Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ନୂତନ ଉନ୍ନତ ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ନୂତନ ଉନ୍ନତ ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

December 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର କ୍ରୀଡ଼ା, ସାଂସ୍କୃତିକ ଓ ସମାଜସେବା କ୍ଷେତ୍ରରେ ଥିବା ପ୍ରତିଭା ତଥା ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ – ଓ ) କାର୍ଯ୍ୟକ୍ରମ ଆଜି ବାଲୁଗାଁ ମହାବିଦ୍ୟାଳୟରେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।  ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ସୁକାନ୍ତି ପାଇକରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଇଂ ପ୍ରବାସ କୁମାର ସୁନ୍ଦରାୟ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ସର୍ଜନାତ୍ମକ, ସାଂସ୍କୃତିକ, କ୍ରୀଡ଼ାତ୍ମକ ଓ ସମାଜସେବା ମନୋଭାବର ଉତ୍କର୍ଷତା କାମନା କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରେରିତ ନୂଆ – ଓ ବାର୍ତ୍ତା ଉପସ୍ଥାପିତ କରିଥିଲେ।

ଏଥିରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସ୍ୱାଗତ ଭାଷଣ ପ୍ରଦାନ ଓ ଯୁକ୍ତଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ମୋ କଲେଜ ଅଭିଯାନ ସମ୍ପାଦକ ବିକ୍ରମ କୁମାର ବିଷୋୟୀ, କାଉନସିଲର ଲଷ୍ମୀଧର ସେଠୀ, ସୁଜାତା ପଣ୍ଡା,ପରିଚାଳନା ପରିଷଦ ସଭ୍ୟ ରବୀନ୍ଦ୍ର ବାରିକ ଓ ଝରଣା ବେହେରା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷi ଉତ୍ତରୀୟ ଓ ପ୍ରୀତି ଉପହାର ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଧନ୍ୟବାଦ ଦେଇଥିଲେ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ଆବାହିକl ଡକ୍ଟର ମୋନାଲିସା ମାନସିଂହ। ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ ଶାସ୍ତ୍ରୀୟ କଣ୍ଠ ସଂଗୀତ,ଲଘୁ କଣ୍ଠ ସଂଗୀତ, ବାଦ୍ୟଯନ୍ତ୍ର, ପାରମ୍ପରିକ ପୋଷାକ ଓ କୌତୁକ ପୋଷାକ ପ୍ରତିଯୋଗିତାରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂ, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ରୀନା ରାଉତ, ମନସ୍ମିନୀ ପଟ୍ଟନାୟକ, ପ୍ରମୁଖ ପରିଚାଳନା କରିବା ବେଳେ ବିଚାରକ ଭାବେ ଅଧ୍ୟାପକ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ବନ୍ଦନା ଦାଶ ଅମ୍ରିତା ନନ୍ଦ, ତପସ୍ୱିନୀ ନନ୍ଦ, କ୍ରୀଷ୍ଣା ସେଠୀ, ପ୍ରମୁଖ ଯୋଗ ଦେଇଥିଲେ।

ନୂଆ- ଓ କାର୍ଯ୍ୟକ୍ରମ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026
Latest News

ଆମେରିକାରେ UPIର ନୂଆ ଅଧ୍ୟାୟ, Zelle ସହ ହେବ ଡିଜିଟାଲ୍‌ ପେମେଣ୍ଟ ବ୍ରିଜ୍‌

September 12, 2026

ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ୨୪ ଘଣ୍ଟାରେ ଦ୍ୱିତୀୟ ଭୂକମ୍ପ

September 12, 2026

କେନାଲରେ ବୁଡି ଭାଇ ଭଉଣୀ ମୃତ

September 12, 2026

ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ

September 12, 2026

ଇତିହାସରେ ପ୍ରଥମ : ନିଜ ଦେଶରେ ଅତିଥି ଡ୍ରେସିଂ ରୁମ୍‌ରେ ରହିବ ଇଣ୍ଡିଆ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.