ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ

Published: May 5, 2022, 7:58 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ ବ୍ଲକ୍ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱରେ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନାକଟିଦେଉଳ ବିଡିଓ ନିବେକାନନ୍ଦ ସାହୁ, ଅତିରିକ୍ତ ତହସିଲ୍‌ଦାର୍, ଜିଲ୍ଲା ପରିଷଦ ଜୋନ୍ ୨ ର ପ୍ରିୟମ୍ବଦା ସାହୁ, ସାଂସଦ ପତିନିଧି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବ୍ଲକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ ତଥା ୧୪ ଟି ପଂଚାୟତର ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିବା ବେଳେ ବ୍ଲକ୍ ର ବହୁ ପଦାଧିକାରୀ ଯୋଗ ଦେଇଥିଲେ।

ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବିନା ପଂଚାୟତ ପ୍ରତିନିଧି ଓ ବିନା ରିଜୋଲସେନ୍ ରେ କୈାଣସି କାମର ଫାଇଲ୍ ନ ଖୋଲିବା ପାଇଁ ସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ପ୍ରତିନିଧି ପ୍ରମୋଦ ସାହୁ ବ୍ଲକ୍ ସମ୍ମୁଖ ଭାଗରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରିବାକୁ ଅତିରିକ୍ତ ତହସିଲ୍‌ଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବ୍ଲକର ୧୪ ଟି ପଂଚାୟତରେ ପିଇବା ପାଣି ସମସ୍ୟା ଉପରେ ଆଲୋଚନା କରିବା ସହ ନାକଟିଦେଉଳ ଡାକ୍ତରଖାନକୁ ଆସିଥିବା ଘର ତିଆରିପାଇଁ ୪୦ ଡିସିମିଲ୍ ସ୍ଥାନ ଚିହ୍ନଟ କରିବାକୁ ଡାକ୍ତର ଅମୂଲ୍ୟ ରତ୍ନ ମହନ୍ତ ଅଧ୍ୟକ୍ଷାଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ବୈଠକରେ ଆର୍ .ଡି, ପିଡବ୍ଲୁଡି, ବନବିଭାଗ, ଇଲେକ୍ଟ୍ରିବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ନବନିର୍ବାଚିତ ପ୍ରତିନିଧିମାନଙ୍କର ଏହା ପ୍ରଥମ ବୈଠକ ହୋଇଥିବାରୁ ମନରେ ଉତ୍ସାହ ମଧ୍ୟ ଭରି ରହିଥିଲା। ସମିତି ସଭ୍ୟ/ସଭ୍ୟା ମାନେ ନିଜ ଅଂଚଳର ସମସ୍ୟା ସଂପର୍କରେ ସଭାରେ ଉପସ୍ଥାପନ କରିଥିଲେ।

Related posts