Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବିରୋଧୀ ବିହୀନ ହେଲା ପାକିସ୍ତାନ ସଂସଦ: ଇମ୍ରାନ ଖାନଙ୍କ ଦଳର ସମସ୍ତ ସାଂସଦ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଅବିଶ୍ୱାସ ଭୋଟରେ ପରାଜୟର ସମ୍ମୁଖୀନ ହେବା ପରେ ଇମ୍ରାନ ଖାନଙ୍କୁ କ୍ଷମତାରୁ ବହିଷ୍କୃତ କରାଯାଇଛି। କିନ୍ତୁ ସେ ପୁଣି ଥରେ ଏହି ଚେୟାର ପାଇବା ପାଇଁ ସମସ୍ତ କୌଶଳ କରୁଛନ୍ତି। ବର୍ତ୍ତମାନ ତାଙ୍କ ଦଳର ୧୨୩ ସାଂସଦ ସଂସଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ବର୍ତ୍ତମାନ ସଂସଦ ବିରୋଧୀ ଶୂନ୍ୟ ହୋଇପଡିଛି। ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ତଥା ପୂର୍ବତନ ମନ୍ତ୍ରୀ ଫାରୁକ ହବିବ ଗୁରୁବାର କହିଛନ୍ତି ଯେ, ରାଷ୍ଟ୍ରୀୟ ସଂସଦ କାର୍ଯ୍ୟକାରୀ ବାଚସ୍ପତି କାସୀମ ସୁରୀ ଆମ ଦଳର ୧୨୩ ସାଂସଦଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ପାକିସ୍ତାନରେ ସାଧାରଣ ନିର୍ବାଚନ ଜରୁରୀ ହୋଇପଡିଛି।

ଅନ୍ୟପକ୍ଷରେ, ଇମ୍ରାନ ଖାନ ପାକିସ୍ତାନର ନିର୍ବାଚନ ଆୟୋଗକୁ ଏକ ଚିଠି ପଠାଇ କିଛି ସଂସଦୀୟ କମିଟିର ସଦସ୍ୟ ଥିବା ତାଙ୍କର ସମସ୍ତ ସାଂସଦଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ତାଙ୍କ ଦଳର ସଦସ୍ୟମାନଙ୍କୁ ସଂସଦର କୌଣସି କମିଟିରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ସେ ଆୟୋଗକୁ ନିବେଦନ କରିଛନ୍ତି। କାରଣ ସେମାନଙ୍କର ସାଂସଦମାନେ ଇସ୍ତଫା ଦେଇଛନ୍ତି, ଏହା କରିବା ଠିକ୍ ହେବ ନାହିଁ। ସେ କହିଛନ୍ତି ଯେ, ସେ ଏବଂ ତାଙ୍କ ଦଳ କୌଣସି ପ୍ରକାରେ ନୂତନ ସରକାରରେ ଜଡିତ ହେବାକୁ ଚାହୁଁନାହାଁନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଅନାସ୍ତା ପ୍ରସ୍ତାବ ଖାରଜ ହେବା ପରେ ଇମ୍ରାନ ଖାନଙ୍କ ପ୍ରତିକ୍ରିୟା, କହିଲେ ଦେଶଦ୍ରୋହୀଙ୍କ ଷଡଯନ୍ତ୍ର ହେଲା ବିଫଳ

ନୂଆଦିଲ୍ଲୀ: ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମସ୍ତଙ୍କୁ ଚକିତ କରିଛନ୍ତ। ଅନାସ୍ଥା ପ୍ରସ୍ତାବକୁ ପାକିସ୍ତାନ ସଂସଦର ବାଚସ୍ପତି ଖାରଜ କରିଦେଇଛନ୍ତି। ଏହିପରି ଭାବରେ ଇମ୍ରାନ ଖାନ ତାଙ୍କ ଆସନକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି। ତେଣୁ ବର୍ତ୍ତମାନ ବିରୋଧୀ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେପର୍ଯ୍ୟନ୍ତ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରହିବେ।

ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ‘ବିଶ୍ୱାସଘାତକତା କରିବାକୁ ଚେଷ୍ଟା କରାଯାଇଥିଲା। ସରକାରଙ୍କଠାରୁ ପ୍ରତିଶୋଧ ନେବା ପାଇଁ ବିଦେଶରୁ ଷଡ଼ଯନ୍ତ୍ର କରାଯାଉଥିଲା। ଏଭଳି ଷଡଯନ୍ତ୍ରକୁ ସଫଳ ହେବାକୁ ଆମେ ସୁଯୋଗ ଦେବୁ ନାହିଁ। ଏହା ସହ ଇମ୍ରାନ କହିଛନ୍ତି ଯେ, ‘ମୁଁ ବିଧାନସଭାଗୁଡ଼ିକୁ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଛି। ନିର୍ବାଚନ ହେଉ ଏବଂ ଲୋକମାନେ ସ୍ଥିର କରନ୍ତୁ ଯେ, ସେମାନେ କାହାକୁ ଚାହାଁନ୍ତି। ବାହାରୁ କୌଣସି ଷଡଯନ୍ତ୍ର ଏବଂ ଏହିପରି ଦୁର୍ନୀତିଗ୍ରସ୍ତ ଲୋକ ଏହି ଦେଶର ଭାଗ୍ୟ ସ୍ଥିର କରିପାରିବେ ନାହିଁ।