ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୭୬ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି। ଜନଜାତି ଓ ଅପପୁଷ୍ଟି ଦେଖାଯାଉଥିବା ଅଂଚଳରେ ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି। ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ୭ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି। ମନରେଗାର ୫ ଲକ୍ଷ ଟଙ୍କାକୁ ମିଶାଇ ରାଜ୍ୟ ସରକାର ଆଉ ୨ ଲକ୍ଷ ଟଙ୍କା ଦେଉଛନ୍ତି। ସହରାଂଚଳରେ ଜମି ସମସ୍ୟା ଥିଲେ ଜାଗା ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି।
