Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୯୨ ବଣ୍ଡଲ କେନ୍ଦୁପତ୍ର ଜବତ, ଚୋରାବେପାରୀ ଫେରାର୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ଚାରମାଳ ଅଂଚଳରୁ ଏକ ପିକ୍ ଅପ୍ ଭ୍ୟାନରୁ ୧୯୨ ବଣ୍ଡଲ କେନ୍ଦୁପତ୍ର ବନବିଭାଗ ଜବତ କରିଥିବା ଜଣାପଡ଼ିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ରବିବାର ଭୋରରୁ ଏକ ଟାଟା ପିକ୍ ଅପ୍ ଭ୍ୟାନରେ (ଡବ୍ଲୁବି ୨୯ଏ ୦୫୩୩ ) କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ଡିଏଫ୍ ଓ ଙ୍କ ନିର୍ଦ୍ଦେଶ କ୍ରମେ ଚାରମାଳ ବନବିଭାଗର କର୍ମଚାରିମାନେ ଚାରମାଳ ନିକଟସ୍ଥ ମା ଢ଼ାବା ନିକଟରୁ ଏକ ପିକ୍ ଅପ୍ ଭ୍ୟାନକୁ ଧରିଥିଲେ।

ପିକଅପ୍ ଭ୍ୟାନରୁ ୧୯୨ ବଣ୍ଡଲ କେନ୍ଦୁପତ୍ର ଜବତ କରିଥିବା ବେଳେ ବେପାରୀମାନେ ଘଟଣା ସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଥିଲେ। ଜବତ କେନ୍ଦୁପତ୍ର ସହ ପିକ୍ ଅପ୍ ଭ୍ୟାନକୁ ବନବିଭାଗ ଜବତ କରିଥିବା ଜଣା ପଡ଼ିଛି।

ଏହି ଚଢଉରେ ଫରେଷ୍ଟର ବିଜୟ କୁମାର ବିଶ୍ବାଳଙ୍କ ସମେତ ବନବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ତେଲ ବୋଝେଇ ପିକ୍ ଅପ୍ ଭ୍ୟାନ

ସୀତାରାମ ଅଗ୍ରୱାଲ

ଚିଲିକା: ଜାତୀୟ ରାଜପଥରେ ଏକ ତେଲ ବୋଝେଇ ପିକ ଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଣେ ଗୁରୁତର ଭାବେ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛଥିବା ସୂଚନା ମିଳିଛି।  ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ଥାନା ଅନ୍ତର୍ଗତ ସରନଈ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

ହସ୍ତଗତ ତଥ୍ୟ ମୁତାବକ ଆଜି ସଂନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ ଏକ ଘରୋଇ ରିଫାଇନ ତେଲ କମ୍ପାନୀରୁ ପାଖାପାଖି ୧୭୦ ଟିଣ ତେଲ ନେଇ ଏକ ପିକ ଅପ ଭ୍ୟାନ ଟାଙ୍ଗି-ଚାନ୍ଦପୁର ଅଞ୍ଚଳକୁ ବାହାରିଥିଲା। ତେବେ ସରନଈ ଓଭରବ୍ରିଜ ନିକଟରେ ଭ୍ୟାନଟିର ଡାହାଣ ଚକାଟି ଫାଟି ଯିବାରୁ ଭ୍ୟାନଟି ପଲଟିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବହୁ ପରିମାଣର ତେଲ ନଷ୍ଟ ହୋଇଯାଇଛି।

ତେବେ ଭ୍ୟାନ ଚାଳକ ଗୌର ପ୍ରଧାନ ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କ ସହଯୋଗୀ ବିକ୍ରମ ମିଶ୍ରଙ୍କୁ ହାଇୱେ ପେଟ୍ରୋଲ ପୋଲିସ ପହଞ୍ଚି ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାଲୁଗାଁ ଡାକ୍ତରଖାନାକୁ ପଠାଇଛନ୍ତି। ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ବାଣପୁର ପୋଲିସ ତଦନ୍ତ ଜାରିରଖିଛି।