Categories
ଆଜିର ଖବର ରାଜ୍ୟ ଖବର

ନିଯୁକ୍ତ ହେଲେ ବିଜେଡ଼ି ମହିଳା ଶାଖାର ନୂଆ କର୍ମକର୍ତ୍ତା

ଭୁବନେଶ୍ବର: ବିଜୁ ମହିଳା ଜନତା ଦଳର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ନୂଆ ମହିଳା କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ ଉପଦେଷ୍ଟା, ୩ ଜଣ କାର୍ଯ୍ୟକାରୀ ସଭାପତି, ସାଧାରଣ ସମ୍ପାଦିକା ଓ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ୭ ଜୋନ ସଭାପତି, ୯ ବରିଷ୍ଠ ଉପସଭାପତି, ୨୭ ଜଣ ଉପସଭାପତି, ୩୫ ଜଣ ସାଧାରଣ ସମ୍ପାଦକ, ୩୬ ଜଣ ସମ୍ପାଦକ, ୨୮ ଜଣ ଯୁଗ୍ମ ସମ୍ପାଦକ ନିଯୁକ୍ତ ହୋଇଛନ୍ତି।

ରାଜଶ୍ରୀ ମଲ୍ଲିକ, ମଞ୍ଜୁଳତା ମଣ୍ଡଲ, ରୀତା ତରାଇ, ଲତିକା ପ୍ରଧାନ ଏବଂ ନନ୍ଦିନୀ ଦେବୀଙ୍କୁ ଉପଦେଷ୍ଟା ଦାୟିତ୍ଵ ଦିଆଯାଇଥିବା ବେଳେ ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ଦିଆଯାଇଛି। ସେହିଭଳି କସ୍ତୁରୀ ମାହାପାତ୍ରଙ୍କୁ ସାଧାରଣ ସମ୍ପାଦିକା ଏବଂ ଜୟଶ୍ରୀ ଦାସଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି।