Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ଯୋଗ ଦେଲେ ପୂର୍ବତନ ଟିଭି ଉପସ୍ଥାପକ ସ୍ୱୟଂପ୍ରକାଶ

ଭୁବନେଶ୍ୱର: କନକ ନିୟୁଜର ପୂର୍ବତନ ଉପସ୍ଥାପକ ସ୍ୱୟଂପ୍ରକାଶ ମହାପାତ୍ର ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି। ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ବିଜେଡ଼ିରେ ସାମିଲ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୁମରାଙ୍ଗ ଗ୍ରାମରେ ଜନ୍ମିତ ଶ୍ରୀ ମହାପାତ୍ର ବହୁ ବର୍ଷ ଧରି ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରିଆସୁଥିଲେ। ବିଜେଡ଼ିରେ ଯୋଗ ଦେବା ପୂର୍ବରୁ ଏହି ବରିଷ୍ଠ ସାମ୍ବାଦିକ ଜଣଙ୍କ କନକ ନିୟୁଜରେ ଉପସ୍ଥାପକ ଭାବେ କାର୍ଯ୍ୟ କରୁଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହାସହ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ, ତାହାକୁ ସେ ନିଷ୍ଠାର ସହ ନିର୍ବାହ କରିବେ ବୋଲି କହିଛନ୍ତି।