Categories
ଆଜିର ଖବର ରାଜ୍ୟ ଖବର

ଦେବୀ ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ କାମାକ୍ଷା ମଧ୍ୟରେ ଚାଲିବ ଏକ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର, ପୁରୀ ଏବଂ କାମାକ୍ଷା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଅଛି। ସେହି ଅନୁସାରେ ଏହି ଟ୍ରେନଟି ନିମ୍ନ ନିର୍ଦ୍ଧାରିତ ସମୟ ମଧ୍ୟରେ ଚଳାଚଳ କରିବ।

୦୫୬୪୦/୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ଜୁନ ମାସ ୨୦ ତାରିଖରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୮ଘ ୧୦ମି ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ପୁରୀ ଠାରୁ ଜୁନ ମାସ ୨୨ ତାରିଖ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୨ଘ.୫୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପଯ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମାରେ ସାକ୍ଷୀଗୋପଳ, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଭଦ୍ରକ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ପୁରୀ ଓ କାମାକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ବାଲେଶ୍ୱର, ହ୍ୱିଜିଲି, ମେଦିନପୁର, ଆସନସୋଲ, ଦୁର୍ଗାପୁର, ରାମପୁର ହାଟ, ନ୍ୟୁ ଜଲପାଈଗୁଡ଼ି ଓ ରଙ୍ଗିଆ ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।