Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ପଠନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫ ନିହତ: ପାକିସ୍ତାନରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପଠାନକୋଟ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଶାହିଦ ଲତିଫକୁ ପାକିସ୍ତାନରେ ହତ୍ୟା କରାଯାଇଛି। ୨୦୧୬ ମସିହାରେ ପଞ୍ଜାବର ପଠାନକୋଟ ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା କରାଯାଇଥିଲା। ଏହି ଆକ୍ରମଣରେ ଭାରତୀୟ ସେନାର ୭ ଜଣ ଯବାନ ସହିଦ ହୋଇଥିଲେ। ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ, ଶାହିଦ ଲତିଫ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ।

ଏନଆଇଏ ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ପଠାନକୋଟ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନରେ ଯୋଜନା କରାଯାଇଥିଲା ଏବଂ କାର୍ଯ୍ୟକାରୀ କରାଯାଇଥିଲା। ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ପାଇଁ ୪ ଜଣ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ତାଲିମ ଦେଇଥିଲା ଏବଂ ପଠାଇଥିଲେ। ଲତିଫ ଜୈଶର ଲଞ୍ଚିଂ କମାଣ୍ଡର ଭାବରେ ଜଣାଶୁଣା। ସେ ପଠାନକୋଟକୁ ଚାରି ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ପଠାଇଥିଲେ। ୪୭ ବର୍ଷିୟ ଶାହିଦ ଲତିଫ ପାକିସ୍ତାନର ଗୁଜରାନୱାଲାର ଅମିନାବଦ୍ ସହରର ବାସିନ୍ଦା ଥିଲା।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ମୋଷ୍ଟ ୱାଣ୍ଟେଡ ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପଞ୍ଜୱଡଙ୍କୁ ପାକିସ୍ତାନରେ ହତ୍ୟା

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକଙ୍କ ସହ ଜଡ଼ିତ ପାକିସ୍ତାନରୁ ବଡ ଖବର ଆସିଛି। ପାକିସ୍ତାନର ଲାହୋରରେ ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପଞ୍ଜୱଡଙ୍କୁ ହତ୍ୟା କରାଯାଇଛି। ପରମଜିତ ପଞ୍ଜୱଡ ଏକ ଭିନ୍ନ ନାମରେ ପାକିସ୍ତାନରେ ରହୁଥିଲା ଏବଂ ସେଠାରୁ ସେ ଖାଲିସ୍ତାନ ସମର୍ଥିତ କାର୍ଯ୍ୟକଳାପ କରୁଥିଲେ।

ସୂଚନା ଅନୁଯାୟୀ ପରମଜିତ ସିଂ ପଞ୍ଜୱାଡଙ୍କୁ ଲାହୋରରେ କିଛି ବାଇକ୍ ଆରୋହୀ ଟାର୍ଗେଟ କରିଥିଲେ। ବାଇକ୍ ରେ ଆସିଥିବା ଦୁଇ ଆକ୍ରମଣକାରୀ ଲାହୋରର ଜୋହର ସହର ଅନ୍ତର୍ଗତ ସନଫ୍ଲାୱାର ସୋସାଇଟି ଭିତରକୁ ପ୍ରବେଶ କରି ଅନେକ ଗୁଳି ଚଳାଇଥିଲେ। ଏହା ପରେ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ପଞ୍ଜୱାଡଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ପରମଜିତ ସିଂ ପଞ୍ଜୱାଡ ଆତଙ୍କବାଦୀ ସଂଗଠନ ଥିବା ଖାଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ) ର ନେତା ଥିଲେ। ୯୦ ଦଶକରୁ ସେ ପାକିସ୍ତାନରେ ଆଶ୍ରୟ ନେଇଥିଲେ। ସେ ମଲିକ ସର୍ଦ୍ଦାର ସିଂଙ୍କ ନାମରେ ପାକିସ୍ତାନରେ ରହୁଥିଲେ। ସେ ୯୦ ଦଶକ ପୂର୍ବରୁ ମଧ୍ୟ ଭାରତ ବିରୋଧୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ। କୁହାଯାଏ ଯେ, ସେ ୧୯୮୬ ରେ ପାକିସ୍ତାନ ଯାଇଥିଲେ। ଯେଉଁଠାରେ ସେ ଲାହୋର ସମେତ ଅନେକ ସ୍ଥାନ ପରିବର୍ତ୍ତନ କରିଥିଲେ।