Categories
ଆଜିର ଖବର ଜାତୀୟ ଖବର

ଲକଡାଉନ ଅବମାନନା ଅଭିଯୋଗରେ ପପ୍ପୁ ଯାଦବ ଗିରଫ: ଆମ୍ବୁଲାନ୍ସକୁ ନେଇ ଉଠାଇଥିଲେ ପ୍ରଶ୍ନ

ପାଟଣା: ଜନ ଅଧିକାରୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପପ୍ପୁ ଯାଦବଙ୍କୁ ଲକଡାଉନ ଅବମାନନା ଅଭିଯୋଗରେ ବିହାର ପୋଲିସ ଗିରଫ କରିଛି। ଏନେଇ ନିଜେ ପପ୍ପୁ ଯାଦବ ଟୁଇଟ କରି ସୂଚନା ଦେଇଛନ୍ତି। ପାଟଣାର ଗାନ୍ଧୀ ମୈଦାନ ଥାନାରେ ବର୍ତ୍ତମାନ ସେ ରହିଥିବା ଟୁଇଟ କରି କହିଛନ୍ତି। ଗତ କିଛି ଦିନ ତଳେ ଆମ୍ବୁଲାନ୍ସକୁ ନେଇ ସେ ବିଜେପି ସାଂସଦଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ।

ଏହାକୁ ନେଇ  ସେ ତାଙ୍କର ଟୁଇଟରେ ଲେଖିଛନ୍ତି ଯେ, ଯଦି କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିଲେ ଅପରାଧ, ତେବେ ମୁଁ ଅପରାଧୀ ଅଟେ। ମତେ ଜେଲ କିମ୍ବା ଫାଶୀ ଦେଇଦେଲେ ମଧ୍ୟ ମୁଁ ନଇଁବି ନାହିଁ, ନୀରବ ରହିବି ନାହିଁ। ମୁଁ ଏହି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବି ଏବଂ ବୈଇମାନଙ୍କ ମୁଖା ଖୋଲିବି ବୋଲି କହି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି।