ଏଣିକି ସିସିଟିଭି ନଜରରେ ରହିବ ନୟାଗଡ଼ ସହର: ଉଦ୍ଘାଟନ କଲେ ଜିଲ୍ଲାପାଳ

Published: Jun 29, 2023, 10:23 am IST

ସୁଧାକର ମିଶ୍ର
ନୟାଗଡ: ଏଣିକି ସିସିଟିଭି ନଜରରେ ରହିବ ନୟାଗଡ଼ ସହର। ଦିନ ଦିହିପ୍ରହର ହେଉଥିବା ଚୋରି, ଗୁଣ୍ଡରାଜ ସାଙ୍ଗକୁ ନିଶା ମାଫିଆ, ଟ୍ରାଫିକ ବ୍ୟବସ୍ଥା ଏହି ସିସିଟିଭି ନଜରରେ ରହିବ।  ସହରରେ ଅପରାଧ କରି ପୋଲିସ ନଜରରୁ ଆଉ ଖସିପାରିବେନି ଅସାମାଜିକ ବ୍ୟକ୍ତି ଓ ଅପରାଧୀ।

ନୟାଗଡ ପୋଲିସ ପକ୍ଷରୁ ଆଜି ଉଦ୍ଘାଟିତ ହୋଇଛି ୨୪ ଘଣ୍ଟିଆ ସିସିଟିଭି କଣ୍ଟ୍ରୋଲରୁମ। ଏହାସହ ଏଡିପିଓଙ୍କ କାଯ୍ୟାଳୟ ନିକଟରେ ଏକ ପୋଲିସ ଅତିଥିଭବନର ମଧ୍ୟ ଉଦ୍ଘାଟନ କରାଯାଇଛି। ଉଦ୍ଘାଟନ ଉତ୍ସବରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଏବଂ ଏସପି ଅଲେଖଚନ୍ଦ୍ର ପହି ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।

କାଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଅତିରିକ୍ତ ଏସପି ସୁବାସ ଚନ୍ଦ୍ର ପଣ୍ଡା, ଏସଡିପିଓ ସ୍ନେହାଶିଷ ସାହୁ, ଟାଉନ ଆଇଆଇସି ପ୍ରଞ୍ଜାପରିମିତା ଜେନାଙ୍କ ସହ ଜିଲ୍ଲାର ପ୍ରତେକ ଥାନାର ଅଧିକାରୀ ମାନେ ଯୋଗଦେଇଥିଲେ।

ସିସିଟିଭି କଣ୍ଟ୍ରୋଲରୁମ ଦ୍ବାରା ପୋଲିସର କାଯ୍ୟଦକ୍ଷତା ବୃଦ୍ଧିପାଇବାର ସହରବାସୀ ଆଶାରଖିଥିବା ବେଳେ ଅପରାଧ ନିୟନ୍ତ୍ରଣରେ ନୟାଗଡ ପୋଲିସକୁ ଏହା ବେଶ ସହାୟକ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Related posts