Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

Hockey World Cup: ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା: ପୁରୁଷ ହକି ବିଶ୍ବକପର ପ୍ରଥମ ମ୍ୟାଚରୁ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ। ଆଜି ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟ ହାସଲ କରିଛି। ଭାରତୀୟ ଦଳର ଉପ-ଅଧିନାୟକ ଓଡ଼ିଶାର ଅମିତ ରୋହିଦାସ ପ୍ରଥମ ଗୋଲ୍‌ କରିଥିଲେ। ଏହାପରେ ଦ୍ୱିତୀୟ ଗୋଲଟି ହାର୍ଦ୍ଦିକ ସିଂ କରିଥିଲେ।

ଆଜି ବିଶ୍ବକପର ପ୍ରଥମ ମ୍ୟାଚ ହୋଇଥିଲା। ଏଥିରେ କଳିଙ୍ଗ ଷ୍ଟାଡିୟମରେ ଦୁଇଟି ଏବଂ ରାଉରକେଲା ଦୁଇଟି ମ୍ୟାଚ ଆୟୋଜିତ ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲେ।

ଆର୍ଜେଣ୍ଟିନା ୧-୦ ଗୋଲର ଦକ୍ଷିଣ ଆଫ୍ରିକାକୁ ଓ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାଜିତ କରିଥିଲା। ସେହିପରି ରାଉରକେଲାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଇଂଲଣ୍ଡ ୫-୦ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଥିଲା।

Categories
Hockey Worldcup23 ଆଜିର ଖବର ଖେଳ ମନୋରଂଜନ ରାଜ୍ୟ ଖବର

ହକି ବିଶ୍ଵ କପ୍ ପାଇଁ ପ୍ରସ୍ତୁତ ସଂଗୀତ ‘ଏକ ନୈଇ କାହାନୀ ଲିଖିହେ ଓଡ଼ିଶା’ ର ପ୍ରମୋ ଲୋକାର୍ପିତ

ଭୁବନେଶ୍ୱର: ଆଜି ରାଜଭବନ ଠାରେ ପ୍ରିମୀୟର ମିଡ଼ିଆ ଓ ଏଷ୍ଟେର୍ଣ ବୟ ମିଳିତ ସହଯୋଗରେ ହକି ବିଶ୍ଵ କପ ପାଇଁ ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ “ଏକ ନୈଇ କାହାନୀ ଲିଖିହେ ଓଡ଼ିଶା” ର ପୋଷ୍ଟର ଓ ପ୍ରମୋ କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ହକି ତାରକା ତଥା ହକି ଇଣ୍ଡିଆ ର ସଭାପତି ପଦ୍ମଶ୍ରୀ ଡ଼ଃ ଦିଲ୍ଲୀପ ତିର୍କୀ ଲୋକପର୍ଣ୍ଣ କରିଥିଲେ।

ସନ୍ତୋଷ ପଣ୍ଡା ଙ୍କ ଲିଖିତ ଏବଂ ନିର୍ଦ୍ଦେଶୀତ ଏହି ଗୀତଟି ରେ ବଲିଉଡରେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଅଭିଜିତ ଙ୍କ କଣ୍ଠ ସ୍ବର ଶୁଣିବାକୁ ମିଳୁଛି। ଏହି ସଙ୍ଗୀତ ମଧ୍ୟରେ ନିର୍ଦେଶକ ପଣ୍ଡା ହକିର ଇତିହାସ, ଓଡ଼ିଶା ସରକାର ଙ୍କ ହକି ପ୍ରତି ଆଗ୍ରହ ଓ ଦିଲ୍ଲୀପ ତିର୍କୀ ଙ୍କର ସୁନାମକୁ ଯୋଡି ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି।

ମାନ୍ୟବର ରାଜ୍ୟଜିପାଳ କଥାରେ କଥାରେ ଦିଲ୍ଲୀପ ତିର୍କୀ ଙ୍କୁ ଅନେକ ଅଭିନ୍ଦନ ଓ ଶୁଭେଚ୍ଛା ଜଣେଇବା ସହିତ ଓଡ଼ିଶା ସରକାରଙ୍କ କ୍ରୀଡା ଉଦ୍ୟମ କୁ ପ୍ରସଂସା କରିଥିଲେ। ପଦ୍ମଶ୍ରୀ ଡ଼ଃ ଦିଲ୍ଲୀପ ତିର୍କୀ ସନ୍ତୋଷ ପଣ୍ଡାଙ୍କ ଏହି ଉଦ୍ୟମ କୁ ଭୁଆସି ପ୍ରସଂସା କରିଥିଲେ।

ସଙ୍ଗୀତ ଉଦଘାଟିତ ହେଲା ପରେ ହକି ଇଣ୍ଡିଆ ର ସଭାପତି ହିସାବରେ ଦିଲ୍ଲୀପ ତିର୍କୀ ଗୋଟିଏ ହକି ଷ୍ଟିକ ମାନ୍ୟବର ରାଜ୍ୟପାଳ ଙ୍କୁ ପ୍ରଦାନ କରି ବିଶ୍ଵ କପ ଦେଖିବା ପାଇଁ ଆମନ୍ତ୍ରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଓ ସମାଜସେବି ରୁଷି ପଟ୍ଟନାୟକ, ପ୍ରିନ୍ସ ଡାନ୍ସ ଗ୍ରୁପ ର ମୁଖ୍ୟ କ୍ରିଷ୍ଣା ରାଓ, ଏଭେର ଗ୍ରୀନ ଚା ର ମୁଖ୍ୟ ପ୍ରବୀଣ ଅଗ୍ରୱାଲ, ହାଇଟେକ ମେଡ଼ିକାଲ ର ଡାକ୍ତର ଅମରିତ ପାଟାଯୋଶୀ ପ୍ରମୁଖ ଅତିଥି ମନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ସନ୍ତୋଷ ପଣ୍ଡା ଓ ରୁଷି ପଟ୍ଟନାୟକ ମିଳିତ ଭାବରେ ପରିଚାଳନା କରିଥିଲେ ।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ରାଜଧାନୀରେ ଆରମ୍ଭ ହେଲା ହକି ଫିବର, ବିଭିନ୍ନ ସ୍ଥାନରେ ଝୋଟିଚିତା

ଭୁବନେଶ୍ବର: ଆସନ୍ତାମାସ ଜାନୁୟାରୀ 13 ତାରିଖରେ ହେବ ପୁରୁଷ ହକି ବିଶ୍ବ କପ୍। ଏହି ବିଶ୍ବ ମହାକୁମ୍ଭ ଉଭୟ ରାଉରକେଲା ଏବଂ ଭୁବନେଶ୍ବରରେ ଆୟୋଜିତ ହେବ। ସେଥିପାଇଁ ଉଭୟ ସହରକୁ ସଜେଇ ଦିଆଯାଉଛି। କାନ୍ଥ ପାଚେରୀ ସବୁ ବିଭିନ୍ନ ଚିତ୍ରରେ ଚିତ୍ରିତ କରାଯାଉଛି।

ସେହିପରି ଲୋକଙ୍କ ମଧ୍ୟରେ ଏହି ଆଗ୍ରହ ମଧ୍ୟ ସୃଷ୍ଟି ହେବାରେ ଲାଗିଛି। ଭୁବନେଶ୍ବରର ବିଭିନ୍ନ ଗଳିକନ୍ଦିରେ ଦେଖିବାକୁ ମିଳିଛି ଏହି ଖେଳପ୍ରତି ଆଗ୍ରହ। ପିଲାମାନେ ହକି ଷ୍ଟିକ ଧରି ଖେଳୁ ଥିବା ବେଳେ ମହିଳାମାନେ ବିଭିନ୍ନ ଚିତା ତଥା ଝୋଟି ଆଙ୍କିବାରେ ବ୍ୟସ୍ତ ରହିଛନ୍ତି। ଭୁବନେଶ୍ବରର ବିଭିନ୍ନ ୱାର୍ଡର ମହିଳାମାନେ ହକିକୁ ନେଇ ଭିନ୍ନ ଭିନ୍ନ ଥିମରେ ଏହି ଚିତ୍ର ଅଙ୍କନ କରିଛନ୍ତି।