Categories
ଆଜିର ଖବର ଜାତୀୟ ଖବର

ବଙ୍ଗଳାରେ ନୁହେଁ ବିହାରରେ ଫିଙ୍ଗାଯାଇଛି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଶ୍ଚିମବଙ୍ଗରେ ପଥର ଫିଙ୍ଗାଯାଇଥିବାର ଅଭିଯୋଗ ହୋଇଛି। ଉକ୍ତ ଟ୍ରେନ ଉପରକୁ ଥରେ ନୁହେଁ ଦୁଇ ଦୁଇ ଥର ପଶ୍ଚିମବଙ୍ଗରେ ପଥର ଫିଙ୍ଗାଯାଇଥିବାର ଅଭିଯୋଗ ହୋଇଛି। ଯାହାପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଜି ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସରେ ଫୋପାଡାଯାଇଥିବା ପଥର ପଶ୍ଚିମବଙ୍ଗରେ ନୁହେଁ ବରଂ ପଡୋଶୀ ରାଜ୍ୟ ବିହାରରୁ ହୋଇଛି। ରାଜ୍ୟକୁ ବଦନାମ କରିବା ପାଇଁ ଯେଉଁ ଗଣମାଧ୍ୟମରେ ଏହା ପ୍ରକାଶ କରାଯାଇଛି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି ଯେ, “ଗତ ତିନି ଦିନ ଧରି ଅନେକ ନ୍ୟୁଜ୍ ଚ୍ୟାନେଲ ବଙ୍ଗଳାକୁ ବଦନାମ କରିଛି। ଭୁଲ ଖବର ପ୍ରଚାର କରି ସେମାନେ ବଙ୍ଗଳାକୁ ଅପମାନିତ କରିଛନ୍ତି। ବର୍ତ୍ତମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବଙ୍ଗଳାରେ ଘଟିନାହିଁ, ଏଭଳି ଘଟଣା ବିହାରରେ ଘଟିଛି। ”

ସେ କହିଛନ୍ତି ଯେ, “ବନ୍ଦେ ଭରତ କିଛି ବିଶେଷ ନୁହେଁ। ଏହା ସମାନ ପୁରୁଣା ରଙ୍ଗୀନ ଟ୍ରେନ୍, କେବଳ ଇଞ୍ଜିନ୍ ନୂତନ ଅଟେ। ପ୍ରକାଶ ଯେ, ହାୱାଡା-ନିୟୁ ଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ କରାଯିବାର କିଛି ଘଣ୍ଟା ପରେ ଏହା ଉପରକୁ ପଥର ଫିଙ୍ଗାଯାଇଥିଲା।

ପୂର୍ବ ରେଳ ବିବୃତ୍ତି ଅନୁଯାୟୀ ରେଳବାଇ ଦ୍ୱାରା ଆରମ୍ଭ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ବିହାରରେ ମଧ୍ୟ ଏଭଳି ଘଟଣା ଘଟିଛି। ରେଳ ଅଧିକାରୀ ଗୁରୁବାର ଦିନ ଦାବି କରିଛନ୍ତି ଯେ, ଯେଉଁମାନେ ଟ୍ରେନରେ ପଥର ଫିଙ୍ଗିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ରାଜ୍ୟର ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ର ବକେୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଟ୍ୱିଟରରେ ଦୁହିଁଙ୍କ ସାକ୍ଷାତ ସମ୍ପର୍କିତ ଏକ ଚିତ୍ର ସେୟାର କରିଛି।

ମୁଖ୍ୟମନ୍ତ୍ରୀ ମମତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟି ପାରନ୍ତି। ଏହାପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ବାନାର୍ଜୀ ଦିଲ୍ଲୀରେ ଦଳର ସାଂସଦଙ୍କୁ ଭେଟିଥିଲେ। ଏହି ସମୟରେ ସେ ସଂସଦର ବର୍ତ୍ତମାନର ଅଧିବେଶନ ଏବଂ ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଗଷ୍ଟ ୭ ତାରିଖରେ NITI ଆୟୋଗର ବୈଠକରେ ଯୋଗଦେବେ। ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ NITI ଆୟୋଗର ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ଯେଉଁଥିରେ କୃଷି, ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା ହେବ।

ସୂତ୍ରରୁ ପ୍ରକାଶ ଯେ ଶନିବାର ଦିନ ଟିଏମସି, ଟିଆରଏସ ଏବଂ ଏଏପି ଭଳି ଅଣ କଂଗ୍ରେସ ବିରୋଧୀ ଦଳର ନେତାଙ୍କ ସହ ଏକ ବୈଠକ ମଧ୍ୟ ଧାର୍ଯ୍ୟ କରାଯାଇଛି। ମମତା ବାନାର୍ଜୀ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟି ପାରନ୍ତି। ସଂସଦର ବର୍ତ୍ତମାନର ମୌସୁମୀ ଅଧିବେଶନରେ ଏପରି ଅନେକ ଘଟଣା ଘଟିଛି, ଯେତେବେଳେ କଂଗ୍ରେସ ଏବଂ ଟିଏମସି ବିଭାଜିତ ହୋଇଥିବାର ଦେଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଲଗାତାର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଲେ ମମତା ବାନାର୍ଜୀ

କଲିକତା: ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଆଜି ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ କରିଛନ୍ତି। ଯଦ୍ୱାରା ପୁଣିଥରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ମମତା ବାନାର୍ଜୀଙ୍କ ନେତୃତ୍ଵରେ ସରକାର ଗଠନ କରିଛି। ମମତା ଲଗାତାର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କରୋନା ଗାଇଡଲାଇନ ଅନୁଯାୟୀ ଶପଥ ଗ୍ରହଣ ସମାରୋହକୁ ଛୋଟ କରାଯାଇଥିଲା। ବର୍ତ୍ତମାନ ଏବେ ବିଧାୟକମାନଙ୍କ ଶପଥ ଗ୍ରହଣ ହେବ ନାହିଁ ବୋଲି ଜଣାପଡିଛି।