ମାଉଜର ଦେଖାଇ ପେଟ୍ରୋଲ ପମ୍ପରୁ ୨ ଲକ୍ଷ ପଚାଶ ହଜାର ଲୁଟ୍: ସିସିଟିଭି ରେ କଏଦ ହେଲା ଘଟଣା

Published: Jan 19, 2022, 12:53 pm IST

ଜଙ୍କିଆ: ମାଉଜର ଦେଖାଇ ପେଟ୍ରୋଲ ପମ୍ପରୁ ଏକ ଲୁଟ୍ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ବିକାଶ ଫିଲିଙ୍ଗ ଷ୍ଟେସନରେ ଏଭଳି ଘଟଣା ଘଟିଯାଇଛି।

ଖବର ମୁତାବକ ଗତ ରାତି ୯.୩୦ ମିନିଟ ସମୟରେ ପେଟ୍ରୋଲ ପମ୍ପ ନିକଟକୁ ତିନି ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସିଥିଲେ। ସେହି ସମୟରେ କର୍ମଚାରୀମାନେ ହିସାବ ପତ୍ର କରୁଥିବା ବେଳେ ମ୍ୟାନେଜରଙ୍କୁ ମାଉଜର ଦେଖାଇ ଭୟଭୀତ କରାଇଥିଲେ। ଏହାପରେ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ଏବଂ ଡ୍ରୟର ରେ ଥିବା ଟଙ୍କା ସବୁ ଲୁଟି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।

ଦୁର୍ବୃତ୍ତମାନେ ମାସ୍କ, ମଫୁଲର ପିନ୍ଧିଥିବାରୁ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ସିସିଟିଭି ରେ ଲୁଟ ର ସମସ୍ତ ଘଟଣା କଏଦ ହୋଇଛି। ପେଟ୍ରୋଲ ପମ୍ପ ମାଲିକ ଫୋନ ଯୋଗେ ଜଙ୍କିଆ ଥାନାରେ ଖବର ଦେବା ପରେ ପୋଲିସ ତଦନ୍ତ ଚଳାଇଛି।

Related posts