Categories
ଆଞ୍ଚଳିକ

ଚିଲିକା: ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ମହିଳା ସମାବେଶ, ଯୋଗଦେଲେ ହଜାର ହଜାର କର୍ମୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ମଧ୍ୟାହ୍ନରେ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ପରିସରରେ ଚିଲିକା ବ୍ଲକ ସ୍ତରୀୟ ମହିଳା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସମ୍ମିଳନୀରେ ଚିଲିକା ବିଜେଡି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ପୂର୍ବତନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, କୁମାଣ୍ଡଳ ସରପଞ୍ଚ ସାବିତ୍ରୀ ସୁନ୍ଦରାୟ, ସଙ୍ଗଠିକା ପ୍ରଭାତୀ ସେଠୀ, ବବିତା ସାହୁ, ଶର୍ମିଷ୍ଠା ମହାରଣା, ବରିଷ୍ଠ ବିଜେଡି କର୍ମୀ ରମେଶ ଚନ୍ଦ୍ର ମହାପାତ୍ର, ଅଜୟ ଖୁଣ୍ଟିଆ, ଭବାନୀ ଶଙ୍କର ବଳିଆରସିଂଙ୍କ ସମେତ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଥିଲେ।

ସୂଚନା ଥାଉକି ବିଗତ ୧୫ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀରେ ଶ୍ରୀ ସାହୁଙ୍କ ନେତୃତ୍ୱରେ ତିନି ଗୋଟି କର୍ମୀ ସମ୍ମିଳନୀ କରାଯାଇଥିବା ବେଳେ ଆଜି ପୁଣି ବିଶାଳ ମହିଳା ସମାବେଶ କରି ଦଳୀୟ ବିରୋଧୀ ଗୋଷ୍ଠୀ ସମେତ ବିରୋଧୀ ଦଳଙ୍କୁ ଶ୍ରୀ ସାହୁ ଦୃଢ଼ କଡା ଜବାବ ଦେଇଥିବା ଦେଖିବାକୁ ମିଳିଛି। ଗତ ମାସ ୨୩ ତାରିଖରେ ବାଣପୁର ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ୩୦ ତାରିଖରେ ଚିଲିକା ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ଚଳିତ ମାସ ୪ ତାରିଖରେ ବାଣପୁର ବ୍ଲକ ବିଜେଡି ମହିଳା କର୍ମୀ ସମାବେଶ କରିଥିବା ବେଳେ ଆଜି ଚିଲିକା ବ୍ଲକ ବିଜେଡି ମହିଳା କର୍ମୀ ସମାବେଶ କରି ମହିଳା ସଶକ୍ତିକରଣ, ଗାଁକୁ କାମ ମା’ଙ୍କୁ ସମ୍ମାନ ଏବଂ ଏସଏଚଜି ମହିଳାମାନଙ୍କୁ ସ୍ୱାବଲମ୍ବୀ ଦିଗରେ ରାଜ୍ୟ ସରକାରଙ୍କ ତତ୍ପରତା ନେଇ ବିସ୍ତୃତ ଆଲୋଚନା କରିଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଜନତାଙ୍କ ସହ ଯୋଡି ହୋଇ ରହିବା ସହ ସଙ୍ଗଠନକୁ ସୁଦୃଢ କରିବା ଦିଗରେ ଆପ୍ରାଣ ଚେଷ୍ଟା ଜାରି ରହିବା ନେଇ ଶ୍ରୀ ସାହୁ କହିଥିଲେ। ଆଜିର ମହିଳା ସମାବେଶରେ ହଜାର ହଜାର ମହିଳା କର୍ମୀଙ୍କ ସମାବେଶ ପରିଲକ୍ଷିତ ହୋଇଥିଲା। ଚିଲିକା ବ୍ଲକର ମିଶନ ଶକ୍ତି ଦାୟିତ୍ୱରେ ଥିବା ଅଧିକାରୀମାନେ ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ଦୁର୍ନୀତିରେ ଲିପ୍ତ ରହି ମହିଳାମାନଙ୍କୁ ଲୁଟୁଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ ଦୁର୍ନୀତି ଖୋରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସଏଚଜି ମହିଳାମାନେ ଶ୍ରୀ ସାହୁଙ୍କୁ ଅନୁରୋଧ କରିଥିଲେ।

ତେବେ ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ରରୂପ ନେଉଥିବା ବେଳେ ବିଜେଡ଼ି ସଂଗଠନକୁ ସୁଦୃଢ କରିବା ଉଦ୍ଦେଶ୍ୟ ନେଇ ପୂର୍ବତନ ବିଧାୟକ ଶ୍ରୀ ସାହୁ ଉଦ୍ୟମ ଜାରି ରଖିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ବାଲୁଗାଁରେ ବିଶାଳ ରାଲି, ବିରୋଧୀଙ୍କୁ କଲେ ଟାର୍ଗେଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସହର ଆଜି ସବୁଜମୟ ହୋଇଯାଇଛି। ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡ଼ି ଜିନ୍ଦାବାଦ ସ୍ଲୋଗାନରେ କମ୍ପି ଉଠିଲା ବାଲୁଗାଁ। ଦୀର୍ଘ ଅଢେଇ ବର୍ଷ ପରେ ଆଜି ଚିଲିକା ନିର୍ବାଚନମଣ୍ଡଳିର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ବାଲୁଗାଁ ଏନଏସିରେ ଏକ ବିଶାଳ ରାଲି କରିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ୱରେ କେବଳ ବାଲୁଗାଁ ଏନଏସିର ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ଵ ପୁରୁଷ ଏବଂ ମହିଳା କର୍ମୀମାନେ ଆଜି ସମଗ୍ର ଏନଏସି ପରିକ୍ରମା କରିଥିଲେ। ଉକ୍ତ ବିଶାଳ ଶୋଭାଯାତ୍ରା ବାଲୁଗାଁ ପୂର୍ତ୍ତ ଡାକ ବଙ୍ଗଳାରୁ ବାହାରି ସମଗ୍ର ଏନଏସିର ୧୧ ଟି ୱାର୍ଡ ଅତିକ୍ରମ କରିଥିଲା।

ଏହି ସମୟରେ ସ୍ଥାନୀୟ ଗାନ୍ଧୀ ଛକରେ କର୍ମୀମାନଙ୍କୁ ଶ୍ରୀ ସାହୁ ସମ୍ବୋଧିତ କରିବା ସହ ଦରଦାମ ବୃଦ୍ଧି ବିରୋଧରେ ବିଜେପିକୁ ଟାର୍ଗେଟ କରିଥିଲେ। ଏବଂ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିଶେଷରେ ଉକ୍ତ ଶୋଭାଯାତ୍ରାଟି ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା।

ତେବେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କୁ ଆମ ପ୍ରତିନିଧି ପଚାରିବାରୁ ଚିଲିକା ନିର୍ବାଚନମଣ୍ଡଳିର ଅଢେଇ ଲକ୍ଷ ଭୋଟରଙ୍କ ହୃଦୟରେ ସେ ଅଛନ୍ତି ଏବଂ ରହିଥିବେ ବୋଲି କହିଥିଲେ। କର୍ମୀମାନଙ୍କ ସୁଖ ଦୁଃଖରେ ସଦାବେଳେ ସେ ଅଛନ୍ତି ଓ ରହିବେ। ଆଜି କେବଳ ଏନଏସିର ହଜାର ହଜାର କର୍ମୀଙ୍କୁ ନେଇ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାର ସେ କହିଛନ୍ତି।  ତତସହିତ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଚିଲିକା ନିର୍ବାଚନମଣ୍ଡଳିରେ ତାଙ୍କ ନେତୃତ୍ୱରେ ପୁଣି ଥରେ ଶଙ୍ଖ ବାଜିବ ବୋଲି ଶ୍ରୀ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିରେ ଯୋଗ ଦେଲେ ବାଲେଶ୍ଵରର ପୂର୍ବତନ ବିଜେଡ଼ି ବିଧାୟକ ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର: ଆଜି ବାଲେଶ୍ଵରର ପୂର୍ବତନ ବିଜେଡ଼ି ବିଧାୟକ ଜୀବନ ପ୍ରଦୀପ ଦାସ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଧିବଦ୍ଧ ଭାବେ ବିଜେପିରେ ସଦସ୍ୟତା ଗ୍ରହଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ପ୍ରଦୀପ ବିଜେପିରେ ସାମିଲ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଜୀବନ ପ୍ରଦୀପ ବାଲେଶ୍ବରରୁ ବିଜେଡ଼ି ଟିକେଟରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ଜୀବନ ବିଜେପି ଦଳ ପାଇଁ କାର୍ଯ୍ୟ କରୁଥିଲେ। ଗତ ଉପ ନିର୍ବାଚନରେ ସେ ବିଜେପିକୁ ପରୋକ୍ଷ ଭାବେ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା। ଫଳରେ ବିଜେଡ଼ି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା।