Categories
ଆଜିର ଖବର ରାଜ୍ୟ ଖବର

ଏକାଠି ଆସିଥିଲେ, ଏକାଠି ଗଲେ : ଗଡିଆରେ ବୁଡି ଯାଆଁଳା ଭାଇଙ୍କ ମୃତ୍ୟୁ

କେନ୍ଦୁଝର : ଗଡ଼ିଆ ପାଣିରେ ବୁଡି ଯାଆଁଳା ଭାଇଙ୍କ ମୃତ୍ୟୁ ହୋଇଛି । ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କା ସାହିରେ ଦୁଃଖଦ ଘଟଣା ଘଟିଯାଇଛି । ଦୁଇ ଯାଆଁଳା ଭାଇ ଗଡିଆ ପାଣିରେ ଡୁବିଯାଇଛନ୍ତି । ଦୁହିଁଙ୍କ ବୟସ 6 ବର୍ଷ ବୋଲି ଜଣାପଡିଥିବାବେଳେ ଦୁହେଁ ଖେଳିଲା ବେଳେ ବୁଡି ଯାଇଥିବାର ସୂଚନା ରହିଛି । ଦୁହେଁ ଏକାଠି ଦୁନିଆକୁ ଆସିଥିଲେ, ପୁଣି ଏକାଠି ଦୁନିଆରୁ ବିଦାୟ ନେଇଛନ୍ତି ।