ପଟିଆରେ ପାଳିତ ହେଲା ସହିଦ ଦିବସ

Published: Jan 30, 2022, 6:32 pm IST

ଭୁବନେଶ୍ୱର: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତା ଲାଭ କଲା। ସ୍ୱାଧୀନତା ଲାଭର ୫ ମାସ ୧୫ ଦିନ, ଦିନ ୧୯୪୮ ମସିହା ଜାନୁୟାରୀ ୩୦ରେ ଜାତିରପିତା ମହାତ୍ମାଗାନ୍ଧୀଙ୍କୁ ହତ୍ୟା କରାଗଲା। ଦେଶ ସ୍ତବ୍ଧ ହୋଇଗଲା। ସେହିଦିନଟିକୁ ଭାରତୀୟମାନେ ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରିବା ନିମନ୍ତେ ସୃଷ୍ଟି ହେଲା ସହିଦ ଦିବସ।

ସେହି ସହିଦ ଦିବସଟିକୁ ପଟିଆଗ୍ରାମବାସୀ ପାଳନ କରିବାକୁ ଭୁଲିଯାଇ ନାହାଁନ୍ତି। ୭୪ତମ ସହିଦ ଦିବସଟିକୁ ପଟିଆ ଛକରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଗାନ୍ଧୀଙ୍କ ଫଟୋଚିତ୍ରରେ ଗ୍ରାମବାସୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ରାମଧୂନ୍ ଗାନ କରାଯାଇଥିଲା।

ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ସଭାପତି ଅଜୟ ସାମଲ, ଲକ୍ଷ୍ମୀଧର ଜେନା, ରଞ୍ଜନ କୁମାର ଜେନା, କୁନା କୁମାର ଜେନା, ଲକ୍ଷ୍ମୀଧର ପାତ୍ର, ପ୍ରଭାତ ରାୟ, ମିଟୁ ରାୟ, ପ୍ରକାଶ ପଣ୍ଡା, ଶୁକଦେବ ସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରିଷ୍ଠ ନାଗରିକ ଅଭୟ ବଡ଼ଜେନା ପ୍ରତିବର୍ଷ ପରି ଚଳିତବର୍ଷ ସହିଦ ଦିବସ କାର୍ଯ୍ୟକ୍ରମଟିକୁ ଆୟୋଜନ କରିଥିଲେ।

Related posts