Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ ଓଡ଼ିଶା ସରକାରଙ୍କ ବିଶ୍ଵ ଭାଷା ସମ୍ମିଳନୀ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ସଂସ୍କୃତି ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡଃ ନିଳୀମା ପ୍ରିୟଦର୍ଶିନୀ ଓଡ଼ିଆ କଳା ସାହିତ୍ୟ ସଂସ୍କୃତି ଓ ଇତିହାସ ବିଷୟରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ତଥା ସଂଯୋଜକ ପାର୍ଥ ସାରଥୀ ସାମନ୍ତରାୟ, ନୋଡାଲ ଅଫିସର ଅଧ୍ୟାପିକା ତୃପ୍ତି ରାଣୀ ସ୍ୱାଇଁ, ଅଧ୍ୟାପକ ଚିତ୍ତ ରଞ୍ଜନ ବେହେରା, ଅଧ୍ୟାପକ ଯଯାତି କେଶରୀ ବଡ଼ଜେନା, ଅଧ୍ୟାପକ ସୁଶିଲ କୁମାର ମିଶ୍ର ଓ ଛାତ୍ର ଛାତ୍ରୀ ମାନେ ଆଲୋଚନା ଚକ୍ରରେ ଭାଗ ନେଇ ଓଡ଼ିଆ କଳା, ସଂସ୍କୃତି ,ସାହିତ୍ୟ ଓ ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ ଓ ପ୍ରବନ୍ଧ ପାଠ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଫିସର ଡଃ ସୁର ପ୍ରତାପ ନରେନ୍ଦ୍ର ସିଂହ ବର୍ମା ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ।

ସଭା ଆରମ୍ଭ ପୂର୍ବରୁ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ପାଇଁ ରେବତୀ, ମାଗୁଣି ର ଶଗଡ଼, ଶିକାର ଗଳ୍ପ ଉପରେ ପଥ ପ୍ରାନ୍ତ ନାଟକ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ହୋଇ ଥିଲା। ଏହାର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଓଡ଼ିଆ ବିଭାଗ ର ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ପ୍ରଦାନ କରିଥିଲେ।

ଆଲୋଚନା ଚକ୍ର ରେ ମାୟାଧର ମାନସିଂହ ଙ୍କ ‘ଧୂପ ‘ ର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହା ଅତିଥି, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନ ଙ୍କ ଦ୍ଵାରା ବେଶ୍ ପ୍ରଶଂସିତ ହୋଇଥିଲା। ନାଟ୍ୟ ରୂପ ଗୁଡ଼ିକୁ ସଫଳ ରୂପ ଦେବାପାଇଁ ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା, ଅଧ୍ୟାପକ ପୁଲିନ ବିହାରୀ ଜେନା, ଅଧ୍ୟାପକ ଗୋଲଖ କୁମାର ବେହେରା, ଅଧ୍ୟାପକ ଅଶ୍ଵିନୀ କୁମାର ବାରିକ, ଅଧ୍ୟାପକ ଅଜୟ କୁମାର ବେହେରା, ଅଧ୍ୟାପକ ସପିନ କୁମାର ପୃଷ୍ଟି, ଅଧ୍ୟାପକ ଗୁରୁ କିଶୋର ନାୟକ , ଅଧ୍ୟାପକ ଦିବାକର ସାହୁ, ହର ପ୍ରସାଦ ରଥ ଓ ଦାଶରଥି ରାଉଳ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ନାଚୁଣୀ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗିତା

ବାଣପୁର (ସୀତାରାମ ଅଗ୍ରୱାଲ): ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ଯୁବକ ଯୁବତୀ ମାନଙ୍କର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ଲକ୍ଷରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସରକାର ଆୟୋଜନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ଓ ଏନଏସିର ମିଳିତ ଆନୁକୂଲ୍ୟରେ ନାଚୁଣୀ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ ୫ ଦିନିଆ କ୍ରୀଡା ପ୍ରତିଯୋଗିତାର ଉଦଘାଟନ ହୋଇଯାଇଛି।

ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ବାଣପୁର ତହସିଲଦାର ଟି.ପଦ୍ମନାଭ ଡୋରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ନାଚୁଣୀ ସରପଞ୍ଚ ପୁଷ୍ପାଞ୍ଜଳି ପଲେଇ, ତୋରସିଂ ସରପଞ୍ଚ ଆକାଶ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଉଦଘାଟନ ଦିବସରେ ନନ୍ଦପୁର ଓ ତୋରସିଂ ଗ୍ରାମପଂଚାୟତର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ କ୍ରିକେଟ ଓ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଉକ୍ତ କ୍ରୀଡା ପ୍ରତିଯୋଗିତା ଆଜି ଠାରୁ ୫ଦିନ ଧରି ଚାଲିବାକୁ ଥିବାବେଳେ କୃତକାର୍ଯ୍ୟ ହାସଲ କରିଥିବା ପ୍ରତିଯୋଗି ମାନଙ୍କୁ ଆସନ୍ତା ୬ ତାରିଖରେ ହେବାକୁ ଥିବା ଉଦଯାପନ ଉତ୍ସବରେ ସମ୍ମାନିତ କରାଯିବ ବୋଲି ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ଏହି କ୍ରୀଡା ପ୍ରତିଯୋଗିତାକୁ ବାଣପୁର ବ୍ଲକ ବିପିଏମ ଶିବ ପ୍ରସାଦ ଜାଲି,ନାଚୁଣୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ଖଟେଇ, ସିପି ସନ୍ଦୀପ ପାଇକରାୟ ସୁଚାରୁ ରୂପେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବଦ୍ୟାଳୟରେ ନୂଆ- ଓ କାର୍ଯ୍ୟକ୍ରମ ଉଦଯାପିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗତ ନଭେମ୍ବର ମାସରେ ସମନ୍ୱିତ ଯୁବ ବିକାଶ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ( ନୂଆ- ଓ) ଅନ୍ତର୍ଗତ କ୍ରୀଡା, ସାଂସ୍କୃତିକ, ସର୍ଜନlତ୍ମକ ତଥା ସମlଜବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ତଥା ବିଶିଷ୍ଟ ସମାଜସେବୀ ସୌମ୍ୟ ଶଙ୍କର ଚକ୍ର, ମୁଖ୍ୟବକ୍ତା ତଥା ପ୍ରାକ୍ତନ ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଲୁଗାଁ କଲେଜ ପରିଚାଳନା ପରିଷଦ ଅଧ୍ୟକ୍ଷ ପ୍ରବାସ କୁମାର ସୁନ୍ଦରାୟ ଓ ମୋ କଲେଜ ସମ୍ପାଦକ ବିକ୍ରମ ବିଷୋୟୀ ଯୋଗଦେଇ ଥିଲେ।

ପ୍ରାରମ୍ଭରେ ଛାତ୍ରୀମାନେ ଉଭୟ ସ୍ବାଗତ ସଙ୍ଗୀତ ଓ ଚିତ୍ତାକର୍ଷକ ସ୍ବାଗତ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ପରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଆନୁଷ୍ଠାନିକ ସ୍ଵାଗତ ଅଭିଭାଷଣ ପ୍ରଦାନ ସହ ଉପଢୌକନ ପ୍ରଦାନ କରି ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଯୁକ୍ତ ତିନି ନୋଡାଲ ଅଫିସର ଡଃ କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ ଦେଢ଼ ମାସ ଧରି ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ତଥା ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ କିପରି ଶିକ୍ଷାର୍ଥୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟିଛି ତାହାର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।

ମୁଖ୍ୟବକ୍ତା ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ କିଶୋର ବୟସ ତଥା ଯୁବ ଅବସ୍ଥାରେ ବିଶ୍ଵର ବିଭିନ୍ନ କ୍ଷେତ୍ରରେ ମହାନାୟକ ମାନେ କିପରି ନିଜ ଅନ୍ତର୍ନିହିତ ଶକ୍ତିର ବିକାଶ ଘଟାଇଛନ୍ତି ସେ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ସୌମ୍ୟ ଶଙ୍କର ଚକ୍ର ତୃଣମୂଳ ସ୍ତରରୁ ସଂଘର୍ଷ କରି କିପରି ବ୍ୟକ୍ତିତ୍ଵ ବିକାଶ ନିର୍ମାଣ କରାଯାଇପାରେ ତାହା ବିଭିନ୍ନ ମହାପୁରୁଷ ମାନଙ୍କର ପ୍ରେରଣାଦାୟୀ ଜୀବନ ଦର୍ଶନର ଆଲେଖ୍ୟ ମାଧ୍ୟମରେ ଏକ ପ୍ରଭାବଶାଳୀ ବକ୍ତବ୍ୟ ପ୍ରଦlନ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଗୋପୀନାଥ ମହାରଣା, ପ୍ରବାସ କୁମାର ସୁନ୍ଦରାୟ ଓ ବିକ୍ରମ ବିଷୋୟୀ ଶ୍ରେଣୀଗୃହର ବୌଦ୍ଧିକ କାର୍ଯ୍ୟକ୍ରମ ବ୍ୟତୀତ ସଙ୍ଗୀତ, ନୃତ୍ୟ, କ୍ରୀଡା, ସମାଜସେବା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଯଥାର୍ଥ ବ୍ୟକ୍ତିତ୍ଵ ବିକଶିତ ହୁଏ ବୋଲି ବକ୍ତବ୍ୟ ପ୍ରଦନ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷା ପ୍ରଧ୍ୟାପିକା କଳ୍ପନା ଦାଶ ଦେଢ଼ ମାସ ଧରି ଏହି କାର୍ଯ୍ୟକ୍ରମ ଗୁଡିକୁ ପ୍ରଚାରିତ ଓ ପ୍ରସାରିତ କରିଥିବା ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ପ୍ରକାଶ କରିଥିଲେ। ଏଥି ସହିତ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମ, ସର୍ଜନଶୀଳତା ଓ ସାଂସ୍କୃତିକ ଦକ୍ଷତା ଯୋଗୁଁ ଏହି ଯୁବବିକlଶ କାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହା ପରେ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ସହ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ପରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଡଃ ମୋନାଲିସା ମାନସିଂହ, ଡଃ ସନ୍ତୋଷ ରଥ, ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ସୁବ୍ରତ କୁମାର ତ୍ରିପାଠୀ, ଡଃ ଅକ୍ଷୟ କୁମାର ମିଶ୍ର, ମୃଦାନି ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ ଜେନା, ମନସ୍ଵିନୀ ପଟ୍ଟନାୟକ, ରୀନା ରାଉତ, ହିମାଂଶୁ ଦାଶ, ଡଃ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ବିଦ୍ୟାଧର ଯୁଝାର ସିଂହ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ- ଓ କାର୍ଯ୍ୟକ୍ରମ ଉଦଯାପନ

ବାଣପୁର (ସୀତାରାମ ଅଗ୍ରୱାଲ): ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ – ଓ କାର୍ଯ୍ୟକ୍ରମ ର ଉଦଯାପନ ସମାରୋହ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଚ଼ିଲିକାର ପ୍ରାକ୍ତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁଷ୍ମନ୍ତ ହରିଚ଼ନ୍ଦନ, ଗୋଦାବରୀଶ ମହାବିଦ୍ୟାଳୟର‌ ପ୍ରାକ୍ତନ ଅଧ୍ୟକ୍ଷ ଡ଼ାଃ ନୃସିଂହ ଚ଼ରଣ ପ୍ରଧାନ, ବିଶିଷ୍ଟ ଶିକ୍ଷାବିତ୍ ଗୋଲକ ବିହାରୀ ପଟ୍ଟନାୟକ ଯୋଗ ଦେଇଥିଲେ।

ଏହି ଉତ୍ସବରେ ଅତିଥି ମାନେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢା ସହିତ, ଉତ୍ତମ ଚରିତ୍ର ଗଠନ କରିପାରିଲେ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ବପ୍ନର ନୂଆ ଓଡିଶା ଗଠନ ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା‌। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଗଣ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ “ନୂଆ ଓ” କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ଦିବା ୧୧.୦୦ ଘଟୀକାରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ଯକ୍ଷତା ରେ “ନୂଆ ଓ “ କାର୍ଯ୍ୟକ୍ରମର ଏକ ବୈଠକ ଓସ୍ୱାନ କକ୍ଷ, ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ପରିଚାଳନା କରିଥିଲେ ଜିଲ୍ଲା କ୍ରିଡା ଅଧିକାରୀ ଅଜୟ କୁମାର ବେହେରା। ଜାନୁଆରୀ ୧୦ ତାରିଖରେ ଓଡ଼ିଶା ସରକାର କ୍ରିଡା ବିଭାଗଙ୍କ ନିର୍ଦ୍ଦେଶ ଅନୁସାରେ ୟୁଥ ଫେଷ୍ଟିଭାଲ ହେବାକୁ ପ୍ରସ୍ତାବ ରଖିଥିଲେ। “ନୂଆ -ଓ” କାର୍ଯକ୍ରମ ସମସ୍ତ ୧୦୮ କଲେଜ ରେ ସାଂସ୍କୃତିକ/କ୍ରିଡା /ସୋସିଆଲ କ୍ଷେତ୍ରରେ ବିଭିନ୍ନ ଇଭେଣ୍ଟ ରେ ଛାତ୍ରୀ/ ଛାତ୍ର ମାନେ ଭାଗ ନେଇ ସର୍ବୋଚ୍ଚ ସ୍ଥାନରେ ଥିବା କୃତ୍ତି ପ୍ରତିଯୋଗୀ ଙ୍କ ମଧ୍ଯରେ ବ୍ଲକ/ ମୁନିସିପାଲିଟି /ବି. ଏମ. ସି ସ୍ତରରେ ବିଭିନ ଇଭେଣ୍ଟରେ ପ୍ରତିଯୋଗୀତା କରାଯାଇ ୩୧.୧୨ ୨୦୨୩ ରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କରାଯିବାକୁ ଜିଲ୍ଲାପାଳ DCO,DSO ADEO ଙ୍କୁ ପରାମର୍ଶ ଦେଇଥିଲେ।

ଏହି ପ୍ରତିଯୋଗିତାରେ ପ୍ରଫେସନାଲ ଜଜ ଙ୍କୁ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯକୁ ସୂଚାରୁ ରୂପେ କରେଇବାକୁ ସମସ୍ତଙ୍କୁ ଅନୁରାଧ କରିଥିଲେ।

ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରି ଡ଼ ବାଦଲ କୁମାର ମହାନ୍ତି, ସି. ଡି.ଏମ.ଓ ଡ଼. ଆର୍ତ୍ତବନ୍ଧୁ ନାୟକ, ଏ. ଆର. ଟି.ଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଡି. ଏସ. ଡବ୍ଲୁ. ଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ବିଡିଓ ଆଭାଷୀ ରେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ନୂତନ ଉନ୍ନତ ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର କ୍ରୀଡ଼ା, ସାଂସ୍କୃତିକ ଓ ସମାଜସେବା କ୍ଷେତ୍ରରେ ଥିବା ପ୍ରତିଭା ତଥା ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ – ଓ ) କାର୍ଯ୍ୟକ୍ରମ ଆଜି ବାଲୁଗାଁ ମହାବିଦ୍ୟାଳୟରେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।  ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ସୁକାନ୍ତି ପାଇକରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଇଂ ପ୍ରବାସ କୁମାର ସୁନ୍ଦରାୟ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ସର୍ଜନାତ୍ମକ, ସାଂସ୍କୃତିକ, କ୍ରୀଡ଼ାତ୍ମକ ଓ ସମାଜସେବା ମନୋଭାବର ଉତ୍କର୍ଷତା କାମନା କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରେରିତ ନୂଆ – ଓ ବାର୍ତ୍ତା ଉପସ୍ଥାପିତ କରିଥିଲେ।

ଏଥିରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସ୍ୱାଗତ ଭାଷଣ ପ୍ରଦାନ ଓ ଯୁକ୍ତଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ମୋ କଲେଜ ଅଭିଯାନ ସମ୍ପାଦକ ବିକ୍ରମ କୁମାର ବିଷୋୟୀ, କାଉନସିଲର ଲଷ୍ମୀଧର ସେଠୀ, ସୁଜାତା ପଣ୍ଡା,ପରିଚାଳନା ପରିଷଦ ସଭ୍ୟ ରବୀନ୍ଦ୍ର ବାରିକ ଓ ଝରଣା ବେହେରା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷi ଉତ୍ତରୀୟ ଓ ପ୍ରୀତି ଉପହାର ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଧନ୍ୟବାଦ ଦେଇଥିଲେ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ଆବାହିକl ଡକ୍ଟର ମୋନାଲିସା ମାନସିଂହ। ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ ଶାସ୍ତ୍ରୀୟ କଣ୍ଠ ସଂଗୀତ,ଲଘୁ କଣ୍ଠ ସଂଗୀତ, ବାଦ୍ୟଯନ୍ତ୍ର, ପାରମ୍ପରିକ ପୋଷାକ ଓ କୌତୁକ ପୋଷାକ ପ୍ରତିଯୋଗିତାରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂ, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ରୀନା ରାଉତ, ମନସ୍ମିନୀ ପଟ୍ଟନାୟକ, ପ୍ରମୁଖ ପରିଚାଳନା କରିବା ବେଳେ ବିଚାରକ ଭାବେ ଅଧ୍ୟାପକ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ବନ୍ଦନା ଦାଶ ଅମ୍ରିତା ନନ୍ଦ, ତପସ୍ୱିନୀ ନନ୍ଦ, କ୍ରୀଷ୍ଣା ସେଠୀ, ପ୍ରମୁଖ ଯୋଗ ଦେଇଥିଲେ।