Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ଭର୍ଦ୍ଧନା

ଭୁବନେଶ୍ଵର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ଵାଦଶ ଶ୍ରେଣୀ 95 ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖିଥିବା ୧୦୯ (ଦଶମ ୭୮, ଦ୍ଵାଦଶ ୩୧) ଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଭବ୍ୟ ସମାରୋହକୁ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ପ୍ରଦୀପ ପ୍ରଜ୍ଜ୍ଵଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି “ବିଜ୍ଞାନ ହିଁ ସମସ୍ତ ସଫଳତାର ପ୍ରଚ୍ଛଦପଟ ନାୟକ’ ବୋଲି ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ/ଶିକ୍ଷକମାନଙ୍କ ଦ୍ଵାରା ପରିବେଷିତ ସମୂହ ଗାନ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା।

ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ ଡକ୍ଟର ଅରୁଣ କୁମାର ରଥ ଅତିଥିଙ୍କର ପରିଚୟ ପ୍ରଦାନ ସହ ‘କଠୋର ପରିଶ୍ରମ ହିଁ ସଫଳତାର ମହାମନ୍ତ୍ର’ ବୋଲି କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ସହ ଆଞ୍ଚଳିକ ଅଧିକାରୀ ଡକ୍ଟର ସୁଜାତା ଯୋଗଦାନ କରି ବିଦ୍ୟାର୍ଥୀର ସାଧନା, ଏକାଗ୍ରତା ଓ ନିଷ୍ଠା କେବେ ବିଫଳ ହୁଏ ନାହିଁ ବୋଲି କହିବା ସହ ସମ୍ବର୍ଦ୍ଧିତ ମେଧାବୀ ବିଦ୍ୟାର୍ଥୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଷ୍ଠାନର ସଫଳତା ବିବରଣୀ ପାଠ ପୂର୍ବକ ସମାଜର ଅଗ୍ରଣୀ ସେବକ ଭାବେ ନିଜକୁ ଗଢି ତୋଳିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ଵାନ ଦେଇଥିଲେ।

ୟୁପିଏସସି ପରୀକ୍ଷାରେ ସଫଳତା ଲାଭ କରିଥିବା ଦୁଇ ଜଣ ପୁରାତନ ଛାତ୍ରୀ ଶୁଭସ୍ନିଗ୍ଧା ସେଠୀ ଓ ପ୍ରଣୀତା ଦାଶଙ୍କୁ ମଧ୍ୟ ଉକ୍ତ ଉତ୍ସବରେ ସେମାନଙ୍କ କୃତିତ୍ଵ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା