Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନୂତନ ବର୍ଷରେ କେବଳ ୧୧୨୨ ଟଙ୍କାରେ କରନ୍ତୁ ବିମାନ ଯାତ୍ରା, ସ୍ପାଇସଜେଟ୍ ଦେଉଛି ନୂଆ ଅଫର

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷର ଛୁଟିଦିନରେ ବିମାନ ଯାତ୍ରା ଯୋଜନା କରୁଛନ୍ତି, ତେବେ ଆପଣ କେବଳ ୧୧୨୨ ଟଙ୍କାରେ ବିମାନ ଟିକେଟ ବୁକ୍ କରିପାରିବେ। ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ୍ ‘Wow Winter Sale’ ନାମରେ ଶସ୍ତା ବିମାନର ଏକ ଯୋଜନା ଆରମ୍ଭ କରିଛି। ଯେଉଁଥିରେ ଆପଣ କେବଳ ୧୧୨୨ ଟଙ୍କା ଦେଇ ଯାତ୍ରା କରିପାରିବେ।

ସ୍ପାଇସ ଜେଟର ‘Wow Winter Sale’ ଅଧୀନରେ, ଆପଣ ଡିସେମ୍ବର ୨୭ ତାରିଖରୁ ଡିସେମ୍ବର ୩୧ ତାରିଖ ୨୦୨୧ ପର୍ଯ୍ୟନ୍ତ ବିମାନ ଯାତ୍ରା ପାଇଁ ଟିକେଟ ବୁକ୍ କରିପାରିବେ। ଏବଂ ଜାନୁୟାରୀ ୧୫ ତାରିଖ ୨୦୨୨ ରୁ ଏପ୍ରିଲ ୧୫ ତାରିଖ ୨୦୨୨ ମଧ୍ୟରେ ଆପଣ ଏୟାର ଟିକେଟ୍ ବୁକ କରି ବିମାନ ଯୋଗେ ଯାତ୍ରା କରିପାରିବେ। ଏହି ଅଫର କେବଳ ସୀମିତ ସିଟ୍ ପାଇଁ ଉପଲବ୍ଧ ଏବଂ ପ୍ରଥମେ ସେବା ଭିତ୍ତିରେ ପ୍ରଥମେ ଏହି ଅଫର ପାଇପାରିବେ। ସମସ୍ତ ରୁଟ ବ୍ୟତୀତ ଚେନ୍ନାଇ-ବାଙ୍ଗାଲୋର, ବେଙ୍ଗାଲୁରୁ-ଚେନ୍ନାଇ, ଚେନ୍ନାଇ-ହାଇଦ୍ରାବାଦ, ଜମ୍ମୁ-ଶ୍ରୀନଗର ଭଳି ଘରୋଇ ରୁଟରେ ବିମାନ ଟିକେଟ୍ କେବଳ ୧୧୨୨ ଟଙ୍କା ରେ ଉପଲବ୍ଧ ହେବ।

ଯଦି ବିମାନ ଯାତ୍ରୀଙ୍କ ଭ୍ରମଣ ଯୋଜନାରେ କୌଣସି ପରିବର୍ତ୍ତନ ଆସେ। ତେବେ କୌଣସି ଶୁଳ୍କ ବିନା, ଏୟାର ଟିକେଟ୍ କୁ ପରିବର୍ତ୍ତନ କରିପାରିବେ। ଶୂନ ପରିବର୍ତ୍ତନ ଶୁଳ୍କର ଲାଭ ଉଠାଇବାକୁ ବିମାନ ଉଡ଼ାଣର ଦୁଇ ଦିନ ପୂର୍ବରୁ ବୁକିଂ ତାରିଖ ପରିବର୍ତ୍ତନ କରିବାକୁ ପଡିବ। ତେବେ ଭଡାରେ ଯେଉଁ ପରିବର୍ତ୍ତନ ହେବ ଯାତ୍ରୀଙ୍କ ଦ୍ଵାରା ଦେବାକୁ ପଡିବ।