Categories
ଆଜିର ଖବର ଜାତୀୟ ଖବର

୧ ଲକ୍ଷ ପିଏମଏୱାଇ (ଜି) ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ଜନମନ) ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ (ପିଏମଏୱାଇ – ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ – ଜନମନର ହିତାଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ସ୍ୱାମୀଙ୍କ ସହ କୃଷି କାର୍ଯ୍ୟରେ ନିୟୋଜିତ ଥିବା ଛତିଶଗଡର ଜଶପୁର ଜିଲ୍ଲାର ସୁଶ୍ରୀ ମନକୁନୱାରୀ ବାଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ସେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଗାଯୋଗ କରି ଡୋନା ପଟ୍ଟାଲ ତିଆରି କରିବା ପାଇଁ ପ୍ରଶିକ୍ଷଣ ହାସଲ କରୁଛନ୍ତି ଏବଂ ଘର ଘର ବୁଲି ଜନମନ ସଙ୍ଗୀ ଭାବରେ ପିଏମ୍ – ଜନମନ ସମ୍ବନ୍ଧୀୟ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି । ସେ ଦୀପ ସମୁହ ନାମକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଯେଉଁଥିରେ ୧୨ ଜଣ ସଦସ୍ୟ ଅଛନ୍ତି । ବନ ଧନ କେନ୍ଦ୍ର ଗୁଡ଼ିକରେ ସ୍ୱୟଂ ସହାୟକ ଗୋଷ୍ଠୀରେ ସୃଷ୍ଟି ହୋଇଥିବା ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବାର ଯୋଜନା ବିଷୟରେ ମଧ୍ୟ ଶ୍ରୀମତୀ ମାନକୁନୱାରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଆହୁରି ମଧ୍ୟ ପକ୍କା ଘର, ନଳ ମାଧ୍ୟମରେ ଜଳ ସଂଯୋଗ, ଗ୍ୟାସ ଓ ବିଜୁଳି ସଂଯୋଗ ଓ ଆୟୁଷ୍ମାନ କାର୍ଡରେ ତାଙ୍କ ସ୍ୱାମୀଙ୍କୁ କାନ ରୋଗର ମାଗଣା ଚିକିତ୍ସା ଓ ଝିଅକୁ ୩୦ ହଜାର ଟଙ୍କାର ଚିକିତ୍ସା ମିଳିଥିବା ନେଇ ସେ ଉଲ୍ଲେଖ କରିଥିଲେ । ଜଙ୍ଗଲ ଅଧିକାର ଆଇନ (ଏଫ୍‌ଆର୍‌ଏ), କିଷାନ କ୍ରେଡିଟ୍ କାର୍ଡ ଏବଂ ପିଏମ୍ କିଷାନ ସମ୍ମାନ ନିଧି ସମ୍ବନ୍ଧୀୟ ଲାଭ ପାଇବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଶ୍ରୀମତୀ ମାନକୁନୱାରୀ କହିଛନ୍ତି ଯେ ନଳ ମାଧ୍ୟମରେ ଜଳ ସଂଯୋଗ ତାଙ୍କୁ ଦୂଷିତ ପାଣି ପିଇବାରୁ ସୁରକ୍ଷା ପ୍ରଦାନ କରୁଛି ଏବଂ ଏହା ଦ୍ୱାରା ସେ ଏବଂ ତାଙ୍କ ପରିବାର ଜଳବାହିତ ରୋଗରୁ ରକ୍ଷା ପାଇ ପାରୁଛନ୍ତି, ଗ୍ୟାସ ସଂଯୋଗ ତାଙ୍କୁ ସମୟ ସଞ୍ଚୟ କରିବାରେ ସହାୟକ ହେଉଛି ଏବଂ ଏହା ଜାଳେଣି କାଠରୁ ବାହାରୁଥିବା ଧୂଆଁକୁ ଦୂର କରୁଛି । ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଗତ ୭୫ ବର୍ଷ ମଧ୍ୟରେ ଯେଉଁ କାମ ହାତକୁ ନିଆଯାଇନଥିଲା ତାହା ଏବେ ୨୫ ଦିନରେ ଶେଷ ହୋଇଛି । ଶ୍ରୀ ମୋଦୀ କ୍ରୀଡ଼ା ପ୍ରତି ଆଗ୍ରହ ବିଷୟରେ ପଚାରି ବୁଝିବା ସହ ଭିଡ଼ ମଧ୍ୟରେ ଥିବା ଆଗ୍ରହୀ ମହିଳା ଓ ଯୁବତୀଙ୍କୁ ହାତ ଟେକିବାକୁ କହିଥିଲେ । ସେ କ୍ରୀଡ଼ା ଉପରେ ଗୁରୁତ୍ୱାରୋପ କରିବା ସହ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ଅଧିକାଂଶ କ୍ରୀଡ଼ା ପୁରସ୍କାର ଜନଜାତି ସମ୍ପ୍ରଦାୟର କ୍ରୀଡାବିତ୍ ମାନେ ପାଉଛନ୍ତି । ଶ୍ରୀମତୀ ମାନକୁନୱାରୀ ଅନେକ ଯୋଜନାରେ ଲାଭ ପାଉଥିବାରୁ ଏବଂ ଏହା ତାଙ୍କ ଜୀବନକୁ ସହଜ କରୁଛି ବୋଲି କହିବା ପରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଜନସାଧାରଣଙ୍କ ଅଂଶଗ୍ରହଣ ଅଧିକ ହେଲେ ସରକାରୀ ଯୋଜନାର ପ୍ରଭାବ ବହୁଗୁଣିତ ହୋଇଯାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ “ଆପଣ ମାନେ କେବଳ ଏହାର ଲାଭ ଉଠାଇ ନାହାନ୍ତି ବରଂ ସମୁଦାୟ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରିଛନ୍ତି । ପ୍ରତ୍ୟେକ ହିତାଧିକାରୀଙ୍କୁ ସାମିଲ କରିବା ଏବଂ କାହାକୁ ପଛରେ ନ ପକାଇବା ପାଇଁ ସରକାରଙ୍କ ପ୍ରୟାସକୁ ଦୋହରାଇ ସେ ତାଙ୍କର ବାର୍ତ୍ତାଳାପ ଶେଷ କରିଥିଲେ ।

ଆୟୁଷ୍ମାନ କାର୍ଡ, ରାସନ କାର୍ଡ, ପିଏମ୍ କିଷାନ ନିଧିର ଜଣେ ହିତାଧିକାରୀ ହେଉଛନ୍ତି ମଧ୍ୟପ୍ରଦେଶ ଶିବପୁରୀର ସହରିଆ ଜନଜାତିର ଶ୍ରୀମତୀ ଲଳିତା ଆଦିବାସୀ । ତାଙ୍କ ଝିଅ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଲାଡଲି ଲକ୍ଷ୍ମୀ ଯୋଜନାର ଲାଭ ସହ ଛାତ୍ର ବୃତ୍ତି, ୟୁନିଫର୍ମ ଓ ବହି ମଧ୍ୟ ପାଇଛନ୍ତି । ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ତାଙ୍କ ପୁଅକୁ ଛାତ୍ର ବୃତ୍ତି ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳୁଛି । ତାଙ୍କ ସାନ ପୁଅ ଏକ ଅଙ୍ଗନବାଡ଼ି ବିଦ୍ୟାଳୟକୁ ଯାଏ । ସେ ଶୀତଳା ମୈୟା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ଅଛନ୍ତି । ତାଙ୍କୁ ଏକ କଷ୍ଟମ ନିଯୁକ୍ତି କେନ୍ଦ୍ର ସମର୍ଥନ କରୁଛି । ପକ୍କା ଘରର ପ୍ରଥମ କିସ୍ତି ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀମତୀ ଲଳିତା ଆଦିବାସୀ ସମସ୍ୟା ବିଷୟରେ ଏତେ ସମ୍ବେଦନଶୀଳ ଭାବରେ ଚିନ୍ତା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ବର୍ତ୍ତମାନ ଆଦିବାସୀ ଜନସାଧାରଣ ଉପଲବ୍ଧ ଯୋଜନାର ସମସ୍ତ ଲାଭ ଉଠାଇବାରେ ସକ୍ଷମ ହୋଇଥିବାରୁ ଜନମନ ଅଭିଯାନ ଯେଉଁ ପରିବର୍ତ୍ତନ ଆଣିଛି ସେ ବିଷୟରେ ଅବଗତ କରାଇଥିଲେ । ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କୁ ତାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀର ବୈଠକରେ ଜନମନ ଅଭିଯାନ ଏବଂ ଅନ୍ୟାନ୍ୟ ଯୋଜନା ବିଷୟରେ ଅବଗତ କରାଯାଇଥିଲା ଏବଂ ସେ କହିଥିଲେ ଯେ ତାଙ୍କୁ ଘର ଆବଣ୍ଟନ ଭଳି ସୁବିଧା ମିଳିବା ଆରମ୍ଭ ହୋଇଥିଲା ଏବଂ ତାଙ୍କ ଶ୍ୱଶୁର କିଷାନ କ୍ରେଡିଟ୍ କାର୍ଡର ଲାଭ ପାଇଥିଲେ । ଜନମନ ଅଭିଯାନ ସମୟରେ ୧୦୦ ଅତିରିକ୍ତ ଆୟୁଷ୍ମାନ କାର୍ଡ କରାଯାଇଥିଲା । ତାଙ୍କ ଗାଁ ଉଜ୍ଜ୍ୱଳା ଯୋଜନାରେ ସମ୍ପୂର୍ଣ୍ଣ ରୂପେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ନୂତନ ପରିବାରକୁ ମଧ୍ୟ ଏହି ଅଭିଯାନ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଆଦିବାସୀ ଏବଂ ଗ୍ରାମୀଣ ମହିଳାଙ୍କ ନେତୃତ୍ୱ ଗୁଣ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସ୍ଥାନୀୟ ପଞ୍ଚାୟତ ସଭ୍ୟ ବିଦ୍ୟା ଆଦିବାସୀ ଗ୍ରାମର ଏକ ମଡେଲ ସହ ପ୍ରଧାନମନ୍ତ୍ରୀଙ୍କୁ ଗାଁର ମାନଚିତ୍ର ଓ ବିକାଶ ଯୋଜନା ସମ୍ପର୍କରେ ବୁଝାଇଥିଲେ । ତୃଣମୂଳ ସ୍ତରରେ ପିଏମ୍ ଜନମନର ପ୍ରଭାବକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବା ପାଇଁ ସରକାରଙ୍କ ସଂକଳ୍ପକୁ ଦୋହରାଇ ଥିଲେ ।

ଭାରତୀ ନାରାୟଣ ରାନ୍ ପିମ୍ପୋରୀସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ରୀ ଏବଂ ମହାରାଷ୍ଟ୍ରର ନାସିକରେ ହେଉଛି ତାଙ୍କ ଘର । ସେ ତାଙ୍କ ହିନ୍ଦୀ ଭାଷାର ଦକ୍ଷତା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କରିଥିଲେ । ତାଙ୍କ ବିଦ୍ୟାଳୟରେ ଉପଲବ୍ଧ ସୁବିଧା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏକ ବିଶାଳ ଖେଳ ପଡ଼ିଆ, ଆବାସିକ ହଷ୍ଟେଲ ଏବଂ ପରିଷ୍କାର ଖାଦ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ଶ୍ରୀମତୀ ଭାରତୀ ମଧ୍ୟ ଜଣେ ଆଇଏଏସ୍ ଅଫିସର ହେବାକୁ ଥିବା ତାଙ୍କର ଆକାଂକ୍ଷା ସମ୍ପର୍କରେ କହିଥିଲେ ଏବଂ ଏହା ଉଲ୍ଲେଖ କରିଥିଲେ ଯେ ଆଶ୍ରମ ସ୍କୁଲରେ ଶିକ୍ଷକତା କରୁଥିବା ତାଙ୍କ ବଡ଼ ଭାଇଙ୍କ ଠାରୁ ସେ ପ୍ରେରଣା ପାଇଛନ୍ତି । ଶ୍ରୀମତୀ ଭାରତୀଙ୍କ ଭାଇ ଶ୍ରୀ ପାଣ୍ଡୁରଙ୍ଗ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେ ସିବିଏସଇ ବୋର୍ଡ ଅଧୀନରେ ଏକଲବ୍ୟ ମଡେଲ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ ଏବଂ ନାସିକରୁ ସ୍ନାତକ ହାସଲ କରିଥିଲେ । ଅନ୍ୟ ପିଲାମାନଙ୍କୁ , ବିଶେଷ କରି ଯେଉଁମାନେ ବଡ଼ ସହରକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଏକଲବ୍ୟ ମଡେଲ ସ୍କୁଲରେ ପାଠ ପଢିବା ପାଇଁ ପ୍ରେରଣା ଦେବା ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ । ପିଏମଏୱାଇ ଅଧୀନରେ ପକ୍କା ଘର, ଶୌଚାଳୟ, ମନରେଗା ଅଧୀନରେ ରୋଜଗାର, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ, ବିଜୁଳି ସଂଯୋଗ, ଜଳ ଯୋଗାଣ, ୱାନ୍ ନେସନ ୱାନ୍ ରାସନ କାର୍ଡ ଏବଂ ଆୟୁଷ୍ମାନ କାର୍ଡ ବିଷୟରେ ଶ୍ରୀ ପାଣ୍ଡୁରଙ୍ଗ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ – ଜନମନ ଅଧୀନରେ ଆଜି ହସ୍ତାନ୍ତର ହେବାକୁ ଥିବା ୯୦,୦୦୦ ଟଙ୍କାର ପ୍ରଥମ କିସ୍ତି ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଦେଶର କୋଣ ଅନୁକୋଣକୁ ଯାଇ ଦେଶର ସେବା କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ । ସମସ୍ତ ମନ୍ଦିରରେ ସ୍ୱଚ୍ଛତା ଅଭିଯାନ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଆହ୍ୱାନକୁ ଦୋହରାଇ ଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଅଞ୍ଚଳରେ ଉତ୍ସାହଜନକ ଅଂଶଗ୍ରହଣ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୁଇ ଛାତ୍ରଙ୍କୁ ଆଶୀର୍ବାଦ ଜଣାଇବା ସହ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସେମାନଙ୍କ ପ୍ରତିବଦ୍ଧତା ପାଇଁ ସେମାନଙ୍କ ଅଭିଭାବକଙ୍କ ନିକଟରେ ମଧ୍ୟ ମଥାନତ କରିଥିଲେ । ଶ୍ରୀମତୀ ଭାରତୀ ତାଙ୍କ ସ୍ୱପ୍ନକୁ ସାକାର କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିବା ସହ ଦେଶରେ ଏକଲବ୍ୟ ବିଦ୍ୟାଳୟ ସଂଖ୍ୟାକୁ ଆହୁରି ବିସ୍ତାର କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଏକଲବ୍ୟ ବିଦ୍ୟାଳୟର ଏକ ଅଂଶ ହେବାକୁ ଆହ୍ୱାନ ଦେଇଥିଲେ ।

ଆନ୍ଧ୍ରପ୍ରଦେଶର ଆଲୁରିସିଥରାମ ରାଜୁ ଜିଲ୍ଲାର ଶ୍ରୀମତୀ ସ୍ୱାଭି ଗଙ୍ଗା ଦୁଇ ସନ୍ତାନର ମାଆ ଏବଂ ତାଙ୍କୁ ଜନମନ ଅଧୀନରେ ଗୋଟିଏ ଘର, ଗ୍ୟାସ ସଂଯୋଗ, ବିଦ୍ୟୁତ ୍ ସଂଯୋଗ ଏବଂ ପାଣି ସଂଯୋଗ ଦିଆଯାଇଛି । ତାଙ୍କ ଅଞ୍ଚଳ ଆରକୁ ଭ୍ୟାଲି କଫି ପାଇଁ ପ୍ରସିଦ୍ଧ ଏବଂ ସେ କଫି ଚାଷ ସହିତ ମଧ୍ୟ ଜଡିତ ଅଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ , ବିଭିନ୍ନ ପ୍ରକାର ସରକାରୀ ଯୋଜନା ଯୋଗୁଁ ସେ ତାଙ୍କ ଉତ୍ପାଦିତ ଦ୍ରବ୍ୟ ପାଇଁ ଭଲ ଦର ପାଇବାରେ ସକ୍ଷମ ହେଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସୁବିଧା ସହିତ ଚାଷ ନିମନ୍ତେ, ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ଉôଦାଦର ବିପଣନ ପାଇଁ ଦକ୍ଷତା ବିକାଶ ଯୋଜନାର ଲାଭ ମଧ୍ୟ ପାଉଛନ୍ତି । ସେ ସୂଚନା ଦେଇଛନ୍ତି ଯେ ବନ ଧନ ଯୋଜନା କେବଳ ତାଙ୍କ ଆୟ ବୃଦ୍ଧି କରି ନାହିଁ ବରଂ ତାଙ୍କୁ ମଧ୍ୟସ୍ଥି ମାନଙ୍କ ଠାରୁ ମଧ୍ୟ ଏହା ସୁରକ୍ଷା ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଲକ୍ଷପତି ଦିଦି ହେବା ନେଇ ଅଭିନନ୍ଦନ ଜଣାଇଥିଲେ ଏବଂ ଦେଶରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ତାଙ୍କର ପ୍ରୟାସ ବିଷୟରେ ତାଙ୍କୁ ଅବଗତ କରାଇଥିଲେ । ଗାଁର ନୂଆ ରାସ୍ତା, ଗାଁକୁ ଆସିଥିବା ପାଣି ସଂଯୋଗ ଓ ବିଜୁଳି ସୁବିଧା ଉପରେ ଶ୍ରୀମତୀ ସ୍ୱାଭି ଖୁସି ବ୍ୟକ୍ତ କରିଥିଲେ । ସେ କହିଛନ୍ତି ଯେ ତାଙ୍କ ଉପତ୍ୟକାର ଅତ୍ୟଧିକ ଥଣ୍ଡା ପରିବେଶରେ ଏକ ପକ୍କା ଘର ତାଙ୍କ ଜୀବନରେ ବାସ୍ତବ ପରିବର୍ତ୍ତନ ଆଣିବ । ତାଙ୍କ ସହ କଥା ହେବା ପରେ ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପ ନିଶ୍ଚିତ ଭାବେ ହାସଲ କରାଯାଇ ପାରିବ ।

ଝାଡ଼ଖଣ୍ଡର ଗୁମଲା ଜିଲ୍ଲାର ଶ୍ରୀମତୀ ଶଶି କିରଣ ବିର୍ଜିୟା, ଯାହାଙ୍କ ପରିବାରରେ ୭ ଜଣ ସଦସ୍ୟ ଅଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ହେବା ସମ୍ପର୍କରେ , ଏକ ଫଟୋକପିଅର କ୍ରୟ କରିବା ଏବଂ ସିଲେଇ ମେସିନ୍ କିଣିବା ଏବଂ କୃଷି କାର୍ଯ୍ୟରେ ନିୟୋଜିତ ହେବା ବିଷୟରେ ଜଣାଇଥିଲେ । ତାଙ୍କୁ ମିଳିଥିବା ଲାଭ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ ସେ ଜଳ ସଂଯୋଗ, ବିଜୁଳି, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ସୁବିଧା ପାଇବା ଏବଂ ପିଏମ୍ – ଜନମନ ଯୋଜନା ଅଧୀନରେ ପିଏମ୍‌ଏୱାଇ (ଜି) ରେ ତାଙ୍କ ମାଆ ପକ୍କା ଘର ଗ୍ରହଣ କରିବା ସହିତ କିଷାନ କ୍ରେଡିଟ୍ କାର୍ଡ ଗ୍ରହଣ କରିବା ଏବଂ ବନ ଧନ କେନ୍ଦ୍ର ସହିତ ଜଡ଼ିତ ଥିବା ବିଷୟରେ ଉଲ୍ଲେଖ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଋଣ ନେବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ଶଶି ସୂଚନା ଦେଇଥିଲେ ଯେ , ସେ ନିକଟରେ ଏକ ଫଟୋକପିଅର ମେସିନ୍ କିଣିଛନ୍ତି ଯାହା ତାଙ୍କ ଗାଁରେ ଖୁବ୍ କମ୍ ଉପଲବ୍ଧ ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୨ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକତା ଆଜୀବିକା ସଖୀ ମଣ୍ଡଳ ନାମରେ ପରିଚିତ ତାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସେ ପିଏମ୍ କୌଶଳ ବିକାଶ ଯୋଜନା ଅଧୀନରେ ଡୋନା ପଟ୍ଟାଲ ଏବଂ ବିଭିନ୍ନ ପ୍ରକାରର ଆଚାର ତିଆରି କରିବା ପାଇଁ ପ୍ରଶିକ୍ଷଣ ହାସଲ କରୁଛନ୍ତି ଏବଂ ସେ ଏହାକୁ ବନ ଧନ କେନ୍ଦ୍ର ମାଧ୍ୟମରେ ବିକ୍ରି କରନ୍ତି । ଦକ୍ଷତା ବିକାଶ ହେଉ, ମୌଳିକ ସୁବିଧା ହେଉ କିମ୍ବା ପଶୁପାଳନ ହେଉ, ସରକାରୀ ଯୋଜନା ଗୁଡ଼ିକର ପ୍ରଭାବ ତୃଣମୂଳ ସ୍ତରରେ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜନମନର କାର୍ଯ୍ୟକାରିତା ସହିତ ଏହାର ଗତି ଏବଂ ବ୍ୟାପକତା ଅନେକ ଗୁଣରେ ବୃଦ୍ଧି ପାଇଛି । ବିଗତ ୧୦ ବର୍ଷ ଧରି ସମସ୍ତ ସରକାରୀ ଯୋଜନାକୁ ସହଜ ଓ ନିର୍ଦ୍ଧାରିତ ସମୟରେ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି । ପ୍ରଧାନମନ୍ତ୍ରୀ – ଜନମନ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାର କାର୍ଯ୍ୟକାରିତା ପାଇଁ ଶ୍ରୀମତୀ ଶଶି ଗୁମଲା ଜିଲ୍ଲାର ସମସ୍ତ ବାସିନ୍ଦାଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଉତ୍ତରାୟଣ, ମକର ସଂକ୍ରାନ୍ତି, ପୋଙ୍ଗଲ ଏବଂ ବିହୁ ଉତ୍ସବ ବିଷୟରେ ଉଲ୍ଲେଖ କରି ସମଗ୍ର ଦେଶର ଉତ୍ସବର ମନୋଭାବ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଛନ୍ତି ଯେ ଆଜିର ଅବସର ଉତ୍ସବ ସମୟକୁ ଆହୁରି ପ୍ରଭାବଶାଳୀ କରିଥାଏ ଏବଂ ହିତାଧିକାରୀ ମାନଙ୍କ ସହ ବାର୍ତ୍ତାଳାପ ତାଙ୍କୁ ଏକ ଆନନ୍ଦମୟ ପରିବେଶ ପ୍ରଦାନ କରିଛି । ଗୋଟିଏ ପଟେ ଅଯୋଧ୍ୟାରେ ଦୀପାବଳି ପାଳନ କରାଯାଉଥିବା ବେଳେ ଅତ୍ୟନ୍ତ ପଛୁଆ ଆଦିବାସୀ ସମ୍ପ୍ରଦାୟର ୧ ଲକ୍ଷ ଲୋକ ମଧ୍ୟ ଦୀପାବଳି ପାଳନ କରୁଛନ୍ତି ବୋଲି ଉଲ୍ଲେଖ କରିବା ସହିତ, ପ୍ରଧାନମନ୍ତ୍ରୀ ପକ୍କା ଘର ନିର୍ମାଣ ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତର ବିଷୟରେ ଉଲ୍ଲେଖ କରିବା ସହ ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଚଳିତ ବର୍ଷର ଦୀପାବଳି ହିତାଧିକାରୀମାନେ ନିଜ ନିଜ ଘରେ ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାର ପବିତ୍ର ଅବସରକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏଭଳି ଏକ ଐତିହାସିକ ଅବସରରେ ସାମିଲ ହେବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାମ ମନ୍ଦିରର ପବିତ୍ରତାକୁ ସମ୍ମାନ ଦେବା ପାଇଁ ତାଙ୍କ ଦ୍ୱାରା କରାଯାଇଥିବା ୧୧ ଦିନର ଉପବାସ ବିଧି ସମୟରେ ମାତା ଶବରିଙ୍କୁ ସ୍ମରଣ କରିବା ସ୍ୱାଭାବିକ ।

“ମାତା ଶବରିଙ୍କ ବିନା ଶ୍ରୀରାମଙ୍କ କାହାଣୀ ସମ୍ଭବ ନୁହେଁ”, ରାଜକୁମାର ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମରେ ପରିଣତ କରିବାରେ ମାତା ଶବରିଙ୍କର ବହୁତ ବଡ଼ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଥିଲେ । ଦଶରଥଙ୍କ ପୁତ୍ର ରାମ ଆଦିବାସୀ ମାତା ଶବରୀଙ୍କ କୋଳି ଖାଇ ହିଁ ଦୀନବନ୍ଧୁ ରାମ ହୋଇ ପାରିଥିଲେ ବୋଲି ସେ କହିଛନ୍ତି । ରାମଚରିତ ମାନସକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ଶ୍ରୀରାମଙ୍କ ସହିତ ଭକ୍ତିର ସମ୍ପର୍କ ସର୍ବଶ୍ରେଷ୍ଠ ବୋଲି କୁହାଯାଏ । ଗତ ୧୦ ବର୍ଷ ମଧ୍ୟରେ ଗରିବ ଲୋକମାନଙ୍କ ପାଇଁ ୪ କୋଟି ସ୍ଥାୟୀ ଘର ନିର୍ମାଣ କରିବା କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, “ତ୍ରେତୟା ଯୁଗର ରାଜାରାମଙ୍କ କାହାଣୀ ହେଉ କିମ୍ବା ସାମ୍ପ୍ରତିକ ପରିସ୍ଥିତି, ଗରିବ, ବଞ୍ଚିତ ଏବଂ ଜନଜାତି ମାନଙ୍କ ବିନା କଲ୍ୟାଣ ସମ୍ଭବ ନୁହେଁ । ଯେଉଁମାନେ କେବେ ଚିନ୍ତା କରିନଥିଲେ ସେମାନଙ୍କ ନିକଟରେ ମୋଦି ପହଞ୍ଚିଛନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମ୍ – ଜନମନ ମହା ଅଭିଯାନର ଲକ୍ଷ୍ୟ ହେଉଛି ସରକାରୀ ଯୋଜନା ମାଧ୍ୟମରେ ଜନଜାତି ସମ୍ପ୍ରଦାୟର ପ୍ରତ୍ୟେକ ସଦସ୍ୟଙ୍କୁ ଉପକୃତ କରିବା । ଦୁଇ ମାସ ମଧ୍ୟରେ ପିଏମ୍ – ଜନମନ ବୃହତ୍ ଅଭିଯାନ ସେହି ଫଳାଫଳ ହାସଲ କରିଛି ଯାହା ଅନ୍ୟମାନେ କେବଳ ସ୍ୱପ୍ନ ଦେଖି ପାରିବେ ବୋଲି ସେ ସୂଚନା ଦେଇଛନ୍ତି । ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ପିଏମ୍ – ଜନମନର ଉଦଘାଟନ ସମୟର ଆହ୍ୱାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦେଶର ଦୁର୍ଗମ, ଅତି ଦୁର୍ଗମ ଏବଂ ସୀମାବର୍ତ୍ତୀ ଅଂଚଳରେ ଏହାର ଲାଭ ପହଞ୍ଚାଇବାରେ ଯେଉଁ ଅସୁବିଧା ରହିଥିଲା ସେ ବିଷୟରେ ଉଲ୍ଲେଖ କରିଥିଲେ । ବର୍ତ୍ତମାନର ସରକାର ହିଁ ଏହି ବିରାଟ ଦାୟିତ୍ୱ ଗ୍ରହଣ କରି ଦୂଷିତ ପାଣି, ବିଜୁଳି ସଂଯୋଗ, ଗ୍ୟାସ ସଂଯୋଗ ନ ମିଳିବା, ରାସ୍ତା ଓ ଯୋଗାଯୋଗର ଅଭାବ ଭଳି ଆହ୍ୱାନ ଉପରେ ଆଲୋକପାତ କରିଥିଲେ । ଏହି ଯୋଜନାକୁ କାହିଁକି ଜନମନ କୁହାଗଲା ସେ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ଜନ’ ର ଅର୍ଥ ହେଉଛି ଜନତା ଏବଂ ‘ମନ’ ର ଅର୍ଥ ହେଉଛି ସେମାନଙ୍କର ‘ମନ୍ କି ବାତ୍‌’ ବା ସେମାନଙ୍କ ଆଭ୍ୟନ୍ତରୀଣ ସ୍ୱର । ପ୍ରଧାନମନ୍ତ୍ରୀ – ଜନମନ ମେଗା ଅଭିଯାନ ପାଇଁ ସରକାର ୨୩,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରୁଥିବାରୁ ଜନଜାତି ସମ୍ପ୍ରଦାୟର ସମସ୍ତ ଇଚ୍ଛା ଏବେ ପୂରଣ ହେବ ବୋଲି ସେ ଦୋହରାଇଛନ୍ତି ।

ସମାଜରେ କେହି ପଛରେ ନ ରହିଲେ ହିଁ ଦେଶର ବିକାଶ ହୋଇ ପାରିବ ଏବଂ ସରକାରୀ ଯୋଜନା ଗୁଡିକର ଲାଭ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ପ୍ରାୟ ୧୯୦ଟି ଜିଲ୍ଲାରେ ସବୁଠାରୁ ପଛୁଆ ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ଦୁଇ ମାସ ମଧ୍ୟରେ ୮୦,୦୦୦ ରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରିବାକୁ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସେହିଭଳି ଅତ୍ୟନ୍ତ ପଛୁଆ ଜନଜାତି ସମ୍ପ୍ରଦାୟର ପ୍ରାୟ ୩୦,୦୦୦ କୃଷକ ମାନଙ୍କୁ ସରକାର ପିଏମ୍ କିଷାନ ସମ୍ମାନ ନିଧି ସହ ଯୋଡ଼ି ହୋଇଛନ୍ତି ଏବଂ ଏଭଳି ୪୦,୦୦୦ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୩୦,୦୦୦ ରୁ ଅଧିକ ଗରିବ ଲୋକଙ୍କୁ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରାଯାଇଛି ଏବଂ ଜଙ୍ଗଲ ଅଧିକାର ଆଇନ ଅଧୀନରେ ପ୍ରାୟ ୧୧,୦୦୦ ଲୋକଙ୍କୁ ଜମି ଲିଜ୍ ଦିଆଯାଇଛି । ସେ ଦର୍ଶାଇଛନ୍ତି ଯେ ଏହା ମାତ୍ର କିଛି ସପ୍ତାହର ଅଗ୍ରଗତି ଏବଂ ଏହି ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି । ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ଆମର ଅତି ପଛୁଆ ଜନଜାତି ସଂପ୍ରଦାୟ ନିକଟରେ ଯଥାଶୀଘ୍ର ପହଞ୍ôଚ ପାରିବ ସେଥିପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଏଥିପାଇଁ ଆଶ୍ୱାସନା ଦେଉଛି ଏବଂ ଏହା ମୋଦିଙ୍କ ଗ୍ୟାରେଣ୍ଟି । ଏବଂ ଆପଣ ଜାଣନ୍ତି ଯେ ମୋଦୀଙ୍କ ଗ୍ୟାରେଣ୍ଟି ଅର୍ଥ କାର୍ଯ୍ୟ ପୂରଣ ହେବାର ଗ୍ୟାରେଣ୍ଟି\”, ବୋଲି ସେ କହିଥିଲେ ।

ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଙ୍କୁ ପକ୍କା ଘର ଯୋଗାଇ ଦେବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନଜାତି ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ହସ୍ତାନ୍ତର କରାଯାଇଛି । ବିଜୁଳି ଯୋଗାଣ, ଗ୍ୟାସ ସଂଯୋଗ, ନଳ ମାଧ୍ୟମରେ ଜଳ ଯୋଗାଣ ଓ ଶୌଚାଳୟ ସହ ସମ୍ମାନଜନକ ଜୀବନଯାପନର ଉତ୍ସ ପାଲଟିଥିବା ପକ୍କା ଘର ପାଇଁ ସେମାନଙ୍କୁ ଅଢ଼େଇ ଲକ୍ଷ ଟଙ୍କା ମିଳିବ । ଏହି ଏକ ଲକ୍ଷ ହିତାଧିକାରୀ କେବଳ ଆରମ୍ଭ ମାତ୍ର ଏବଂ ପ୍ରତ୍ୟେକ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ସରକାର ପହଞ୍ଚିବେ ବୋଲି ସେ କହିଛନ୍ତି । ଏହି ସୁବିଧା ପାଇଁ କାହାକୁ ଲାଞ୍ଚ ଦେବାରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ହିତାଧିକାରୀ ମାନଙ୍କୁ ଆଶ୍ୱାସନା ଦେବା ସହ କହିଛନ୍ତି ।

ଜନଜାତି ସମ୍ପ୍ରଦାୟ ସହିତ ତାଙ୍କର ଦୀର୍ଘ ସମୟର ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ପିଏମ୍ ଜନମନ ମହା ଅଭିଯାନରେ ସେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଉପରେ ଭରସା କରିଥିଲେ । ଏହା ସହିତ ସେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କର ମାର୍ଗଦର୍ଶନ ପାଇଁ ମଧ୍ୟ ଶ୍ରେୟ ଦେଇଛନ୍ତି ।

“ଯଦି ଯୋଜନା ଗୁଡ଼ିକ କାଗଜପତ୍ରରେ ଚାଲୁ ରହେ, ତେବେ ପ୍ରକୃତ ହିତାଧିକାରୀ କେବେ ବି ଏଭଳି କୌଣସି ଯୋଜନାର ଅସ୍ତିତ୍ୱ ବିଷୟରେ ଜାଣି ପାରିବେ ନାହିଁ”, ପ୍ରଧାନମନ୍ତ୍ରୀ ଏହାର ଲାଭ ନେବା କ୍ଷେତ୍ରରେ ଥିବା ଆହ୍ୱାନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ – ଜନମନ ମହା ଅଭିଯାନ ଅଧୀନରେ ସରକାର ପ୍ରତିବନ୍ଧକ ସୃଷ୍ଟି କରୁଥିବା ସମସ୍ତ ନିୟମକୁ ପରିବର୍ତ୍ତନ କରିଛନ୍ତି ଏବଂ ପିଏମ ଗ୍ରାମ ସଡକ ଯୋଜନାର ଉଦାହରଣ ଦେଇଛନ୍ତି ଯାହା ପଛୁଆ ଜନଜାତିଙ୍କ ଗ୍ରାମ ଗୁଡିକରେ ରାସ୍ତାକୁ ସହଜରେ ଉପଲବ୍ଧ କରାଇଛି, ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ଆଣିଛି, ପ୍ରତ୍ୟେକ ଜନଜାତିଙ୍କ ଘରେ ବିଜୁଳି ପହଞ୍ଚାଇବା ପାଇଁ ସୌର ଶକ୍ତି ସଂଯୋଗ ପ୍ରଦାନ କରିଛି ଏବଂ ଶହ ଶହ ନୂତନ ମୋବାଇଲ ଟାୱାର ସ୍ଥାପନ କରି ଦ୍ରୁତ ଇଣ୍ଟରନେଟ୍ ସଂଯୋଗ ସୁନିଶ୍ଚିତ କରିଛି ।

ଖାଦ୍ୟ ନିରାପତ୍ତା ପାଇଁ ପ୍ରଧାନମନ୍ତ୍ରୀ ମାଗଣା ରାସନ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ଯାହାକୁ ୫ ବର୍ଷ ବୃଦ୍ଧି କରାଯାଇଛି । ୧୦୦୦ ଟି କେନ୍ଦ୍ର ନିର୍ମାଣ ଯୋଜନା ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ ଯେଉଁଠାରେ ସମ୍ବେଦନଶୀଳ ଜନଜାତି ଗୋଷ୍ଠୀଙ୍କ ପାଇଁ ଟିକାକରଣ, ପ୍ରଶିକ୍ଷଣ ଏବଂ ଅଙ୍ଗନୱାଡି ଭଳି ସମସ୍ତ ସୁବିଧା ଗୋଟିଏ ଛାତ ତଳେ ଯୋଗାଇ ଦିଆଯିବ । ଜନଜାତି ଯୁବକ ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଏଥିସହ ନୂଆ ବନ ଧନ କେନ୍ଦ୍ର ମଧ୍ୟ ଖୋଲିବାକୁ ଯାଉଛି ବୋଲି ସେ କହିଥିଲେ ।

‘ମୋଦି କି ଗ୍ୟାରେଣ୍ଟି’ ଯାନ ସହିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶର ପ୍ରତ୍ୟେକ ଗାଁରେ ପହଞ୍ଚୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଗାଡି କେବଳ ବିଭିନ୍ନ ସରକାରୀ ଯୋଜନା ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଚାଲୁଛି । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଥିଲେ ଯେ ଜନଜାତି ସମ୍ପ୍ରଦାୟର ଲୋକମାନେ ସର୍ବାଧିକ ଲାଭବାନ ହୋଇଛନ୍ତି । ସେ ବିଦ୍ୟୁତ ସଂଯୋଗ, ୱାନ୍ ନେସନ୍ ୱାନ୍ ରାସନ କାର୍ଡ (ଏକ ଦେଶ, ଗୋଟିଏ ରାସନ କାର୍ଡ) ଏବଂ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ସିକଲ୍ ସେଲ୍ ରକ୍ତହୀନତାର ବିପଦ ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ ଏବଂ କହିଥିଲେ ଯେ ଜନଜାତି ସମାଜର ଅନେକ ପିଢ଼ି ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ବ୍ୟାପିଥିବା ଏହି ରୋଗର ମୂଳୋତ୍ପାଟନ ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ସେ ସେ ଉଲ୍ଲେଖ କରିଛନ୍ତି । ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ସିକଲ୍ ସେଲ୍ ରୋଗର ମଧ୍ୟ ଯାଞ୍ଚ କରାଯାଉଛି । ଗତ ୨ ମାସ ମଧ୍ୟରେ ୪୦ ଲକ୍ଷରୁ ଅଧିକ ଲୋକଙ୍କ ସିକଲ୍ ସେଲ ପରୀକ୍ଷା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଅନୁସୂଚିତ ଜନଜାତି ସମ୍ବନ୍ଧୀୟ ଯୋଜନାର ବଜେଟକୁ ସରକାର ୫ ଗୁଣା ବୃଦ୍ଧି କରିଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି । ଆଦିବାସୀ ପିଲାଙ୍କ ପାଠପଢ଼ା ପାଇଁ ପୂର୍ବରୁ ମିଳୁଥିବା ଛାତ୍ର ବୃତ୍ତିର ମୋଟ ବଜେଟ୍ ଏବେ ଅଢ଼େଇ ଗୁଣରୁ ଅଧିକ ବୃଦ୍ଧି କରାଯାଇଛି । ୧୦ ବର୍ଷ ପୂର୍ବରୁ ଦେଶରେ ଆଦିବାସୀ ପିଲାଙ୍କ ପାଇଁ ମାତ୍ର ୯୦ଟି ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନର ସରକାର ଗତ ୧୦ ବର୍ଷ ମଧ୍ୟରେ ୫୦୦ରୁ ଅଧିକ ନୂତନ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ । ଆଦିବାସୀ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଗ୍ରହଣ କରି ବଡ଼ ବଡ଼ କମ୍ପାନୀରେ କାମ କରିବା ନେଇ ସେ ଆସ୍ଥା ପ୍ରକଟ କରିଥିଲେ । ଏଥିପାଇଁ ଆଦିବାସୀ ଅଂଚଳରେ ପାଠପଢ଼ାର ଆଧୁନିକୀକରଣ କରାଯିବା ସହ ଉଚ୍ଚଶିକ୍ଷା କେନ୍ଦ୍ର ବୃଦ୍ଧି କରାଯାଉଛି ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ୨୦୧୪ ପୂର୍ବରୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କେବଳ ୧୦ଟି ବନଜାତ ଦ୍ରବ୍ୟ ପାଇଁ ସ୍ଥିର କରାଯାଉଥିବା ବେଳେ ବର୍ତ୍ତମାନର ସରକାର ପ୍ରାୟ ୯୦ଟି ବନଜାତ ଦ୍ରବ୍ୟକୁ ଏମଏସପି ପରିସରଭୁକ୍ତ କରିଛନ୍ତି । “ଜଙ୍ଗଲ ଜାତ ଦ୍ରବ୍ୟର ଅଧିକ ମୂଲ୍ୟ ପାଇବା ପାଇଁ, ଆମେ ବନ ଧନ ଯୋଜନା ସୃଷ୍ଟି କରିଛୁ”, ବୋଲି କହିବା ସହିତ ଲକ୍ଷ ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ବହୁ ସଂଖ୍ୟକ ମହିଳା ରହିଥିବା ବିଷୟରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ଗତ ୧୦ ବର୍ଷ ମଧ୍ୟରେ ଆଦିବାସୀ ପରିବାରକୁ ୨୩ ଲକ୍ଷ ପଟ୍ଟା ପ୍ରଦାନ କରାଯାଇଛି । ଆମେ ଆଦିବାସୀ ସମ୍ପ୍ରଦାୟର ହାଟ ବଜାରକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ । ଆମ ଜନଜାତି ଭାଇମାନେ ଯାହା ସେମାନେ ବଜାରରେ ବିକ୍ରି କରନ୍ତି, ଯେପରି ସେହି ସାମଗ୍ରୀକୁ ଦେଶର ଅନ୍ୟ ବଜାରରେ ବିକ୍ରି କରି ପାରିବେ ସେଥିପାଇଁ ଅନେକ ଅଭିଯାନ ଚାଲିଛି ବୋଲି ସେ କହିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ, ମୋର ଜନଜାତି ଭାଇ ଭଉଣୀମାନେ ଦୁର୍ଗମ ଅଂଚଳରେ ବସବାସ କରୁଥାଇପାରନ୍ତି କିନ୍ତୁ ସେମାନେ ଅଦ୍ଭୁତ ଦୂରଦୃଷ୍ଟି ରଖନ୍ତି । ଆମ ସରକାର ଆଦିବାସୀ ସଂସ୍କୃତି ଓ ସେମାନଙ୍କ ସମ୍ମାନ ପାଇଁ କିଭଳି କାର୍ଯ୍ୟ କରୁଛନ୍ତି ତାହା ଆଜି ଆଦିବାସୀ ସମାଜ ଦେଖୁଛି ଓ ବୁଝିଛି । ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ପାଇଁ ସରକାର ଘୋଷଣା କରିବା ସହ ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ୧୦ଟି ବୃହତ୍ ସଂଗ୍ରହାଳୟର ବିକାଶ ପାଇଁ ସରକାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଦିବାସୀ ସମ୍ପ୍ରଦାୟକୁ ସେମାନଙ୍କ ସମ୍ମାନ ଏବଂ ସୁବିଧା ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ନେଇ ଆଶ୍ୱାସନା ଦେଇଥିଲେ ।

ପୃଷ୍ଠଭୂମି

ଅନ୍ତିମ ସ୍ଥାନରେ ଥିବା ଶେଷ ବ୍ୟକ୍ତିଙ୍କୁ ସଶକ୍ତ କରିବା ପାଇଁ ଅନ୍ତ୍ୟୋଦୟର ଲକ୍ଷ୍ୟ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଅନୁଯାୟୀ, ୧୫ ନଭେମ୍ବର ୨୦୨୩ରେ ଜନଜାତୀୟ ଗୌରବ ଦିବସ ଅବସରରେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ର ସାମାଜିକ – ଅର୍ଥନୈତିକ କଲ୍ୟାଣ ପାଇଁ ପିଏମ୍ – ଜନମନ ଯୋଜନାର ଶୁଭାରମ୍ଭ କରାଯାଇଥିଲା ।

ପାଖାପାଖି ୨୪,୦୦୦ କୋଟି ଟଙ୍କାର ବଜେଟ ସହିତ ପିଏମ୍ – ଜନମନ ୯ଟି ମନ୍ତ୍ରଣାଳୟ ମାଧ୍ୟମରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ଉପରେ ଗୁରୁତ୍ୱାରୋପ କରୁଛି ଏବଂ ପିଭିଟିଜି ପରିବାର ଏବଂ ବସ୍ତି ଗୁଡ଼ିକୁ ସୁରକ୍ଷିତ ଆବାସ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଏବଂ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣ, ବିଦ୍ୟୁତ୍‌, ସଡ଼କ ଏବଂ ଟେଲିକମ୍ ଯୋଗାଯୋଗ , ଏବଂ ସ୍ଥାୟୀ ଜୀବିକା ସୁଯୋଗ ଭଳି ମୌଳିକ ସୁବିଧା ମାଧ୍ୟମରେ ସନ୍ତୁଷ୍ଟ କରି ପିଭିଟିଜିର ସାମାଜିକ – ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ।

Categories
ଆଜିର ଖବର ଜାତୀୟ ଖବର

୪.୫ ଲକ୍ଷରୁ ଉର୍ଦ୍ଧ୍ୱ ପିଏମଏୱାଇ-ଜି ହିତାଧିକାରୀଙ୍କ “ଗୃହ ପ୍ରବେଶ” ରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଧନତେରାସ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟପ୍ରଦେଶର ସତନା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ ଅନ୍ତର୍ଗତ ପ୍ରାୟ ୪.୫୧ ଲକ୍ଷ ହିତାଧିକାରୀଙ୍କ ‘ଗୃହ ପ୍ରବେଶ’ ରେ ଅଂଶଗ୍ରହଣ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଧନତେରାସ ଏବଂ ଦିପାବଳୀର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ମଧ୍ୟପ୍ରଦେଶର ୪.୫୦ ଲକ୍ଷ ଭାଇ ଓ ଭଉଣୀଙ୍କ ପାଇଁ ଆଜି ଏକ ନୂତନ ଆରମ୍ଭ, ଯେଉଁମାନେ ନୂତନ ପକ୍କା ଘରେ ଗୃହ ପ୍ରବେଶ କରୁଛନ୍ତି। ଯେତେବେଳେ କାର କିମ୍ବା ଘର ଭଳି ଦାମୀ ସମ୍ପତ୍ତି କ୍ରୟ କରି ସମାଜର ଧନୀ ବ୍ୟକ୍ତିଙ୍କ ଦ୍ୱାରା ଧନତେରାସ ପାଳନ କରାଯାଉଥିଲା ସେହି ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଧନତେରାସ କେବଳ ଧନୀମାନଙ୍କ ପାଇଁ ଏକ ପର୍ବ ହୋଇଆସୁଥିଲା। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଏହା ହେଉଛି ଆଜିର ନୂଆ ଭାରତ ଯେଉଁଠାରେ ଗରିବମାନେ ଧନତେରାସରେ ଥିବା ନୂତନ ଘରେ ଗୃହ ପ୍ରବେଶ କରୁଛନ୍ତି। ବିଶେଷ କରି ସେହି ମହିଳା ଯେଉଁମାନେ ଆଜି ଘର ମାଲିକ ହୋଇଛନ୍ତି ସେମାନଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ଲୋକମାନେ ଆଜି ଘର ପାଇଛନ୍ତି, ସେମାନଙ୍କ ମଧ୍ୟରେ ସେ ସମ୍ଭାବନା ଦେଖିପାରିବେ, ଯେହେତୁ ଘର ବିନା ସମସ୍ତ ସମ୍ଭାବନା କ୍ଷୀଣ । ଆଜି ନୂତନ ଗୃହରେ କେବଳ ଗୃହ ପ୍ରବେଶର ଦିନ ନୁହେଁ, ଏହା ନୂତନ ସୁଖ, ନୂତନ ସଂକଳ୍ପ, ନୂତନ ସ୍ୱପ୍ନ, ନୂତନ ଶକ୍ତି ଏବଂ ଏକ ନୂତନ ଭାଗ୍ୟକୁ ଚିହ୍ନିତ କରୁଛି । ସେ କହିଛନ୍ତି, ଏହା ଆମ ସରକାରର ଏକ ବଡ଼ ଭାଗ୍ୟ ଯେ ଆମେ ୩.୫ କୋଟି ପରିବାରର ସବୁଠାରୁ ବଡ଼ ସ୍ୱପ୍ନକୁ ପୂରଣ କରିପାରିଛୁ ।

ନୂତନ ଗୃହ ସହିତ ଯୋଡି ହୋଇଥିବା ସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଗରିବ ଏବଂ ସେମାନଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଏବଂ ଗରିବ ଲୋକମାନଙ୍କର ଆବଶ୍ୟକତା ଏବଂ ଇଚ୍ଛାକୁ ବୁଝୁଥିବାରୁ ସରକାରଙ୍କ ଦ୍ୱାରା ର୍ନିମିତ ଘରଗୁଡ଼ିକରେ ଶୌଚାଳୟ, ବିଦ୍ୟୁତ୍‍, ଜଳ ସଂଯୋଗ, ଗ୍ୟାସ ସଂଯୋଗ ଆଦିର ସୁବିଧା ରହିଛି । ସରକାରଙ୍କ ବିଭିନ୍ନ ନୀତି ଏବଂ ଯୋଜନା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅଂଶ ଭାବରେ ର୍ନିମିତ ଲକ୍ଷ ଲକ୍ଷ ଘରକୁ ସଂପୂର୍ଣ୍ଣ କରିଥାଏ ।

ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କ କାର୍ଯ୍ୟକୁ ମନେ ପକାଇଥିଲେ ଯେଉଁମାନଙ୍କୁ ଘର ଯୋଗାଇ ଦିଆଯାଉଥିଲା, ସେମାନଙ୍କୁ ପୃଥକ ଭାବରେ ଶୌଚାଳୟ ର୍ନିମାଣ କରିବାକୁ ପଡୁଥିଲା ଏବଂ ଘର ମାଲିକମାନଙ୍କୁ ନିଜ ଘରେ ବିଦ୍ୟୁତ୍‍ ଜଳ ଏବଂ ଗ୍ୟାସ୍ ସଂଯୋଗ ପାଇବା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ତଳୁ ଉପର ପର୍ଯ୍ୟନ୍ତ ଦଉଡିବାକୁ ପଡୁଥିଲା । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଘର ମାଲିକମାନଙ୍କୁ ଅନେକ ସମୟରେ ଲାଞ୍ଚଞ୍ଚ ଦେବାକୁ ପଡୁଥିଲା । ପୂର୍ବ ସରକାରଗୁଡିକ ସମୟରେ ଗୃହ ର୍ନିମାଣ ଏବଂ ବିତରଣ ଉପରେ ଆନୁଷ୍ଠାନିକତା ଏବଂ କଠୋର ନିୟମ ଏବଂ ନିୟମାବଳୀକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଘର ମାଲିକଙ୍କ ଇଚ୍ଛା ଏବଂ ପସନ୍ଦ ପ୍ରତି କୌଣସି ଧ୍ୟାନ ଦିଆଯାଇ ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ରାସ୍ତା ବଦଳାଇଛୁ ଏବଂ ଘର ମାଲିକମାନଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଛୁ । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ନିୟନ୍ତ୍ରଣ ହେତୁ ପିଏମ୍‍- ଆବାସ ଯୋଜନା ବର୍ତ୍ତମାନ ସାମାଜିକ ତଥା ଅର୍ଥନୈତିକ ସଶକ୍ତିକରଣ ପାଇଁ ଏକ ଉପକରଣ ହୋଇପାରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅତୀତର ଖରାପ ନୀତି ଯୋଗୁଁ ଲୋକମାନେ ସେମାନଙ୍କର ବାସହୀନତାକୁ ଆଗାମୀ ପୀଢିକୁ ମଧ୍ୟ ଦେବାକୁ ବାଧ୍ୟ ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଘୃଣ୍ୟ ବ୍ୟବସ୍ଥାରୁ କୋଟି କୋଟି ଦେଶବାସୀଙ୍କୁ ବାହାରକୁ ନେଇଯିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ । ମଧ୍ୟପ୍ରଦେଶରେ ପ୍ରାୟ ୩୦ ଲକ୍ଷ ଘର ର୍ନିମାଣ କରାଯାଇଛି । ଆଉ ୯-୧୦ ଲକ୍ଷ ଘରର କାମ ଚାଲିଛି । ଏହି ଲକ୍ଷ ଲକ୍ଷ ର୍ନିମାଣ ନିଯୁକ୍ତି ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ବିଭିନ୍ନ ର୍ନିମାଣ ସାମଗ୍ରୀ ବ୍ୟତୀତ, ବିଭିନ୍ନ ବର୍ଗ ପାଇଁ ଅନ୍ୟାନ୍ୟ ଅର୍ଥନୈତିକ ସୁଯୋଗ ସହିତ କୁଶଳୀ ରାଜମିସ୍ତ୍ରୀ ସୃଷ୍ଟି କରାଯାଇଥିଲା । ସେ ସୂଚନା ଦେଇଛନ୍ତି ଯେ କେବଳ ମଧ୍ୟପ୍ରଦେଶରେ ଏହି ଘର ର୍ନିମାଣ ପାଇଁ ୨୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ରାଜଧାନୀର ଏହି ବ୍ୟାପକ ବିନିଯୋଗ ରାଜ୍ୟର ଆର୍ଥିକ ଜୀବନର ସମସ୍ତ ଦିଗକୁ ସାହାଯ୍ୟ କରିଛି । ସେ କହିଛନ୍ତି, ଏହି ଘରଗୁଡ଼ିକ ସମସ୍ତଙ୍କ ପାଇଁ ସଫଳତା ଆଣିଦେଇଛି ।

ପରିବର୍ତ୍ତିତ କାର୍ଯ୍ୟ ସଂସ୍କୃତି ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସମୟ ତୁଳନାରେ ଯେତେବେଳେ ନାଗରିକମାନେ ସରକାରଙ୍କ ନିକଟକୁ ଦଉଡିବାକୁ ତଥା ସୁବିଧା ପାଇବାକୁ ଅନୁରୋଧ କରୁଥିଲେ, ବର୍ତ୍ତମାନର ସରକାର ନାଗରିକଙ୍କ ନିକଟକୁ ଯାଉଛନ୍ତି ଏବଂ ଲୋକମାନଙ୍କୁ ଏହି ଯୋଜନାଗୁଡିକର ସମସ୍ତ ସୁବିଧା ଦେବାକୁ ଅଭିଯାନ ଚଳାଇଛନ୍ତି । ସେ କହିଛନ୍ତି, ଆଜି ଆମେ କୌଣସି ଭେଦଭାବ ନକରି ଯୋଜନାରେ ସାମିଲ ସଂକ୍ରାନ୍ତରେ ଲୋକଙ୍କୁ କହୁଛୁ ।

ଲୋକମାନଙ୍କର ଏହି ମୌଳିକ ଆବଶ୍ୟକତା ବିଷୟରେ ସରକାର ଯେଉଁ ତତ୍ପରତା ଦେଖାଉଛନ୍ତି ସେ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଅତୀତର ଶିକ୍ଷା ହେତୁ ହୋଇଛି । ଅତୀତରେ, ଏତେ ସଂଖ୍ୟକ ଲୋକ ଏହି ମୌଳିକ ସୁବିଧାଗୁଡ଼ିକରୁ ବଞ୍ଚିତ ହୋଇଥିଲେ ଯେ ସେମାନଙ୍କର ଅନ୍ୟ କୌଣସି ବିଷୟରେ ଚିନ୍ତା କରିବାର ସମୟ ନଥିଲା । ସେଥିପାଇଁ ଗରିବୀ ହାଟାଓର ସମସ୍ତ ସ୍ଲୋଗାନ ପ୍ରଭାବହୀନ ରହିଥିଲା । ସେଥିପାଇଁ ଆମେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏହି ମୌଳିକ ସୁବିଧା ଶୀଘ୍ର ଯୋଗାଇବାକୁ ନିଷ୍ପତ୍ତି ନେଇଛୁ । ବର୍ତ୍ତମାନ ଗରିବ ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧା ସହିତ ସେମାନଙ୍କର ଦାରିଦ୍ର‌୍ୟ ହ୍ରାସ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି ଯେ ମହାମାରୀ ସମୟରେ ସରକାର ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନ ଯୋଗାଉଛନ୍ତି ଏବଂ ଏଥିପାଇଁ ୩ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ଟିକସଦାତା ଅନୁଭବ କରନ୍ତି ଯେ ତାଙ୍କ ଟଙ୍କା ଠିକ୍ ସ୍ଥାନରେ ଖର୍ଚ୍ଚ ହେଉଛି, ସେତେବେଳେ ସେ ମଧ୍ୟ ଖୁସି ଅନୁଭବ କରନ୍ତି । ଆଜି ଦେଶରେ କୋଟି କୋଟି ଟିକସଦାତା କରୋନା ଅବଧି ସମୟରେ କୋଟି କୋଟି ଲୋକଙ୍କୁ ଖାଇବାକୁ ଦେବାରେ ସାହାଯ୍ୟ କରି ସେମାନେ କରୁଥିବା ମହାନ ସେବାରେ ସନ୍ତୁଷ୍ଟ ଅଛନ୍ତି । ଯେତେବେଳେ ସେହିି ସମାନ କରଦାତା ଦେଖନ୍ତି ଯେ ତାଙ୍କଠାରୁ ସଂଗୃହିତ ଟଙ୍କାରେ ମାଗଣା “ରେୱାରୀ” ବଣ୍ଟନ ହେଉଛି, ସେତେବେଳେ ସେ ମଧ୍ୟ ଯନ୍ତ୍ରଣା ଅନୁଭବ କରନ୍ତି । ଆଜି ଏହିପରି ଅନେକ କରଦାତା ମୋତେ ଖୋଲାଖୋଲି ଭାବେ ଚିଠି ଲେଖୁଛନ୍ତି । ମୁଁ ଖୁସି ଯେ ଦେଶର ଏକ ବଡ ବର୍ଗ ରେୱାରୀ ସଂସ୍କୃତିରୁ ମୁକ୍ତି ପାଇବାକୁ ପ୍ରସ୍ତୁତ ହେଉଛି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସରକାରଙ୍କ ଉଦ୍ଦେଶ୍ୟ କେବଳ ନାଗରିକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାକୁ ପୂରଣ କରିବା ପାଇଁ ସୀମିତ ନୁହେଁ ବରଂ ମଧ୍ୟବିତ୍ତତ୍ତଏବଂ ନିମ୍ନ ଆୟକାରୀ ବର୍ଗର ବ୍ୟୟକୁ କମ୍ କରିବାକୁ ଚେଷ୍ଟା କରିବା । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତର ଉଦାହରଣ ଦେଇଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଆର୍ଥିକ ଅଭାବରୁ ଚାରି କୋଟି ରୋଗୀଙ୍କୁ ଏହି ଯୋଜନାର ଏକ ଅଂଶ ଭାବରେ ଚିକିତ୍ସା କରାଯାଇଛି । ସେ ପ୍ରକାଶ କରିଛନ୍ତି ଯେ କରୋନା ସମୟରେ ମାଗଣା ଟିକା ଅଭିଯାନ ପାଇଁ ସରକାର ହଜାରେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ଗରୀବ ଲୋକଙ୍କୁ ନିଜ ପକେଟରୁ ଟଙ୍କା ବାହାର କରିବାକୁ ଦେଇ ନାହାନ୍ତି ।

ୟୁକ୍ରେନ ଯୁଦ୍ଧ କାରଣରୁ ସାର ମୂଲ୍ୟ ବୃଦ୍ଧି ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଚଳିତ ବର୍ଷ ଅତିରିକ୍ତ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ଯାହା ଦ୍ୱାରା କୃଷକମାନେ ବୋଝ ବହନ କରିବେ ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ମଧ୍ୟ କୃଷକମାନଙ୍କ ପାଇଁ ଏକ ଉତ୍ସାହ ବୋଲି ପ୍ରମାଣ କରୁଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ୧୬ ହଜାର କୋଟିର କିସ୍ତି ତୁରନ୍ତ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା କରିଛନ୍ତି । ଏହି ସାହାଯ୍ୟ ସେତେବେଳେ ପ୍ରଦାନ କରାଯାଇଛି ଯେତେବେଳେ ବିହନ ଋତୁ ଅଟେ ଏବଂ କୃଷକମାନେ ସାର ଏବଂ ଔଷଧ ପାଇଁ ଟଙ୍କା ଆବଶ୍ୟକ କରନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଫସଲ ବିକ୍ରୟ ପରେ ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚେ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଏମ୍‍ନରେଗା ଟଙ୍କା ମଧ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି । ମାତୃ ବନ୍ଦନା ଯୋଜନାରେ ହଜାର ହଜାର ଟଙ୍କା ଗର୍ଭବତୀ ମା’ଙ୍କ ନିକଟରେ ସେତେବେଳେ ପହଞ୍ଚୁଛି ଯେତେବେଳେ ସେମାନେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା କରନ୍ତି ।  ସେବା ଭାବନା ଏବଂ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଏସବୁ ସମ୍ଭବ ହୋଇଛି ।

ସାଧାରଣ ନାଗରିକଙ୍କ ଜୀବନ ଯାପନକୁ ସହଜ କରିବା ପାଇଁ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ମତ ରଖିଛନ୍ତି । ସ୍ୱାମୀତ୍ୱ ଯୋଜନାରେ ତଥା କୃଷି କ୍ଷେତ୍ରରେ ସମ୍ପତ୍ତି ରେକର୍ଡ ଦରଜ କରିବାରେ ସେ ଡ୍ରୋନ୍ ସର୍ଭେ ବିଷୟରେ ଉଲ୍ଲେଖ କରିଛନ୍ତି । ଲକ୍ଷ ଲକ୍ଷ ସାର ଦୋକାନକୁ କିଷାନ ସମୃଦ୍ଧି କେନ୍ଦ୍ରରେ ପରିଣତ କରିବା ଏବଂ ଏକ ଦେଶବ୍ୟାପୀ ବ୍ରାଣ୍ଡ୍‍ର ୟୁରିଆ – ଭାରତ ବ୍ରାଣ୍ଡର ପରିଚୟ ଦେବା ବିଷୟରେ ସେ ମନେ ପକାଇଥିଲେ ଏବଂ ଏହି ପଦକ୍ଷେପ କୃଷକମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା କରିଥିଲେ।

ପୃଷ୍ଠଭୂମି

ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମସ୍ତ କୌଳିକ ସୁବିଧା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ଉଦ୍ୟମ ଜାରି ରହିଛି। ଆଜିର କାର୍ଯ୍ୟ ଏହି ଦିଗରେ ଆଉ ଏକ ପଦକ୍ଷେପକୁ ସୂଚିତ କରୁଛି । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମଧ୍ୟପ୍ରଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୩୫,୦୦୦ କୋଟି ଟଙ୍କା ବ୍ୟୟରେ ୨୯ ଲକ୍ଷ ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।