Categories
ଆଜିର ଖବର ଜାତୀୟ ଖବର

ଅଗ୍ନିବୀର ନିଯୁକ୍ତି ପାଇଁ ପଞ୍ଜୀକରଣର ତାରିଖ ଜାରି, ଜାଣନ୍ତୁ ପରୀକ୍ଷା କେବେ ହେବ

ନୂଆଦିଲ୍ଲୀ: ସେନାରେ ନୂତନ ନିଯୁକ୍ତି ଯୋଜନା ବିରୁଦ୍ଧରେ ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସେନା ପରେ ବର୍ତ୍ତମାନ ବାୟୁସେନା ମଧ୍ୟ ଅଗ୍ନିବୀରଙ୍କର ନିଯୁକ୍ତି ପାଇଁ ପଞ୍ଜୀକରଣ ଏବଂ ପରୀକ୍ଷା ତାରିଖ ଘୋଷଣା କରିଛି। ବାୟୁସେନାରେ ଅଗ୍ନିବୀରଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଅଟେ। ଏଥିରେ ପଦାର୍ଥ ବିଜ୍ଞାନ, ଗଣିତ ଏବଂ ଇଂରାଜୀ ବାଧ୍ୟତାମୂଳକ ହେବା ଉଚିତ୍।

ବାୟୁସେନାରେ ଆଗ୍ନିବୀରଙ୍କ ପାଇଁ ପଞ୍ଜୀକରଣ ଜୁନ୍ ୨୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅନଲାଇନ୍ ମୋଡ୍ ମାଧ୍ୟମରେ ଏହି ପଞ୍ଜୀକରଣ କରାଯିବ। ଏହାର ପରୀକ୍ଷା ଜୁଲାଇ ୨୪ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରଖାଯାଇଛି। ଯେଉଁଥିରେ ପ୍ରାର୍ଥୀଙ୍କର ଗଣିତ, ପଦାର୍ଥ ବିଜ୍ଞାନ ଏବଂ ଇଂରାଜୀ ବାଧ୍ୟତାମୂଳକ ଥିବା ଆବଶ୍ୟକ। ଏହା ସହିତ ଇଂରାଜୀରେ ପଚାଶ ପ୍ରତିଶତ ମାର୍କ ବାଧ୍ୟତାମୂଳକ କରାଯାଇଛି। କିମ୍ବା ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟରୁ ୫୦ ପ୍ରତିଶତ ମାର୍କ ବିଶିଷ୍ଟ ଇଞ୍ଜିନିୟରିଂ (ମେକାନିକ୍ / ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରୋନିକ୍ସ / ଅଟୋମୋବାଇଲ୍ / କମ୍ପ୍ୟୁଟର ସାଇନ୍ସ / ଇନଷ୍ଟ୍ରୁମେଣ୍ଟାଲ୍ ଟେକ୍ନୋଲୋଜି / ସୂଚନା ପ୍ରଯୁକ୍ତିବିଦ୍ୟା) ରେ ତିନିବର୍ଷର ଡିପ୍ଲୋମା ପାଠ୍ୟକ୍ରମ ରହିବା ଆବଶ୍ୟକ।