Categories
ଜାତୀୟ ଖବର ବିଶେଷ ଖବର

ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ଆରମ୍ଭ ହେଲା ଆବେଦନ, ଜାଣନ୍ତୁ କେବେ ଶେଷ ତାରିଖ

ନୂଆଦିଲ୍ଲୀ, 2023 ଗଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପାଇଁ ଅନଲାଇନ୍ ନାମାଙ୍କନ ପତ୍ର ଆହ୍ବାନ କରାଯାଉଛି। ନାମାଙ୍କନ ପାଇଁ ଶେଷ ତାରିଖ ହେଉଛି 15 ସେପ୍ଟେମ୍ବର, 2022 । ଏହି ପୁରସ୍କାର ପାଇଁ ଚଳିତ ମଇ 1 ତାରିଖରୁ ଦରଖାସ୍ତ ଆହ୍ବାନ କରାଯାଇଛି।

ପଦ୍ମ ପୁରସ୍କାର ପାଇଁ ନାମାଙ୍କନ କିମ୍ବା ସୁପାରିଶ କେବଳ ପଦ୍ମ ପୁରସ୍କାର ପୋର୍ଟାଲ https://padmaawards.gov.in ରେ ଗ୍ରହଣ କରାଯିବ। ସେଥିପାଇଁ ଭାରତ ସରକାରଙ୍କ ଏହି ପୋର୍ଟାଲ ଲିଙ୍କ ଖୋଲି ଫର୍ମ ଭରି ପାରିବେ।

କେନ୍ଦ୍ର ସରକାର ସମସ୍ତ ନାଗରିକଙ୍କୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଅନୁରୋଧ କରାଯାଇଛି। ଯାହାଙ୍କର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଏବଂ ସଫଳତା ରହିଥିବ। ଏଥିରେ ସେ ମହିଳା, ଏସସି, ଏସଟି କିମ୍ବା ଦିବ୍ୟାଙ୍ଗ ମଧ୍ୟ ଆବେଦନ କରିପାରିବେ। ସେମାନେ ଏହି ସ୍ୱୀକୃତି ପାଇବାକୁ ଯୋଗ୍ୟ ଏବଂ ସେମାନେ ସମାଜ ପାଇଁ ନିଃସ୍ୱାର୍ଥପର ସେବା କରୁଥିବା ଆବଶ୍ୟକ।

ନାମାଙ୍କନ ସୁପାରିଶରେ ଉପରୋକ୍ତ ପଦ୍ମ ପୋର୍ଟାଲରେ ଉପଲବ୍ଧ ଫର୍ମାଟରେ ନିର୍ଦ୍ଦିଷ୍ଟ ସମସ୍ତ ପ୍ରାସଙ୍ଗିକ ବିବରଣୀ ପୂରଣ କରିବା ଉଚିତ। ଏଥିରେ ସେହି ଲୋକଙ୍କ ସଂପର୍କରେ ସର୍ବାଧିକ 800 ଶବ୍ଦ ଲେଖି ପ୍ରେରଣ କରିବା ପାଇଁ ଉଲ୍ଲେଖ ଅଛି। ସ୍ପଷ୍ଟ ଭାବରେ ତାଙ୍କ  ଅତୁଳନୀୟ ସଫଳତା ବା ସେବାକୁ ଲେଖିବାକୁ ପଡିବ।

ଏ ବାବଦରେ ଅଧିକ ବିବରଣୀ ଗୃହ ମନ୍ତ୍ରଣାଳୟର ୱେବସାଇଟ୍ www.mha.gov.in ରେ ‘ପୁରସ୍କାର ଏବଂ ପଦକ’ ଶୀର୍ଷକରେ ମଧ୍ୟ ଉପଲବ୍ଧ। ଏହି ପୁରସ୍କାର ସମ୍ବନ୍ଧୀୟ ନିୟମ https://padmaawards.gov.in/AboutAwards.aspx ଲିଙ୍କ୍ ସହିତ ୱେବସାଇଟରେ ଉପଲବ୍ଧ ଅଛି।

ଯେ କୌଣସି ଅନୁସନ୍ଧାନ ବା ସହାୟତା ପାଇଁ ଫୋନ ନମ୍ବର 011-23092421, +91 9971376539, +91 9968276366, +91 9711662129, +91 7827785786 ସହିତ ମଧ୍ୟ ଯୋଗାଯୋଗ କରିପାରିବେ।