Categories
ଆଜିର ଖବର ଜାତୀୟ ଖବର

କୃଷକମାନଙ୍କୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ଉତ୍ସର୍ଗ କଲେ ୩୫ ଟି ନୂଆ କିସମର ଫସଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୫ ଟି ନୂତନ କିସମର ଫସଲ ଚାଷୀଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଚାଷୀଙ୍କ ଫସଲ ସେତେବେଳ ବଢିଥାଏ, ଯେତେବେଳେ ସେମାନଙ୍କୁ ସୁରକ୍ଷା ଓ ସଂରକ୍ଷଣ ଇଲିଥାଏ।

ସୁରକ୍ଷା ଏବଂ ସଂରକ୍ଷଣ ପାଇଲେ କୃଷି ଦ୍ରୁତ ଗତିରେ ଆଗକୁ ବଢେ। ଚାଷୀଙ୍କ ଜମିର ସୁରକ୍ଷା ପାଇଁ ସରକାର ସମସ୍ତ ଉଦ୍ୟମ କରିଛନ୍ତି। ସରକାର ୧୧ କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରିଛନ୍ତି। ଯାହାଫଳରେ କୃଷକମାନେ ମାଟିର ସ୍ୱାସ୍ଥ୍ୟ ବିଷୟରେ ଜାଣିପାରିବେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯଦି ବିଜ୍ଞାନ, ସରକାର ଏବଂ ସମାଜ ମିଳିତ ଭାବେ କାର୍ଯ୍ୟ କରନ୍ତି, ତେବେ ସର୍ବୋତ୍ତମ ଫଳାଫଳ ଆସିବ। କୃଷକ ଏବଂ ବୈଜ୍ଞାନିକମାନଙ୍କ ମିଳିତ ଉଦ୍ୟମରେ ଦେଶକୁ ନୂତନ ଆହ୍ଵାନର ମୁକାବିଲା କରିବାରେ ସାହାଯ୍ୟ କରିବ। ଜଳବାୟୁ ପରିବର୍ତ୍ତନ ହେତୁ ନୂତନ ରୋଗ ସୃଷ୍ଟି ହେଉଥିବା ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ଜଳବାୟୁ ମଣିଷ ଏବଂ ଗୋରୁ ପାଇଁ ଏକ ବଡ ବିପଦ। ଏହା ଫସଲ ଉପରେ ମଧ୍ୟ ପ୍ରଭାବ ପକାଉଛି। ତେଣୁ ନୂତନ କିସମର ଫସଲ ଉପରେ ଗବେଷଣା ଏବଂ ବିକାଶ ଆବଶ୍ୟକ।