Categories
ଆଜିର ଖବର ଜାତୀୟ ଖବର

ଦୁଇ ଲଶ୍କର ଆତଙ୍କବାଦୀ ଗିରଫ, ଦୁଇଟି ଆଇଇଡି ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ପଞ୍ଜାବ ପୋଲିସର ଷ୍ଟେଟ ଅପରେସନ୍ ସେଲ୍ ବହୁତ ସଫଳତା ହାସଲ କରିଛି। ଶୁକ୍ରବାର ସକାଳେ ସେମାନେ ଲଶ୍କର-ଇ-ତୋଇବା ସହିତ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପ୍ରାଥମିକ ପଚରାଉଚରା ବେଳେ ଆତଙ୍କବାଦୀମାନେ ସ୍ୱୀକାର କରିଛନ୍ତି ଯେ, ସେମାନେ ରାଜ୍ୟରେ ଅଶାନ୍ତି ବିସ୍ତାର କରିବା ଉଦ୍ଦେଶ୍ୟରେ ଆସିଛନ୍ତି।

ପଞ୍ଜାବ ପୋଲିସ କହିଛି ଯେ, କେନ୍ଦ୍ରୀୟ ଏଜେନ୍ସି ସହ କରାଯାଇଥିବା ଅପରେସନରେ ଆମେ ବହୁତ ସଫଳତା ହାସଲ କରିଛୁ। ଏଠାରେ ଆମେ ମିଳିତ ଅପରେସନ୍ କରି ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଛୁ। ଏହି ଉଭୟ ନାଗରିକ ଜମ୍ମୁ କାଶ୍ମୀରର ବାସିନ୍ଦା। ସେମାନଙ୍କଠାରୁ ୨ ଟି ଆଇଇଡି, ୨ ଟି ହ୍ୟାଣ୍ଡ ଗ୍ରେନେଡ, ୨ ଟି ମାଗାଜିନ ସହିତ ୧ ଟି ପିସ୍ତଲ, ୨୪ ଟି କାର୍ଟ୍ରିଜ, ୧ ଟି ଟାଇମର ସୁଇଚ, ୮ ଟି ଡିଟୋନେଟର ଏବଂ ୪ ଟି ବ୍ୟାଟେରୀ ଜବତ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିଶା ଚୋରା ଚାଲାଣ ଅଭିଯୋଗରେ କଂଗ୍ରେସ ବିଧାୟକ ଗିରଫ: I.N.D.I.A ମେଣ୍ଟ ହୋଇପାରେ ପ୍ରଭାବିତ

ନୂଆଦିଲ୍ଲୀ: ଆଜି ପଞ୍ଜାବ ପୋଲିସ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖୈରାଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ ସୁଖପାଲ ସିଂ ଡ୍ରଗ୍ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ସୁଖପାଲଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସ ସକାଳେ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଥିଲା। ଏହି ଅପରେସନ୍ ଅଧୀନରେ ପଞ୍ଜାବ ପୋଲିସର ଏକ ଟିମ୍ ଖୈରାଙ୍କ ବାସଭବନରେ ପହଞ୍ଚିଥିଲା। NDPS ଅଧିନିୟମ ଅନୁଯାୟୀ ୨୦୧୫ ରେ ପଞ୍ଜୀକୃତ ହୋଇଥିବା ଏକ ପୁରୁଣା ମାମଲାରେ ପୋଲିସ ଫାଜିଲ୍କାର ଜାଲାଲାବାଦରେ ପହଞ୍ଚିଥିଲା।

ଆନ୍ତର୍ଜାତୀୟ ଗ୍ୟାଙ୍ଗକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି:

ସୁଖପାଲ ସିଂଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ହେଉଛି ଏକ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କୁ ସମର୍ଥନ କରିବା, ରଖିବା ଏବଂ ଡ୍ରଗ୍ ଚୋରା ଚାଲାଣକାରୀଙ୍କଠାରୁ ଆର୍ଥିକ ଲାଭ ଦେବା ସାମିଲ। ଅନୁସନ୍ଧାନକାରୀ ସଂସ୍ଥାର ଚାର୍ଜସିଟ୍ ଅନୁଯାୟୀ, ସୁଖପାଲ ସିଂ ଯାହା ଟଙ୍କା ନେଇଥିଲେ ତାହା ସମ୍ପତ୍ତି କିଣିବାରେ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ୨୦୧୪ରୁ ୨୦୨୦ ମଧ୍ୟରେ ସୁଖପାଲ ସିଂ ନିଜ ତଥା ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ୬.୫ କୋଟିରୁ ଅଧିକ ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି, ଯାହା ତାଙ୍କ ଘୋଷିତ ଆୟଠାରୁ ଅଧିକ ଥିଲା।

ଗିରଫ ପୂର୍ବରୁ କଂଗ୍ରେସ ନେତା ଫେସବୁକ୍ ଲାଇଭ୍ କରୁଥିଲେ:

ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ତାଙ୍କ ଘରେ ପହଞ୍ଚିବା ପରେ କଂଗ୍ରେସ ନେତା ଫେସବୁକ୍ ଲାଇଭ୍ କରୁଥିଲେ। ଭିଡିଓରେ ସୁଖପାଲ ସିଂ ପୋଲିସ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଜଣେ ପୋଲିସ ଅଧିକାରୀ ଡିଏସପି ଅଛୁରୁ ରାମ ଶର୍ମା ସୁଖପାଲ ସିଂଙ୍କୁ କହିଛନ୍ତି ଯେ, ପୁରୁଣା ଡ୍ରଗ୍ ଚୋରା ଚାଲାଣ ମାମଲାରେ ଏକ ଏସଆଇଟି ଗଠନ କରାଯାଇଛି। ଏହି ଭିଡିଓରେ ସୁଖପାଲ ସିଂ ପଞ୍ଜାବ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ଶୁଣିବାକୁ ମିଳୁଛି। ଏହା ପରେ ପୋଲିସ ତାଙ୍କୁ ଅଟକ ରଖିଥିବାର ନଜର ଆସିଛି।

ସୂଚନାଯୋଗ୍ୟ ଯେ, ସୁଖପାଲ ସିଂ ଗିରଫ ହେବା ପରେ AAP ଏବଂ କଂଗ୍ରେସ ମଧ୍ୟରେ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଛି। ଏହା ‘ଇଣ୍ଡିଆ’ ସହଯୋଗୀ ଦଳ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ପ୍ରକାଶ ଯେ ‘ଇଣ୍ଡିଆ’ ମେଣ୍ଟରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଗୁରୁତ୍ୱପୂର୍ଣ୍ଣ ଦଳ ଅଟନ୍ତି। ପଞ୍ଜାବରେ AAP ସହିତ କୌଣସି ପ୍ରକାରର ମେଣ୍ଟ କିମ୍ବା ଆସନ ବଣ୍ଟନ ବ୍ୟବସ୍ଥାକୁ କଂଗ୍ରେସର ରାଜ୍ୟ ୟୁନିଟ୍ ବିରୋଧ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅମୃତପାଲ ସିଂ ଗିରଫ ହେଲେ ନା ଆତ୍ମସମର୍ପଣ କଲେ?, ଜାଣନ୍ତୁ କ’ଣ କହିଲା ପଞ୍ଜାବ ପୋଲିସ

ଚଣ୍ଡିଗଡ଼: ଅମୃତପାଲ ସିଂଙ୍କ ଗିରଫଦାରୀ ଉପରେ ପଞ୍ଜାବ ପୋଲିସର ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ, ଅମୃତପାଲଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି ଯାହା ପରେ ତାଙ୍କୁ ଏନଏସଏ ଅଧୀନରେ ଗିରଫ କରାଯାଇଛି। ଆଇଜି କହିଛନ୍ତି ଯେ, “ଆମେ ଅମୃତପାଲ ସିଂଙ୍କୁ ଅପରେସନ୍ ଚଳାଇ ସକାଳ ୬.୪୫ ରେ ଗିରଫ କରିଥିଲୁ। ଏହି ସମଗ୍ର ଅପରେସନ୍ ସମୟରେ ପଞ୍ଜାବର ଲୋକମାନେ ଶାନ୍ତି, ଆଇନ ଶୃଙ୍ଖଳା ରକ୍ଷା କରିଥିଲେ, ଏଥିପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଦେଉଛୁ। ଏହା ସହିତ ଆଇଜି ଶାନ୍ତି ବଜାୟ ରଖିବାକୁ ପଞ୍ଜାବବାସୀଙ୍କୁ ନିବେଦନ କରିଛନ୍ତି।

ପଞ୍ଜାବ ପୋଲିସର ଆଇଜି ଗିଲ କହିଛନ୍ତି ଯେ, ଆମର ନିର୍ଦ୍ଦିଷ୍ଟ ସୂଚନା ରହିଛି, ଯେଉଁଥିରେ ଆମେ ଜାଣିଥିଲୁ ଯେ ସେ ରୋଡ଼େ ଗାଁର ଗୁରୁଦ୍ୱାରରେ ଉପସ୍ଥିତ ଥିଲେ। ଗୁରୁଦ୍ୱାର ସାହେବଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଆମେ ତାଙ୍କୁ ଗିରଫ କରିଛୁ। ତାଙ୍କୁ ଗିରଫ କରିବା ପରେ ତାଙ୍କୁ ଆସାମର ଡିବ୍ରୁଗଡକୁ ପଠାଯାଇଛି। ମାସ ମାସ ଧରି ଫେରାର ଥିବା ଅମୃତପାଲ ସିଂଙ୍କୁ ଆଜି ମୋଗା ଜିଲ୍ଲାର ପଞ୍ଜାବ ପୋଲିସ ଗିରଫ କରିଛି। ଏହା ପରେ ତାଙ୍କୁ ଡିବ୍ରୁଗଡ ଜେଲକୁ ପଠାଯାଇଛି।

ଅମୃତପାଲଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଉପରେ ଏନଏସଏ ମଧ୍ୟ ଲାଗୁ କରାଯାଇଛି। ପଞ୍ଜାବ ପୋଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ତାଙ୍କ ସନ୍ଧାନରେ ନିରନ୍ତର ନିୟୋଜିତ ଥିଲେ। ଅମୃତପାଲଙ୍କୁ ଧରିବା ପାଇଁ ନେପାଳ ସୀମା ପର୍ଯ୍ୟନ୍ତ ସାରା ଦେଶରେ ଅପରେସନ୍ କରାଯାଇଥିଲା। ଏଥି ସହ ପଞ୍ଜାବ ପୋଲିସ ଅମୃତପାଲ ସିଂଙ୍କ ଗିରଫଦାରୀ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଞ୍ଜାବ ପୋଲିସକୁ ବଡ଼ ସଫଳତା: ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ ଗିରଫ

ନୂଆଦିଲ୍ଲୀ: ଆଜି ଖଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ଅମୃତପାଲ ସିଂ ଶାହକୋଟରେ ଥିଲେ ଏବଂ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। ଶନିବାର ଦିନ ଅମୃତପାଲ ସିଂ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଅମୃତପାଲ ସିଂହଙ୍କ କାରକୁ ପୋଲିସ ପିଛା କରିଥିଲା, କିନ୍ତୁ ସେ ଫେରାର ହେବାରେ ସଫଳ ହୋଇଥିଲା।

ପୋଲିସର ସୂଚନାନୁସାରେ ଅମୃତପାଲ ସିଂଙ୍କ ନେତୃତ୍ୱରେ ‘ୱାରିସ୍ ପଞ୍ଜାବ ଦେ’ (ଡବ୍ଲୁପିଡି) ର ୧୧୨ ସଦସ୍ୟଙ୍କୁ ଗିରଫ କରାଯାଇଛି। ଅପରେସନ ସମୟରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ପୋଲିସ କହିଛି।

ପୋଲିସ କହିଛି ଯେ, ଏପର୍ଯ୍ୟନ୍ତ .୩୧୫ ବୋରର ଗୋଟିଏ ରାଇଫଲ, ୧୨ ବୋରର ସାତ ରାଇଫଲ, ଗୋଟିଏ ରିଭଲଭର ଏବଂ ୩୭୩ କାର୍ଟ୍ରିଜ ସମେତ ନଅଟି ଅସ୍ତ୍ର ଜବତ କରାଯାଇଛି। ରବିବାର ଦିନ ପୋଲିସ କହିଛି ଯେ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ମାମଲାରେ ମଧ୍ୟ ଅମୃତପାଲ ସିଂ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି।

ଗିରଫଦାରୀକୁ ଦୃଷ୍ଟିରେ ରଖି ପଞ୍ଜାବରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଶନିବାର ସନ୍ଧ୍ୟା ଠାରୁ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି। ପଞ୍ଜାବରେ ଇଣ୍ଟରନେଟ ଏବଂ ଏସଏମଏସ ସେବା ଉପରେ ନିଲମ୍ବନ ଅବଧି ସୋମବାର ଅପରାହ୍ନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଘରେ ପହଞ୍ଚିଲା ପଞ୍ଜାବ ପୋଲିସ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କୁ ଚେତାବନୀ ଦେଲେ କୁମାର ବିଶ୍ଵାସ

ନୂଆଦିଲ୍ଲୀ: ଆଜି ସକାଳେ ପୂର୍ବତନ ଆପ ନେତା କୁମାର ବିଶ୍ଵାସଙ୍କ ଘରେ ପଞ୍ଜାବ ପୋଲିସ ପହଞ୍ଚିଛି। କୁମାର ବିଶ୍ଵାସ ଏହି ସୂଚନା ଦେଇଛନ୍ତି। କୁମାର ବିଶ୍ଵାସ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ସକାଳେ ପଞ୍ଜାବ ପୋଲିସ ଦ୍ୱାରସ୍ଥ ହୋଇଛି। ଏକ ସମୟରେ ମୋତେ ନିଜେ ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲା। ମୁଁ @ ଭଗବନ୍ତ ମନଙ୍କୁ ଚେତାବନୀ ଦେଉଛି ଯେ, ଦିଲ୍ଲୀରେ ବସିଥିବା ବ୍ୟକ୍ତି, ଯାହାକୁ ଆପଣ ପଞ୍ଜାବର ଲୋକଙ୍କ ଦ୍ଵାରା ଦିଆଯାଇଥିବା ଶକ୍ତି ସହିତ ଖେଳିବାକୁ ଅନୁମତି ଦେଉଛନ୍ତି, ଦିନେ ଆପଣଙ୍କୁ ଏବଂ ପଞ୍ଜାବକୁ ମଧ୍ୟ ପ୍ରତାରଣା କରିବେ, ମୋର ଏହି ଚେତାବନୀକୁ ଦେଶ ମନେ ରଖିବ।

ସୂଚନା ଯୋଗ୍ୟ ଯେ, ପଞ୍ଜାବ ପୋଲିସ କୁମାର ବିଶ୍ଵାସଙ୍କ ଘରେ କେଉଁ କାରଣରୁ ପହଞ୍ଚିଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। କିନ୍ତୁ ଆପଣଙ୍କୁ ମନେ ପକାଇଦେଉଛୁ ଯେ, ପଞ୍ଜାବ ନିର୍ବାଚନ ସମୟରେ କୁମାର ବିଶ୍ଵାସ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଯେଉଁଥିପାଇଁ କୁମାର ବିଶ୍ଵାସ ଅନେକ ଚର୍ଚ୍ଚାକୁ ଆସିଥିଲେ।

ପଞ୍ଜାବ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଅରବିନ୍ଦ କେଜ୍ରିୱାଲ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରୁଥିବା କୁମାର ବିଶ୍ଵାସ ଅଭିଯୋଗ କରିଥିଲେ। ତେବେ କେଜ୍ରିୱାଲ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ। କେଜ୍ରିୱାଲ ଏହି ଅଭିଯୋଗର ମୁକାବିଲା କରି କହିଥିଲେ ଯେ, ବୋଧହୁଏ ସେ ଉତ୍ତମ ଆତଙ୍କବାଦୀ ହେବେ, ଯିଏ ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣ କରୁଛି। ସେ କହିଥିଲେ ଯେ, ପଞ୍ଜାବ ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର ବିଜୟ ସୁନିଶ୍ଚିତ ଦେଖି ବିଜେପି, କଂଗ୍ରେସ ଏବଂ ଅନ୍ୟ ଦଳ ତାଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଞ୍ଜାବ ପୋଲିସକୁ ବଡ ସଫଳତା: ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ସହିତ ୩ ଆତଙ୍କବଦୀକୁ କଲା ଗିରଫ

ଚଣ୍ଡିଗଡ଼: ତରନତାରନ ଜିଲ୍ଲାରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ସହିତ ତିନି ଜଣ ଆତଙ୍କବାଦୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ଏହି ତିନି ଆତଙ୍କବାଦୀ ଏକ ବଡ଼ ଘଟଣା କରି ପଞ୍ଜାବକୁ ଦୋହଲାଇବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ସୂଚନାନୁସାରେ, ଏହି ତିନି ଆତଙ୍କବାଦୀ ପଞ୍ଜାବର ମୋଗା ଜିଲ୍ଲାର ବାସିନ୍ଦା। ସେମାନେ ହେଲେ ରାଉଲିର ଗାଁର କୁଲବିନ୍ଦର ସିଂ, ମୋଗା ଗାଁର କମଲପ୍ରୀତ ସିଂ ମାନ, ଗୋବିନ୍ଦ ବସ୍ତିର କନୱାର ପାଲ ସିଂ ବୋଲି ଜଣାପଡିଛି।

ତରନତାରନ ଏସଏସପି ଉପିନ୍ଦରଜିତ ସିଂ ଘୁମ୍ମନ କହିଛନ୍ତି ଯେ, ପୋଲିସ ଷ୍ଟେସନ ଭିଖିୱିଣ୍ଡ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ନବଦୀପ ସିଂ ଭଟ୍ଟୀ ରାତିରେ ତାଙ୍କ ଦଳ ସହ ପାଟ୍ରୋଲିଂ କରୁଥିଲେ। ଜିଲ୍ଲାର ଭଗବାନପୁରା ଗ୍ରାମ ନିକଟରେ ସନ୍ଦେହରେ ଏକ କରି ଏକ କାରକୁ ପୋଲିସ ଟିମ୍ ଅଟକାଇଥିଲା। ଏଥିରେ ତିନି ଜଣ ଥିଲେ।

ପରେ କାରରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ସନ୍ଧାନ ବେଳେ ଏକ ୯ ମିମି ପିସ୍ତଲ, ୧୧ କାର୍ଟ୍ରିଜ୍, ଏକ ବିଦେଶୀ ହ୍ୟାଣ୍ଡ ଗ୍ରେନେଡ୍ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଆଜି ତିନିଜଣ ଆତଙ୍କବାଦୀଙ୍କୁ କୋର୍ଟରେ ଉପସ୍ଥାପନ କରି ପୋଲିସର ରିମାଣ୍ଡରେ ନିଆଯିବ ବୋଲି ଜଣାପଡିଛି। ପଚରାଉଚରା ବେଳେ ଆତଙ୍କବାଦୀମାନେ ଏକ ବଡ଼ ଅପରାଧ କରିବାକୁ ଷଡଯନ୍ତ୍ର କରୁଥିଲେ ବୋଲି ସ୍ଵୀକାର ମଧ୍ୟ କରିଛନ୍ତି।