Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଚାଷୀଗଣ ଧ୍ୟାନ ଦିଅନ୍ତୁ, ଏଣିକି ସରକାର ପୁରୁଣା ଧାନ ବିହନ ଯୋଗାଣ କରିବେ ନାହିଁ

ଭୁବନେଶ୍ବର, ବର୍ଷବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଧାନ ବିହନକୁ ଆଉ ରାଜ୍ୟ ସରକାର ସବସିଡରେ ଚାଷୀଙ୍କୁ ଦେବେ ନାହିଁ। ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ରାଜ୍ୟ ସରକାର ନେଉଛନ୍ତି। ତେବେ ଏହି ପୁରୁଣା ବିହନ ନ ଦେଇ ନୂଆ ବିହନ ଦେବାକୁ ପ୍ରସ୍ତାବ ରହିଛି। ମୁଖ୍ୟତଃ ପୁରୁଣା ବିହନ ବର୍ତ୍ତମାନ ଅମଳକ୍ଷମ ହୋଇପାରୁ ନାହିଁ। ନୂଆ ବିହନ ଯଥେଷ୍ଠ ଅଧିକ ଅମଳ ହେଉଥିବାରୁ ଚାଷୀମାନେ ସେ ସବୁ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ପୁରୁଣା ବିହନ ପଡିରହୁଛି।

ବର୍ତ୍ତମାନ ରାଜ୍ୟରେ ଯେଉଁ ପୁରୁଣା ବିହାନସବୁ ପ୍ରଦାନ କରାଯାଉଥିଲା ସେଗୁଡିକ ହେଲା ପୂଜା, ସ୍ୱର୍ଣ୍ଣ, ୧୦୦୯, ୧୦୧୮, ଲଲାଟ ୧୦୧୦ ଏବଂ ୧୦୦୧ କିସମ। ଏହି କିସମର ଧାନ ବିହାନ ଉତ୍ପାଦନ ବନ୍ଦ ଉପରେ ବିଶେଷଜ୍ଞମାନେ ମଧ୍ୟ ସମର୍ଥନ କରିଛନ୍ତି। କାରଣ ଏହି ଧାନ ବହୁଦିନ ଧରି ପ୍ରଚଳିତ ହେଉଥିବାରୁ ତାହାର ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇବାରେ ଲାଗିଛି। ସେଥିପାଇଁ ନୂଆ କିସମର ଧାନ ବାହାର କରି ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ସରକାର ଚିନ୍ତା କରୁଛନ୍ତି।