Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୧୫ ବର୍ଷରୁ ଅଧିକ ପିଲାଙ୍କ ଟୀକାକରଣ ପାଇଁ ଜାନୁୟାରୀ ୧ ରୁ ଆରମ୍ଭ ହେବ ପଞ୍ଜୀକରଣ, ଜାଣନ୍ତୁ କିପରି କରିବେ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଲଢିବା ପାଇଁ ଭାରତ ଏକ ବଡ ପଦକ୍ଷେପ ନେଇଛି। ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ତେଣୁ ପିଲାମାନଙ୍କର ଟୀକାକରଣ ପାଇଁ ପଞ୍ଜୀକରଣ କରିବାକୁ ପଡିବ। ଏହି ସମୟରେ, ପିଲାମାନଙ୍କର ଟୀକାକରଣ ପ୍ରକ୍ରିୟା ଅନ୍ୟ ଲୋକଙ୍କ ପରି ହେବ। କୋ-ୱିନ୍ ଆପ୍ ମାଧ୍ୟମରେ ପିଲାମାନେ ମଧ୍ୟ ପଞ୍ଜୀକୃତ ହେବେ।

ସୂଚନା ପ୍ରଦାନ କରି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର.ଏସ୍ ଶର୍ମା କହିଛନ୍ତି ଯେ, ଜାନୁଆରୀ ୧ ତାରିଖ ୧୫ ରୁ ୧୮ ବର୍ଷ ବୟସର ପିଲାମାନେ ଏହି ଟିକା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ।