Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ: ଅଭିଯୁକ୍ତ ଅଟକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜନୈକ ବସ୍ କଣ୍ଡକ୍ଟରଙ୍କୁ ଜଣେ ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିବାରୁ କଣ୍ଡକ୍ଟର ଜଣକ ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ଗେଟବଜାର ବାଙ୍କବିହାରୀ ନଗରଠାରେ ଏମ୍‌. ଶ୍ରୀନିବାସ ଠିଆ ହୋଇଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଗୟା ବେହେରା ନାମକ ବ୍ୟକ୍ତି ତାଙ୍କୁ ଖଣ୍ଡରେ ଆକ୍ରମଣ କରିଥିଲେ।

ଫଳରେ ଏମ୍‌. ଶ୍ରୀନିବାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଂଗେ ସଂଗେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ବୈଦ୍ୟନାଥପୁର ପୋଲିସ୍ ଗୟା ବେହେରାକୁ ଥାନାରେ ଅଟକ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ ନେଇ ନାବାଳିକାକୁ ଗଳା କାଟି ହତ୍ୟା ଉଦ୍ୟମ, ଅଭିଯୁକ୍ତ କୋର୍ଟଚାଲାଣ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାପାଇଁ ଜଣେ ୫ ବର୍ଷର ଶିଶୁର ଗଳାକାଟି ହତ୍ୟା ଉଦ୍ୟମ ହୋଇଥିବା ଜୁନାଗଡ ଥାନାରେ ଅଭିଯୋଗ ହୋଇଛି ।

ଘଟଣାରୁ ପ୍ରକାଶ ଯେ, ଜୁନାଗଡ ଥାନାର ମାଳଗୁଣ୍ଡ ଗ୍ରାମର ଦଶରଥ ରଣା ଓ ତାଙ୍କ ସ୍ତ୍ରୀ ଲଳିତା ରଣାଙ୍କ ସହିତ ସେହି ଗ୍ରାମର ରାମଲାଲ ରଣାଙ୍କର ପୂର୍ବ ଶତ୍ରୁତା ଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ ଦଶରଥ ରଣାଙ୍କ ୫ବର୍ଷୀୟ ଝୀଅ ହେମାଙ୍ଗୀନି ନିଜ ଘର ନିକଟରେ ଖେଳୁଥିଲେ । ସୁଯୋଗ ଦେଖି ରାମଲାଲ  ସେଠାକୁ ଯାଇ ଝିଅ ହେମାଙ୍ଗୀନିକୁ ପାଖକୁ ଡାକି ଧାରୁଆ ଛୁରୀରେ ତାର ବେକକୁ କାଟି ଦେଇଥିଲା । ଝିଅଟି ଚିତ୍କାର କରିବାରୁ ରାମଲାଲ ସେଠାରୁ ଫେରାର ହୋଇଯାଇଥିଲା ।

ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅଟିକୁ ପ୍ରଥମେ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରିବାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭବାନୀପାଟଣା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏନେଇ ପରିବାର ପକ୍ଷରୁ ଜୁନାଗଡ ଥାନାରେ ଏତଲା ଦେବାପରେ ଜୁନାଗଡ ଥାନା କେଶ ନଂ.୨୭୦/୨୦୨୦ ଦଫା ୩୨୬,୩୦୭ ରେ ଏକ ମାମଲା ରୁଜୁ କରାଯାଇ ଅନୁସନ୍ଧାନ କରାଯାଉଥିବା ଜୁନାଗଡ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ରାମଲାଲ ରଣାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Categories
ଆଜିର ଖବର ଆଞ୍ଚଳିକ

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ : ଏମ୍‌କେସିଜିରେ ଭର୍ତ୍ତି ହେଲେ ଗୁରୁତର

ହେମାଙ୍ଗ ରାଉଳ

ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ସଦର ଥାନା ଅନ୍ତର୍ଗତ ରହିଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ସଂଘର୍ଷରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ପୂର୍ଣ୍ଣଜେନା। ପୂର୍ବତନ ବିଜେଡ଼ି ସଭାପତି ଥିବା ଅଶୋକ ଜେନାଙ୍କୁ ଏହି ଗୋଷ୍ଠୀ 3 ବର୍ଷ ପୂର୍ବେ ହତ୍ୟା କରାଯାଇଥିବାର ସୂଚନା ରହିଛି । ପୁନଶ୍ଚ ଅଶୋକ ଜେନାଙ୍କ ଭାଇ ପୂର୍ଣ୍ଣ ଜେନାଙ୍କୁ ପୁଣି ସଙ୍ଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଛି । ଆଜି ସେ ତାଙ୍କ ବିଲରେ କାମ କରୁଥିବା ବେଳେ କିଛି ବିରୋଧୀ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ଗୋଡ ଏବଂ ଶରୀରରେ ଆଘାତ ଲାଗିଥିବାର ଜଣାପଡିଛି। ଏହି ଆକ୍ରମଣରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ କାନ୍ଧରେ କୌଣସି ଧାରୁଆ ଅସ୍ତ୍ର କିମ୍ବା ଖଣ୍ଡା ଦ୍ଵାରା ଦୁଇ ଚୋଟ ପଡିଥିବା ସୂଚନା । ଘଟଣା ସ୍ଥଳରେ ସାଦର ଥାନା ପହଂଚି ପାରମ୍ଭିକ ତଦନ୍ତ ଆରମ୍ଭ କରିଛି ଏବଂ ଆହତଙ୍କୁ ଚିକିତ୍ସା ପାଇଁ  ବ୍ରହ୍ମପୁର ଏମ୍‌କେସେଜିକୁ ପଠାଯାଇଛି ।