ନୂଆଦିଲ୍ଲୀ: ଆଜି ଲକ୍ଷ ଲକ୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ଦ୍ଵାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ସିବିଏସଇ ବୋର୍ଡ ଅଫିସିଆଲ୍ ୱେବସାଇଟରେ ଫଳାଫଳ ଲିଙ୍କକୁ ସକ୍ରିୟ କରିଛି। ଏହି ବର୍ଷ ୯୯.୩୭% ଛାତ୍ରଛାତ୍ରୀ ଦ୍ୱାଦଶରେ ପାସ୍ କରିଛନ୍ତି। ସିବିଏସ୍ଇ ବୋର୍ଡ ଦ୍ୱାଦଶ ଫଳାଫଳ ଚଳିତ ବର୍ଷ ଛାତ୍ରୀମାନଙ୍କ ପାସ୍ ହାର ୯୯.୬୭ ପ୍ରତିଶତ ଥିବା ବେଳେ ଛାତ୍ରମାନଙ୍କ ପାସ୍ ହାର ୯୯.୧୩ ପ୍ରତିଶତ ଅଟେ। ଏହି ବର୍ଷ ଦିଲ୍ଲୀ ଅଞ୍ଚଳରେ ୯୯.୮୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
