ଆଜି ଭୁବନେଶ୍ବରରୁ ଚାରି ପଜିଟିଭ୍‌ ଚିହ୍ନଟ

Published: Jun 9, 2020, 1:31 pm IST

ଭୁବନେଶ୍ବର : ଆଜି ଚିହ୍ନଟ 146 ଙ୍କ ମଧ୍ୟରେ ଭୁବନେଶ୍ବରରୁ ଅଛନ୍ତି ଚାରିଜଣ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ଯୁବକ ଥିବାବେଳେ ଜଣେ ଯୁବତୀ ରହିଛନ୍ତି । ଆକ୍ରାନ୍ତ ସମସ୍ତ ଚାରିଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ ।

ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁରର 28ବର୍ଷୀୟ ଯୁବକ ରହିଥିବାବେଳେ ସେ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ । ଅନ୍ୟ ଜଣେ ଯୁବକ  ଡୁମୁଡୁମା ଅଞ୍ଚଳର ହୋଇଥିବାବେଳେ ତାଙ୍କ ବୟସ 29ବର୍ଷ ବୋଲି ଜଣା ପଡିଛି । ସେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି । ସେହିପରି ପଟିଆରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ 34 ବର୍ଷୀୟ ଜଣେ ପୁରୁଷ ଥିବାବେଳେ 26 ବର୍ଷୀୟା ମହିଳା ରହିଛନ୍ତି । ଦୁହେଁ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ଦୁହେଁ ଦିଲ୍ଲୀରୁ ଫେରିଥିବାର ସୂଚନା ରହିଛି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 93କୁ ବୃଦ୍ଧି ହୋଇଥିବାବେଳେ 37ଟି ଆକ୍ଟିଭ୍‌ କେସ୍‌ ରହିଛି ।

Related posts