Categories
ଆଜିର ଖବର ଜାତୀୟ ଖବର

ୟୁସିସିକୁ ବିରୋଧ କଲେ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟ ବିଜୟନ: କରିଲେ ଏଭଳି ଦାବି

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ (ୟୁସିସି) ବିଷୟରେ ବିତର୍କ ସାରା ଦେଶରେ ଚାଲିଛି। ଅନେକ ବିରୋଧୀ ଦଳ ୟୁସିସିକୁ ଦୃଢ ବିରୋଧ କରୁଛନ୍ତି ଏବଂ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଛନ୍ତି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ନିର୍ବାଚନ ଏଜେଣ୍ଡା ବୋଲି ଅଭିଯୋଗ କରି କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟ ମଧ୍ୟ ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ପିନରାଇ ବିଜୟନ କହିଛନ୍ତି ଯେ, ୟୁନିଫର୍ମ ସିଭିଲ୍ କୋଡ୍ ସମ୍ବନ୍ଧରେ ବିଜେପି ପଦକ୍ଷେପ ଗ୍ରହଣ କରିବା ପଛରେ ଏକ ନିର୍ବାଚନ ଏଜେଣ୍ଡା ରହିଛି। ଏ ବାବଦରେ ନିଆଯାଇଥିବା ପଦକ୍ଷେପ ପ୍ରତ୍ୟାହାର କରିବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ର ନେତା ବିଜୟ କହିଛନ୍ତି ଯେ, ଦେଶର ବହୁ-ସାଂସ୍କୃତିକ ବିବିଧତାକୁ ହଟାଇବା ଏବଂ କେବଳ ଗୋଟିଏ ସଂସ୍କୃତିର ସାମ୍ପ୍ରଦାୟିକ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରର ପଦକ୍ଷେପ ଏକ ଯୋଜନା ଭାବରେ ଦେଖାଯାଇପାରେ। ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ କେନ୍ଦ୍ର ସରକାର ଏବଂ ଆଇନ ଆୟୋଗ ପ୍ରତ୍ୟାହାର କରିବା ଉଚିତ ବୋଲି ସେ କହିଛନ୍ତି।