Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ ଟାଉନ ଥାନାରେ ନୂତନ ଆଇଆଇସି ଭାବେ ଦିଗବିଜୟ ବିଶ୍ୱାଳଙ୍କ ଯୋଗଦାନ

ନୟାଗଡ଼: ନୟାଗଡ଼ ଜିଲ୍ଲା ଟାଉନ ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଯୁବ ପୋଲିସ ଅଧିକାରୀ ଦିଗବିଜୟ ବିଶ୍ୱାଳ। ଶ୍ରୀ ବିଶ୍ୱାଳଙ୍କ ନିକଟରେ ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିଲା। ଆଜି ସଂନ୍ଧ୍ୟାରେ କାର୍ଯ୍ୟରେ ଯୋଗ ଦେବାପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀ ମାନେ ସ୍ୱାଗତ ଜଣାଇଥିଲେ।

ନୟାଗଡ଼ ଟାଉନ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବା ବେଳେ ନୂତନ ଆଇଆଇସି ଙ୍କ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିବ। ସହରରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟାର ନିରାକରଣ, ନିଶା ଓ ମଦ ବେପାରକୁ ରୋକ ଲଗାଇବା, ଆଇନ ଶୃଙ୍ଖଳା ରକ୍ଷା ଆଦି ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନୂତନ ଯୁବ ଆଇଆଇସି ଶ୍ରୀ ବିଶ୍ୱାଳ କହିଛନ୍ତି।

ସୂଚନା ଥାଉକି ଦିଗବିଜୟ ବିଶ୍ୱାଳ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ। ଏବଂ ନିଜର କାର୍ଯ୍ୟଦକ୍ଷତା ଲାଗି ଟାଙ୍ଗୀରେ ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କର ପୂର୍ବତନ ଟ୍ରାକ ରେକର୍ଡ଼ ଦେଖି ତାଙ୍କୁ ନୟାଗଡ଼ ଟାଉନ ଥାନା ପରି ଗୁରୁତ୍ୱପୂର୍ଣ୍ଣ ଥାନା ଦାୟିତ୍ୱ ଦିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।