Categories
ଆଜିର ଖବର ରାଜ୍ୟ ଖବର

ଏଣିକି ସିସିଟିଭି ନଜରରେ ରହିବ ନୟାଗଡ଼ ସହର: ଉଦ୍ଘାଟନ କଲେ ଜିଲ୍ଲାପାଳ

ସୁଧାକର ମିଶ୍ର
ନୟାଗଡ: ଏଣିକି ସିସିଟିଭି ନଜରରେ ରହିବ ନୟାଗଡ଼ ସହର। ଦିନ ଦିହିପ୍ରହର ହେଉଥିବା ଚୋରି, ଗୁଣ୍ଡରାଜ ସାଙ୍ଗକୁ ନିଶା ମାଫିଆ, ଟ୍ରାଫିକ ବ୍ୟବସ୍ଥା ଏହି ସିସିଟିଭି ନଜରରେ ରହିବ।  ସହରରେ ଅପରାଧ କରି ପୋଲିସ ନଜରରୁ ଆଉ ଖସିପାରିବେନି ଅସାମାଜିକ ବ୍ୟକ୍ତି ଓ ଅପରାଧୀ।

ନୟାଗଡ ପୋଲିସ ପକ୍ଷରୁ ଆଜି ଉଦ୍ଘାଟିତ ହୋଇଛି ୨୪ ଘଣ୍ଟିଆ ସିସିଟିଭି କଣ୍ଟ୍ରୋଲରୁମ। ଏହାସହ ଏଡିପିଓଙ୍କ କାଯ୍ୟାଳୟ ନିକଟରେ ଏକ ପୋଲିସ ଅତିଥିଭବନର ମଧ୍ୟ ଉଦ୍ଘାଟନ କରାଯାଇଛି। ଉଦ୍ଘାଟନ ଉତ୍ସବରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଏବଂ ଏସପି ଅଲେଖଚନ୍ଦ୍ର ପହି ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।

କାଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଅତିରିକ୍ତ ଏସପି ସୁବାସ ଚନ୍ଦ୍ର ପଣ୍ଡା, ଏସଡିପିଓ ସ୍ନେହାଶିଷ ସାହୁ, ଟାଉନ ଆଇଆଇସି ପ୍ରଞ୍ଜାପରିମିତା ଜେନାଙ୍କ ସହ ଜିଲ୍ଲାର ପ୍ରତେକ ଥାନାର ଅଧିକାରୀ ମାନେ ଯୋଗଦେଇଥିଲେ।

ସିସିଟିଭି କଣ୍ଟ୍ରୋଲରୁମ ଦ୍ବାରା ପୋଲିସର କାଯ୍ୟଦକ୍ଷତା ବୃଦ୍ଧିପାଇବାର ସହରବାସୀ ଆଶାରଖିଥିବା ବେଳେ ଅପରାଧ ନିୟନ୍ତ୍ରଣରେ ନୟାଗଡ ପୋଲିସକୁ ଏହା ବେଶ ସହାୟକ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆରଜେଡ଼ି ନେତାଙ୍କୁ ଅପହରଣ ଅଭିଯୋଗ: ସିସିଟିଭିରେ କଏଦ ହୋଇଛି ଘଟଣା

ଛପରା: ବିହାରର ଛପରା ଠାରେ ଆଜି ସକାଳେ ଜଣେ ଆରଜେଡି ନେତାଙ୍କୁ ଅପହରଣ ହୋଇଥିବା ଖବର ଆତଙ୍କ ସୃଷ୍ଟି କରିଛି। କୁହାଯାଇଛି ଯେ, ଭୋର ୪ ଟା ସମୟରେ କିଛି ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଆରଜେଡ଼ି ନେତାଙ୍କୁ ଅପହରଣ କରିଛନ୍ତି। ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ଅପହରଣ ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ସୁନୀଲ କୁମାର ରାୟ। ତାଙ୍କୁ ଆରଜେଡି ନେତା ଭାବେ ଚିହ୍ନଟ କରାଯାଇଛି। ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ବଜାର କମିଟି ନିକଟରେ ଏହି ଘଟଣା କୁହାଯାଉଛି।

ସୁନୀଲ କୁମାର ରାୟ ମୁଖ୍ଯତଃ ସାରଣର ବାସିନ୍ଦା ଏବଂ ଅପରାଧୀମାନେ ତାଙ୍କ ଘର ନିକଟରୁ ଅପହରଣ ଘଟଣା ଘଟାଇଛନ୍ତି। ଏହାର ସିସିଟିଭି ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଉଛି ଯେ, ସୁନୀଲ ରାୟ ତାଙ୍କ ବାଇକ ନିକଟରେ ରାସ୍ତା କଡରେ ଠିଆ ହୋଇଛନ୍ତି। ଏହି ସମୟରେ ଏକ ସ୍କର୍ପିଓ କାର ଆସି ତାଙ୍କୁ ଅପହରଣ କରି ନେଇଯାଉଛନ୍ତି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସିସିଟିଭି ଆଧାରରେ ଗାଡିଟିକୁ ଖୋଜିବାକୁ ଚେଷ୍ଟା କରୁଛି। ତେବେ ବର୍ତ୍ତମାନ ପୋଲିସର ହାତ ଖାଲି ଅଛି ଏବଂ ସେମାନେ ଏ ସମ୍ପର୍କରେ କିଛି କହିବାକୁ ବାରଣ କରୁଛନ୍ତି। ଏହି ଘଟଣା ପରେ ଆଲୋଚନାର ବଜାର ଗରମ ହେଉଛି। ଏହାପୂର୍ବରୁ ମଧ୍ୟ ଅନେକ ନେତାଙ୍କ ହତ୍ୟା ଖବର ସାମ୍ନାକୁ ଆସିଛି।

ସୁନୀଲ କୁମାର ରାୟ ମଧ୍ୟ ଜଣେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିସହ ତାଙ୍କ ଅପହରଣକୁ ନେଇ ବାକ୍ୟ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ନୀତୀଶ ସରକାରଙ୍କ ପ୍ରଶାସନ ଏବଂ ବିହାର ଆଇନ ଶୃଙ୍ଖଳା ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ବିହାରରେ ଅପରାଧ ଚରମ ସୀମାରେ ରହିଛି। ରାଜ୍ୟର ଆଇନ ଶୃଙ୍ଖଳା ବିଗିଡି ଯାଇଛି। ଯଦି ଆଇନ ଶୃଙ୍ଖଳା ଖରାପ ହୋଇଯାଏ, ତେବେ କେବଳ ବିହାରର ଲୋକମାନଙ୍କୁ ଏହାର ପ୍ରଭାବ ପଡିବ। ଏଥିସହ ସେ କହିଛନ୍ତି ଯେ, ଅପରାଧକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କିଛି ପଦକ୍ଷେପ ନେବେ ବୋଲି ସେ ଆଶା କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗାଡି ଚାଳକ ସାବଧାନ !!! ଭୁବନେଶ୍ବରର ୩୨ ଟି ସ୍ଥାନରେ ଲାଗିଲା ପାୱାରଫୁଲ ସିସିଟିଭି, ଜାଣନ୍ତୁ କେଉଁଠି

ଭୁବନେଶ୍ବର: କମିସନରେଟ ପୋଲିସ ରାସ୍ତାରେ ଯାଉଥିବା ସମସ୍ତ ଗାଡି ଚଳାଚଳର ଗତିବିଧି ଯାଞ୍ଚ କରିବା ପାଇଁ ନେଲା ପଦକ୍ଷେପ। ଏଣିକି ଆପଣଙ୍କର ଗାଡି ପୁରା ପୋଲିସ ସିସିଟିଭି ସର୍ଭେଲାନସରେ ରହିବ। ସେଥିପାଇଁ କମିଶନରେଟ ପୋଲିସ ଭୁବନେଶ୍ବରର ୩୨ ଟି ସ୍ଥାନରେ ସିସିଟିଭି ଲଗାଇଛି। ସେଗୁଡିକ ହେଲା..

ଏହି ସିସିଟିଭି କ୍ୟାମେରା ୨୪ ଘଣ୍ଟିଆ ପଇଁତରା ମାରିବ। କେଉଁ ଗାଡି କେତେବେଳେ କେଉଁ ଆଡକୁ ଗଲା ତାହାର ଗତିବିଧି ରେକର୍ଡିଂ କରିବ। ଆପଣ ଗାଡି ନେଇ ଯଦି ଏହି ସ୍ଥାନଗୁଡିକ ଦେଇ ଯାଉଛନ୍ତି ତେବେ ପୋଲିସ ପାଖରେ ଖବର ରହିବ। ଆପଣ କେତେବେଳେ କେଉଁ ରାସ୍ତାରେ ଗଲେ ତାହା ପୋଲିସ ଜାଣିବ।

ମୁଖ୍ୟତଃ ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଘଂନ କରିବା କିମ୍ବା ବେପାରୁଆ ଭାବେ ଗାଡି ଚଳନା, ବିନା ହେଲେଟକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ଏହି ବ୍ୟବସ୍ଥା କରିଛି। ସେଥିପାଇଁ ସେହି ରାସ୍ତାରେ ଯେତେ ଗାଡିଯିବ ତାହାର ଚଳାଚଳ ପ୍ରମାଣ ଏହି ସିସିଟିଭିରେ କୈଦ ହୋଇ ରହିବ।

 

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଉଜର ଦେଖାଇ ପେଟ୍ରୋଲ ପମ୍ପରୁ ୨ ଲକ୍ଷ ପଚାଶ ହଜାର ଲୁଟ୍: ସିସିଟିଭି ରେ କଏଦ ହେଲା ଘଟଣା

ଜଙ୍କିଆ: ମାଉଜର ଦେଖାଇ ପେଟ୍ରୋଲ ପମ୍ପରୁ ଏକ ଲୁଟ୍ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ବିକାଶ ଫିଲିଙ୍ଗ ଷ୍ଟେସନରେ ଏଭଳି ଘଟଣା ଘଟିଯାଇଛି।

ଖବର ମୁତାବକ ଗତ ରାତି ୯.୩୦ ମିନିଟ ସମୟରେ ପେଟ୍ରୋଲ ପମ୍ପ ନିକଟକୁ ତିନି ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସିଥିଲେ। ସେହି ସମୟରେ କର୍ମଚାରୀମାନେ ହିସାବ ପତ୍ର କରୁଥିବା ବେଳେ ମ୍ୟାନେଜରଙ୍କୁ ମାଉଜର ଦେଖାଇ ଭୟଭୀତ କରାଇଥିଲେ। ଏହାପରେ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ଏବଂ ଡ୍ରୟର ରେ ଥିବା ଟଙ୍କା ସବୁ ଲୁଟି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।

ଦୁର୍ବୃତ୍ତମାନେ ମାସ୍କ, ମଫୁଲର ପିନ୍ଧିଥିବାରୁ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ସିସିଟିଭି ରେ ଲୁଟ ର ସମସ୍ତ ଘଟଣା କଏଦ ହୋଇଛି। ପେଟ୍ରୋଲ ପମ୍ପ ମାଲିକ ଫୋନ ଯୋଗେ ଜଙ୍କିଆ ଥାନାରେ ଖବର ଦେବା ପରେ ପୋଲିସ ତଦନ୍ତ ଚଳାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ବର ଛକରୁ ଦୋକାନ ସଟର ଭାଗିଂ ୫ ଟି ଦୋକାନରୁ ଲୁଟ: ସିସିଟିଭିରେ କଏଦ ହେଲା ଭିଡିଓ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଥାନା ଅଂଚଳରେ ଦିନକୁ ଦିନ ଚୋରୀ ଲୁଟପାଟ ଘଟଣାରେ ବଢିବାରେ ଲାଗିଛି। ଗତ ୫ ଦିନ ମଧ୍ୟରେ ଏହି ଅଞ୍ଚଳରୁ ପ୍ରାୟ ୫ରୁ ୬ଟି ସ୍ଥାନରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରାମେଶ୍ୱର ଛକ ନିକଟି ୫ଟି ଦୋକାନରୁ ତାଲା ଭାଗିଂ ଚୋରୀ ହୋଇଥିବା ଜଣାପଡିଛି।

ଚୋର ଚୋରୀକରିବାକୁ ଊଦ୍ୟମ କରୁଥିବା ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି।ରାମେଶ୍ୱର ଛକରେ ଥିବା ପ୍ରଶନ୍ନ ସାମନ୍ତରାୟ, ସର୍ବେଶ୍ୱର ସାହୁ, ଗୋବିନ୍ଦ ସାହୁ, ମିଟୁ ପଲେଇ, ଶିବୁ ବାରିକଙ୍କ ଦୋକାନରୁ ଟଙ୍କା ଓ ବିଭିନ୍ନ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି।