Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ଭାଇଙ୍କୁ ଅପହରଣ ନୁହେଁ, ଉଠାଇ ନେଲା କର୍ଣ୍ଣାଟକ ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଛକରେ ଦୁଇ ଭାଇଙ୍କୁ ଅପହରଣ ନୁହେଁ କର୍ଣ୍ଣାଟକ ପୋଲିସ ସେମାନଙ୍କୁ ଉଠାଇ ନେଇଛି। ଏନେଇ ଗଞ୍ଜାମ ଏସ୍ ପି ସୂଚନା ଦେଇଛନ୍ତି। ବିଶାଖାପାଟଣା ଠାରେ ସେମାନଙ୍କୁ ଗଞ୍ଜାମ ପୋଲିସ ଉଦ୍ଧାର କରିଛି ଓ ସେମାନେ ବର୍ତ୍ତମାନ ଗଞ୍ଜାମ ପୋଲିସ ଓ କର୍ଣ୍ଣାଟକ ପୋଲିସ ଅଧିନରେ ଥିବା ଏସ୍ ପି ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

ଗିରଫ ଦୁଇ ଭାଇ କର୍ଣ୍ଣାଟକ ପୋଲିସ ଦ୍ବାରା କୌଣସି ଏତଲାରେ ଜଡିତ ଅଛନ୍ତି ବୋଲି ଜଣାପଡିଛି। ଗତକାଲି ଏହି ଭଳି ଘଟଣାକୁ ନେଇ ଅଞ୍ଚଳ ବାସିନ୍ଦା ଦୀର୍ଘ ୬ ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ।