Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

କ୍ୟାବିନେଟ ନିଷ୍ପତିକୁ ନେଇ ପୁରୀ, ଭୁବନେଶ୍ବର ଏବଂ ଯାଜପୁର ଉତ୍ସବ ମୁଖର, ମନ୍ଦିରରେ ଦୀପଦାନ

ଭୁବନେଶ୍ବର, ରାଜ୍ୟ କ୍ୟାବିନେଟରେ ତିନୋଟି ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ନିଆଯାଇଛି। ସେହି ଖୁସିରେ ପୁରୀ, ଭୁବନେଶ୍ବର ଏବଂ ଯାଜପୁରରେ ବେଶ ଖୁସିର ଲହରୀ ଖେଳିଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଥମେ ଭୁବନେଶ୍ବରରେ ଥିବା ପ୍ରଭୃ ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଏକ ସ୍ବତନ୍ତ୍ର ଆଇନ ଆସିଥିଲା। ଏଥିରେ ମନ୍ଦିର ପରିଚାଳନା ପାଇଁ ଏକ କମିଟ ଗଠନ କରାଯିବ ବୋଲି ନିଷ୍ପତି ହୋଇଛି।

ଏହି କମିଟ ଲିଙ୍ଗରାଜ ମନ୍ଦିର, ମନ୍ଦିର ବେଢାରେ ଥିବା ମନ୍ଦିର, ଏହା ସହିତ ସଂଲଗ୍ନ ଥିବା ମଠ ଏବଂ ସମ୍ପତ୍ତି ପରିଚାଳନା ଏହି କମିଟ କରିବ। କମିଟ ଗଠନ ପକ୍ରିୟା, କ୍ଷମତା ପ୍ରଭୃତି ନିର୍ଦ୍ଧାରଣ କରାଯାଇଛି। ତେବେ ବିଧାନସଭା ନ ଥିବାରୁ ଅର୍ଡାନସ ଭାବେ ସରକାର ଆଇନ କରିବା ପାଇଁ କ୍ୟାବିନେଟରେ ଉପସ୍ଥାପିତ କରିଥିଲେ। ଯାହାକୁ କ୍ୟାବିନେଟ ମୋହର ମାରିଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ବିକାଶ କାର୍ଯ୍ୟକୁ ତଦାରଖ କରିବା ପାଇଁ ଯାଇଥିଲେ। ସେତେବେଳେ ସେ ମନ୍ଦିର ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କ ଅଭିଯୋଗ ଶୁଣିବା ପରେ ଲିଙ୍ଗରାଜ ମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଆଇନି ଆସିବ ବୋଲି କୁହାଯାଇଥିଲା। ଯାହାକୁ କ୍ୟାବିନେଟ ମଂଜୁର ପ୍ରଦାନ କରିଛନ୍ତି। ଏହାକୁ ନେଇ ଭୁବନେଶ୍ବର ବାସିନ୍ଦା ଖୁସି ପ୍ରକଟ କରିଛନ୍ତି। ଭୁବନେଶ୍ବରର ତିନି ବିଧାୟକଙ୍କ ନେତୃତ୍ବରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସାମୁହିକ ଦୀପ ଦାନ କରାଯାଇଛି।

ସେହିପରି ପୁରୀ ଏବଂ ଯାଜପୁରର ଅଧ୍ୟାପନା ହସପିଟାଲ କରିବା ପାଇଁ କ୍ୟାବିନେଟରେ ନିଷ୍ପତି ଗ୍ରହଣ କରାଯାଇଛି। ଏହାକୁ ନେଇ ମଧ୍ୟ ଦୁଇ ସହର ବାସୀ ଉତ୍ସବ ପାଳନ କରିଛନ୍ତି। କ୍ୟାବିନେଟେର ନିଷ୍ପତି ଅନୁସାରେ ପୁରୀ ସରକାରୀ ମେଡିକାଲ କଲେଜ ପାଇଁ ଛଅ 650 ଶଯ୍ୟା ବିଶିଷ୍ଠ ଅଧ୍ୟାପନା ଡାକ୍ତରଖାନା ନିର୍ମାଣ କରାଯିବ। ଏଥିପାଇଁ ଖର୍ଚ୍ଚ ହେବା 224 କୋଟି 55 ଲକ୍ଷ 69 ହଜାର ଟଙ୍କା। ଏହାର କାର୍ଯ୍ୟ କରିବା ପାଇଁ ଏଲ ଆଣ୍ଡ ଟି କଂପାନୀ ସର୍ବନିମ୍ନ ବିଡର ପକାଇଥିବାରୁ ତାହାକୁ କାମ ଦେବା ପାଇଁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟ ତିନି ବର୍ଷରେ ଶେଷ କରିବା ପାଇଁ କୁହାଯାଇଛି।

ଏହାକୁ ନେଇ ପୁରୀରେ ବିଜେଡି ନେତା ମହେଶ୍ବର ମହାନ୍ତି, ସଂଜୟ ଦାସ ବର୍ମା ପ୍ରମୁଖ ଶତାଧିକ ଲୋକ ସିଂହଦ୍ବାରରେ ଦୀପଦାନ କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ଏକ ବଡ ହସପିଟାଲ କରିବା ନିଶ୍ଚିତ ଖୁସିର କଥା। ସେଥିପାଇଁ ପୁରୀବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ମଧ୍ୟ ପ୍ରଦାନ କରିଛନ୍ତି।

ସେହିପରି ଯାଜପୁରରେ ମଧ୍ୟ ଏକ ଶହ ଶଯ୍ୟା ବିଶିଷ୍ଠ ମେଡିକାଲ କଲେଜ ପାଇଁ ଅଧ୍ୟାପନା ଡାକ୍ତରଖାନା କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିପାଇଁ ମଧ୍ୟ 426 କୋଟି 51 ଲକ୍ଷ 31 ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଛି। ଏହାକୁ ମଧ୍ୟ କ୍ୟାବିନେଟ ମଂଜୁର କରିଛନ୍ତି। ଏହି କାମ ସେହି ଏଲ ଆଣ୍ଡ ଟି  ତିନି ବର୍ଷ ମଧ୍ୟରେ କରିବ ବୋଲି ନିଷ୍ପତି କରାଯାଇଛି। ଏହାକୁ ନେଇ ଯାଜପୁରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି।

ପୂର୍ବତ୍ତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଶତାଧିକ କର୍ମୀ ମନ୍ଦିରରେ ସାମୁହିକ ଦୀପଦାନ କରିବା ସହିତ ଆଳତୀ ମଧ୍ୟ କରିଛନ୍ତି। ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି।