Categories
ଆଜିର ଖବର ଜାତୀୟ ଖବର

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଅଭିଯାନ ୪.୦ରେ ଭାଗ ନେବା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ସହ ସ୍ୱଚ୍ଛତାକୁ ସଂସ୍ଥାପନ କରିବା, ବକେୟା ମାମଲାର ଫଇସଲା, ଉନ୍ନତ ସ୍ଥାନ ପରିଚାଳନା ଏବଂ ବିଭିନ୍ନ ଯୋଗାଯୋଗ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ସର୍ବୋତ୍ତମ ପଦକ୍ଷେପ ଗ୍ରହଣ କରିବା ଇତ୍ୟାଦି ଲକ୍ଷ୍ୟ ଧାର୍ଯ୍ୟ କରି ୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ବିଶେଷ ଅଭିଯାନ .ରେ ଭାଗ ନେବାକୁ ପ୍ରସ୍ତୁତ ହେଉଛି ।

ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ୬ ସେପ୍ଟେମ୍ବର ୨୦୨୪ରେ ସମସ୍ତ ଗଣମାଧ୍ୟମ ମୁଖ୍ୟଙ୍କ ସହ ଦୀର୍ଘ ଦିନରୁ ବକେୟା ତଥା ବିଚାରାଧିନ ମାମଲାଗୁଡିକର ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ ୪.୦ କୁ କାର୍ଯ୍ୟକାରୀ କରିବାର ପ୍ରସ୍ତୁତି ସମ୍ପର୍କିତ ଅଗ୍ରଗତି ଏବଂ ସମ୍ପୂର୍ଣ୍ଣ ସରକାରୀ ଆଭିମୂଖ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମକୁ ପାନ୍‌-ଇଣ୍ଡିଆ ଆଧାରରେ ପ୍ରଚାର କରିବା ସହିତ ସ୍ୱଚ୍ଛତା ଉପରେ ଏକ ସମୀକ୍ଷା ବୈଠକ କରିଥିଲେ।

ସ୍ୱତନ୍ତ୍ର ଅଭିଯାନ .

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ସ୍ୱତନ୍ତ୍ର ଅଭିଯାନ ୩.୦ ସମୟରେ ବ୍ୟାପକ ସଫଳତା ମିଳିଥିଲା। ମୋଟ ୧୦୧୩ ଆଉଟ୍ଡୋର୍ ଅଭିଯାନ କରାଯାଇଥିଲା ଏବଂ ୧୯୭୨ ଟି ସ୍ଥାନ ଚିହ୍ନଟ କରାଯିବା ସହ ସେଗୁଡିକୁ ସଫା କରାଯାଇଥିଲା।  ମୋଟ  ୨୮,୫୭୪ ଫାଇଲଗୁଡିକୁ ହଟାଇ ଦିଆଯାଇଥିଲା। ମୋଟ ୨.୦୧ ଲକ୍ଷ କିଲୋଗ୍ରାମ ଆବର୍ଜନା ନିଷ୍କାସନ କରାଯିବା ସହ ୩.୬୨ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ସିପିଜିଆର୍‌ଏମ୍‌ଏସ୍ ଅଧିନରେ ସାର୍ବଜନୀନ ଅଭିଯୋଗ ତଥା ଜନସାଧାରଣ ଅଭିଯୋଗ ସମ୍ପର୍କିତ ଆବେଦନ ମାମଲାର ସମାଧାନ କରିବାରେ ମନ୍ତ୍ରଣାଳୟ ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି।

ନଭେମ୍ବର ୨୦୨୩ ରୁ ଅଗଷ୍ଟ ୨୦୨୪ ମଧ୍ୟରେ ମିଳିଥିବା ସଫଳତା

ଏହି ସମୟ ମଧ୍ୟରେ, ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତାକୁ ସଂସ୍ଥାଗତ କରିବା ଏବଂ ଲମ୍ବିତ ମାମଲାଗୁଡିକର ସମାଧାନର ସମାନ ଗତି ବଜାୟ ରଖିବାକୁ ଲଗାତର ଉଦ୍ୟମ କରାଯାଇଛି।

ଏହି ସମୟ ମଧ୍ୟରେ ହାସଲ କରାଯାଇଥିବାର ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି:

        ଆବର୍ଜନା ନିଷ୍କାସନରୁ ରାଜସ୍ୱ ଆୟ ୧.୭୬ କୋଟି ଟଙ୍କା

        ୧.୪୭ ଲକ୍ଷ କିଲୋଗ୍ରାମ ଆବର୍ଜନା ନିଷ୍କାସିତ

        ୧୮,୫୨୦ ଫିଜିକାଲ୍ ଫାଇଲ୍  ହଟାଇ ଦିଆଯାଇଥିଲା

        ୧୧୦ ଗାଡି ଅକାମୀ ଘୋଷଣା କରାଯାଇଥିଲା

        ୨,୪୨୨ ସ୍ଥାନ ସଫା କରାଯାଇଥିଲା

        ୩୩,୫୪୬ ବର୍ଗ ଫୁଟ ସ୍ଥାନ ଖାଲି କରାଯାଇଥିଲା

        ମୋଟ ୧,୩୪୫ ଆଉଟ୍‌ଡୋର୍ ଅଭିଯାନ କରାଯାଇଥିଲା

        ୩,୦୪୪ ଜନ ଅଭିଯୋଗ ଏବଂ ୭୩୭ ଆବେଦନର ସମାଧାନ କରାଯାଇଥିଲା