Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଗିଲଗିତ-ବଲୁଚିସ୍ତାନରେ ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳି: ଅନେକ ନିରୀହ ନାଗରିକ ପ୍ରାଣହାନି

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ ଗିଲଗିତ-ବଲୁଚିସ୍ତାନରେ ସ୍ୱାଧୀନତା ପାଇଁ ବିରୋଧ ପ୍ରଦର୍ଶନ ବେଳେ ପାକିସ୍ତାନର ସେନା ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ପାକ୍ ସେନା ଦ୍ୱାରା କରାଯାଇଥିବା ଏହି ଗୁଳିରେ ଅନେକ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ଗତ କିଛି ବର୍ଷ ଧରି ବଲୁଚିସ୍ତାନର ଲୋକମାନେ ସ୍ୱାଧୀନତା ପାଇଁ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି।