Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରେ ଫସିଲେ ତିନି ବନ୍ଧୁ, ଜଣେ ମୃତ

ଭୁବନେଶ୍ବର: ଆଜି ରାଜଧାନୀର ପଟିଆ ରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗୋଟିଏ ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇଜଣ ଗୁରୁତର ହୋଇଛନ୍ତି।

ଘଟଣାରୁ ଜଣା ପଡିଛି ଯେ, ଆଜି ଅପରାହ୍ନରେ ଏକ ବିଲେଇ ପଟିଆ ଷ୍ଟେସନ ନିକଟରେ ଥିବା ପରିତ୍ୟକ୍ତ କୂଅରେ ପଡିଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ତିନି ସାଙ୍ଗ ଚେଷ୍ଠା କରିଥିଲେ।

ପ୍ରଥମେ ଜଣେ ସେହି କୂଅ ଭିତରକୁ ପ୍ରବେଶ କରିଥିଲା, ସେ ନ ଆସିବାରୁ ଆଉ ଦୁଇଜଣ ତା ଭିତରେ ପଶିଥିଲେ। ହେଲେ କେହି ହେଲେ ଉପରକୁ ନ ଆସିବାରୁ ଦମକଳ ଅଫିସକୁ ଫୋନ କରାଯାଇଥିଲା।

ଅଗ୍ନିଶମ କର୍ମଚାରୀ ଆସି କୁଅ ଭିତରେ ପଶି ତିନିଜଣଙ୍କୁ ଉଦ୍ଧାର କରିଥିଲା। ହେଲେ ସେମାନଙ୍କ ମଧ୍ୟରୁ 50 ବର୍ଷ ବୟସ୍କ ସାହୁ ନାମକ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲା।

Categories
ଆଞ୍ଚଳିକ

ପଟିଆରେ ପାଳିତ ହେଲା ସହିଦ ଦିବସ

ଭୁବନେଶ୍ୱର: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତା ଲାଭ କଲା। ସ୍ୱାଧୀନତା ଲାଭର ୫ ମାସ ୧୫ ଦିନ, ଦିନ ୧୯୪୮ ମସିହା ଜାନୁୟାରୀ ୩୦ରେ ଜାତିରପିତା ମହାତ୍ମାଗାନ୍ଧୀଙ୍କୁ ହତ୍ୟା କରାଗଲା। ଦେଶ ସ୍ତବ୍ଧ ହୋଇଗଲା। ସେହିଦିନଟିକୁ ଭାରତୀୟମାନେ ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରିବା ନିମନ୍ତେ ସୃଷ୍ଟି ହେଲା ସହିଦ ଦିବସ।

ସେହି ସହିଦ ଦିବସଟିକୁ ପଟିଆଗ୍ରାମବାସୀ ପାଳନ କରିବାକୁ ଭୁଲିଯାଇ ନାହାଁନ୍ତି। ୭୪ତମ ସହିଦ ଦିବସଟିକୁ ପଟିଆ ଛକରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଗାନ୍ଧୀଙ୍କ ଫଟୋଚିତ୍ରରେ ଗ୍ରାମବାସୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ରାମଧୂନ୍ ଗାନ କରାଯାଇଥିଲା।

ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ସଭାପତି ଅଜୟ ସାମଲ, ଲକ୍ଷ୍ମୀଧର ଜେନା, ରଞ୍ଜନ କୁମାର ଜେନା, କୁନା କୁମାର ଜେନା, ଲକ୍ଷ୍ମୀଧର ପାତ୍ର, ପ୍ରଭାତ ରାୟ, ମିଟୁ ରାୟ, ପ୍ରକାଶ ପଣ୍ଡା, ଶୁକଦେବ ସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରିଷ୍ଠ ନାଗରିକ ଅଭୟ ବଡ଼ଜେନା ପ୍ରତିବର୍ଷ ପରି ଚଳିତବର୍ଷ ସହିଦ ଦିବସ କାର୍ଯ୍ୟକ୍ରମଟିକୁ ଆୟୋଜନ କରିଥିଲେ।

Categories
ଫଟୋ ଖବର

କାରୁକାର୍ଯ୍ୟ ଭରା ଭୁବନେଶ୍ବରର କଳାରାହଙ୍ଗରେ ଥିବା ପ୍ରାଚୀନ ଜଳେଶ୍ବର ମନ୍ଦିର

ଭୁବନେଶ୍ବରର ପଟିଆ ନିକଟସ୍ଥ କଳାରାହଙ୍ଗରେ 12ଶ ଶତାଦ୍ଧୀର ପ୍ରାଚୀନ ମନ୍ଦିର ଜଳେଶ୍ବର ମନ୍ଦିର ଶୋଭା ପାଉଛି। ଏହି ମନ୍ଦିର ଗଠନ ଶୈଳୀକୁ ଲକ୍ଷ କରି କେହି କେହି 2ୟ ଲିଙ୍ଗରାଜ ମନ୍ଦିର ବୋଲି କହିଥାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ ଚାରି ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଚିହ୍ନଟ 146 ଙ୍କ ମଧ୍ୟରେ ଭୁବନେଶ୍ବରରୁ ଅଛନ୍ତି ଚାରିଜଣ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ଯୁବକ ଥିବାବେଳେ ଜଣେ ଯୁବତୀ ରହିଛନ୍ତି । ଆକ୍ରାନ୍ତ ସମସ୍ତ ଚାରିଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ ।

ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁରର 28ବର୍ଷୀୟ ଯୁବକ ରହିଥିବାବେଳେ ସେ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ । ଅନ୍ୟ ଜଣେ ଯୁବକ  ଡୁମୁଡୁମା ଅଞ୍ଚଳର ହୋଇଥିବାବେଳେ ତାଙ୍କ ବୟସ 29ବର୍ଷ ବୋଲି ଜଣା ପଡିଛି । ସେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି । ସେହିପରି ପଟିଆରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ 34 ବର୍ଷୀୟ ଜଣେ ପୁରୁଷ ଥିବାବେଳେ 26 ବର୍ଷୀୟା ମହିଳା ରହିଛନ୍ତି । ଦୁହେଁ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ଦୁହେଁ ଦିଲ୍ଲୀରୁ ଫେରିଥିବାର ସୂଚନା ରହିଛି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 93କୁ ବୃଦ୍ଧି ହୋଇଥିବାବେଳେ 37ଟି ଆକ୍ଟିଭ୍‌ କେସ୍‌ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ପଟିଆରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରର ଚିହ୍ନଟ 2 ଆକ୍ରାନ୍ତ ପଟିଆ ଅଞ୍ଚଳର ବୋଲି ଜଣାପଡିଛି । ପଟିଆର ଗୋଟିଏ ପରିବାରର ଏହି ଦୁହେଁ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ 40 ବର୍ଷୀୟ ପୁରୁଷ ଥିବାବେଳେ ଜଣେ 8 ବର୍ଷୀୟ ଝିଅ ରହିଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି । ଦୁହେଁ ଗୋଟିଏ ପରିବାରର ବୋଲି ଜଣାପଡିଛି। ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି । ଦୁହେଁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ, ଦିଲ୍ଳୀରୁ ଫେରିଥିଲେ ବୋଲି ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 88କୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ଆକ୍ଟିଭ୍‌ କେସ୍‌ 34 ଥିବାବେଳେ ସୁସ୍ଥ ହୋଇଛନ୍ତି 51 ଓ ମୃତ୍ୟୁବରଣ କରିଛନ୍ତି ତିନି ଜଣ ।