକୋଣରୁ, ଆଜି ଏକ ଭଲ ଦିନ ହୋଇପାରେ । ଆଜି ବାର୍ତ୍ତାଳାପ କରିବା ଭଲ ହେବ । ଆଜି  ଆତ୍ମବିଶ୍ୱାସ ରହିବ, କିନ୍ତୁ ବାର୍ତ୍ତାଳାପକୁ ସ୍ଥିର ରଖିବା ଆବଶ୍ୟକ। ଅତ୍ୟଧିକ କୈଣସି ବିଷୟରେ ଆଲୋଚନା କରିବା ଲାଭଦାୟକ ହେବ ନାହିଁ । ଅଧିକାରୀମାନେ ଚାକିରିରେ ସହାୟତା ପାଇବେ।

ତୂଳା- ମନରେ ଖୁସିର ଅନୁଭବ ହେବ। କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ ହେବ। ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ତେଣୁ ଖାଦ୍ୟପେୟରେ ଯତ୍ନବାନ ହୁଅନ୍ତୁ । କର୍ମକ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ। ପୂର୍ବ ଯୋଜନା ଫଳପ୍ରଦ ହେବ। ଅର୍ଥନୈତିକ ଦିଗ ଅସ୍ଥିର ହୋଇପାରେ। ଆପଣଙ୍କର ସମାଲୋଚକ ଏବଂ ଶତ୍ରୁମାନେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି, ଯାହା ବିଷୟରେ ଆପଣ ଯତ୍ନବାନ ହେବା ଉଚିତ । ଆପଣ ପରିବାରରେ ଭଲ ସମୟ ପାଇବେ। ନିଜକୁ ଯଥାସମ୍ଭବ ବ୍ୟସ୍ତ ରଖନ୍ତୁ, ଉପକୃତ ହେବ ।

ବିଛା- ଆଜି ପାଇଁ ଏକ ଭଲ ଦିନ ହୋଇପାରେ। ଆପଣଙ୍କର ନିକଟତମ ଏବଂ ପ୍ରିୟ ଲୋକଙ୍କ ସହିତ ମାନସିକତା ବାଣ୍ଟିବାକୁ ସମୟ ରହିବ। ଆର୍ଥିକ ଦୃଷ୍ଟିରୁ ଏହା ହେଉଛି ସର୍ବୋତ୍ତମ ସମୟ । ପରିବାରରେ ସୁଖର ଏକ ଅନୁଭବ ମଧ୍ୟ ରହିବ। ଆପଣ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ଏକ ଧାର୍ମିକ ସ୍ଥାନକୁ ପରିଦର୍ଶନ କରିପାରନ୍ତି । ଯାନର ଆନନ୍ଦ ପାଇବେ। ପରିବାର ସହିତ ଭଲ ସମ୍ପର୍କ ରଖିବାର ସମ୍ଭାବନା ଅଛି। ଆର୍ଥିକ ଦୃଷ୍ଟିରୁ, ଆଜି ଭଲ ଦିନ ନୁହେଁ। ଯତ୍ନର ସହିତ ଖର୍ଚ୍ଚ କରନ୍ତୁ।

ଧନୁ- ଆଜି ଯଦି ଆପଣ ସକରାତ୍ମକ ଚିନ୍ତାଧାରା ସହିତ ଆଚରଣ କରନ୍ତି, ତେବେ ଏହା ଉପଯୁକ୍ତ ହେବ, କାରଣ ଆଜି ଅଂଶୀଦାରମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅର୍ଥନୈତିକ ଦିଗ ଅସ୍ଥିର ହୋଇପାରେ। ଆପଣଙ୍କର ସମାଲୋଚକ ଏବଂ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିପାରନ୍ତି, ଯାହା ବିଷୟରେ ଆପଣ ଯତ୍ନବାନ ହେବା ଉଚିତ। ଆପଣ ପରିବାରରେ ଭଲ ସମୟ ପାଇବେ। ନିଜକୁ ଯଥାସମ୍ଭବ ବ୍ୟସ୍ତ ରଖନ୍ତୁ, ଉପକୃତ ହେବ। ନିୟମିତ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ। ବିଶେଷ କରି ଶିକ୍ଷା କ୍ଷେତ୍ର ସହିତ ଜଡିତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆପଣଙ୍କର ମନ ଅଶାନ୍ତି ରହିବ । ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ । ବିଭିନ୍ନ ସୁବିଧା ମିଳିବ। କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ ।

ମକର- ଆଜି ଆପଣଙ୍କ ପାଇଁ ଏକ କଷ୍ଟକର ସମୟ ହେବ। କାର୍ଯ୍ୟ କ୍ଷେତ୍ରରେ ବାରମ୍ବାର ପରିବର୍ତ୍ତନ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ। ପ୍ରତିବଦ୍ଧତା ହ୍ରାସ ଅର୍ଥନୈତିକ ଦିଗରେ ନକାରାତ୍ମକ ପରିବର୍ତ୍ତନ ହୋଇପାରେ। ପିଲାମାନେ ଆପଣଙ୍କୁ ସୁସ୍ଥ ଏବଂ ଖୁସି ରଖିବେ। ଯଦି ଆପଣ ଚାକିରି ପରିବର୍ତ୍ତନ ଖୋଜୁଛନ୍ତି ତେବେ ଆପଣ ବିଭିନ୍ନ ସୁଯୋଗ ପାଇପାରିବେ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ ଏବଂ ଖାଦ୍ୟ ଏବଂ ପାନୀୟର ବିଶେଷ ଯତ୍ନ ନିଅନ୍ତୁ। ଏହି ରାଶିର ଲୋକମାନେ ବିଚଳିତ ହେବେ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଯୋଗଦାନ ବୃଦ୍ଧି ପାଇପାରେ। ଅସୁବିଧାରେ ପଡ଼ିପାରନ୍ତି। ଯଦି ଆପଣ କଥାବାର୍ତ୍ତା ଠିକ ଭାବେ କରନ୍ତି ତେବେ ଏହା ଭଲ ହେବ।

କୁମ୍ଭ- ଆଜି ପାଇଁ ଏକ ଭଲ ଦିନ ବୋଲି କୁହାଯାଇପାରେ। ଆଜି ଦେଇଥିବା ରାଶି ଫେରସ୍ତେ ପାଇପାରିବେ। ବିଭିନ୍ନ ମାମଲାଗୁଡ଼ିକରେ ଆପୋଷ ବୁଝାମଣା କରିବା ଭଲ ହେବ। କୋର୍ଟରେ ମକଦ୍ଦମା ଦାୟର ହେବ। ଚାକିରୀ କର୍ମକ୍ଷେତ୍ରରେ ସଫଳତା। ଜଣେ ବୃଦ୍ଧ ମହିଳାଙ୍କ ସହ ଝଗଡା ହୋଇପାରେ। ଯଦି ଆପଣ କୌଣସି ବିତର୍କରେ ପ୍ରବେଶ ନକରନ୍ତି ତେବେ ଏହା ଲାଭଦାୟକ ହେବ। ପାରିବାରିକ ସହାୟତା ପାଇପାରନ୍ତି। ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆର୍ଥିକ ଦୃଷ୍ଟିକୋଣରୁ ଆଜି ଏକ ଭଲ ଦିନ।

ମୀନ- ଆଜି ଆପଣ ପରିବର୍ତ୍ତନ ପାଇଁ ସୁଯୋଗ ପାଇପାରିବେ। ପ୍ରୟାସ ଫଳପ୍ରଦ ହେବ। ଆପଣଙ୍କର ଚାକିରିରେ ପରିବର୍ତ୍ତନ ଆଶା କରିପାରିବ ଏବଂ ବିଦେଶ ଯାତ୍ରା ମଧ୍ୟ କରିପାରିବ। ବିଦେଶ ଯାତ୍ରା କରିବା ସମୟରେ ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି, ତେଣୁ ଆପଣଙ୍କର ଭ୍ରମଣ ପୂର୍ବରୁ ଦୁଇଥର ଯାଞ୍ଚ କରନ୍ତୁ। ଯଦି ଆପଣ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସନ୍ତୁଳିତ ଆଚରଣ କରନ୍ତି ତେବେ ଏହା ଉପଯୁକ୍ତ ହେବ। ବୈଦ୍ଧିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇପାରେ। ଅସୁବିଧାରେ ପଡ଼ି ପାରନ୍ତି। ଯଦି ଆଜି ପ୍ରେରଣା ଦ୍ୱାରା ସଞ୍ଚୟ ହୋଇଛ, ଏହା ଭଲ ହେବ। ଆପଣଙ୍କର ଭାବନାକୁ ନିୟନ୍ତ୍ରଣରେ ରଖିବା ଲାଭଦାୟକ ହେବ । ତଥାପି, ଆଜି ଆପଣ ଜୀବନସାଥୀ ସହିତ ଖରାପ ସମ୍ପର୍କ ରଖିପାରନ୍ତି। ଅଧିକାରୀମାନଙ୍କ ସହିତ ଯତ୍ନର ସହ ବୁଝାମଣା କରନ୍ତୁ। ଆର୍ଥିକ ଦୃଷ୍ଟିରୁ, ଆଜି ଭଲ ଦିନ ନୁହେଁ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ନୂଆବର୍ଷରେ ଏହି ସବୁ ଜିନିଷକୁ ଘରୁ କର ବାହାର, ଧନ ପ୍ରାପ୍ତି ସହ ମିଳିବ ଉନ୍ନତି

ଭୁବନେଶ୍ବର: ନୂତନ ବର୍ଷ ସମସ୍ତଙ୍କ ପାଇଁ ସଫଳତାର ବର୍ଷ ହେଉ ବୋଲି ସମେସ୍ତ ଚାହାନ୍ତି। ନୂତନ ବର୍ଷରେ ଧନ ଓ ଉନ୍ନତି ପାଇଁ ବାସ୍ତୁର ଉପାୟ ମଧ୍ୟ କରନ୍ତି। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ପ୍ରାରମ୍ଭରେ ଘରୁ କିଛି ଜିନିଷ ବାହାର କରିଦେବା ଉଚିତ୍‌। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂଆବର୍ଷରେ କେଉଁ କେଉଁ ଜିନିଷ ଘରୁ ବାହାର କରିବା ଶୁଭ ହୋଇଥାଏ ଜାଣନ୍ତୁ।

ପୂଜାସ୍ଥଳରୁ ପୁରୁଣା ସାମଗ୍ରୀ ହଟାନ୍ତୁ: ଆମେ ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା କିମ୍ବା ମୂର୍ତ୍ତିରେ ଫୁଲ ମାଳା ଚଢାଇଥଶଉ। ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିରକୁ ସଫା ସୁତୁରା କରିବା ଓ ପୁରୁଣା ଫୁଲକୁ ହଟାଇବା ଶୁଭ ହୋଇଥାଏ। କୁହାଯାଏ ନୂତନ ବର୍ଷରେ ଘରେ ହେଉ ଅବା ଅଫିସ୍‌ରେ ଥିବା ଠାକୁରଙ୍କ ସ୍ଥାନକୁ ସଫା ସୁତୁରା ରଖନ୍ତୁ। କୁହାଯାଏ ଠାକୁରଙ୍କ ପାଖରେ ପୁରୁଣା ତଥା ଅବ୍ୟବହୃତ ଜିନିଷ ରଖିଲେ ବାସ୍ତୁ ଦୋଷ ହୋଇଥାଏ। ଏହା ଦ୍ବାରା ଘରେ ଦରିଦ୍ରତା, କଳି ସୃଷ୍ଟି ହୁଏ।

ଚାଲୁନଥିବା ଘଣ୍ଟା: ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଚାଲୁନଥିବା ଘଣ୍ଟା ରହିଥାଏ, ତାହାକୁ ତୁରନ୍ତ ବାହାର କରିବା ଉଚିତ୍‌। ଘରେ କୌଣସି ଭଙ୍ଗା କିମ୍ବା ବନ୍ଦ ପଡିଥିବା ଘଣ୍ଟା ରଖିବା ଅନୁଚିତ୍‌। ଏହାଦ୍ବାରା ପଇସା ଅଯଥା ଖର୍ଚ୍ଚ ହେବା ସହ ଘରେ ସବୁବେଳେ ଅଭାବ ଲାଗି ରହେ।

ଭଙ୍ଗା ଆସବାବ ପତ୍ର: ଘରେ ଭଙ୍ଗା ଚେୟାର କିମ୍ବା ଖଟ ରଖିବା ଅନୁଚିତ। ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିଥାଏ। ନୂତନ ବର୍ଷରେ ଏହି ସବୁ ଭଙ୍ଗା ଜିନିଷକୁ ଘରକୁ ବାହାର କରିଦେବା ଅତ୍ୟନ୍ତ ଶୁଭ। ଏହି ଭଙ୍ଗା ଜିନିଷ ଘରେ ରହିବା ଦ୍ବାରା ଦରିଦ୍ରତା ଆସିଥାଏ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ରାଶି ଅନୁଯାୟୀ ଜାଣନ୍ତୁ ନୂତନବର୍ଷର କେଉଁ ମାସଗୁଡିକ ଆପଣଙ୍କ ପାଇଁ ଲକି

ଭୁବନେଶ୍ବର: ନୂତନ ବର୍ଷ ଆଶା ଓ ସମ୍ଭାବନା ନେଇ ଆସିଥାଏ। ଗ୍ରହ ନକ୍ଷତ୍ର ଦୃଷ୍ଟିରୁ ୨୦୨୧ ବର୍ଷଟି ସମସ୍ତଙ୍କ ପାଇଁ ଶୁଭ ଓ ଅନୁକୂଳ ହେଉ। ତେବେ ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ନୂତନ ବର୍ଷର କେଉଁ ମାସଗୁଡିକ ଶୁଭ ଓ କେଉଁମାସଗୁଡିକ ଅଶୁଭ।

ମେଷ ରାଶି: ମେଷ ରାଶିର ସବୁଠୁ ଭଲ ମିତ୍ର ରାଶି ହେଉଛନ୍ତି କୁମ୍ଭ। ୨୦୨୧ ମସିହାରେ ବୃହସ୍ପତି ଓ ଶନି ଅଧିକ ସମୟ କୁମ୍ଭ ରାଶିରେ ବିତାଇବେ। ଏହାର ପ୍ରଭାବରେ କିଛି ନୂତନ କାର୍ଯ୍ୟ କରିବାକୁ ମିଳିବ। ମେଷ ରାଶିର ବ୍ୟକ୍ତିବିଶେଷ ମାନେ ନିଜ ବ୍ୟବସାୟିକ ଜୀବନରେ ସଫଳତା ପାଇବେ। ସେହିପରି ଏହି ରାଶିର ପ୍ରେମୀମାନଙ୍କ ପାଇଁ ଅକ୍ଟୋବର ମାସଟି ବେଶ୍‌ ଶୁଭଦାୟକ ରହିବ। ସେହିପରି ଫେବୃଆରୀ ଓ ଜୁଲାଇ ମାସରେ କ୍ୟାରିଅରରେ ଉନ୍ନତି ଘଟିବ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫେବୃଆରୀ, ଅପ୍ରେଲ ଓ ଜୁଲାଇ ମାସଟି ବେଶ୍‌ ଲକି ସାବ୍ୟସ୍ତ ହେବ।

ବୃଷଭ: ବୃଷଭ ରାଶି ପାଇଁ ୨୦୨୧ ମସିହାଟି ବେଶ୍‌ ରୋମାଞ୍ଚକର ରହିବ। ନୂତନ ବର୍ଷରେ କ୍ୟାରିଅରରେ ଉନ୍ନତି ଘଟିବ। ସେହିପରି ଏହି ରାଶିର ପ୍ରେମୀଙ୍କ ପାଇଁ ମାର୍ଚ୍ଚ ଓ ସେପ୍ଟେମ୍ବର ବେଶ୍‌ ଅନୁକୂଳ ରହିବ। ଏହି ରାଶିର ଲୋକଙ୍କ ପାଇଁ ଜାନୁଆରୀ, ମାର୍ଚ୍ଚ,  ଡିସେମ୍ବର ଲକି ରହିବ।

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ଫେବୃଆରୀ, ଅପ୍ରେଲ ଓ ଜୁନ୍‌ ମାସଟି ଲକି ରହିବ। ବ୍ୟବସାୟିକ ଦୃଷ୍ଟିକୋଣରୁ ଫେବୃଆରୀ ଓ ମାର୍ଚ୍ଚ ମାସଟି ବେଶ୍‌ ଖାସ ରହିବ। ସେହିପରି ପ୍ରେମୀମାନଙ୍କ ପାଇଁ ଅକ୍ଟୋବର ମାସଟି ବେଶ୍‌ ଭଲ ରହିବ।

କର୍କଟ: ଏହି ରାଶିର ଲୋକମାନେ ମାର୍ଚ୍ଚ ମାସରେ ଟିକିଏ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ସେହିପରି ଏହି  ରାଶିର ପ୍ରେମୀମାନଙ୍କପାଇଁ ଅକ୍ଟୋବର ଓ ନଭେମ୍ବର ମାସଟି ପୂରା ଖାସ୍‌ ରହିବ। ଏହି ରାଶିର ଲୋକଙ୍କ ପାଇଁ ଲକି ମାସଗୁଡିକ ହେଉଛି – ମାର୍ଚ୍ଚ, ଜୁନ୍‌, ଜୁଲାଇ ଓ ନଭେମ୍ବର।

ସିଂହ: ନୂତନ ବର୍ଷ ଏହି ରାଶି ପାଇଁ ବେଶ୍‌ ଅନୁକୂଳ ରହିବ। ସମ୍ପର୍କ ବଢିବ। ଏହି ରାଶି ପାଇଁ ଲକି ମାସ ହେଉଛି – ଫେବୃଆରୀ, ଅପ୍ରେଲ୍‌, ଅଗଷ୍ଟ ଓ ଡିସେମ୍ବର।

କନ୍ୟା: କନ୍ୟାରାଶିର ବ୍ୟକ୍ତିବିଶେଷମାନେ ନୂତନ ବର୍ଷରେ ନିଜ ସ୍ବାସ୍ଥ୍ୟ ପ୍ରତି ଟିକେ ଅଧିକ ସଚେତନ ରହିବା ଆବଶ୍ୟକ। ଏହି ରାଶିର ଲୋକଙ୍କ ପାଇଁ ଫେବୃଆରୀ, ମେ, ଅଗଷ୍ଟ ଓ ଡିସେମ୍ବର ମାସଟି ବେଶ୍‌ ଶୁଭ ରହିବ।

ତୁଳା ରାଶି: ନୂତନ ବର୍ଷରେ ଏହି ରାଶିର ଲୋକଙ୍କର ସାମାଜିକ ଦାୟିତ୍ବ ବଢିବ। ନୂତନ ସମ୍ପର୍କ ସ୍ଥାପନ ହେବ। ଏହି ରାଶିର ଲୋକଙ୍କ ପାଇଁ ଶୁଭ ମାସ ହେଉଛି ଫେବୃଆରୀ, ଅପ୍ରେଲ, ଜୁନ ଓ ଅକ୍ଟୋବର।

ବିଛା: ନୂତନ ବର୍ଷରେ ବିଛା ରାଶିର ବ୍ୟକ୍ତିବିଶେଷମାନେ ନିଜ ପରିବାରକୁ ବିଶେଷ ଧ୍ୟାନ ଦେବେ। ବ୍ୟବସାୟିକ କ୍ଷେତ୍ରରେ ସ୍ପଷ୍ଟତା ମିଳିବ। ଏହି ରାଶିର ଲୋକଙ୍କ ପାଇଁ ଶୁଭ ମାସ ହେଉଛି – ମାର୍ଚ୍ଚ, ମେ, ଜୁଲାଇ ଓ ନଭେମ୍ବର।

ଧନୁ: ଧନୁ ରାଶିର ବ୍ୟକ୍ତିବିଶେଷମାନେ ନୂତନ ବର୍ଷରେ ଅଧିକ ସ୍ବାଧୀନ ଓ ପରିଶ୍ରମୀ ଅନୁଭବ କରିବେ। ଏହି ବର୍ଷଟି ଆପଣଙ୍କ ପାଇଁ ରୋମାଞ୍ଚକର ହେବ। ବହୁତ କିଛି ନୂଆ କରିବେ। ଆପଣଙ୍କ ପାଇଁ ଶୁଭ ମାସ ହେଉଛି – ଫେବୃଆରୀ, ଅପ୍ରେଲ, ଜୁଲାଇ ଓ ଅକ୍ଟୋବର।

ମକର: ଏହି ରାଶିର ଲୋକମାନେ ନୂତନ ବର୍ଷରେ ନିଜର ଆର୍ଥିକ ସ୍ଥିତି ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲକି ମାସ ହେଉଛି – ଜାନୁଆରୀ, ମଇ, ଅଗଷ୍ଟ ଓ ଡିସେମ୍ବର।

କୁମ୍ଭ: ନୂତନ ବର୍ଷ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସଂକେତ ନେଇ ଆସିଛି। ଏହି ବର୍ଷରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରିବେ। ଫେବୃଆରୀ ମାସରେ ଆପଣଙ୍କ ଗ୍ରହ ମଜବୁତ୍‌ ସ୍ଥିତିରେ ରହିବ। ଆପଣଙ୍କୁ ଫାଇଦା ମିଳିବ। ଏହି ରାଶି ପାଇଁ ଶୁଭ ମାସ ହେଉଛି – ଫେବୃଆରୀ, ଅପ୍ରେଲ, ଜୁନ୍‌ ଓ ଅକ୍ଟୋବର।

ମୀନ: ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ନୂତନ ବର୍ଷରେ ବହୁତ କିଛି ଅବସର ମିଳିବ। ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଶୁଭମାସ – ମାର୍ଚ୍ଚ, ମଇ, ଜୁଲାଇ ଓ ନଭେମ୍ବର।

Categories
ଆଜିର ଖବର ଧର୍ମ

ନୂଆବର୍ଷର ଘରକୁ ଆଣନ୍ତୁ ଏହିସବୁ ଜିନିଷ, ମିଳିବ ଶୁଭ ଫଳ

ନୂଆଦିଲ୍ଲୀ: ବିଶ୍ବ ମହମାରୀ କୋଭିଡ୍‌ କାରଣରୁ ୨୦୨୦ ବର୍ଷଟି ଆମ ସମସ୍ତଙ୍କୁ ପାଇଁ ସବୁଠୁ ଖରାପ ବର୍ଷ ଭାବେ କଟିଛି। ଅନେକ ଧନଜୀବନ ହାନି କରିଛି ଏହି ବର୍ଷ। ଲୋକେ ଚାକିରି ନ ପାଇ ରାସ୍ତା ଉପରକୁ ଆସିଛନ୍ତି। କରୋନା କାଳରେ ଦଶନ୍ଧିବର ସବୁଠୁ ଭୟର ବାତାବରଣ ଦେଖିଛି ଏ ପୃଥିବୀ। ଆଉ ଦୁଇ ଦିନ ପରେ ୨୦୨୦ ବର୍ଷ ବିଦାୟ ନେବ। ନୂଆବର୍ଷ ଆସିବ। ଆସନ୍ତା ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍‌ ଶୁଭମୟ ହୋଇପାରିବ। ଆପଣ ଯଦି କିଛି ଉପାୟ ଅବଲମ୍ବନ କରିବେ। ତେବେ ଆସନ୍ତୁ ଜାଣିବା ନୂଆବର୍ଷର କେଉଁ କେଉଁ ଜିନିଷ ଘରକୁ ଆଣିବା ଦ୍ବାରା ବର୍ଷ ସାରା ଘରେ ସୁଖ ଓ ସମୃଦ୍ଧି ଭରି ରହିବ।

ନୂତନ ବର୍ଷ ପ୍ରାରମ୍ଭରେ ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା ମୂର୍ତ୍ତି ଲଗାଇବା ତା‘ହେଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ଫଟୋ ଲଗାଇବା ଦ୍ବାରା ଘରେ ରହୁଥିବା ସନ୍ତାନ ସନ୍ତତିମାନେ ପାଠପଢାରେ ମନୋନିବେଶ କରିବେ। ଏହାସହିତ ପରିବାର ଲୋକଙ୍କ ଆୟୁ ବଢବ। ଘରେ କୌଣସି ରୋଗ ରହିବ ନାହିଁ ସେହିପରି ଅଭାବ ମଧ୍ୟ ଦୂର ହେବ।

ନୂଆ ବର୍ଷ ଅବସରରେ ଯଦି ଆପଣ ଧାତୁରେ ନିର୍ମିତ କଇଁଚ ଘରକୁ ଆଣିବେ ଏହା ଅତ୍ୟନ୍ତ ଶୁଭ ହେବ। ରୂପା, ପିତ୍ତଳ କିମ୍ବା ତମ୍ବାର କଇଁଚ ଆଣି ଏହାକୁ ଉତ୍ତର ଦିଗରେରଖିବା ଆବଶ୍ୟକ। ଏହାଦ୍ବାରା ଘରେ ସୁଖ-ସୌଭାଗ୍ୟ ରହିବ।

ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଅଛନ୍ତି ତେବେ ନୂଆ ବର୍ଷ ଅବସରରେ ନିଜ ଘରକୁ ମୋତି ଶଙ୍ଖ ଆଣନ୍ତୁ। ଏହି ଶଙ୍ଖକୁ ବିଧି ବିଧାନ ସହିତ ପୂଜା କରି ନିଜ ଆଲମାରୀ କିମ୍ବା ଅଫିସ୍‌ରେ ରଖନ୍ତୁ। ଏହା ଦ୍ବାରା ଆର୍ଥିକ ସଂକଟ ଦୂର ହେବା ସହିତ ଆମଦାନୀର ସ୍ତ୍ରୋତ ବଢିବ।

ଯଦି ଆପଣଙ୍କ କାମ ହେଉ ହେଉ ବିଗିଡି ଯାଉଛି, ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ୍‌ ଦେଉନାହିଁ ତେବେ ଆପଣ ନୂଆ ବର୍ଷରେ ଘରକୁ ମୟୂର ଚନ୍ଦ୍ରିକା ବା ପର ଆଣନ୍ତୁ। ଏହା ଅତ୍ୟନ୍ତ ଶୁଭ ଓ ଚମତ୍କାରୀ। ଏହା ଭାଗ୍ୟକୁ ଚମକାଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଆପଣ ମୟୂର ପରର ଗୋଚ୍ଛା ଆଣିବେ ନାହିଁ କେବଳ ଗୋଟିଏ 3ଟି ମୟୂର ପର ଆଣିବେ।

ଯଦି ଘରେ କୌଣସି ସମସ୍ୟା ସଦାସର୍ବଦା ରହୁଛି, ତେବେ ଆପଣ ପଦ୍ମବୀଜ ମାଳା ଆଣନ୍ତୁ। ଏହା ମାଳା ଧନ ପ୍ରାପ୍ତି କରାଇଥାଏ। ଏହା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ଏହାକୁପୂଜା ଘରେ ରଖି ନିଜ ଇଷ୍ଟଦେବୀଙ୍କ ସ୍ମରଣ କରିବା ଦ୍ବାରା ଘରୁ ଦୁଃଖ ଦୂର ହୋଇଥାଏ। ଏହା ସହିତ ଆଗାମୀ ସମୟରେ ଆସିବାକୁ ଥିବା ସମସ୍ତ ବିପତ୍ତିରୁ ମଧ୍ୟ ରକ୍ଷା ମିଳିଥାଏ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଧନ ଲାଭ ସହ ଭାଗ୍ୟର ପରିବର୍ତ୍ତନ ଚାହୁଁଛନ୍ତି କି? ତା’ହେଲେ ନୂଆବର୍ଷରେ ଏହି ଉପାୟ ସବୁ କରନ୍ତୁ ପାଳନ

ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଆଉ ମାତ୍ର ଦିନ କେଇଟା ରହିଛି। ୨୦୨୧ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି। ନୂଆବର୍ଷ ସମସ୍ତଙ୍କୁ ପାଇଁ ଖୁସି ଓ ସୌହାଦ୍ଦ୍ୟର ବର୍ଷ ହେଉ ବୋଲି କାମନା। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ବାରା ବର୍ଷ ସାରା ଘରେ ଧନ ଧାନ୍ୟ ପୂର୍ଣ୍ଣ ହେବା ସହିତ ସୁଖ ଶାନ୍ତିମଧ୍ୟ ବିରାଜମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକସମ୍ପର୍କରେ।

-ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଯଥା ଜଳ ନଷ୍ଟ ଅତ୍ୟନ୍ତ ଅଶୁଭ ହୋଇଥାଏ। ସେଥିପାଇଁ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏହାଦ୍ବାରା ଘରେ ଅଯଥା ଧନ ଖର୍ଚ୍ଚ ହୋଇଥାଏ।

-ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଖୁସି ପାଇଁ ଜଳର ପ୍ରବାହ ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ।

-ଚାରା ବା ଛୋଟଗଛରେ ପ୍ରତ୍ୟକ ଦିନ ଜଳ ଦେବା ଦ୍ବାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ। ଏହାଦ୍ବାରା ପରିବାର ମଧ୍ୟରେ ସୌହାଦ୍ଦ୍ୟର ବାତାବରଣ ସୃଷ୍ଟି ହୁଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଛାତ ଉପରେ ଦକ୍ଷିଣ-ପଶ୍ଚିମ ଦିଗରେ ପାଣି ଟାଙ୍କି କରିବା ଉଚିତ୍‌।

-ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଆଡକୁ ଗୋଡ ଓ ଉତ୍ତର ଆଡକୁ ମୁଣ୍ଡ ରଖି ଶୋଇବା ଆବଶ୍ୟକ। ଏହା ଦ୍ବାରା ଧନ, ଖୁସି ଓ ସମୃଦ୍ଧି ମିଳିଥାଏ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ପୂର୍ବ ଅଥବା ପୂର୍ବ ଦିଗରେ ବସିକରି ଖାଦ୍ୟ ଗ୍ରହଣ କରିବା ଉଚିତ୍‌ ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ଆସିଥାଏ।

-ସେହିପରି ଦକ୍ଷିଣ ଦିଗକୁ ମୁହଁ କରି କେବେ ଭୋଜନ କରିବେ ନାହିଁ।

-ଘର କିମ୍ବା ଅଫିସ୍‌ରେ ସର୍ବଦା ଈଶାନ କୋଣରେ ପୂଜାସ୍ଥାନ କରିବା ଉଚିତ୍‌। ଏପରି କରିବା ଦ୍ବାରା ଘରେ ସର୍ବଦା ଶାନ୍ତି ବିରାଜମାନ କରିଥାଏ।

-ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି ଆପଣ ଠାକୁରଙ୍କ ଘର ଅଥବା ମନ୍ଦିର ନିର୍ମାଣ କରୁଛନ୍ତି, ତେବେ ଦକ୍ଷିଣ ପଶ୍ଚିମ ଦିଗରେ କେବେବି ମନ୍ଦିର ବନାନ୍ତୁ ନାହିଁ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ନୂଆବର୍ଷରେ କରନ୍ତୁ ଏହି ଉପାୟ, ବର୍ଷ ସାରା ଘରେ ରହିବ ସୁଖ ଓ ସମୃଦ୍ଧି

ଭୁବନେଶ୍ବର: ୨୦୨୦ ମସିହାରେ କରୋନା ବିପତ୍ତିକୁ ଆମେ ସାମ୍ନା କରିଛୁ। ନୂତନ ବର୍ଷରେ ନୂତନ ସମ୍ଭାବନାକୁ ନେଇ ଆମେ ଆଗକୁ ବଢୁଛେ। ଆସନ୍ତା ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ଏହା ହିଁ ଆମେ କାମନା କରୁଛୁ। ଆସନ୍ତା ବର୍ଷ  ଉତ୍ତମ ସ୍ବାସ୍ଥ୍ୟ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ପରିବାରରେ ସୁଖ-ଶାନ୍ତି ରହୁ ଏହାର କାମନା କରୁଛେ। ତେବେ ଆମେ ବାସ୍ତୁର କିଛି ସହଜ ଉପାୟ କରିବା ଦ୍ବାରା ଆସନ୍ତା ବର୍ଷ ଆମର ସୁଖ ଓ ସମୃଦ୍ଧିର ବର୍ଷ ହୋଇପାରିବ। ଏନେଇ କେତୋଟି ଛୋଟ ଉପାୟ।

ନୂତନ ବର୍ଷର ପ୍ରାରମ୍ଭରେ ନିଜ ଘରର ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ଘରର ମୁଖ୍ୟ ଦ୍ବାରରେ ସ୍ବାତ୍ତ୍ବିକ ଚିହ୍ନ ବନାନ୍ତୁ। ନୂତନ ବର୍ଷ ପ୍ରାରମ୍ଭରେ ଘରର ଅଗଣାରେ କିଛି ଗଛ ଲଗାନ୍ତୁ। ଘରେ ତୁଳସୀ ଗଛ ବା ମନି ପ୍ଲାଣ୍ଟ ଲଗାନ୍ତୁ। ଯାହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ। ବର୍ଷ ପ୍ରାରମ୍ଭରେ ନିଜ ପର୍ସ ଖାଲି କରନ୍ତୁ ନାହିଁ। ସେହିପରି ନୂତନ ବର୍ଷ ପ୍ରାରମ୍ଭରେ ଘରେ ହୋମ କରିବାପାଇଁ ଚେଷ୍ଟା କରନ୍ତୁ। ପରିବାରରେ ସ୍ନେହ ଓ ପ୍ରେମ ଦୃଢ ହେବା ପାଇଁ ଘରର ଦକ୍ଷିଣ ପୂର୍ବ ଦିଗରେ କ୍ରିଷ୍ଟାଲ୍‌ ବଲ୍‌ ଲଗାନ୍ତୁ।

ନୂତନ ବର୍ଷ ପ୍ରାରମ୍ଭରେ ଘରକୁ ଲାଫି ବୁଦ୍ଧ ଆଣନ୍ତୁ। ଏହାକୁ ଘରର ଉତ୍ତର ପୂର୍ବ କୋଣରେ ରଖନ୍ତୁ। ସେହିପରି ଘର ଓ ଦୋକାନର ସାଜସଜ୍ଜାରେ ଧଳା ଓ ହଳଦିଆ ରଙ୍ଗର ବସ୍ତୁକୁ ଉପଯୋଗ କରନ୍ତୁ, ଯାହାଦ୍ବାରା ଅତ୍ୟନ୍ତ ଶୁଭ ଫଳ ମିଳିବ। ସେହିପରି ଘରର ଉତ୍ତର ଦିଗରେ ଅନାବଶ୍ୟକ ବସ୍ତୁ ରଖନ୍ତୁ ନାହିଁ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଘରେ କର୍ପୁର ଜାଳନ୍ତୁ। ଘରର ପୂର୍ବ ଦିଗରେ ଶାନ୍ତି, ଆନନ୍ଦ ପ୍ରଦର୍ଶିତ କରୁଥିବାର ଫଟୋ ଚିତ୍ର ଲଖନ୍ତୁ। ସେହିପରି ନୂଆବର୍ଷର ପ୍ରଥମ ଦିନରେ ଘରର ପୂର୍ବ ଦିଗରେ ଏକ ଜଳଭର୍ତ୍ତି କଳସ ରଖି ନଡିଆ ରଖନ୍ତୁ।

Categories
ବିଶେଷ ଖବର ସଂସ୍କୃତି

ନୂଆବର୍ଷର ପ୍ରଥମ ଦିନରେ ଘରକୁ ଆଣନ୍ତୁ ଏହି ଜିନିଷ, ଦୂର ହେବ ସମସ୍ତ ସମସ୍ୟା

ଭୁବନେଶ୍ବର: ୨୦୨୧ ଆସିବାକୁ ଆଉ ମାତ୍ର  କିଛି ଦିନ ବାକିଅଛି। ୨୦୨୦ ର କରୋନା କାଳ ପରେ ନୂତନ ବର୍ଷ ପାଇଁ ସମସ୍ତଙ୍କ ମନରେ ନୂତନ ଆଶା ଓ ସମ୍ଭାବନା ଭରି ରହିଛି। ଏହି ସମୟରେ ସମସ୍ତେ ଚାହାନ୍ତି କି ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣୁ। ସମସ୍ତେ ଚାହାନ୍ତି କି ଏହି ବର୍ଷରେ ନିଜ ଜୀବନରେ କେମିତି ଉନ୍ନତି ଆଣିବେ। ଯଦି ଆପଣ ବି ଏମିତି ହିଁ ଚାହୁଁଛନ୍ତି ତେବେ ଏହି ବର୍ଷ ଆରମ୍ଭରେ ନିଜ ଘରକୁ ଏମିତି କିଛି ଜିନିଷ ଆଣନ୍ତୁ ଯାହାର ସୁପ୍ରଭାବରେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଘରେ ଶାନ୍ତିର ବାତାବରଣ ରହିବ।

ତେବେ ଜାଣନ୍ତୁ କଣ କଣ ରହିଛି ସେହି ସବୁ ଜିନିଷ:

ନଡିଆ: ନଡିଆ ଅର୍ଥାତ୍‌ ଶ୍ରୀଫଳରେ ତ୍ରିଦେବ ବାସ କରନ୍ତି। ଏଥିପାଇଁ ପ୍ରତ୍ୟେକ ଶୁଭକାର୍ଯ୍ୟରେ ନଡିଆକୁ ସାମିଲ୍‌ କରାଯାଇଥାଏ। ନୂଆ ବର୍ଷ ଅବସରରେ ଘରେ ନଡିଆ ରଖିବା ଦ୍ବାରା ଧନର କେବେ ଅସୁବିଧା ରହିବ ନାହିଁ।

ସାତ୍ତ୍ବିକ: ସ୍ବାତ୍ତିକ ସ୍ବୟଂ ଗଣେଶ ଭଗବାନ ବାସ କରନ୍ତି। ସ୍ବାତ୍ତିକ ଚିହ୍ନକୁ ସବୁଠାରୁ ଅଧିକ ପବିତ୍ର ବୋଲି ବିବେଚନା କରାଯାଏ। ନୂତନ ବର୍ଷର ପ୍ରଥମ ଦିନରେ ସ୍ବାତ୍ତିକ ଆଣିବା ଦ୍ବାରା ଶୁଭ ହୋଇଥାଏ।

କଇଁଛ: କଇଁଛ ଘରେ ସୁଖ ସମୃଦ୍ଧି ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ। ଏହା ବିଭିନ୍ନ ନକାରାତ୍ମକ ଶକ୍ତି ମାନଙ୍କରୁ ଘର ଲୋକଙ୍କୁ ରକ୍ଷା କରିଥାଏ। କଇଁଚ ରଖିବା ଦ୍ବାରା ଘରେ ଶାନ୍ତି, ସୁଖ ଓ ସମୃଦ୍ଧି ରହିଥାଏ। ଘରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।

ହାତୀ: ଯଦି ଆପଣଙ୍କ ଭାଗ୍ୟରେ ରାହୁ କେତୁଙ୍କର ଖରାପ ପ୍ରଭାବ ରହୁଛି ,ତେବେ ଘରେ ରୂପାର ହାତୀ ପ୍ରତିମା ରଖିବା ଦ୍ବାରା ଶୁଭ ଫଳ ମିଳିଥାଏ। ଏହାଦ୍ବାରା ରାହୁ କେତୁଙ୍କର ପ୍ରଭାବ କମ୍‌ ହୋଇଥାଏ। ତେବେ ଗଣେଶଜୀଙ୍କ ରୂପା ପ୍ରତିମା ମଧ୍ୟ ବିଶେଷ ଫଳ ଦେଇଥାଏ।

ଶୁଆର ଫଟୋ: ଶୁଆ ଶୁଭ ପକ୍ଷୀ ରୂପେ ଜଣାଯାଇଥାଏ। ଯଦି ଘରେ ଶୁଆର ଫଟୋ ଲଗାଇଦିଆଯିବ ତେବେ ଶୁଭ ଫଳ ଦେବ। ବିଶେଷକରି ଯୋଡା ଶୁଆର ଫଟୋ ଲଗାଇବା ବିଶେଷ ଫଳପ୍ରଦ ହୋଇଥାଏ।

Categories
ଆଜିର ଖବର ମନୋରଂଜନ

ନୂଆବର୍ଷ ଉପଲକ୍ଷେ ଉନ୍ମୋଚିତ ହେଲା ନୂଆ ମ୍ୟୁଜିକ୍ ଭିଡିଓ ‘ଫେରିଆ’

ଭୁବନେଶ୍ୱର: ନୂଆବର୍ଷ ଉପଲକ୍ଷେ ଦର୍ଶକ-ଶ୍ରୋତାଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍। ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଆଜି ଏହି ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟୁଜିକ୍ ଭିଡିଓରେ ରହିଛି ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଶ୍ରୁତିମଧୁର କଣ୍ଠସ୍ୱର। ଅନ୍ତରାଙ୍କ ସହିତ କଣ୍ଠଦାନ କରିଛନ୍ତି ନୂଆପିଢ଼ିର ଯୁବ କଣ୍ଠଶିଳ୍ପୀ ପ୍ରଶାନ୍ତ ମହାନ୍ତି। ଗୀତ ଲେଖିବା ସହିତ ସଂଗୀତରେ ସଜେଇଛନ୍ତି ସଂଗୀତ ନିର୍ଦ୍ଦେଶକ କାଶ୍ୟପ। ବମ୍ବେର ବିଖ୍ୟାତ କ୍ୟାମେରାମ୍ୟାନ ବିଶ୍ୱନାଥ ପଟ୍ଟନାୟକ ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି। ଭିଡିଓରେ ଅଭିନୟ କରିଛନ୍ତି ସମ୍ଭବ ମାନସିଂହ ଓ କୁକି।

ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ବଲିଉଡ୍‌ର ଖ୍ୟାତନାମା ସାଉଣ୍ଡ ଇଞ୍ଜିନିୟର ସୁବାସ ସାହୁ, ବମ୍ବେ ଓଡ଼ିଆ ମହାସଂଘର ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ମହାପାତ୍ର, ଅଭିନେତା ସମ୍ଭବ ମାନସିଂହ, ଶୁଭମ୍ ମ୍ୟୁଜିକ୍‌ର ପ୍ରଯୋଜକ ପ୍ରଦୀପ ସାହୁ, ଚଳଚ୍ଚିତ୍ର ପ୍ରଯୋଜକ ଇଂ ଆଶୁତୋଷ ମହାପାତ୍ର, ନିର୍ଦ୍ଦେଶକ ବିଶ୍ୱନାଥ ପଟ୍ଟନାୟକ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସୁଶାନ୍ତ ମହାନ୍ତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଓ ରାମେଶ୍ୱରୀ ରାଓ।