Categories
ଆଞ୍ଚଳିକ

ନୟାଗଡ଼ ସହରର ଜଣାଶୁଣା ସମାଜସେବୀ ମୋତିଲାଲ ରାମଙ୍କ ଦ୍ଵାଦଶାହ କାର୍ଯ୍ୟ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ସହରର ଜଣାଶୁଣା ସମାଜସେବୀ ସ୍ବର୍ଗତ ମୋତିଲାଲ ରାମଙ୍କ ଆଜି ଦ୍ଵାଦଶହ କାର୍ଯ୍ୟ ପୁରୁଣା ସହର ଫରେଷ୍ଟ ଚେକ ଗେଟ ନିକଟସ୍ଥ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ଶ୍ରୀ ରାମଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭାର ଆୟୋଜନ କରିଥିଲେ।

ଉକ୍ତ ସଭାରେ ସ୍ବର୍ଗତ ଶ୍ରୀ ରାମଙ୍କ ନୟାଗଡ଼ ସହର ପ୍ରତି ଅବଦାନ ବିଷୟରେ ଚର୍ଚ୍ଚା କରାଯାଇଥିଲା। ନୟାଗଡ଼ ସହରର ଏକାଧିକ ଧାର୍ମିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ଶ୍ରୀ ରାମ। ମା’ ଦକ୍ଷିଣକାଳୀଙ୍କ ପରମ ଭକ୍ତ ଥିବା ଶ୍ରୀ ରାମ ଉକ୍ତ ମନ୍ଦିର ଉନ୍ନୟନ ଦିଗରେ ଏକାଧିକ କାର୍ଯ୍ୟ କରିଛନ୍ତି। ତାଙ୍କର ବିୟୋଗରେ ନୟାଗଡ଼ ଅଞ୍ଚଳର ଏକ ଉଜ୍ଜଳ ତାରକା ଅସ୍ତ ହେଲା ବୋଲି ବୁଦ୍ଧିଜୀବୀ ମାନେ କହିବା ସହ ଦୁଃଖ ପ୍ରକାଶ କରିଥିଲେ।

ସଭାଶେଷରେ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।  ଉକ୍ତ କାର୍ଯ୍ୟକ୍ରମକୁ ସ୍ବର୍ଗତ ଶ୍ରୀ ରାମଙ୍କ ଦୁଇ ପୁତ୍ର ଲଲିତ ରାମ, ଟବୁଲ ରାମ ଏବଂ ସମ୍ପର୍କୀୟ ମାନେ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ସିସିଟିଭି ନଜରରେ ରହିବ ନୟାଗଡ଼ ସହର: ଉଦ୍ଘାଟନ କଲେ ଜିଲ୍ଲାପାଳ

ସୁଧାକର ମିଶ୍ର
ନୟାଗଡ: ଏଣିକି ସିସିଟିଭି ନଜରରେ ରହିବ ନୟାଗଡ଼ ସହର। ଦିନ ଦିହିପ୍ରହର ହେଉଥିବା ଚୋରି, ଗୁଣ୍ଡରାଜ ସାଙ୍ଗକୁ ନିଶା ମାଫିଆ, ଟ୍ରାଫିକ ବ୍ୟବସ୍ଥା ଏହି ସିସିଟିଭି ନଜରରେ ରହିବ।  ସହରରେ ଅପରାଧ କରି ପୋଲିସ ନଜରରୁ ଆଉ ଖସିପାରିବେନି ଅସାମାଜିକ ବ୍ୟକ୍ତି ଓ ଅପରାଧୀ।

ନୟାଗଡ ପୋଲିସ ପକ୍ଷରୁ ଆଜି ଉଦ୍ଘାଟିତ ହୋଇଛି ୨୪ ଘଣ୍ଟିଆ ସିସିଟିଭି କଣ୍ଟ୍ରୋଲରୁମ। ଏହାସହ ଏଡିପିଓଙ୍କ କାଯ୍ୟାଳୟ ନିକଟରେ ଏକ ପୋଲିସ ଅତିଥିଭବନର ମଧ୍ୟ ଉଦ୍ଘାଟନ କରାଯାଇଛି। ଉଦ୍ଘାଟନ ଉତ୍ସବରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଏବଂ ଏସପି ଅଲେଖଚନ୍ଦ୍ର ପହି ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।

କାଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଅତିରିକ୍ତ ଏସପି ସୁବାସ ଚନ୍ଦ୍ର ପଣ୍ଡା, ଏସଡିପିଓ ସ୍ନେହାଶିଷ ସାହୁ, ଟାଉନ ଆଇଆଇସି ପ୍ରଞ୍ଜାପରିମିତା ଜେନାଙ୍କ ସହ ଜିଲ୍ଲାର ପ୍ରତେକ ଥାନାର ଅଧିକାରୀ ମାନେ ଯୋଗଦେଇଥିଲେ।

ସିସିଟିଭି କଣ୍ଟ୍ରୋଲରୁମ ଦ୍ବାରା ପୋଲିସର କାଯ୍ୟଦକ୍ଷତା ବୃଦ୍ଧିପାଇବାର ସହରବାସୀ ଆଶାରଖିଥିବା ବେଳେ ଅପରାଧ ନିୟନ୍ତ୍ରଣରେ ନୟାଗଡ ପୋଲିସକୁ ଏହା ବେଶ ସହାୟକ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।