Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବଦ୍ୟାଳୟରେ ନୂଆ- ଓ କାର୍ଯ୍ୟକ୍ରମ ଉଦଯାପିତ
ଆଞ୍ଚଳିକ

ବାଲୁଗାଁ ମହାବଦ୍ୟାଳୟରେ ନୂଆ- ଓ କାର୍ଯ୍ୟକ୍ରମ ଉଦଯାପିତ

December 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗତ ନଭେମ୍ବର ମାସରେ ସମନ୍ୱିତ ଯୁବ ବିକାଶ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ( ନୂଆ- ଓ) ଅନ୍ତର୍ଗତ କ୍ରୀଡା, ସାଂସ୍କୃତିକ, ସର୍ଜନlତ୍ମକ ତଥା ସମlଜବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ତଥା ବିଶିଷ୍ଟ ସମାଜସେବୀ ସୌମ୍ୟ ଶଙ୍କର ଚକ୍ର, ମୁଖ୍ୟବକ୍ତା ତଥା ପ୍ରାକ୍ତନ ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଲୁଗାଁ କଲେଜ ପରିଚାଳନା ପରିଷଦ ଅଧ୍ୟକ୍ଷ ପ୍ରବାସ କୁମାର ସୁନ୍ଦରାୟ ଓ ମୋ କଲେଜ ସମ୍ପାଦକ ବିକ୍ରମ ବିଷୋୟୀ ଯୋଗଦେଇ ଥିଲେ।

ପ୍ରାରମ୍ଭରେ ଛାତ୍ରୀମାନେ ଉଭୟ ସ୍ବାଗତ ସଙ୍ଗୀତ ଓ ଚିତ୍ତାକର୍ଷକ ସ୍ବାଗତ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ପରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଆନୁଷ୍ଠାନିକ ସ୍ଵାଗତ ଅଭିଭାଷଣ ପ୍ରଦାନ ସହ ଉପଢୌକନ ପ୍ରଦାନ କରି ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଯୁକ୍ତ ତିନି ନୋଡାଲ ଅଫିସର ଡଃ କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ ଦେଢ଼ ମାସ ଧରି ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ତଥା ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ କିପରି ଶିକ୍ଷାର୍ଥୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟିଛି ତାହାର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।

ମୁଖ୍ୟବକ୍ତା ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ କିଶୋର ବୟସ ତଥା ଯୁବ ଅବସ୍ଥାରେ ବିଶ୍ଵର ବିଭିନ୍ନ କ୍ଷେତ୍ରରେ ମହାନାୟକ ମାନେ କିପରି ନିଜ ଅନ୍ତର୍ନିହିତ ଶକ୍ତିର ବିକାଶ ଘଟାଇଛନ୍ତି ସେ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ସୌମ୍ୟ ଶଙ୍କର ଚକ୍ର ତୃଣମୂଳ ସ୍ତରରୁ ସଂଘର୍ଷ କରି କିପରି ବ୍ୟକ୍ତିତ୍ଵ ବିକାଶ ନିର୍ମାଣ କରାଯାଇପାରେ ତାହା ବିଭିନ୍ନ ମହାପୁରୁଷ ମାନଙ୍କର ପ୍ରେରଣାଦାୟୀ ଜୀବନ ଦର୍ଶନର ଆଲେଖ୍ୟ ମାଧ୍ୟମରେ ଏକ ପ୍ରଭାବଶାଳୀ ବକ୍ତବ୍ୟ ପ୍ରଦlନ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଗୋପୀନାଥ ମହାରଣା, ପ୍ରବାସ କୁମାର ସୁନ୍ଦରାୟ ଓ ବିକ୍ରମ ବିଷୋୟୀ ଶ୍ରେଣୀଗୃହର ବୌଦ୍ଧିକ କାର୍ଯ୍ୟକ୍ରମ ବ୍ୟତୀତ ସଙ୍ଗୀତ, ନୃତ୍ୟ, କ୍ରୀଡା, ସମାଜସେବା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଯଥାର୍ଥ ବ୍ୟକ୍ତିତ୍ଵ ବିକଶିତ ହୁଏ ବୋଲି ବକ୍ତବ୍ୟ ପ୍ରଦନ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷା ପ୍ରଧ୍ୟାପିକା କଳ୍ପନା ଦାଶ ଦେଢ଼ ମାସ ଧରି ଏହି କାର୍ଯ୍ୟକ୍ରମ ଗୁଡିକୁ ପ୍ରଚାରିତ ଓ ପ୍ରସାରିତ କରିଥିବା ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ପ୍ରକାଶ କରିଥିଲେ। ଏଥି ସହିତ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମ, ସର୍ଜନଶୀଳତା ଓ ସାଂସ୍କୃତିକ ଦକ୍ଷତା ଯୋଗୁଁ ଏହି ଯୁବବିକlଶ କାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହା ପରେ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ସହ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ପରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଡଃ ମୋନାଲିସା ମାନସିଂହ, ଡଃ ସନ୍ତୋଷ ରଥ, ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ସୁବ୍ରତ କୁମାର ତ୍ରିପାଠୀ, ଡଃ ଅକ୍ଷୟ କୁମାର ମିଶ୍ର, ମୃଦାନି ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ ଜେନା, ମନସ୍ଵିନୀ ପଟ୍ଟନାୟକ, ରୀନା ରାଉତ, ହିମାଂଶୁ ଦାଶ, ଡଃ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ବିଦ୍ୟାଧର ଯୁଝାର ସିଂହ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ପରିଚାଳନା କରିଥିଲେ।

ନୂଆ- ଓ କାର୍ଯ୍ୟକ୍ରମ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026

ନାରୀଶକ୍ତି ହିଁ ଗଣତନ୍ତ୍ରର ସୁରକ୍ଷା କବଚ

April 14, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026
Latest News

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.