Categories
ଅପରାଧ ଆଜିର ଖବର ଜାତୀୟ ଖବର

ହତ୍ୟାକାଣ୍ଡ ଘଟଣା: ରେସଲର ସୁଶୀଲ କୁମାରଙ୍କୁ ଧରିବା ପାଇଁ ପୋଲିସର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ହତ୍ୟାକାଣ୍ଡ ଘଟଣାରେ ଅଲମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାର ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଦିଲ୍ଲୀ ପୋଲିସର ଗିରଫ ଭୟରେ ସୁଶୀଲ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଛନ୍ତି। ଗତକାଲି ରୋହିଣୀ କୋର୍ଟରେ ସେ ଜାମିନ ପାଇଁ ଆବେଦନ କରିଛନ୍ତି। ସେପଟେ ସୁଶୀଲଙ୍କ ବିଷୟରେ ସୂଚନା ଦେବାପାଇଁ ପୋଲିସ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ମେ’ ୧୧ ତାରିଖରେ ଦିଲ୍ଲୀର ଛତ୍ରଶାଳ ଷ୍ଟାଡିୟମରେ ଝଗଡା ହୋଇ ଜଣେ କୁସ୍ତି ଖେଳାଳି ସାଗର ରାଣାଙ୍କ ମୃତ୍ୟୁ ହୋଇଥିଲା। ସାଗରଙ୍କ ଦୁଇ ଜଣ ବନ୍ଧୁଙ୍କ କହିବା ଅନୁଯାୟୀ, ସାଗରଙ୍କୁ କେତେଜଣ କୁସ୍ତି ଖେଳାଳି କଦର୍ଯ୍ୟ ଭାବେ ମାରିଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ନାମରେ ଅଭିଯୋଗ ଆସିଥିଲା। ଏହାପରେ ତାଙ୍କ ନାମରେ ଥାନାରେ ଏତଲା ହୋଇଥିଲା। ସେହିଦିନ ଠାରୁ ସୁଶିଲଙ୍କୁ ଗିରଫ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି।