Categories
ଆଜିର ଖବର ଖେଳ ରାଜ୍ୟ ଖବର

ଓସିଏ ସଭାପତି ନିର୍ବାଚନରେ ପ୍ରାର୍ଥୀ ହେବେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ଓସିଏ ସଭାପତି ନିର୍ବାଚନରେ ଅବତୀର୍ଣ୍ଣ ହେବେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ସର୍ବସମ୍ମତ କ୍ରମେ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ। ସେହିପରି ସଂଜୟ ବେହେରା ସଂପାଦକ ଓ ପଙ୍କଜ ଲୋଚନ ମହାନ୍ତି ଉପସଭାପତି ପ୍ରାର୍ଥୀ ହେବେ।

ଅନ୍ୟପକ୍ଷରେ ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ ଗୋଟିଏ କାଉନସିଲ ପଦ ପାଇଁ ନାମ ଚୁଡାନ୍ତ କରିବାକୁ ଦାୟିତ୍ବ ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ଉପରେ ଛଡାଯାଇଛି।ଏ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ ନେଇ ପୁରୀରେ ଶେଷ ବୈଠକ ହୋଇଛି। ସେଥିରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକରେ ବିଭିନ୍ନ ଜିଲ୍ଲା କ୍ରିକେଟ ଆସୋସିଏସନର ସଦସ୍ୟ ମାନେ ଯୋଗ ଦେଇଥିଲେ।

ନିୟମ ଅନୁସାରେ ଯଦି ଆବଶ୍ୟକ ହୁଏ ତେବେ ଆସନ୍ତା ୨୮ ତାରିଖରେ ଓସିଏ ନିର୍ବାଚନ ହେବ। ସେଥିପାଇଁ ଆସନ୍ତା ୨୧ରେ ନିର୍ବାଚନ ନେଇ ନାମାଙ୍କନ ଦାଖଲ କରାଯିବ। ୨୨ରେ ଯାଞ୍ଚ ଓ ଅଭିଯୋଗ ଗ୍ରହଣ କରାଯିବା ସହିତ ନାମ ପ୍ରକାଶ କରାଯିବ। ୨୩ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସହ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ।