Categories
ଆଞ୍ଚଳିକ

ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ ବ୍ଲକ୍ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱରେ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନାକଟିଦେଉଳ ବିଡିଓ ନିବେକାନନ୍ଦ ସାହୁ, ଅତିରିକ୍ତ ତହସିଲ୍‌ଦାର୍, ଜିଲ୍ଲା ପରିଷଦ ଜୋନ୍ ୨ ର ପ୍ରିୟମ୍ବଦା ସାହୁ, ସାଂସଦ ପତିନିଧି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବ୍ଲକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ ତଥା ୧୪ ଟି ପଂଚାୟତର ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିବା ବେଳେ ବ୍ଲକ୍ ର ବହୁ ପଦାଧିକାରୀ ଯୋଗ ଦେଇଥିଲେ।

ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବିନା ପଂଚାୟତ ପ୍ରତିନିଧି ଓ ବିନା ରିଜୋଲସେନ୍ ରେ କୈାଣସି କାମର ଫାଇଲ୍ ନ ଖୋଲିବା ପାଇଁ ସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ପ୍ରତିନିଧି ପ୍ରମୋଦ ସାହୁ ବ୍ଲକ୍ ସମ୍ମୁଖ ଭାଗରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରିବାକୁ ଅତିରିକ୍ତ ତହସିଲ୍‌ଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବ୍ଲକର ୧୪ ଟି ପଂଚାୟତରେ ପିଇବା ପାଣି ସମସ୍ୟା ଉପରେ ଆଲୋଚନା କରିବା ସହ ନାକଟିଦେଉଳ ଡାକ୍ତରଖାନକୁ ଆସିଥିବା ଘର ତିଆରିପାଇଁ ୪୦ ଡିସିମିଲ୍ ସ୍ଥାନ ଚିହ୍ନଟ କରିବାକୁ ଡାକ୍ତର ଅମୂଲ୍ୟ ରତ୍ନ ମହନ୍ତ ଅଧ୍ୟକ୍ଷାଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ବୈଠକରେ ଆର୍ .ଡି, ପିଡବ୍ଲୁଡି, ବନବିଭାଗ, ଇଲେକ୍ଟ୍ରିବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ନବନିର୍ବାଚିତ ପ୍ରତିନିଧିମାନଙ୍କର ଏହା ପ୍ରଥମ ବୈଠକ ହୋଇଥିବାରୁ ମନରେ ଉତ୍ସାହ ମଧ୍ୟ ଭରି ରହିଥିଲା। ସମିତି ସଭ୍ୟ/ସଭ୍ୟା ମାନେ ନିଜ ଅଂଚଳର ସମସ୍ୟା ସଂପର୍କରେ ସଭାରେ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ରୋହିତଙ୍କୁ ଶକ୍ତ ଝଟ୍‌କା: ଅଧ୍ୟକ୍ଷ ପଦ ହାତେଇ ନେଲେ ସୁଦେଇଙ୍କ ପୁତ୍ରବଧୂ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ଆଜି ବ୍ଲକ୍ କାର୍ଯ୍ୟାଳୟ ଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁ୍‌ଦର୍ଶନ ସାହୁ (ସୁଦେଇ)ଙ୍କ ପୁତ୍ର ବଧୂ ସ୍ୱରୁପାରାଣୀ ସାହୁ ୧୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସାହେବୀର ସମିତିସଭ୍ୟା ବିଳାସିନୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କୁ ମାତ୍ର ୩ ଖଣ୍ଡ ଭୋଟ ମିଳି ସେ ପରାଜିତ ହୋଇଥିଲେ। ତାଙ୍କୁ ରୋହିତ ପୂଝାରୀ ସମର୍ଥନ କରୁଥିଲେ ମଧ୍ୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମର୍ଥିତ ତଥା ନାକଟିଦେଉଳ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ସାହୁଙ୍କ ପୁତ୍ରବଧୂ ବିଜୟୀ ହୋଇଥିଲେ।

ଜାମୁଜୋରୀର ସମିତିସଭ୍ୟା ତଥା ବିଜେଡି ସମର୍ଥିତ ସ୍ୱର୍ଣଲତା ପ୍ରଧାନ ଭୋଟ ଦେବାକୁ ଆସି ନ ଥିଲେ। ସେ ପଟେ ରେଢାଖୋଲ ବିଧାୟକ ରୋହିତ ପୂଝାରୀଙ୍କ ସମର୍ଥିତ ପ୍ରାର୍ଥୀ ପରାଜୟ ବରଣ କରିଥିବା ବେଳେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜେଡିର ପ୍ରମୋଦ ରଥ, ଆସଫ୍ ଅଲ୍ଲୀ ଖାଁ ଙ୍କ ସମର୍ଥିତ ପ୍ରାଥୀନୀ ସ୍ୱରୁପାରାଣୀ ସାହୁ ବିଜୟୀ ହୋଇଥିଲେ।

ବିଜେଡି ର ଦୁଇ ଗୋଷ୍ଠି ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁଁ ରୋହିତ ପୂଝାରୀ ସମର୍ଥୀତ ପ୍ରାର୍ଥୀ ଅଧ୍ୟକ୍ଷା ପଦରୁ ପରାଜିତ ହୋଇଯାଇଥିଲେ। ବିଜୟୀ ଅଧ୍ୟକ୍ଷା ସ୍ୱରୁପାରାଣୀ ସାହୁ ଙ୍କୁ ସ୍ୱାଗତ କରିବା ପାଇଁ ନାକଟିଦେଉଳ ବ୍ଲକ୍ କାର୍ଯ୍ୟାଳୟରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା।

ବିଜେପିର ଗୋବିନ୍ଦ ଅଗ୍ରଓାଲ , ବିଜେଡିର ପ୍ରମୋଦ ରଥ ତଥା ବହୁ ବରିଷ୍ଠ ନେତା ନାକଟିଦେଉଳରେ ଦେଖିବାକୁ ମିଳିଥିଲା। ରୋହିତ ଗୋଷ୍ଠି ମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା।