Categories
ଆଜିର ଖବର ଜାତୀୟ ଖବର

 ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ସୋମେନ୍‌ ମିତ୍ରଙ୍କ ପରଲୋକ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୋମେନ୍‌ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ 78 ବର୍ଷ ହୋଇଥିଲା। ଗତକାଲି ରାତ୍ରିରେ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। 1960 ଦଶକରୁ ଛାତ୍ର ଜୀବନରୁ ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଥିଲେ ମିତ୍ର। ପଶ୍ଚିମବଙ୍ଗ କଂଗ୍ରେସ ଦଳର ତିନି ଥର ଅଧ୍ୟକ୍ଷ ରହିଥିବା ମିତ୍ର 7 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 2008 ମସିହାରେ ସେ କଂଗ୍ରେସ ଛାଡି ପ୍ରଗତିଶୀଳ ଇଣ୍ଡିଆନ କଂଗ୍ରେସ ପାର୍ଟି ସହ ମିଶି ଲୋକସଭାକୁ ଜିତିଥିଲେ। 2014 ମସିହାରେ ପୁଣି ଥରେ ସେ ତୃଣମୂଳ କଂଗ୍ରେସ ଛାଡି ସେ କଂଗ୍ରେସରେ ଯୋଗ ଦେଇଥିଲେ।