Categories
ଆଜିର ଖବର ଜାତୀୟ ଖବର

ପୁଣିଥରେ ବନ୍ଦ ହୋଇପାରେ ଅନ୍ତର୍ଜାତୀୟ ବିମାନ ସେବା, ଅନୁଧ୍ୟାନ କରୁଛି ଡିଜିସିଏ

ନୂଆଦିଲ୍ଲୀ: ପୁଣିଥରେ ବିମାନ ସେବା ବାଧା ପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହେଲାଣି। କାରଣ ବିଦେଶରେ ନୂଆ କରୋନା ଭାରିୟାଣ୍ଟ ଗୁରୁତର ଅବସ୍ଥା ସୃଷ୍ଟି କରିବାରେ ଲାଗିଛି। ଫଳରେ ସେହି ଭାରିୟାଣ୍ଟ ବିଦେଶରୁ ପୁଣି ଯାତ୍ରୀମାନଙ୍କ ଦ୍ବାରା ଆସିବାର ସମ୍ଭାବନା ରହିଛି। ସେଥିପାଇଁ ଅନ୍ତର୍ଜାତୀୟ ବିମାନ ସେବା ପୁଣିଥରେ ବନ୍ଦ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଆଜି ଏ ନେଇ ଡିଜିସିଏ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ନିର୍ଦ୍ଦେଶାଳୟ ବିଦେଶର ନୂଆ ଭାରିୟାଣ୍ଟର ପରିସ୍ଥିତିକୁ ଅନୁଧ୍ୟାନ କରୁଛି। ଏ ନେଇ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା ଚାଲିଛି। ଖୁବ ଶିଘ୍ର ଏ କ୍ଷେତ୍ରରେ ନିଷ୍ପତି ନିଆଯିବ ବୋଲି ଡିଜିସିଏ କହିଛି।